lemon water - The Sakala

ଅଧିକ ଲେମ୍ବୁ ପାଣି ପିଉଛନ୍ତି କି?
ଦୈନନ୍ଦିନ ଜୀବନରେ ସୁସ୍ଥ ଓ ନୀରୋଗ ରହିବାକୁ ସମସ୍ତେ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତି। ତେବେ ସମସ୍ତଙ୍କର ଖାଦ୍ୟ ରୁଚି ସମାନ ନୁହେଁ। ଅନେକ ବ୍ୟକ୍ତିଙ୍କର ନିୟମିତ ଚା’ ପିଇବା ଅଭ୍ୟାସ ରହିଛି । ଆଉ କିଛି ଚା’ ବଦଳରେ ଲେମ୍ବୁ ପାଣି ପିଇବାକୁ ଉଚିତ ମଣିଥାନ୍ତି। କାରଣ ଲେମ୍ବୁପାଣି ପିଇବା ଯୋଗୁଁ  ଶରୀରରେ ଜଳୀୟ ଅଂଶ ବୃଦ୍ଧିପାଇବା ସହ ଗରମରୁ ମୁକ୍ତି ମିଳିଥାଏ। ଏହା ସହିତ ଲେମ୍ବୁ ପାଣି ପିଇବା ଯୋଗୁଁ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ହେଲେ ଅନେକଙ୍କର ଅଧିକ ମାତ୍ରାରେ  ଲେମ୍ବୁପାଣି ପିଇବା ଅଭ୍ୟାସ ଥାଏ। ତେବେ  ଅତ୍ୟଧିକ ଲେମ୍ବୁପାଣି ପିଇବା ସ୍ବାସ୍ଥ୍ୟ ଲାଗି ହାନିକାରକ।

ଲେମ୍ବୁ ପାଣିରେ ଭିଟାମିନ୍‌ –ସି, ପଟାସିୟମ, ଫାଇବର ଆଦି ରହିଥାଏ। ତେଣୁ ଲେମ୍ବୁପାଣି ପିଇବା ଦ୍ବାରା ଆମର ହଜମ ପ୍ରକ୍ରିୟା ଠିକ୍‌ ଭାବେ ହୋଇଥାଏ। ହେଲେ ଏହାକୁ ଅଧÒକ ମାତ୍ରାରେ ପିଇବା ଦ୍ବାରା ବିଭିନ୍ନ ପ୍ରକାରର ପେଟଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଛାତିରେ ଜଳାପୋଡା ଅନୁଭବ ହେବା ସହ ଅର୍ଶ ସମସ୍ୟା ଦେଖାଯାଏ।

ଲେମ୍ବୁରେ ଅଧିକ ମାତ୍ରାରେ  ଅମ୍ଳୀୟ ଗୁଣ ଧିବା ଯୋଗୁଁ ମାତ୍ରାଧିକ ପାନ  ବିଭିନ୍ନ ପ୍ରକାରର ଦନ୍ତ ସମସ୍ୟା ସୃଷ୍ଟି କରେ । ତେଣୁ ଯେଉଁମାନଙ୍କର ଦନ୍ତ ସମସ୍ୟା ରହିଛି ସେମାନେ ଲେମ୍ବୁ ପାଣି ନପିଇବା ଭଲ।

ଖଟାଯୁକ୍ତ ଫଳ କିମ୍ବା ପାନୀୟ ସେବନ କରିବା ଦ୍ବାରା ଏହା ମାଇଗ୍ରେନ୍‌ ସମସ୍ୟାକୁ ବଢାଇ ଦେଇଥାଏ। କାରଣ ଏଥିରେ ପ୍ରଚୁରମାତ୍ରାରେ ଟାଇରାମାଇନ୍‌ ଥାଏ। ଯାହା ମୁଣ୍ଡବ୍ୟଥାର କାରଣ ହୋଇଥାଏ। ତେଣୁ ଏହି ସମସ୍ୟାରେ ଜଡିତ ଥିବା ବ୍ୟକ୍ତି ଅଧିକ ଲେମ୍ବୁ ପାଣି ପିଇବାଠୁ ଦୂରରେ ରହିବା ଭଲ।

ଓଜନ କମ୍‌ କରିବା  ଲକ୍ଷ୍ୟରେ ଅଧିକାଂଶ ବ୍ୟକ୍ତି ଲେମ୍ବୁପାଣି ପିଇଥାନ୍ତି। ହେଲେ ଏହା ଆମ ଶରୀରର ଗଣ୍ଠିରେ ଥିବା ରସକୁ ଅବଶୋଷିତ କରିଥାଏ । ଯାହା ଅସ୍ଥିରେ ସମସ୍ୟା ଆଣିଥାଏ। ତେଣୁ ଅଧିକ ଲେମ୍ବୁ ପାଣି ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ।