Teacher Threatened - The Sakala

ସ୍କୁଲରେ ପଶି ଶିକ୍ଷକଙ୍କୁ ହତ୍ୟା ଧମକ ଦେବା ପଡିଲା ମହଙ୍ଗା: ଅଭିଯୁକ୍ତ ଅଭିଭାବକ ଥାନାରେ ଅଟକ
ପୁରୀ: ସ୍କୁଲରେ ପଶି ଶିକ୍ଷକଙ୍କୁ ହତ୍ୟା ଧମକ ଦେବା ପଡିଲା ମହଙ୍ଗା । ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସୁକଳ ହାଇସ୍କୁଲ ପରିସରରେ ଶିକ୍ଷକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ହତ୍ୟା ଧମକ ଦେବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଅଭିଭାବକଙ୍କୁ ଥାନାରେ ଅଟକ ରଖିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ସୁକଳ ଗ୍ରାମର ଅଂଶୁମାନ ବିଶ୍ୱାଳ। ସତ୍ୟବାଦୀ ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ବିଦ୍ୟାଳୟର ଖେଳ ଶିକ୍ଷକ ସୁରେଶ ସ୍ୱାଇଁ ନିଜ କାର୍ଯ୍ୟ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଅଂଶୁମାନ ବିଶ୍ୱାଳ ଅଭିଯୋଗ କରିଥିଲେ ଯେ ଶିକ୍ଷକ ଜଣକ ତାଙ୍କ ପୁଅକୁ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ଅଂଶୁମାନ ସ୍କୁଲ ପରିସରରେ ବେଆଇନ ଭାବେ ପ୍ରବେଶ କରିବା ସହ ଅନ୍ୟ ଶିକ୍ଷକ ଓ କର୍ମଚାରୀଙ୍କ ଉପସ୍ଥିତିରେ ଖେଳ ଶିକ୍ଷକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ସେ ଶିକ୍ଷକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ବିଦ୍ୟାଳୟର ଶିକ୍ଷାଦାନ ପରିବେଶରେ ବ୍ୟାଘାତ ସୃଷ୍ଟି କରିଥିଲେ।

ଏହି ଅଘଟଣ ପରେ ପୀଡ଼ିତ ଶିକ୍ଷକ ସୁରେଶ ସ୍ୱାଇଁ ତୁରନ୍ତ ସତ୍ୟବାଦୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ଦିନ ପୋଲିସ ଅଭିଯୁକ୍ତ ଅଂଶୁମାନ ବିଶ୍ୱାଳଙ୍କୁ ଅଟକ ରଖି ପଚରାଉଚରା କରୁଛି ।