Marriage in Jail - The Sakala

ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ
ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସ୍ୱତନ୍ତ୍ର ଜେଲରେ ୨ ବିଚାରାଧୀନ କଏଦୀ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି ।  ସୂଚନା ଅନୁଯାୟୀ, ଅଭିଯୁକ୍ତ ନୃସିଂହ ପ୍ରସାଦ ଖମାରୀ ଏବଂ ଯୁବତୀ ନିବେଦିତା ତରାଇଙ୍କର ଗିରଫ ପୂର୍ବରୁ ବିବାହ ପାଇଁ ନିର୍ବନ୍ଧ ହୋଇଥିଲା। ଖୋର୍ଦ୍ଧା ଅଞ୍ଚଳରେ ଉଭୟ ‘ଲିଭ ଇନରେ ଏକାଠି ରହି ଆସୁଥିଲେ। କିନ୍ତୁ ମାଲକାନଗିର ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ୍‌ସରୁ ଚାଷୀଙ୍କ ଋଣ ଟଙ୍କା ହଡ଼ପ ଏବଂ ଏ ନେଇ ୧ କୋଟି  ୮ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ସଦର ମହକୁମା କୋରାପୁଟ କେନ୍ଦ୍ରୀୟ ସମବାୟ (କେସିସି) ମ୍ୟାନେଜରଙ୍କୁ ସୁଧାଂଶୁ ଖରାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜର ଉକ୍ତ ଟଙ୍କା ମଧ୍ୟରୁ ୬୩ ଲକ୍ଷ ଟଙ୍କା  ଅଭିଯୁକ୍ତ ନୃସିଂହ ଏବଂ ନିବେଦିତାଙ୍କ ୧୨ଟି ଜମାଖାତାକୁ ଅନ୍‌ଲାଇନ ମାଧ୍ୟମରେ ପଠାଇଥିଲେ। ତେଣୁ ଭିଜିଲାନ୍ସ ପକ୍ଷରୁ ଦୁଇ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ୍‌ କରାଯାଇ ଗତ ମେ ୭ ତାରିଖରେ  ଖୋର୍ଦ୍ଧାରେ ରହିଥିବା ତାଙ୍କ ଦୋକାନ ଉପରେ ଚଢଉ କରାଯାଇ ଗିରଫ କରି   ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ହାଜର କରାଯାଇ ଜେଲ ହାଜତକୁ ପଠାଯାଇଥିଲା। ଉଭୟଙ୍କ ନାମରେ ବାଙ୍ଗାଲୁରୁ ପୁଲିସ ସମେତ ଓଡିଶାର ବିଭିନ୍ନ ଜିଲ୍ଲାର ଥାନା ଗୁଡିକରେ ଠକେଇ ମାମଲା ରହିଛି। ଉଭୟ ଏବେ ଜୟପୁର ସ୍ୱତନ୍ତ୍ର ଜେଲରେ ବିଚାରଧିନ କଏଦୀ ଭାବେ ରହୁଛନ୍ତି।

ତେବେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେବା ପରେ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, ଜିଲ୍ଲା ପ୍ରଶାସନ ଏବଂ ଜେଲ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ପୁରୋହିତଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତିରେ ହୋମଯଜ୍ଞ ସହିତ ବିବାହ ଆୟୋଜନ ହେବା ସହିତ ଭୋଜିଭାତ  କରାଯାଇଥିଲା

ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଥିଲେ। ଏହି ଅବସରରେ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ଲୋକଙ୍କ ସମେତ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଜେଲ କର୍ମଚାରୀ ଏବଂ ଅନ୍ତେବାସୀ ଉପସ୍ଥିତ ରହିଥିଲେ। ଜେଲ ଅଧିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ କହିଛନ୍ତି, ଉଭୟ ମେ ମାସରୁ ଏକ ଠକେଇ ନେଇ ଭିଜିଲାନ୍ସ ବିଭାଗ ଦ୍ୱାରା  ଗିରଫ ହୋଇ  ଜୟପୁର ସ୍ୱତନ୍ତ୍ର ଜେଲରେ ବିଚାରଧିନ କଏଦୀ ଭାବେ ରହୁଛନ୍ତି।  ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌, ଜିଲ୍ଲା ପ୍ରଶାସନ ଏବଂ ଜେଲ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଛି।