Music Therapy - The Sakala

Indian Idol Finalist: ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଫାଇନାଲିଷ୍ଟ ଜ୍ୟୋତିର୍ମୟୀଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ
ଭୁବନେଶ୍ୱର: ଲୋକପ୍ରିୟ ରିଆଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬'ର ଟପ୍-୫ ଫାଇନାଲିଷ୍ଟ ଜ୍ୟୋତିର୍ମୟୀ ନାୟକ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ଏବଂ ସ୍ମରଣୀୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସୋ'ର ଗ୍ରାଣ୍ଡ୍ ଫିନାଲେ ପୂର୍ବରୁ ସେ ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ ଭୁବନେଶ୍ୱରରେ ପହଂଚିଛନ୍ତି ।

ଜ୍ୟୋତିର୍ମୟୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ସେଠାରେ ତାଙ୍କ ପ୍ରଶଂସକ, ସମର୍ଥକ ଏବଂ ଶୁଭେଚ୍ଛୁମାନଙ୍କର ଏକ ବିରାଟ ଭିଡ଼ ଜମିଥିଲା। ପାରମ୍ପରିକ ବାଦ୍ୟ ଓ ଘଣ୍ଟର ତାଳେ ତାଳେ ତାଙ୍କୁ ଅତି ଉଷ୍ମ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରୁ ରସୁଲଗଡ଼ ଦେଇ ତାଙ୍କ ବାସଭବନ ପର୍ଯ୍ୟନ୍ତ ଏକ ବିରାଟ ରୋଡ୍ ସୋ'ର ଆୟୋଜନ କରାଯାଇଥିଲା, ଯେଉଁଥିରେ ଶତାଧିକ ପ୍ରଶଂସକ ସାମିଲ ହୋଇ ଜ୍ୟୋତିର୍ମୟୀଙ୍କ ଉତ୍ସାହ ବଢ଼ାଇଥିଲେ।

ଜ୍ୟୋତିର୍ମୟୀଙ୍କର ଏହି ଗୌରବମୟ ସଫଳତା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି। ନିଜର ସୁମଧୁର କଣ୍ଠସ୍ୱର ବ୍ୟତୀତ ଜ୍ୟୋତିର୍ମୟୀଙ୍କୁ ତାଙ୍କର ମହତ୍ କାର୍ଯ୍ୟ ପାଇଁ ମଧ୍ୟ ବେଶ୍ ପ୍ରଶଂସା ମିଳିଛି। ସେ କର୍କଟ (କ୍ୟାନ୍ସର) ରୋଗୀମାନଙ୍କୁ 'ମ୍ୟୁଜିକ୍ ଥେରାପି' ପ୍ରଦାନ କରି ସେମାନଙ୍କ ଜୀବନରେ ଆଶା ଓ ସାନ୍ତ୍ୱନାର ସଞ୍ଚାର କରିବାରେ ସକ୍ରିୟ ଭାବେ ଜଡ଼ିତ ରହିଛନ୍ତି। ଏହି ଅନନ୍ୟ ପ୍ରୟାସ ତାଙ୍କୁ ଅନ୍ୟ ପ୍ରତିଯୋଗୀଙ୍କଠାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର କରିପାରିଛି।

ଜ୍ୟୋତିର୍ମୟୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ତାଙ୍କ ସହିତ ରହିଛି। ଜାତୀୟ ସ୍ତରର ଏହି ସମ୍ମାନଜନକ ମଞ୍ଚରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଓଡ଼ିଶା ପାଇଁ ଗୌରବ ଆଣିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଗ୍ରାଣ୍ଡ୍ ଫିନାଲେରେ ସେ ବିଜୟୀ ହୋଇ ଓଡ଼ିଶାର ଟେକ ରଖିବେ ବୋଲି ସମଗ୍ର ରାଜ୍ୟବାସୀ ଆଶା ବାନ୍ଧିଛନ୍ତି।