Rath Yatra stampede - The Sakala

ମହାପ୍ରଭୁଙ୍କ ଘୋଷଯାତ୍ରାରେ ମହାବିଭ୍ରାଟ: ପରିଚାଳନାଗତ ତ୍ରୁଟି ଯୋଗୁଁ ଦଳାଚକଟା ହୋଇଥିବା ଦର୍ଶାଇ ସରକାରଙ୍କୁ ଭର୍ତ୍ସନା କଲା ବିଜେଡି
ଭୁବନେଶ୍ୱର: ଲଗାତାର ତୃତୀୟ ବର୍ଷ ଧରି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି। ବିନା ଟାହିଆରେ ମହାପ୍ରଭୁ ବିଜେ କରିବା ଓ ବାଇଶି ପାହାଚରେ ମହାପ୍ରଭୁ ୪୦ ମିନିଟ୍‌ ଅଟକି ରହିବା ଅଗଣିତ ଜଗନ୍ନାଥପ୍ରେମୀଙ୍କ ମନକୁ ଆଘାତ ଦେଇଛି। ରଥଯାତ୍ରା ପରିଚାଳନରେ ବ୍ୟାପକ ତ୍ରୁଟି ଯୋଗୁଁ ଦଳାଚକଟାରେ ଅକାଳରେ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା ଆଦି ଦର୍ଶାଇ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି ବିଜେଡି।
ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି।

ପ୍ରମିଳା ମଲ୍ଲିକ, ପହଣ୍ଡି ବିଜେ ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟାହିଆ ନଥିବା ପ୍ରସଙ୍ଗକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଟାହିଆ ବର୍ଷାରେ ଓଦା ହୋଇ ଖସି ଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଟାହିଆ ବର୍ଷାରେ ଖସିନଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟାହିଆ କିପରି ଖସିଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିନା ଟାହିଆରେ ନନ୍ଦିଘୋଷ ରଥକୁ ବିଜେ କରାଇଲେ। ରାଜ୍ୟ ସରକାର ନିଜ ଭୁଲ ପାଇଁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ। ରାଜ୍ୟ ବାହାର ଅତିଥି ମାନଙ୍କ ସୁରକ୍ଷା ପ୍ରଦାନରେ ବ୍ୟସ୍ତ ରହି ସରକାର ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପାଶୋରି ଯାଉଛନ୍ତି, ଯାହାଫଳରେ ନିରୀହ ଶ୍ରଦ୍ଧାଳୁ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ଶ୍ରୀମତି ମଲ୍ଲିକ କହିଛନ୍ତି।

ସଞ୍ଜୟ ଦାସବର୍ମା କହିଥିଲେ ଯେ, ବଡ଼ଦାଣ୍ଡରେ ବିଭ୍ରାଟ ଯୋଗୁଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛି। ଉକ୍ତ ତ୍ରୁଟି ପାଇଁ ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ସେବାୟତ ନିଯୋଗ ମଧ୍ୟ ଦାୟୀ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାନଙ୍କୁ ବ୍ୟାରିକେଡ୍‌ରେ ଅଟକାଇ ଦେବାରୁ ଭିଡ଼ ଯୋଗୁଁ ଅଘଟଣ ଘଟିଛି। ରଥଯାତ୍ରାର କର୍ଡନ ପାସ୍‌ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, କିନ୍ତୁ ହଜାର ହଜାର ଲୋକଙ୍କୁ ପାସ ଦିଆଯାଇଛି। ଆଇନ ମନ୍ତ୍ରୀ ବିବୃତ୍ତି ଦେଇଥିଲେ ଯେ ଯେଉଁମାନେ ନୀତିକାନ୍ତି ସହ ଜଡ଼ିତ ରହିଛନ୍ତି ତାଙ୍କୁ ପାସ୍‌ ପ୍ରଦାନ କରାଯିବ, କିନ୍ତୁ ଇନର୍‌ କର୍ଡନ ମଧ୍ୟରେ ଅନେକ ଲୋକ ରହିଥିଲେ। ଫଳରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଦଳାଚକଟାରେ ୩ଟି ଅମୂଲ୍ୟ ଜୀବନ ହାନି ଘଟିଛି।  ୩୬୨ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୨୨ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ମୃତକଙ୍କ ପରିବାରବର୍ଗକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ଆହତମାନଙ୍କୁ ଉନ୍ନତ ଚିକିତ୍ସା ସେବା ପ୍ରଦାନ କରାଯାଉ ବୋଲି ଶ୍ରୀ ଦାସବର୍ମା ଦାବି କରିଛନ୍ତି।
ଶୁଭାଶିଷ ଖୁଣ୍ଟିଆ କହିଥିଲେ ଯେ, ଡବଲ ଇଞ୍ଜିନ ସରକାରରେ ପୁରୀ ଏକ ମରଣଯନ୍ତା ପାଲଟି ଯାଇଛି। ରଥଯାତ୍ରା ସୁପରିଚାଳନା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଠାରୁ ରାଜ୍ୟ ସରକାର କିଛି ଶିକ୍ଷା ଗ୍ରହଣ କରନ୍ତୁ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ଉମାକାନ୍ତ ସାମନ୍ତରାୟ କହିଥିଲେ ଯେ, ବିଜେପି ସରକାରର ପ୍ରଥମ ବର୍ଷରେ ପ୍ରଭୁ ବଳଭଦ୍ର ଚାରମାଳରୁ ଖସି ପଡ଼ିଲେ, ଦ୍ୱିତୀୟ ବର୍ଷରେ ମାଉସୀ ମା’ ମନ୍ଦିର ନିକଟରେ ଦଳାଚକାଟରେ ୨ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ହାନି ଘଟିଲା, ଚଳିତ ବର୍ଷ ପରିଚାଳନାଗତ ତ୍ରୁଟି ପାଇଁ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲା। କିନ୍ତୁ ସରକାର କୌଣସି ଶିକ୍ଷା ଗ୍ରହଣ କରିପାରିଲେ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ରଥଯାତ୍ରାର ସୁପରିଚାଳନ ନିମନ୍ତେ ପ୍ରଶାସନିକ ସ୍ତରରେ ଭକ୍ତମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲା, ଯାହାକୁ ବିଜେପି ସରକାର ଏଡ଼ାଇ ଦେଇଛି।