space travel - The Sakala

ଦୀର୍ଘ ୯ ମାସ ପ୍ରତୀକ୍ଷାର ଅନ୍ତ : ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ
ୱାଶିଂଟନ୍‌ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ମହାକାଶକୁ ୮ଦିନ ପାଇଁ ଯାଇ ୯ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସୁନୀତା ଏବଂ ବୁଚ୍‌ଙ୍କ ସହ ଅନ୍ୟ ନିକ୍‌ ହଗ୍‌ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ଯାତ୍ରା ଆରମ୍ଭ କରିସାରିଥିଲା ବେଳେ ଭୂପୃଷ୍ଠରେ ସେମାନଙ୍କ ଅବତରଣ କରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ସଫଳ ଅବତରଣ ହୋଇଛି । ଆମେରିକା ସମୟ ମଙ୍ଗଳବାର ସନ୍ଧ୍ୟା ୫.୫୭ ମିନିଟ୍‌ (ଭାରତୀୟ ସମୟ ବୁଧବାର ପ୍ରତ୍ୟୁଷ ୩.୨୭ ମିନିଟ୍‌)ରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍।

ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ ଡ୍ରାଗନ୍ ଲାଣ୍ଡିଂ କରିବା ପରେ ପରେ ୪ ମହାକାଶଚାରୀ ବାହାରକୁ ଆସିଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନର ବେଗ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା । ଶବ୍ଦର ବେଗଠୁ ୨୨ ଗୁଣା ଅଧିକ ବେଗରେ କ୍ୟାପସୁଲ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ବାହ୍ୟ ତାପାମତ୍ରା ୧୯୨୬ ଡୀଗ୍ରୀ ସେଲସିୟସକୁ ବଢିଯାଇଥିଲା।

Splashdown confirmed! #Crew9 is now back on Earth in their @SpaceX Dragon spacecraft. pic.twitter.com/G5tVyqFbAu

— NASA (@NASA) March 18, 2025

ଅବତରଣର କିଛି ମିନିଟ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ୪ ଟି ପାରାସୁଟ୍ ଖୋଲାଯାଇଥିଲା। ପ୍ରଥମେ ଦୁଇଟି ପାରାସୁଟ ଖୋଲାଯାଇଥିଲା । ପରେ ଯାନର ବେଗ କମ ହେବା ପରେ ଅନ୍ୟ ୨ଟି ପାରାସୁଟ ଖୋଲିଥିଲା । ପାରାସୁଟ ଯୋଗୁଁ ଯାନର ବେଗ କମ୍ ହେବା ସହ ଧିରେ ଧିରେ ତଳକୁ ଖସି ସମୁଦ୍ରରେ ପଡିଥିଲା । ସ୍ପେସଏକ୍ସ କ୍ରୁ ଡ୍ରାଗନ ସମୁଦ୍ରରେ ପଡିବା ପୂର୍ବରୁ ସେଠାରୁ ସ୍ବତନ୍ତ୍ର ବୋଟ ମୁତୟନ ରହିଥିଲା । ମହାକାଶ ଯାନରୁ ମହାକାଶଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି । ୪ ମହାକାଶଚାରୀ ଫେରିବା ପରେ କେବଳ ଆମେରିକା ନୁହେଁ ସାରା ବିଶ୍ବରେ ଖୁସିର ଲହରୀ ଖେଳଯାଇଛି ।

୭୯ ହଜାର ଟଙ୍କାରେ ମହାକାଶ ଯାତ୍ରା
ମହାକାଶକୁ ଯାତ୍ରା କରିବା ପାଇଁ ଅନେକ ଲୋକ ସ୍ବପ୍ନ ଦେଖନ୍ତି । କିନ୍ତୁ ସମସ୍ତଙ୍କ ସ୍ଵପ୍ନ ପୂରଣ ହୋଇ ନଥାଏ। କାରଣ ଏଥିରେ ପ୍ରତିବନ୍ଧକ ସାଜିଥାଏ ଅର୍ଥ । ଏବେ କିନ୍ତୁ ମହାକାଶକୁ ଯିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ମାତ୍ର ୭୯ ହଜାର ଟଙ୍କାରେ ମହାକାଶକୁ ଯାତ୍ରା କରିହେବ । ୨୦୨୫ରେ କାନାଡ଼ାର ଏକ କମ୍ପାନୀ ମହାକାଶକୁ ଯାତ୍ରା କରିବା ପାଇଁ ଇଚ୍ଛା ରଖିଥିବା ଲୋକଙ୍କର ଏହି ସ୍ବପ୍ନକୁ ପୂରଣ କରିବ । ଏଥିପାଇଁ ଭାରତୀୟ ମୁଦ୍ରାରେ ୭୯ ହଜାର ଟଙ୍କା ଆବଶ୍ୟକ । ଏହି ଯାତ୍ରାର ସମୟ ୬ ଘଣ୍ଟା ହୋଇଥିବାବେଳେ କମ୍ପାନୀର ସାଇଟ୍‌କୁ ଯାଇ ସିଟ୍ ବୁକ୍ କରିହେବ। ‘ସ୍ପେସ୍ ପରସ୍ପେକଟିଭ’ ନାମକ ଏକ କମ୍ପାନି ଏଭଳି ଘୋଷଣା କରିଛି।

ଜେଫ୍ ବେଜୋସ୍‌ଙ୍କ କମ୍ପାନୀ ବ୍ଳ ଓରିଜିନ ଏବଂ ରିଚାର୍ଡ ବ୍ରାନସନ୍‌ଙ୍କ କମ୍ପାନୀ ଭର୍ଜିନ୍ ଗାଲାକ୍ସିକ ମହାକାଶ ଯାତ୍ରା ପାଇଁ କୋଟି କୋଟି ଟଙ୍କା ଦାବି କରୁଥିବାବେଳେ ଏତେ ଶସ୍ତାରେ କମ୍ପାନୀ କିପରି ଲୋକଙ୍କୁ ମହାକାଶ ଯାତ୍ରା କରାଇବ ସେନେଇ ପ୍ରଶ୍ନ ଉଠିଛି। ତେବେ ଏହାର ଉତ୍ତରରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ, ସ୍ପେସ୍ ପର୍ସପେକ୍ଟିଭର ‘ସ୍ପେସ୍‌ସିପ୍ ନେପ୍‌ଟ୍ରୋନ୍’ ରେ ଅଧିକ ସିଟ୍ ଥିବାରୁ ଏହା ସମ୍ଭବ । ସେଥୂପାଇଁ କମ୍ପାନୀ ଆଗରୁ ସିଟ୍ ବୁକ୍ କରିବାକୁ ଅଫର ଦେଇଛି। ତେବେ ଏଥିରେ ଯାତ୍ରା କରିବାର ସବୁଠାରୁ ବଡ଼ ଲାଭ ହେଉଛି, ଯାତ୍ରୀ ମାନଙ୍କ ନାମ ପୂର୍ବରୁ ଆଷ୍ଟ୍ରୋନଟ ବ୍ୟବହାର କରାଯିବ। କିନ୍ତୁ ମହାକାଶର କେତେଦୂର ପର୍ଯ୍ୟନ୍ତ ଏହା ଯିବ ତାହା କମ୍ପାନି ପକ୍ଷରୁ କିଛି କୁହାଯାଇନାହିଁ। ‘ସ୍ପେସ୍ ପର୍ସପେକ୍ଟିଭ୍ କମ୍ପାନୀ ବର୍ତ୍ତମାନ ନାସାର କେନେଡି ସ୍ପେସ୍ ସେଣ୍ଟରରୁ କାର୍ଯ୍ୟ କରୁଛି।

ଏହାର ପ୍ରଥମ ପରୀକ୍ଷଣ ଜୁନ୍ ମାସରେ ହୋଇଥିଲା, ଯାହା ସଫଳ ହୋଇଥିଲା। ‘ସ୍ପେସ୍‌ସିପ୍ ନେପ୍‌ଚ୍ୟୁନ୍‌’କୁ ନେଇ ବର୍ତ୍ତମାନ ପରୀକ୍ଷଣ ଚାଲିଛି। ସଫଳ ପରୀକ୍ଷଣ ପରେ ଏହାର ଲଞ୍ଚିଙ୍ଗ୍ ୨୦୨୪ରେ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ୮ ଜଣ ଲୋକଙ୍କୁ ମହାକାଶ ଯାତ୍ରା କରିବାକୁ ସୁଯୋଗ ଦିଆଯିବ। ୭୯ ହଜାର କେବଳ ସିଟ୍ ବୁକିଙ୍ଗ କରିବା ପାଇଁ ଆବଶ୍ୟକ। ପରବର୍ତ୍ତୀ ସମୟରେ ଏଥିରେ ଯାତ୍ରା କରିବା ପାଇଁ ୯୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେସ୍କସିପ୍ ନେପଚୁନ୍‌କୁ ମହାକାଶକୁ ନେଇ ଯିବାକୁ ଥିବା ବେଲୁନ୍‌ ଗୋଟିଏ ଷ୍ଟାଡିୟମ୍ ଆକୃତିର ହେବ। ଛଅ ଘଣ୍ଟାର ଏହି ଯାତ୍ରାରେ ଦୁଇ ଘଣ୍ଟା ଯିବା ପାଇଁ ଦୁଇ ଘଣ୍ଟା ଆସିବା ପାଇଁ ଓ ବାକି ଦୁଇ ଘଣ୍ଟା ମହାକାଶରେ କାଟିବା ପାଇଁ ଦିଆଯିବ । ଏହି ପ୍ରୋଜେକ୍ଟ ପାଇଁ କମ୍ପାନି ନାସାର ସାହାଯ୍ୟ ନେବ ।

ଇତିହାସ ରଚିଲେ ରିଚାର୍ଡ ବ୍ରାନସନ୍‌
ନୂଆଦିଲ୍ଲୀ : ମହାକାଶ ଭ୍ରମଣକୁ ନେଇ ଦୀର୍ଘ ୧୭ ବର୍ଷ ତଳେ ସ୍ବପ୍ନ ଦେଖୀଥିବା ବ୍ରିଟିଶ ବ୍ୟବସାୟୀ ରିଚାର୍ଡ ବ୍ରାନସନ୍‌ଙ୍କ ସ୍ବପ୍ନ ସାକାର ହୋଇଛି। କେବଳ ରିଚାର୍ଡଙ୍କ ସ୍ବପ୍ନ ସାକାର ହେବାର କଥା ନୁହେଁ, ମହାକାଶକୁ ସାଧାରଣ ଲୋକଙ୍କ  ଭ୍ରମଣ କ୍ଷେତ୍ରରେ ସେ ଆରମ୍ଭ କରିଥିବା ବ୍ୟାବସାୟିକ ପ୍ରକଳ୍ପ ସଫଳ ହେବା ସହିତ ମହାକାଶ ଯାତ୍ରା କ୍ଷେତ୍ରରେ ମଧ୍ୟ ଇତିହାସ ସୃଷ୍ଟି ହୋଇଛି। ରିଚାର୍ଡଙ୍କ କମ୍ପାନୀ ଭର୍ଜିନ ଗାଲାକଟିକ୍‌ ଦ୍ବାରା ନିର୍ମାଣ କରାଯାଇଥିବା ଏକ ସ୍ବତନ୍ତ୍ର ରକେଟ୍‌ରେ  ଭାରତୀୟ ବଂଶୋଦ୍ଭବ ମହିଳା ମହାକାଶଚାରୀ  ଶରିସା ବାନ୍ଦଲାଙ୍କ ସମେତ ୫ ମହାକାଶ ଯାତ୍ରୀଙ୍କୁ ନେଇ ରିଚାର୍ଡ ନ୍ୟୁ ମେକ୍ସିକୋ ସିଟିରୁ ମହାକାଶ ଅଭିମୁଖେ ଯାତ୍ରା କରିଥିଲା ବେଳେ ମହାକାଶରେ ପ୍ରାୟ ଏକ ଘଣ୍ଟା ଭ୍ରମଣ କରି ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି। ମହାକାଶ ପରିସୀମାର ପ୍ରାୟ ୮୫ କିମି ଦୂରରେ ସମସ୍ତ ମହାକାଶ ଯାତ୍ରୀ ପୃଥିବୀ ପୃଷ୍ଠର ଚିତ୍ର ଅବଲୋକନ କରିଥିବା ବେଳେ ଏହାକୁ ଜୀବନ ବ୍ୟାପୀ ଏକ ଶ୍ରେଷ୍ଠ ଅଭିଜ୍ଞତା ବୋଲି ରିଚାର୍ଡ କହିଛନ୍ତି। ଏହାଦ୍ବାରା ତାଙ୍କର ବ୍ୟାବସାୟିକ ମହାକାଶ ଭ୍ରମଣ ପ୍ରକଳ୍ପ ସାକାର ହେବ ବୋଲି ରିଚାର୍ଡ କହିଛନ୍ତି।

ଆଜି ମହାକାଶ ଯାତ୍ରା କରିବେ ଶିରିସା ବନ୍ଦଲା
ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ମହିଳା ଶିରିସା ବାନ୍ଦଲା ଆସନ୍ତାକାଲି ମହାକାଶ ଅଭିମୁଖେ ଯାତ୍ରା କରିବେ। କଳ୍ପନା ଚାଓ୍ବଲା ଏବଂ ସୁନୀତା ୱିଲିୟମ୍ପଙ୍କ ପରେ  ସେ ତୃତୀୟ ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ମହାକାଶ ଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହେବେ। କଳ୍ପନା ଚାଓ୍ବଲାଙ୍କ ପରେ ସେ ହେବେ ୨ୟ ଭାରତ ଜନ୍ମିତ ମହିଳା ମହାକାଶଚାରୀ । ରିଚାର୍ଡ ବ୍ରାନସନଙ୍କ କମ୍ପାନୀ ଭର୍ଜିନ ଗାଲାକଟିକ ପକ୍ଷରୁ  ଏହି ମହାକାଶ ଯାତ୍ରାର ଆୟୋଜନ କରାଯାଇଥିବା ବେଳେ ଆସନ୍ତାକାଲି ଶରିସା ଅନ୍ୟ ୫ ଜଣ ମହାକାଶଚାରୀଙ୍କ ସହିତ ନ୍ୟୁ ମେକ୍ସିକୋରୁ ଯାତ୍ରା କରିବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଦଳରେ ଭର୍ଜିନ ଗାଲାକଟିକର ଅଧ୍ୟକ୍ଷ ରିଚାର୍ଡ ବ୍ରାନସନ ମଧ୍ୟ ଯାତ୍ରା କରିବେ । ୩୪ ବର୍ଷ ବୟସ୍କା  ଶିରିସା ଜଣେ ଏରୋନୋଟିକାଲ ଇଂଜିନିୟର ଏବଂ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ତାଙ୍କର ଜନ୍ମ। ତେବେ ସେ ଆମେରିକାର ଟେକ୍ସାସସ୍ଥିତ ହ୍ୟୁଷ୍ଟନ ସହରରେ ବଢିଥିବା ବେଳେ ୨୦୧୫ରେ ଭର୍ଜିନ ଗାଲାକ୍ଟିକରେ ଜଣେ ଗବେଷକ ଭାବେ ଯୋଗ ଦେଇଥିଲେ ।