Traffic Checking - The Sakala

ଭିଡ଼ ନାହିଁ କି ବାଡ଼ ନାହିଁ; ଘରକୁ ଯାଉଛି ଚାଲାଣ
ଭୁବନେଶ୍ବର : ଆଗରୁ ରାସ୍ତାଘାଟରେ ଅମାନିଆ ଗାଡ଼ି ଚାଳକଙ୍କୁ ଅଟକାଇବା ପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ବିଭିନ୍ନ ଛକରେ ବାଡ଼ ପକାଇ ଜରିମାନା ଆଦାୟ କରାଯାଉଥିଲା। କିନ୍ତୁ ରାଜଧାନୀ ରାସ୍ତାଘାଟର ଭିଡ଼ ବଢ଼଼ିବା ଯୋଗୁଁ କୌଣସି ଛକରେ ଯାନବାହନ ଅଟକାଇଲେ ରାସ୍ତା ଜାମ ହୋଇଯାଉଛି। ତେଣୁ କମିସନରେଟ୍‍ ପୁଲିସର ଟ୍ରାଫିକ୍‍ କନଷ୍ଟେବଳମାନେ ନିଜ ନିଜର ସ୍ମାର୍ଟଫୋନରେ ଫଟୋ ଉଠାଇ ଉପରିସ୍ଥିତି ଅଧିକାରୀଙ୍କ ନିକଟକୁ ପଠାଇ ଦେଉଛନ୍ତି। ଆଉ ଅମାନିଆ ଘରେ ପହଞ୍ଚିବା ଆଗରୁ ତା’ ମୋବାଇଲ ନମ୍ବରକୁ ଚାଲିଯାଉଛି ଜରିମାନା ବାବଦକୁ ଚାଲାଣ। ଏପରିସ୍ଥଳେ ପୁଲିସ ନା ଅଟକାଇ ରାସ୍ତା ଭିଡ଼ କରୁଛିି ନା କାହାକୁ ମାର୍‍ପିଟ କିମ୍ବା ଧମକ୍‍ ଚମକ୍‍ ଦେଉଛି। ବିନା ହେଲମେଟ୍‍, ମୋବାଇଲରେ ଗପିବା, ସିଟ୍‍ବେଲ୍ଟ, ରଙ୍ଗ୍‍ରୁଟ୍‍ ଭଳି ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ ଏହି ପନ୍ଥାକୁ ଆପଣେଇ ନେଇଛି କମିସନରେଟ୍‍ ପୁଲିସ।

ସେପଟେ ଏବେ ଗାଡ଼ି ଚଳାଚଳ ବଢ଼଼ିବା ସହ ମାନବସମ୍ବଳ ବୃଦ୍ଧି ହେବାରୁ ଚାଲାଣ ସଂଖ୍ୟା ବଢ଼଼ିଛି। ପୂର୍ବରୁ ଦୈନିକ ମାତ୍ର ୫୦୦ ଚାଲାଣ କଟାଯାଉଥିବା ବେଳେ ଏବେ ଏକ ହଜାର ଚାଲାଣ କଟାଯାଉଛି। ମାନବସମ୍ବଳ ବଢ଼଼ିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ଅର୍ଥାତ୍‍ ମୋବାଇଲରେ ଚାଲାଣ କାଟିବା ହେତୁ ଏହି ସଂଖ୍ୟା ବଢ଼଼ୁଛି। ପୂର୍ବରୁ ଚାଲାଣରେ କାଟିବା ପରେ କିଛି ପୁଲିସ କର୍ମଚାରୀ ଅର୍ଥ ଚଳୁ କରୁଥିବାର ଅଭିଯୋଗ ମଧ୍ୟ ହେଉଥିଲା। କିନ୍ତୁ ଇ-ଚାଲାଣ ହେବା ପରେ ଏଥିରେ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏନେଇ ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା କହିଛନ୍ତି, ରାଜଧାନୀରେ ଗାଡ଼ି ଚଳାଚଳ ବଢ଼଼ିବାରୁ ଟ୍ରାଫିକ ଯାଞ୍ଚକୁ ଗୁରୁତ୍ୱ ଦିଆଯାଉଛି। କରୋନା ଲାଗି ଟଙ୍କା ଗ୍ରହଣ କରା ନ ଯାଇ ଇ-ଚାଲାଣ କାଟିବା ଉପରେ ଗୁରୁତ୍ୱ ଦିଆଯାଉଛ ବୋଲି ସେ ସୂଚନା ଦେଇଛନ୍ତି। ମୋବାଇଲ ଯୋଗାଇବାକୁ ଦାବି ରାଜଧାନୀରେ ୫୦୦ରୁ ଅଧିକ ଟ୍ରାଫିକ କନଷ୍ଟେବଳ ଠିକାରେ କାର୍ଯ୍ୟ କରୁଛନ୍ତି।

