DL Tests - The Sakala

କେନ୍ଦୁଝରରେ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ, ୬ଟି ପଦ୍ଧତିକୁ ଅତିକ୍ରମ କଲେ ମିଳିବ ଡିଏଲ୍
କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଶୁକ୍ରବାର ଠାରୁ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ (ଏଡିଟିଏସ୍‌) ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫୦ ଜଣଙ୍କ ଏଡିଟିଏସ୍ ପରୀକ୍ଷା ହୋଇଥିବା ସୂଚନା ମିଳିଛି। ଏହି ଏଡିଟିଏସ୍ ଟେଷ୍ଟିଂ ଟ୍ରାକ୍ ବ୍ୟବସ୍ଥାରେ ଶତ ପ୍ରତିଶତ ସ୍ୱଚ୍ଛତା ରକ୍ଷା କରାଯିବା ସହ ସିସି କ୍ୟାମେରା ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ ସଠିକ ଓ ନିର୍ଭୁଲ ଭାବେ ଯାଞ୍ଚ କରାଯାଉଛି । ଆଞ୍ଚଳିକ ପରିବହନ ବିଭାଗରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଏଡିଟିଏସ୍ ଶୁଭାରମ୍ଭ କରାଯାଇଛି।

ଏହି ଏଡିଟିଏସ୍ ଟ୍ରାକ୍ ବ୍ୟବସ୍ଥାରେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗରେ ଶତ ପ୍ରତିଶତ ସ୍ୱଚ୍ଛତା ରକ୍ଷା କରାଯିବା ସହ ଦଲାଲ ଓ ମଧ୍ୟସ୍ଥଙ୍କ ଭୂମିକାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଡିଟିଏସ୍‌ରେ ସିସି କ୍ୟାମେରା ଓ ଭିଡିଓ ଆନାଲିଟିକ୍ ସିଷ୍ଟମ ଜରିଆରେ ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ ସ୍ୱଚ୍ଛତାର ସହ ଓ ନିର୍ଭୁଲ ଭାବେ କରାଯାଉଛି। ଡ୍ରାଇଭିଂ ଟେଷ୍ଟିଂ ପାଇଁ ପରିବହନ ବିଭାଗ ପକ୍ଷରୁ ଯାହା ନିୟମ ରହିଛି ସେହି ନିୟମକୁ ପାଳନ କରି ୬ଟି ପଦ୍ଧତିକୁ ଅତିକ୍ରମ କରି ଗାଡି ଚଳାଇ ପାରିଲେ ଆବେଦନକାରୀଙ୍କୁ ତୁରନ୍ତ ପାସ କରାଯାଇଥିଲା।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀ ଅନଲାଇନ୍ ଜରିଆରେ ଆବେଦନ କରିବା ପରେ ପରିବହନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଟେଷ୍ଟିଂ ଟ୍ରାକରେ ଏଡିଟିଏସ୍ ଟେଷ୍ଟ କରାଯାଉଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀ ଅନଲାଇନ ମାଧ୍ୟମରେ ଆବେଦନ କରିବା ପରେ ପରିବହନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଟେଷ୍ଟିଂ ଟ୍ରାକରେ ଏଟିଡିଏସ୍ ପରୀକ୍ଷା କରାଯାଇଛି। ଯାହାଫଳରେ ଦକ୍ଷତାସମ୍ପନ୍ନ ଚାଳକଙ୍କୁ ଗାଡିଚାଳନା ଲାଇସେନ୍ସ ଯୋଗାଇ ଦିଆଯିବ।

ଏ ସମ୍ପର୍କରେ କେନ୍ଦୁଝର ଆରଟିଓ ଇଂ ଗୋପାଳ କୃଷ୍ଣ ଦାସ କହିଛନ୍ତି, ଏହି ଏଡିଟିଏସ୍ ସମ୍ପୂର୍ଣ୍ଣ କମ୍ପ୍ୟୁଟର ଜରିଆରେ ହେଉଛି। ସେଠାରେ ମୋଟ ୨୬ ଟି କ୍ୟାମେରା ଲାଗିଛି। ୬ଟି ସୋପାନରେ ଏହି ଏଡିଟିଏସ୍ ଟେଷ୍ଟିଂ ହେବ। ସେଗୁଡିକ ହେଲା ଓଭରଟେକିଂ, ଜେବ୍ରା କ୍ରସିଂ,ଏସ୍ ଟ୍ରାକ,ପାରାଲାଲ ପାର୍କିଂ,ଗ୍ରାଡିଏଣ୍ଟ ଏବଂ ଏଇଟ୍ (୮) ଟ୍ରାକ୍ ଆଦି ସବୁ ସିଷ୍ଟମରେ ଭିଜୁଆଲ ଆନାଲାଇଜ୍ କରାଯାଇ ଡ୍ରାଇଭିଂ ଟେଷ୍ଟ ହେବ। ଏଥିପାଇଁ ଚାଳକଙ୍କୁ ୬ଟି ଯାକ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିବ। ଯାହାକି ସିଷ୍ଟମ ଦ୍ୱାରା ପ୍ରଦର୍ଶିତ ହେବ। ଏଥିରେ ଗୋଟିଏ କେଉଁଥିରେ ବି ଫେଲ ହେଲେ ତାକୁ ଅକୃତକାର୍ଯ୍ୟ ଧରାଯିବ। ଚାଳକ ଜାଣିପାରିବ ସେ କେଉଁ ସୋପାନରେ ଫେଲ ହେଲେ । ସେଥିପାଇଁ ସେ ପ୍ରସ୍ତୁତ ହୋଇ ପୁନଃ ଏଡିଟିଏସ୍ ଟେଷ୍ଟିଂର ସମ୍ମୁଖୀନ ହେବ । ଏହା ସମ୍ପୂର୍ଣ୍ଣ ଭିଜୁଆଲ ଆନାଲିସିସ ଦ୍ୱାରା ସିଷ୍ଟମରେ ହେଉଥିବାରୁ ଏଥିରେ କୌଣସି ମାନୁଆଲ ହସ୍ତକ୍ଷେପ ରହିବ ନାହିଁ କି ମଧ୍ୟସ୍ଥି କିମ୍ବା ଦଲାଲଙ୍କ ଭୂମିକା ରହିବ ନାହିଁ । ସବୁଠାରୁ ବଡ କଥା ହେଲା ଏହା ଦ୍ୱାରା ଉତ୍ତମ ଅଭିଜ୍ଞ ଚାଳକ ସୃଷ୍ଟି ହେବା ସହ ଦୁର୍ଘଟଣା ହାର ହ୍ରାସ ପାଇବ ବୋଲି ଆଂଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।

ଜୁଲାଇରୁ ବଦଳିବ ଡିଏଲ୍‌ ନିୟମ: ଆର୍‌ଟିଓରେ ଦେବାକୁ ପଡିବନି ଟେଷ୍ଟ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପ୍ରସ୍ତୁତି ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। କାରଣ ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଡିଏଲ୍‌ ନିୟମ। ଏହି ନୂଆ ନିୟମ ଲାଗୁ ହେବା ପରେ ସବୁଠୁ ଅଧିକ ଫାଇଦାରେ ରହିବେ ସାଧାରଣ ଲୋକେ। ଏଣିକି ନୂଆ ଡିଏଲ୍‌ ଆମେଦନ କିମ୍ବା ନବୀକରଣ ପାଇଁ ଆଉ କାହାରିକୁ ଆରଟିଓ କାର୍ଯ୍ୟାଳୟର ଚକ୍କର କାଟିବାକୁ ପଡ଼ିବନାହିଁ। କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ତରଫରୁ ଏହି ନିୟମକୁ ଆସନ୍ତା ଜୁଲାଇ ପହିଲାରୁ ଦେଶବ୍ୟାପୀ ଲାଗୁ କରାଯିବ। ତେବେ ଡିଏଲ ପାଇଁ ଆବେଦନକାରୀ ଏବେ ଯେକୌଣସି ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ରେଜିଷ୍ଟ୍ରେସନ ବା ପଞ୍ଜିକରଣ କରିପାରିବେ।

ଯଦି ଆପଣ ନିଜର ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା କିମ୍ବା ନବୀକରଣ କରିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। କାରଣ କେନ୍ଦ୍ର ସରକାର ନୂଆ ଡ୍ରାଇଭିଂ ଲାଇସେନ୍ସ ନିୟମ ଲାଗୁ କରିବା ପରେ କାହାରିକୁ ଡିଏଲ୍‌ ପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)କୁ ଯିବାକୁ ପଡ଼ିବନାହିଁ। କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଂ ଲାଇସେନ୍ସ ଆମେଦନ ପ୍ରକିୟାକୁ ଆହୁରି ସହଜ ଓ ସରଳ କରିଦିଆଯାଇଛି। ଡ୍ରାଇଭିଂ ଲାଇସେନ୍ସ ସଂଶୋଧିତ ନିୟମ ଅନୁସାରେ ଏବେ ଆପଣଙ୍କୁ କୌଣସି ପ୍ରକାର ଡ୍ରାଇଭିଂ ଟେଷ୍ଟ ଆରଟିଓ ଯାଇ ଦେବାର ଆବଶ୍ୟକତା ପଡିବନି। ନୂଆ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ତିଆରି ପାଇଁ େଓ୍ଵଟିଂ ଲିଷ୍ଟର ଆଉ ସମସ୍ୟା ମଧ୍ୟ ରହିବ ନାହିଁ। ଏହାଦ୍ବାରା କୋଟି କୋଟି ଲୋକ ଏଭଳି ସମସ୍ୟାରୁ ମୁକ୍ତି ପାଇବେ।

ଡ୍ରାଇଭିଂ ଟ୍ରେନିଂ ସ୍କୁଲରୁ ଟ୍ରେନିଂ ନେବା ପରେ ଆପଣଙ୍କୁ ସେଠାରେ ଟେଷ୍ଟ ପାସ କରିବାକୁ ହେବ। ଟେଷ୍ଟ ପାସ କରିବା ପରେ ଆପଣଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ପ୍ରମାଣପତ୍ର କୁ ଆଧାର କରି ଆପଣଙ୍କର ଡିଏଲ ତିଆରି ହୋଇଯିବ। ଡ୍ରାଇଭିଂ ଲାଇସେନ୍ସ ପାଇଁ ମନ୍ତ୍ରାଳୟ ତରଫରୁ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଉଭୟ ଥିଓରି ଓ ପ୍ରାଟିକ୍ଟାଲ ଦୁଇଟି ସେସନ ରହିବ। ହାଲୁକା ମୋଟର ଯାନ ପାଇଁ କୋର୍ସର ଅବଧି ୪ ସପ୍ତାହ ରହିବ। ଯାହାକି ୨୯ ଘଣ୍ଟା ଚାଲିବ। ପ୍ରାକ୍ଟିକାଲ ପାଇଁ ଆପଣଙ୍କୁ ସଡ଼କ, ରାଜପଥ, ସହର ରାସ୍ତା, ଗାଁ ରାସ୍ତା, ରିଭର୍ସିଂ ଓ ପାର୍କିଂ ଆଦି ପ୍ରାକ୍ଟିକାଲ ପାଇଁ ୨୧ ଘଣ୍ଟାର ସମୟ ଦିