Tangi - The Sakala

ଟାଙ୍ଗୀ ବ୍ଲକରେ ହାଇଡ୍ରାମା: ବିଜେପି ନେତାଙ୍କ ବିରୋଧରେ ଗର୍ଜିଲା ବିଜେଡି, ନ୍ୟାୟ ଦାବିରେ ସରକାରୀ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ
ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅଫିସ ପରିସରରେ ଗତ ଶୁକ୍ରବାର ଦିନ ବିଜେପି ନେତା ଅରିନ୍ଦମ ରାୟ ଏବଂ ଅଭୟ ବାରିକଙ୍କ ନେତୃତ୍ୱରେ ଘଟିଥିବା ଗଣ୍ଡଗୋଳ ଓ ଦୁର୍ବ୍ୟବହାର ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି। ବିଜେପି ନେତାଙ୍କ ଏଭଳି “ଗୁଣ୍ଡାଗର୍ଦ୍ଦି’ ଓ ଅରାଜକତା ବିରୋଧରେ ସୋମବାର ଦିନ ବ୍ଲକ କାର୍ଯ୍ୟାଳୟ ଭିତରେ କର୍ମଚାରୀମାନଙ୍କ ପକ୍ଷରୁ କଲମଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ବାହାରେ ବିଜେଡି ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ଶୁକ୍ରବାର ବିଜେପି ନେତା ଅରିନ୍ଦମ ଓ ଅଭୟ ବ୍ଲକରେ ଦବଙ୍ଗଗିରି ଦେଖାଇବା ପୂର୍ବରୁ ଏକ ଯୋଜନାବଦ୍ଧ ଭାବେ ପ୍ରଥମେ ବିଡ଼ିଓଙ୍କ କକ୍ଷରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବନ୍ଦ କରିଦେଇଥିଲେ। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏଭଳି କରାଯିବା ପରେ ଏବିଡିଓ ଓ ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାବେ ଦୁର୍ବ୍ୟବହାର କରାଯିବା ସହ ବ୍ଲକର ଆସବାବପତ୍ର ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାକୁ ନେଇ ଟାଙ୍ଗୀ ଥାନାରେ ବ୍ଲକ ପ୍ରଶାସନ ତରଫରୁ ଏତଲା ଦିଆଯିବା ପରେ ପୁଲିସ ପ୍ରାୟ ୧୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ବ୍ଲକ କର୍ମଚାରୀ ଏବଂ ମହିଳା ଅଧିକାରୀଙ୍କୁ ଅସଦାଚରଣ ପ୍ରତିବାଦରେ ସୋମବାର ବ୍ଲକ ପରିସରରେ ଏବିଡିଓ ଶାଶ୍ୱତ କୁମାର ଜେନାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ କଲମଛାଡ଼ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି। ବ୍ଲକ ବିଡିଓ ଏନ୍‌.