ସକାଳୁ ସନ୍ଧ୍ୟା ଯାଏଁ କିଏ ଟ୍ରାଫିକ ନିୟନ୍ତ୍ରଣରେ ତ ଆଉ କିଏ ଚାଲାଣ କାଟିବାର ଦାୟିତ୍ୱ ଦିଆଯାଇଛି। ସେମାନଙ୍କୁ ମାସକୁ ୧୦ହଜାର ଟଙ୍କାରୁ କମ୍‍ ମିଳୁଛି। ତେବେ ଏହାରି ଭିତରେ ସେମାନଙ୍କୁ ମୋବାଇଲରେ ଫଟୋ ଉଠାଇବା ଲାଗି କୁହାଯାଇଛି। ସମସ୍ତ କନଷ୍ଟେବଳ ଅର୍ଥାତ୍‍ ନିକଟରେ ଚାଲାଣ କାଟିବାର କ୍ଷମତା ଦିଆଯାଇଥିବା ଗ୍ରାଜୁଏଟ୍‍ କନଷ୍ଟେବଳଙ୍କ ହାତରେ ଘଣ୍ଟାଘଣ୍ଟା ସ୍ମାର୍ଟଫୋନ୍‍ ଧରି ଅମାନିଆଙ୍କ ଫଟୋ ଉଠାଇବା ଦ୍ୱାରା ଚାଲାଣ କଟୁଛି। ହେଲେ ମାସକୁ ଏତେ କମ୍‍ ଦରମାରେ ସ୍ମାର୍ଟଫୋନ କିଣିବା ଅନେକଙ୍କ କ୍ଷେତ୍ରରେ ସମ୍ଭବ ହେଉନାହିଁ। ଜଣେ ଟ୍ରାଫିକ୍‍ କନଷ୍ଟେବଲ ନିଜ ନାମ ଗୋପନ ରଖି କହିଛନ୍ତି ଗୋଟିଏ ମାସର ଦରମାରେ ମୋବାଇଲ କିଣିବା ସମ୍ଭବ ନୁହେଁ। ଅଧିକାଂଶ କନଷ୍ଟେବଲ ଧାର କରଜ କରି ପୁରୁଣା ମୋବାଇଲ କିଣୁଛନ୍ତି।

ଟ୍ରାଫିକ୍‌ ଚେକିଂ ବେଳେ ହାବିଲଦାରଙ୍କ ମୁଣ୍ଡ ଉପରେ ଅଟୋ ଚଢ଼ାଇ ଦେଲା ମଦ୍ୟପ ଚାଳକ
ଭୁବନେଶ୍ୱର: ଟ୍ରାଫିକ୍‌ ଚେକିଂ ବେଳେ ହାବିଲଦାରଙ୍କ ମୁଣ୍ଡ ଉପରେ ଅଟୋ ଚଢ଼ାଇ ଦେଲା ମଦ୍ୟପ ଚାଳକ । ସଟ୍‌ଡାଉନରେ କାରୋନା ଚେକିଂ ବେଳେ ଅଘଟଣ। କଳ୍ପନା ଛକରେ ଚେକିଂ ବେଳେ ଅଟୋ ମାଡ଼ିଯିବାରୁ ହାବିଲଦାର ରଞ୍ଜନ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଆହତ ହାବିଲଦାର। କରୋନା କଟକଣା ମଧ୍ୟରେ ଅଟୋ ନ ଚଳାଇଲେ ଫାଇନ୍‌ ମଧ୍ୟ କଟାଯାଉଛି। ମଦ୍ୟପ ଚାଳକ ଚେକିଂ ସମୟରେ କଟକଣା ଭାଙ୍ଗିବାରୁ ତାଙ୍କୁ ହାବିଲଦାର ଜଣକ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚାଳକ ଜଣକ ବିକଳରେ ଯିବାକୁ ଚେଷ୍ଟା କରୁଥିବା ବେଳେ ହାବିଲଦାରଙ୍କ ଉପରେ ଅଟୋକୁ ଚଢ଼ାଇଦେଇଥିଲେ।