Naxal Attack - The Sakala

ଛତିଶଗଡ଼ର କାଙ୍କେରରେ ଆଇଇଡି ବିସ୍ଫୋରଣରେ ୩ ଡିଆରଜି ଯବାନ ଶହୀଦ, ଜଣେ ଗୁରୁତର
ଛତିଶଗଡ଼: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଶନିବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଏକ ଆଇଇଡି (IED) ବିସ୍ଫୋରଣ ହେବା ଫଳରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRG) ର ୩ ଜଣ ଯବାନ ଶହୀଦ ହୋଇଯାଇଛନ୍ତି। ଏହି ଘଟଣାରେ ଅନ୍ୟ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ (ଡି-ମାଇନିଂ) ଅପରେସନ୍ ବେଳେ ଏହି ଦୁର୍ଘଟଣା ଘଟିଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ, କାଙ୍କେର-ନାରାୟଣପୁର ସୀମାନ୍ତ ଅଞ୍ଚଳରେ ଏହି ଘଟଣା ଘଟିଛି। ଛୋଟେବେଠିଆ ପୋଲିସ ଷ୍ଟେସନରୁ ଏକ ଟିମକୁ ଡି-ମାଇନିଂ, ଏରିଆ ଡୋମିନେସନ୍ ଏବଂ ସର୍ଚ୍ଚ ଅପରେସନ୍ ପାଇଁ ପଠାଯାଇଥିଲା। ଅପରେସନ୍ ସମୟରେ ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଏକ ଆଇଇଡିକୁ ନିଷ୍କ୍ରିୟ କରାଯାଉଥିବା ବେଳେ ହଠାତ୍ ତାହା ବିସ୍ଫୋରଣ ହୋଇଥିଲା। ଏହି ଶକ୍ତିଶାଳୀ ବିସ୍ଫୋରଣରେ ୪ ଜଣ ଡିଆରଜି ଯବାନ ଆହତ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଶହୀଦ ଯବାନମାନଙ୍କୁ ଇନ୍ସପେକ୍ଟର ସୁଖରାମ ବଟ୍ଟି, କନଷ୍ଟେବଲ କ୍ରିଷ୍ଣା କୋମରା ଏବଂ କନଷ୍ଟେବଲ ସଞ୍ଜୟ ଗଢପାଲେ ଭାବରେ ଚିହ୍ନଟ କରାଯାଇଛି। ସେହିପରି ଗୁରୁତର ଆହତ ହୋଇଥିବା ଅନ୍ୟ ଜଣେ ଯବାନ କନଷ୍ଟେବଲ ପରମାନନ୍ଦ କୋମରାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ଚିକିତ୍ସା ଜାରି ରହିଛି।

ଏହି ଘଟଣାକୁ ନେଇ ବସ୍ତର ରେଞ୍ଜର ଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ ନିକଟ ଅତୀତରେ ସୁରକ୍ଷା କର୍ମୀମାନେ ଗୁଇନ୍ଦା ସୂଚନା ଆଧାରରେ ଶହ ଶହ ଆଇଇଡି ଜବତ କରି ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି। ତେବେ ଅଞ୍ଚଳକୁ ସୁରକ୍ଷିତ କରିବା ପାଇଁ ଚାଲିଥିବା ଉଦ୍ୟମ ମଧ୍ୟରେ ଆଜିର ଏହି ଘଟଣା ଏକ ଦୁଃଖଦ ଦୁର୍ଘଟଣା ବୋଲି ସେ ଅଭିହିତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏପ୍ରିଲ ମାସ ଆରମ୍ଭରେ କାଙ୍କେର ଜିଲ୍ଲାର ସେହି ଛୋଟେବେଠିଆ ପୋଲିସ ଷ୍ଟେସନ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ମାଓବାଦୀଙ୍କ ଜଣେ ଏରିଆ କମାଣ୍ଡର ରୂପି ନିହତ ହୋଇଥିଲା। ତା' ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି କାଙ୍କେର ଏସପି ନିଖିଲ ରାଖେଚା ସୂଚନା ଦେଇଥିଲେ।

ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ, ୫ ଯବାନ୍ ଆହତ
ମାଲକାନଗିରି:ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ । ଟେରାମ୍‌- ଗୁଡୁମ୍‌ ଗାଁ ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଆହତ ସିଆରପିଫ୍‌ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଆଇଇଡି ଖଞ୍ଜିଥିବା ଜଣାପଡିଛି ।

ପୁଲିସ ଦ୍ବାରା ଜାରି ସୂଚନାନୁସାରେ ଆଜି ସକାଳ ଭୋର ସମୟରେ ଚିନ୍ନାଗେଲୁର ସିଆରପିଏଫ୍ କ୍ୟାମ୍ପରୁ ଯବାନମାନେ ଏରିଆ ଡୋମିନେସନ ପାଇଁ ଯାଇଥିଲେ। ଅପରେସନ ଚାଲିଥିବା ବେଳେ ପୂର୍ବରୁ ନକ୍ସଲମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ଘଟିଥିଲା ।

ସୂଚନାଯୋଗ୍ୟ ଯେ ନକ୍ସଲମାନଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ସଂସ୍ପର୍ଶରେ କେବଳ ପୁଲିସ କିମ୍ବା ସୁରକ୍ଷାବାହିନୀର ଯବାନଙ୍କୁ କ୍ଷତି ହେଉନାହିଁ ବଂର ସାଧାରଣ ଲୋକ ମଧ୍ୟ ଏହାର ଶିକାର ହେଉଛନ୍ତି। ପୁଲିସ ଅଧିକାରୀଙ୍କ ଦ୍ବାରା କୁହାଯାଉଛି ଯେ ଆହତ ଯବାନମାନଙ୍କୁ ପ୍ରାଥମିକ ଉପଚାର ପରେ ଉଚିତ ଚିକିତ୍ସା ନିମନ୍ତେ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଛତିଶଗଡ଼ର ବଡ଼ଧରଣର ନକ୍ସଲ ଆକ୍ରମଣ: ଆଇଡି ବିସ୍ଫୋରଣରେ ଉଡିଗଲା ଗାଡ଼ି, ୧୧ ଯବାନ ସହିଦ
ଦନ୍ତେୱାଡା: ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ । ଆକ୍ରମଣରେ ସହିଦ ହୋଇଛନ୍ତି ୧୧ ଯବାନ । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆରଜି ଯବାନ ଓ ଜଣେ ଡ୍ରାଇଭର । ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଥିଲା ଭୟଙ୍କର ଆଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଥିଲେ । ଭୟଙ୍କର ବିସ୍ଫୋରଣରେ ଯବାନଙ୍କ ଗାଡି ଉଡ଼ି ଯାଇଛି ।

ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ : ୨ ଜଣ ଏସ୍‌ଓଜି ଯବାନ ଗୁରୁତର
ବୌଦ୍ଧ: ବୌଦ୍ଧ-କନ୍ଧମାଳ ସୀମାରେ ମୁହାଁ ମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ। ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳିବିନିମୟ ଚାଲିଥିବା ନେଇ ଆଇଜି ଅମିତାଭ ଠାକୁର ସୂଚନା ଦେଇଛନ୍ତି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏହି ଗୁଳିବିନିମୟ ବେଳେ ୨ ଜଣ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ ପ୍ରସ୍ତୁତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ସେପଟେ ହେଲିକପଟର ଲ୍ୟାଣ୍ଡ କଲାପରେ ଯବାନଙ୍କୁ AIIMS କୁ ନିଆଯାଇଛି। ମାଓବାଦୀ ଲୁଚିଥିବା ସୂଚନା ମିଳିବା ପରେ ପୂରା ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏବେବି ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ଗୁଳି ବିନିମୟ। ଏଠାରେ କେକେବିଏନ ମାଓ ସଙ୍ଗଠନ ସକ୍ରିୟ ରହିଛି। ବୌଦ୍ଧ ଓ କନ୍ଧମାଳ ସୀମାନ୍ତରେ ଥିବା ନାରାୟଣପ୍ରସାଦ ଓ ଉମା ପଞ୍ଚାୟତ ନିକଟ ଜଙ୍ଗଲରେ ଅପରେସନ ଚାଲିଥିବା କୁହାଯାଉଛି। ମାଓ ବିରୋଧୀ ଅପରେସନରେ ଗୋଟିଏ ହେଲିକପ୍ଟର ସାମିଲ ଥିବା କୁହାଯାଉଛି।