Engineer Death - The Sakala

ବାଲେଶ୍ୱରରେ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଫୋରେନ୍‌ସିକ୍ ଲ୍ୟାବ୍‌ରେ ସୁଇସାଇଡ୍ ନୋଟ୍, ପତ୍ନୀଙ୍କୁ ସନ୍ଦେହ
ବାଲେଶ୍ୱର: ବାଲେଶ୍ୱରରେ ଯୁବ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ରଶ୍ମିରଞ୍ଜନଙ୍କ ମୃତ୍ୟୁ ମାମଲାରେ ପୋଲିସ ଏକ 'ସୁଇସାଇଡ୍ ନୋଟ୍' ଜବତ କରିଛି, ଯାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜବତ ହୋଇଥିବା ନୋଟ୍‌ଟି ଦୁଇଟି ଭିନ୍ନ ଭିନ୍ନ କାଳିରେ ଲେଖାଯାଇଥିବା ବେଳେ ଏଥିରେ କେବଳ ଉଲ୍ଲେଖ ରହିଛି ଯେ 'ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି।' ଏହି ଅସ୍ୱାଭାବିକ ଚିଠିର ସତ୍ୟତା ଏବଂ ଏହା ପ୍ରକୃତରେ ରଶ୍ମିରଞ୍ଜନଙ୍କ ଦ୍ୱାରା ଲେଖାଯାଇଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ପୋଲିସ ଏହାକୁ ଫୋରେନ୍‌ସିକ୍ ଲ୍ୟାବକୁ ପଠାଇଛି।

ତଦନ୍ତର ପ୍ରାଥମିକ ପର୍ଯ୍ୟାୟରେ ଏହି ଚିଠି କାହିଁକି ମିଳିଲା ନାହିଁ ବୋଲି ମୃତକଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି। ରଶ୍ମିରଞ୍ଜନଙ୍କ ମୃତ୍ୟୁ ପଛରେ ତାଙ୍କ ପତ୍ନୀ ଏବଂ ଜଣେ ପୁରୁଷ ବନ୍ଧୁଙ୍କ ହାତ ଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ଅବଶ୍ୟ ପୋଲିସ ଏଯାଏଁ ଏହି ଅଭିଯୋଗର ପୁଷ୍ଟି କରିନାହିଁ। ଅନ୍ୟପକ୍ଷରେ, ଡାକ୍ତରଖାନାରେ ମୃତଦେହ ପାଖରେ ପତ୍ନୀ ଅନୁପସ୍ଥିତ ରହିବା ଘଟଣା ସନ୍ଦେହକୁ ଆହୁରି ଘନୀଭୂତ କରିଛି।

ପତ୍ନୀଙ୍କ ଜନ୍ମଦିନରେ ରଶ୍ମିରଞ୍ଜନ ଆତ୍ମହତ୍ୟା ଉଦ୍ଦେଶ୍ୟରେ ବାଲେଶ୍ୱର ଯାଇଥିଲେ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ନେଇ ପୋଲିସ ତଦନ୍ତ ଚଳାଇଛି। ଇତିମଧ୍ୟରେ, ପତ୍ନୀ ରହୁଥିବା ଭଡ଼ା ଘରର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ଘଟଣା ପରେ ଦୁଇ ଜଣ ମହିଳାଙ୍କ ସମେତ କିଛି ବ୍ୟକ୍ତି ବାଇକ୍ ଓ ସ୍କୁଟରରେ ସେଠାରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ପୋଲିସ ଏବେ ସେମାନଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛି। ଥାନା ଅଧିକାରୀ ଆଲୋକ ବେହେରା କହିଛନ୍ତି ଯେ ଫୋରେନ୍‌ସିକ୍ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ସ୍ତ୍ରୀଙ୍କ ଜନ୍ମଦିନ ପାଳନ ପରେ ଇଞ୍ଜିନିୟର ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ, ପରକୀୟା ପ୍ରୀତିରୁ ହତ୍ୟା ଅଭିଯୋଗ
ବାଲେଶ୍ୱର: ବାଲେଶ୍ୱରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀଙ୍କ ଜନ୍ମଦିନ ପାଳନ କରିବାର କିଛି ଘଣ୍ଟା ପରେ ଜଣେ ୩୮ ବର୍ଷୀୟ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପ୍ରାଥମିକ ଭାବେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ମଧ୍ୟ, ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପରକୀୟା ପ୍ରୀତି କାରଣରୁ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଲୋକେ ଦାବି କରିଛନ୍ତି।

ମୃତକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ଆଣଳା ଗ୍ରାମର ରଶ୍ମିରଞ୍ଜନ ସେଠୀ (୩୮)। ସେ କଟକ ଡିଭିଜନ୍ ଅଧୀନରେ ପୂର୍ତ୍ତ ବିଭାଗରେ (ଆର୍ ଆଣ୍ଡ ବି) ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ ଏବଂ ଭୁବନେଶ୍ୱରରେ ରହୁଥିଲେ। ତାଙ୍କ ପତ୍ନୀ ରଶ୍ମିରେଖା ଭୂୟାଁ (୩୦) ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ କାମ କରନ୍ତି। ପରିବାରର କହିବା ଅନୁଯାୟୀ, ଗତ ବୁଧବାର ଦିନ ସ୍ତ୍ରୀଙ୍କ ଜନ୍ମଦିନ ପାଳନ କରିବା ପାଇଁ ରଶ୍ମିରଞ୍ଜନ ବାଲେଶ୍ୱର ଯାଇଥିଲେ। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆଜିମାବାଦ ନିକଟସ୍ଥ ବିଜୁ ପଟ୍ଟନାୟକ କଲୋନୀରେ ଉଭୟେ ଜନ୍ମଦିନ ପାଳନ କରିଥିଲେ। ତେବେ ରାତିରେ ରଶ୍ମିରଞ୍ଜନ ଆତ୍ମହତ୍ୟା କରିଥିବା ନେଇ ରଶ୍ମିରେଖାଙ୍କ ଭାଇ କିଶନ ଭୂୟାଁ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ମୃତକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, କରଞ୍ଜିଆରେ ପୋଷ୍ଟିଂ ଥିବା ସମୟରେ ରଶ୍ମିରେଖାଙ୍କର ସହକର୍ମୀ ଦେବାଶିଷ ସ୍ୱାଇଁଙ୍କ ସହ ପରକୀୟା ସମ୍ପର୍କ ଗଢ଼ି ଉଠିଥିଲା। ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବିବାଦ ଦେଖାଦେଉଥିଲା ଏବଂ ରଶ୍ମିରଞ୍ଜନଙ୍କୁ ଚୁପ୍ ରହିବାକୁ ଧମକ ମଧ୍ୟ ଦିଆଯାଉଥିଲା। ପ୍ରାୟ ୬ ମାସ ତଳେ ରଶ୍ମିରେଖା ଏବଂ ଉକ୍ତ ସହକର୍ମୀ ରଶ୍ମିରଞ୍ଜନଙ୍କୁ ନ ଜଣାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି ହୋଇ ଆସିଥିଲେ। ପରିବାରର ଅଭିଯୋଗ ମୁତାବକ, ଏହି ଘଟଣାରେ ପତ୍ନୀ ରଶ୍ମିରେଖା, ସହକର୍ମୀ ଦେବାଶିଷ ଏବଂ ଦେବାଶିଷଙ୍କ ପେଟ୍ରୋଲ୍ ପମ୍ପରେ କାମ କରୁଥିବା ଅନ୍ୟ ଜଣେ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି। ମୃତଦେହକୁ ଡାକ୍ତରଖାନାରେ ଛାଡ଼ି ସେମାନେ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।

ସହଦେବଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ ଆଲୋକ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ଡାକ୍ତରଖାନାରୁ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକଙ୍କ କାକା ଲକ୍ଷ୍ମୀଧର ସେଠୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଘଟଣାରେ ୨ ରୁ ଅଧିକ ଲୋକଙ୍କୁ ପଚରାଉଚରା କରୁଛି। ୨୦୨୩ ମସିହାରେ ରଶ୍ମିରଞ୍ଜନ ଏବଂ ରଶ୍ମିରେଖାଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା। ବର୍ତ୍ତମାନ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି ଏବଂ ପୋଲିସ ସେମାନଙ୍କୁ ଖୋଜୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।