ଏନ୍‌. ରାଜଲକ୍ଷ୍ମୀ ଓଝା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଉପରିସ୍ଥ ଅଧିକାରୀ ଏହି ସମ୍ୱେଦନଶୀଳ ପ୍ରସଙ୍ଗରେ କୌଣସି ଦୃଢ଼ ନିଷ୍ପତ୍ତି କିମ୍ୱା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଏହି କଲମଛାଡ଼ ଆନ୍ଦୋଳନ ଜାରି ରହିବ। ବିଜେପି ନେତାଙ୍କ ଏହି ଆଚରଣକୁ ତୀବ୍ର ନିନ୍ଦା କରି ବ୍ଲକ ଗେଟ୍‌ ବାହାରେ ଶତାଧିକ ବିଜେଡି ମହିଳା କର୍ମୀ ଏକତ୍ରିତ ହୋଇଥିଲେ। ବିଜେପି ନେତାମାନେ ବ୍ଲକ ଭିତରେ ଅରାଜକତା ସୃଷ୍ଟି କରି ପବିତ୍ର ସରକାରୀ କାର୍ଯ୍ୟାଳୟକୁ ଅପବିତ୍ର କରିଥିବା ଅଭିଯୋଗ କରି ମହିଳା କର୍ମୀମାନେ ଗେଟ୍‌ ସମ୍ମୁଖରେ ଗୋବର ପାଣି ପକାଇ ଓ ଝାଡ଼ୁ ମାରି ପ୍ରତିବାଦ କରିବା ସହ ଅରିନ୍ଦମ-ଅଭୟଙ୍କ ବିରୋଧରେ ନାରାବାଜି କରିଥିଲେ।

ବ୍ଲକ ସମ୍ମୁଖରେ ବ୍ଲକ ବିଜେଡି ସଭାପତି ଧିରେନ୍ଦ୍ର କୁମାର ଜେଠୀଙ୍କ ସଭାପତିତ୍ୱରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ କହିଥିଲେ, “ବିଜେପି ନେତାଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରିଛି। ପିସି କାରବାର ଓ ସରକାରୀ ଯୋଜନାକୁ ବାଟମାରଣା କରିବା ପାଇଁ ଏହି ନେତାମାନେ ଜୁଲମ କରୁଛନ୍ତି।” ସେ ଏହି ଆନ୍ଦୋଳନରତ କର୍ମଚାରୀଙ୍କୁ ଭେଟି ଆଶ୍ୱାସନା ଦେବା ସହ ସରକାର ତୁରନ୍ତ ଦୋଷୀଙ୍କୁ ଗିରଫ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି। ଏହି ପ୍ରତିବାଦ ସଭାରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ସେକ ସାହାଜାନ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ସାମଲ, ଜୟଶ୍ରୀ ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନାକ୍ଷୀ ଦାସ, ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦୀପ୍ତ ଦାସ, ମହିଳା ନେତ୍ରୀ ମିତା ରାଉତଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ଆଗଧାଡ଼ିର କର୍ମୀ ଯୋଗଦେଇ ଅଭିଯୁକ୍ତଙ୍କ ତୁରନ୍ତ ଗିରଫଦାରୀ ଦାବି କରିଥିଲେ। ବ୍ଲକ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସଡିପିଓ ଉମାକାନ୍ତ ନାୟକ ଏବଂ ଟାଙ୍ଗୀ ଥାନା ଆଇଆଇସି ବିକାଶ ସେଠୀଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ଫୋର୍ସ ମୁତାୟନ କରାଯାଇଥିଲା।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଚାଷୀଙ୍କ ଜୀବନ
ଟାଙ୍ଗି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ । ପାଣି ମୋଟରରେ ବିଦ୍ୟୁତ ତାର ସଂଯୋଗ ବେଳେ ଚାଲିଗଲା ଚାଷୀଙ୍କର ଜୀବନ । ମୃତ ଚାଷୀଙ୍କର ନାମ ସଂଜୟ କୁମାର ପରିଡା (ବୟସ 49 ବର୍ଷ) । ଘର ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମରେ ବୋଲି ଜଣା ପଡିଛି । ସଂଜୟ ପରିଡା ନିଜ ଘର ବାଡ଼ି ପଟେ ପାଣି ମୋଟରରେ ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ବାତ୍ୟା ଯୋଗୁଁ ବାଡ଼ି ଓଦା ଥିଲା । ତେଣୁ ବିଦ୍ୟୁତ ସର୍ଟ ସର୍କିଟ ହୋଇଥିଲା । ଫଳରେ ସଂଜୟ ସେଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ପରିବାର ଲୋକେ ସଞ୍ଜୟଙ୍କୁ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମେଡିକାଲରେ ଡାକ୍ତର ସଞ୍ଜୟଙ୍କୁ ମୃତ ଘୋଷଣା କରିଛନ୍ତି ।

ଝିମିଟି ଖେଳରୁ ମହାଭାରତ; ସାମାନ୍ୟ ବଚସାରୁ ଦୁଇ ବନ୍ଧୁଙ୍କ ମଧ୍ୟରେ ହଣା କଟା
ଟାଂଗୀ: ଝିମିଟି ଖେଳରୁ ମହା ଭାରତ । ସାମାନ୍ୟ କଥାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟ୍ୟରେ କଳି ଗୋଳ ପରେ ହଣା କଟା । ଜଣେ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଭର୍ତି ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଂଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗ୍ରାମରେ।

ସୂଚନା ଅନୁସାରେ, ଗ୍ରାମର ଷଠିଆ ବେହେରା ଓ ତାଙ୍କର ବନ୍ଧୁ ବୀର ବେହେରା ଗାଁ ନିକଟରେ ଜଣେ ବ୍ୟକ୍ତିଙ୍କର ଏକ ସାମାଜିକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଦୁଇ ବନ୍ଧୁ ସେଠାରେ ଭୋଜି ଖାଇବା ପୂର୍ବରୁ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟ୍ୟରେ କଥା କଟା କଟି ହୋଇଥିଲା। ଉପସ୍ଥିତ ଗାଁ ଲୋକଙ୍କ ହସ୍ତକ୍ଷେପ ଫଳରେ ଘଟଣାର ମୀମାଂସା ହୋଇଥିଲା। ତେବେ ଏଥିରେ ମର୍ମାହତ ହୋଇ ଷଠିଆ ବେହେରା ସେଠାରୁ ଘରକୁ ପଳାଇ ଆସିଥିଲେ। ଘରେ ଏସବୁ ଘଟଣା କହିବା ପରେ ଷଠିଆ ବେହେରା ଓ ତାଙ୍କ ପୁତ୍ର ସଂଗ୍ରାମ ବେହେରା ଅନ୍ୟ ୨ ରୁ ୩ ଜଣ ସହଯୋଗୀଙ୍କ ସହ ଦୀକ୍ଷିତ ପଡା ଗାଁ ମୁଣ୍ଡରେ ଏକ ଅନ୍ଧାରିଆ ସ୍ଥାନରେ ପ୍ରତିଶୋଧ ପରାୟଣ ହୋଇ ଛକି ରହିଥିଲେ। ବୀର ବେହେରା ବାଇକ୍ ରେ ଆସୁଥିବା ଦେଖି ତାଙ୍କ ବାଇକ୍କୁ ଅଟକାଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ବୀର ବେହେରା ଗୁରୁତର ହୋଇଥିଲେ। ବୀରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ବୀରଙ୍କୁ ଊଦ୍ଧାର କରି ଟାଙ୍ଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏପଟେ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ଦୀକ୍ଷିତ ପଡା ଗାଁରେ ଚଢାଉ କରିଛି ପୋଲିସ୍। ପୋଲିସ୍ ଭୟରେ ଆକ୍ରମଣକାରୀ ଫେରାର ହୋଇଯାଇଥିବା ଜଣାପଡିଛି ।

ପାଣି ପାଇପ୍ ଚୋରି ମାମଲାରେ ମାଷ୍ଟରମାଇଣ୍ଡ ସହ ୫ ଡକାୟତଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଙ୍ଗି ପୋଲିସ, କୋଲକାତାକୁ ଲମ୍ବିଛି ଡକାୟତି ଚେର
ଟାଂଗୀ:ଗତ ୨୫ ତାରିଖ ବିଳମ୍ବିତ ରାତିରେ ଟାଂଗୀ ପୋଲିସ ଅତର୍କିତ ଚଢାଉ କରି ମୂଲ୍ୟବାନ ପାଣି ପାଇପ ଡକାୟତି କରୁଥିବା ୮ ଜଣ ଡକାୟତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ ଟି ମୋବାଇଲ ୯ ଟି ପାଇପ ସମେତ ୩ଟି ମିଡିୟମ ଟ୍ରକ ସହ ଚୋରା ମାଲ ବୋଝେଇ କରିବା ପାଇଁ ଆସିଥିବା ଏକ ବିନା ପଞ୍ଜିକୃତ ହାଇଡ୍ରା ଜବତ କରାଯାଇଥିଲା। ଏହି ଡକାୟତି ର ଚେର ଖୋଜି ବାହାର କରିବା ପାଇଁ ଖୋର୍ଧା ଏସପି ଙ୍କ ନିର୍ଦେଶ କ୍ରମେ ତିନୋଟି ସ୍ପେଷାଲ ଟିମ ଗଠନ କରାଯାଇଥିଲା। ତେବେ ଟାଂଗୀ ପୋଲିସ ସଫଳତାର ସହ ଏହି ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ସମେତ ୫ ଜଣ ଡକାୟତ ଙ୍କୁ ଗିରଫ କରିବା ସହ ୪୦ଟି ମୂଲ୍ୟବାନ ପାଇପ ଏକ ମାରୁତି ସୁଇପଟ କାର ବ୍ୟାଙ୍କ ଆକାଉଣ୍ଟ ସମେତ ଅନେକ କିଛି ଜବତ କରିଥିବା ଆଜି ଟାଂଗୀ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ସୂଚନା ପ୍ରଦାନ କରିଛନ୍ତି । ଏହି ଡକାୟତି ଚେର କେବେଳ ଓଡିଶା ର ବିଭିନ୍ନ ଜିଲ୍ଲା ନୂହେଁ ଏହା କୋଲକାତା ପର୍ଯ୍ୟନ୍ତ ଲମ୍ବିଥିବା ମଧ୍ୟ ସେ ସୂଚନା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ସାଳିଆ ଡ୍ୟାମ ଠାରେ ଏକ ମେଗା ପାଣି ପ୍ରୋଜେକ୍ଟ କାମ ଚାଲିଛି। ଏହି ପ୍ରୋଜେକ୍ଟ ବାଣପୁର ଚିଲିକା ଓ ଟାଂଗୀ ବ୍ଲକ କୁ ସଂଯୋଗ କରୁଥିବା ରୁ ଏହି କାର୍ଯ୍ୟ ପାଇଁ ବିଭିନ୍ନ ଅଞ୍ଚଳରେ ମୂଲ୍ୟବାନ ଲୁହା ପାଣି ପାଇପ ଗଛିତ କରାଯାଇଛି। ଏହି ପାଇପ ଲୁଟ କରିବା ପାଇଁ ଏକ ଡକାୟତି ଦଳ କିଛି ଦିନ ହେଲା ନିଜକୁ କମ୍ପାନି ର କର୍ମଚାରି କହି ଜାଲ ଡକୁମେଣ୍ଟ କରି ବ୍ୟାପକ ଭାବେ ସେମାନଙ୍କର ଡକାୟତି ଚାଲୁ ରଖିଥିଲେ। ଗତ ୨୫ ତାରିଖ ବିଳମ୍ବିତ ରାତି ରେ ଟାଂଗୀ ଦୂର୍ଗାଚରଣ ଚିଲିକା ମହାବିଦ୍ୟାଳୟ ନିକଟରେ ଗଛିତ ଥିବା ପାଇପ ଲୁଟ ପାଇଁ ତିନୋଟି ଟ୍ରକ ସହ ଏକ ହାଇଡ୍ରା ମଧ୍ୟ ନିୟୋଜିତ ହୋଇଥିଲା।। ସୁରକ୍ଷା କର୍ମୀ ଙ୍କ ବାରଣ ସତ୍ବେ ବିଭିନ୍ନ ମାରଣାତ୍ସ ଦେଖାଇ ଲୁଟ କରାଯାଉଥିବା ବେଳେ କୌଣସି ସୂତ୍ରରୁ ଟାଂଗୀ ପୋଲିସ ଖବର ପାଇ ଆଠ ଜଣ ଡକାୟତ ଙ୍କୁ ଗିରଫ କରିଥିଲେ ମଧ୍ୟ ମାଷ୍ଟର ମାଇଣ୍ଡ ସମେତ ପାଞ୍ଚ ଜଣ ଫେରାର ହୋଇଯାଇଥିଲେ।

ଖୋର୍ଧା ଏସପି ଅଲେଖ ଚନ୍ଦ୍ର ପହି ଙ୍କ ନିର୍ଦେଶ କ୍ରମେ ତିନୋଟି ଟିମ ଗଠନ କରାଯାଇ କଟକ ପୁରୀ ଓ ଖୋର୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ୪୦ ଟି ଲୁହା ମୂଲ୍ୟବାନ ପାଇପ ,୧୦ ଟି ମୂଦା ଲଫାପା,ଏକ ମାରୁତି ସୁଜୁକି ସୁଇଫଟ କାର ଯାହାର ନମ୍ବର ଓଡି ୧୩ କେ ୩୧୧୪,ପାଞ୍ଚ ଟି ମୋବାଇଲ,ଗୋଟିଏ ଲାପଟପ,ଏକ ପେନ ଡ୍ରାଇଭ,ପୁରୀ ଗୁଣ୍ଡିଚା ମନ୍ଦିର (ନବକଳେବର ରୋଡ)ଷ୍ଟେଟ ବ୍ୟାଙ୍କ ର ଏକ ଆକାଉଣ୍ଟ ଯାହାର ନମ୍ବର ୨୦୩୦୮୭୨୦୦୨୩ ସମେତ ବହୁ ଜାଲି କାଗଜପତ୍ର ସିଲ ଷ୍ଟାମ୍ପ ଜବତ କରାଯାଇଥିବା ଜଣାପଡିଛିା ଏହି ଡକାୟତ ମାନେ କିଛି ଫେକ ଡକୁମେଣ୍ଟ ଦେଖାଇ ତଥା କର୍ମଚାରି ପରିଚୟ ଦେଇ ସେମାନଙ୍କର ଡକାୟତି ଜାଲ ବିଛାଇ ଚାଲିଥିଲେ ଯାହା କେବଳ ଖୋର୍ଧା ପୁରୀ କଟକ ସମେତ ଓଡିଶା ର ବିଭିନ୍ନ ଜିଲ୍ଲା ନୂହେଁ କୋଲକାତା ପର୍ଯ୍ୟନ୍ତ ଲମ୍ବିଥିବା ଏସଡିପିଓ ଶ୍ରୀ ବାରିକ ତଥା ତଦନ୍ତ ଦାୟିତ୍ବ ନିର୍ବାହ କରୁଥିବା ଟାଂଗୀ ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି। ଏହି ଡକାୟତି ଜିନିଷ ମଧ୍ୟ ବହୁ ବ୍ୟକ୍ତିି କିଣି ବ୍ୟବହାର କରିଦେଇଥିବା ଜଣାପଡିଛି ଓ ତାକୁ ମଧ୍ୟ ଜବତ କରାଯିବା ର ବ୍ୟବସ୍ଥା କରାଯାଉଥିବା ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ଟାଂଗୀ ପୋଲିସ ସଫଳତା ର ସହ ଏହି ଡକାୟତି ଦଳର ମାଷ୍ଟର ମାଇଣ୍ଡ କଟକ ଜିଲ୍ଲା ଜଗତପୁର ଥାନା ଅଧିନସ୍ଥ ପଦ୍ମପୁର ମହାନ୍ତି ସାହି ର ବରଦା ପ୍ରସନ୍ନ ମହାନ୍ତି ଙ୍କ କୁପୁତ୍ର ସତ୍ୟକାମ ଚିଦାନନ୍ଦ ମହାନ୍ତି ଓରଫ ସତ୍ୟ ,ପୁରୀ ସଦର ଥାନା କଣ୍ଠପୁର ର ସାନ୍ତନୁ କୁମାର ମହାରଣା,ବ୍ରହ୍ମଗିରି ଥାନା ଅଧିନସ୍ଥ ହାସିନିପୁର ର ବିରେନ କୁମାର ମହାନ୍ତି,କଣାସ ଥାନା ଅଧିନସ୍ଥ ଜଳିଆପଡା ର ଶ୍ରୀନିବାସ ମହାରଣା ଓ ସେହି କଣାସ ଥାନା ଅଧିନସ୍ଥ ଜଳିଆପଡା ର ସୂର୍ଯ୍ୟକାନ୍ତ ମହାରଣା ଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛିା

ଚଳନ୍ତା ଟ୍ରେନ ଧକ୍କାରେ ଦନ୍ତା ହାତୀ ଗୁରୁତର
ଟାଂଗୀ: ଆଜି ସନ୍ଧ୍ୟା ସମୟରେ ଭୂଷଣ୍ଡପୁର ରେଳ ଷ୍ଟେସନ ନିକଟରେ ଏକ ଚଳନ୍ତା ଟ୍ରେନ ଧକ୍କାରେ ଏକ ଦନ୍ତା ହାତୀ ଗୁରୁତର ହୋଇଥିବା ଜଣାପଡିଛିା। ଘଟଣାରୁ ପ୍ରକାଶ ଟାଂଗୀ ରେଞ୍ଜ ଅଧିନସ୍ଥ ଉଗ୍ରତାରା ଜଙ୍ଗଲ ଓ ଏହାର ଆଖପାଖ ଜଙ୍ଗଲରେ ରହୁଥିବା ହାତୀ ପଲ୍ଲ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣ ପାଇଁ ଜଙ୍ଗଲ ଛାଡି ବିଭିନ୍ନ ଗାଁ ଗହଳି ବିଲ ବାଡିରେ ଫସଲ ନଷ୍ଟ କରିବା ଏବେ ନିତିଦିନିଆ ଘଟଣା ହୋଇସାରିଛି।

ଆଜି ସନ୍ଧ୍ୟାରେ ଭୂଷଣ୍ଡପୁର ରେଳ ଷ୍ଟେସନ ନିକଟରେ ଥିବା ରେଳ ଧାରଣା ଅତିକ୍ରମ କରୁଥିବା ଗୋଟିଏ ହାତୀ ପଲ୍ଲ ମଧ୍ୟରୁ ଏକ ଦନ୍ତା ରେଳ ଧାରଣା ପାର ହେଉଥିବା ବେଳେ ଦୃତଗାମୀ ଟ୍ରେନ ସହ ଧକ୍କା ହୋଇଥିଲା । ଫଳରେ ଗୁରୁତର ଆଘାତ ପାଇଥିବା ହାତୀ ଟି ଜଙ୍ଗଲ ଅଭିମୂଖେ ପଳାଇଥିବା ସୂଚନା ମିଳିଛି। ଟାଂଗୀ ବଣ୍ୟପ୍ରାଣୀ ରେଞ୍ଜର ଚୁଡାରାଣି ମୂର୍ମୁ ଙ୍କ ସୂଚନା ଅନୂସାରେ ହାତୀ ଆହତ ହୋଇଥିବା ଖବର ପରେ ଘଟଣା ସ୍ଥଳରେ ବିଭାଗୀୟ କର୍ମଚାରି ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି ।

ଟାଂଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ମାଡ, ଦୁଇ ଗିରଫ
ଟାଂଗୀ :ଆଜି ସନ୍ଧ୍ୟା ସମୟରେ ଟାଂଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତର ସୁଭାସିଶ ଷଢଙ୍ଗୀ ଜଣେ ରୋଗୀକୁ ଆଉଟଡୋରରେ ଚିକିତ୍ସା କରୁଥିବା ସମୟରେ ଅନ୍ୟ ଜଣେ ରୋଗୀଙ୍କ ସ୍ବାମୀ ପହଞ୍ଚି ତାଙ୍କ ସ୍ତ୍ରୀ ଙ୍କୁ ଚିକିତ୍ସା କରିବାକୁ କହିଥିଲେ ତେବେ ଏହି ସମୟରେ ଉତ୍ୟକ୍ତ ଯୁବକ ତାଙ୍କ ସହିତ ଆସିଥିବା ଛଅ ଜଣରୁ ଅଧିକ ସମର୍ଥକ ଡାକ୍ତରଙ୍କ ସମେତ ଆଟେଣ୍ଡାଣ୍ଟ କୁ ନିସ୍ତୁକ ମାଡ ମାରିବା ସହିତ ଡାକ୍ତରଖାନା ପରିସରରେ ଲଙ୍କାକାଣ୍ଡ ଭିଆଇଥିବା ଜଣାପଡିଛିା। ଘଟଣା ସ୍ଥଳରେ ଟାଂଗୀ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛିା ତେବେ ଘଟଣା ସଂପର୍କରେ ଟାଂଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାତ୍ପ ଚିକିତ୍ସା ଅଧିକାରୀ ଡାକ୍ତର ଜିତେନ୍ଦ୍ର କୁମାର ସାହୁ ଖୋର୍ଧା ଜିଲ୍ଲାପାଳଙ୍କୁ ଘଟଣା ସଂପର୍କରେ ଅବଗତ କରିଥିବା ବେଳେ ରିପୋର୍ଟ ସଂଗ୍ରହ ବେଳକୁ ସ୍ବାସ୍ଥ୍ୟକେନ୍ଦ୍ର ର ସମସ୍ତ ଡାକ୍ତର ,କର୍ମଚାରିଙ୍କ ଯରୁରୀ ବୈଠକ ଚାଲିଥିବା ଜଣାପଡିଛିା

କୌଣସି ଅଧିକ ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଡାକ୍ତରଖାନା ପରାସରରେ ଆଇଆଇସି ବିଜୟ କୁମାର ମଲିକଙ୍କ ସମେତ ଫୋର୍ସ ଉପସ୍ଥିତ ଅଛନ୍ତି। ଘଟଣାରୁ ପ୍ରକାଶ ଯେ ଚାନ୍ଦପୁର ଶାସ୍ତ୍ର୍ରୀନଗର ର ନବ କିଶୋର ପ୍ରଧାନ ଅସୁସ୍ଥ ଥିବା ତାଙ୍କ ସ୍ତ୍ର୍ରୀ ଙ୍କ ଅବସ୍ଥା ଦେଖିବାକୁ ଆଉଟଡୋର ରେ ଚିକିତ୍ସା କରୁଥିବା ଡାକ୍ତର ଶୁଭାସିସ ଷଢଙ୍ଗୀ ଙ୍କୁ ଜଣାଇଥିଲେ।ତେବେ ଏହି ସମୟରେ ଡାକ୍ତର ଶ୍ରୀ ଷଢଙ୍ଗୀ ଅନ୍ୟ ଜଣ ଗୁରୁତରେ ଶିଶୁ ରୋଗୀ କୁ ଚିକିତ୍ସା କରୁଥିବା ତଥା ଡାକ୍ତରଖାନା କୁ ମାକସ୍ ଲଗାଇ ଆସ ବୋଲି ପରାମର୍ଶ ଦେଇଥିଲେ। ଏହି ଘଟଣାକୁ ନେଇ ଡାକ୍ତର ଓ ସଂପୃକ୍ତ ବ୍ୟକ୍ତିି ମଧ୍ୟରେ ଉଚବାଚ ହୋଇଥିଲା ଓ ଡାକ୍ତର ଶ୍ରୀ ଷଢଙ୍ଗୀଙ୍କୁ ନବ ହଠାତ ଆକ୍ରମଣ କରିଥିଲା । ଡାକ୍ତର ଶ୍ରୀ ଷଢଙ୍ଗୀ ଙ୍କ ବେକ ,ଆଖି ଓ ମୁହଁ ରେ ଆଘାତ ଲାଗିଥିବା ବେଳେ ଡାକ୍ତରଙ୍କୁ ଛଡାଇବାକୁ ଯାଇ ଏହି ଡାକ୍ତରଖାନା ର ଆଟେଣ୍ଡାଣ୍ଟ ଦିନବନ୍ଧୁ ବେହେରା ଙ୍କ ମୁଣ୍ଡ ରେ ଆଘାତ ଲାଗିଥିବା ଜଣାପଡିଛିା ଏଭଳି ତୁମୁଳ କାଣ୍ଡ ସମୟରେ ଉତ୍ୟକ୍ତ ଯୁବକଙ୍କ ଛଅ ରୁ ଅଧିକ ସମର୍ଥକ ମଧ୍ୟ ପରିସ୍ଥିତି କୁ ଉତେଜିତ କରିଥିବା କୁହାଯାଇଛି। ଏଭଳି ଲଙ୍କାକାଣ୍ଡ ସମୟରେ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ନବ କିଶୋର ପ୍ରଧାନ ଓ ତାଙ୍କ ପୁଅ ସିଲୁ କୁ କାବୁ କରିନେଇଥିବା ଜଣାପଡିଛିା।କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି କୁ ନଜରରେ ରଖି ଟାଂଗୀ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଦେହୁରୀ ପହଞ୍ଚି ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରୁଥିବା ବେଳେ ଆଇଆଇସି ଶ୍ରୀ ମଲିକ ଡାକ୍ତରଖାନା ପରିସରରେ ଉପସ୍ଥିତ ରହି ପରିସ୍ଥିତି ପ୍ରତି ନଜର ରଖିଥିବା ଜଣାପଡିଛିା।