Union Civil Aviation Minister - The Sakala

ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ
ନୂଆଦିଲ୍ଲୀ: ଓଡ଼ିଶାରେ ବର୍ତ୍ତମାନ ୫ଟି ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି। ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ଗ୍ରୀନଫିଲ୍ଡ ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ ନୀତିଗତ ଅନୁମୋଦନ ମିଳିସାରିଛି। ତେବେ ଜମି ଅଧିଗ୍ରହଣ, ଆବଶ୍ୟକ ଅନୁମତି ଓ ଆର୍ଥିକ ବ୍ୟବସ୍ଥା ସମେତ ବିଭିନ୍ନ ପ୍ରକ୍ରିୟା ଉପରେ ପ୍ରକଳ୍ପର ସମୟସୀମା ନିର୍ଭର କରିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ରାଜ୍ୟସଭାରେ ସୋମବାର ବିଜେଡି ସଂସଦୀୟ ଦଳନେତା ତଥା ସାଂସଦ ମାନସ ମଙ୍ଗରାଜଙ୍କ ତାରକା ପ୍ରଶ୍ନର ଉତ୍ତରରେ ଏପରି ବାଆଁରେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ନାଇଡ଼ୁ।

ଶ୍ରୀ ମଙ୍ଗରାଜ ଓଡ଼ିଶାର ବିମାନବନ୍ଦର ଭିତ୍ତିଭୂମିର ବିକାଶ ସମ୍ପର୍କରେ ତିନୋଟି ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ ରାଜ୍ୟରେ କେତୋଟି ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି, ସେଠାରୁ ବାଣିଜ୍ୟିକ ବିମାନ ସେବା କେବେ ଆରମ୍ଭ ହୋଇଥିଲା, ରାଜ୍ୟରେ ନୂତନ ବିମାନବନ୍ଦର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ କୌଣସି ପ୍ରସ୍ତାବ ରହିଛି କି ଏବଂ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌କୁ ବାଣିଜ୍ୟିକ ବିମାନବନ୍ଦରରେ ପରିଣତ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛ ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଓଡ଼ିଶାରେ ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ରାଉରକେଲା ଓ ଉତ୍‌କେଲା ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି। ଭୁବନେଶ୍ୱର ବିମାନବନ୍ଦରରୁ ୧୭ ଏପ୍ରିଲ ୧୯୬୨ରେ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହୋଇଥିବାବେଳେ ଝାରସୁଗୁଡ଼ାରେ ୨୨ ସେପ୍‌ଟେମ୍ବର ୨୦୧୮, ଜୟପୁରରେ ୩ ଅଗଷ୍ଟ ୨୦୨୨, ରାଉରକେଲାରେ ୭ ଜାନୁଆରୀ ୨୦୨୩ ଏବଂ ଉତ୍‌କେଳାରେ ୩୧ ଅଗଷ୍ଟ ୨୦୨୩ରୁ ଆରସିଏସ୍‌–ଉଡାନ ଯୋଜନା ଅଧୀନରେ ବାଣିଜ୍ୟିକ ସେବା ଆରମ୍ଭ ହୋଇଛି। ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ୬ ମେ ୨୦୨୫ରେ କେନ୍ଦ୍ର ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌କୁ ଆରସିଏସ୍‌–ଉଡାନ ଯୋଜନା ଅଧୀନରେ ବିକଶିତ କରି ବାଣିଜ୍ୟିକ ବିମାନବନ୍ଦରରେ ପରିଣତ କରିବା ଦିଗରେ ଓଡ଼ିଶା ସରକାର କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ।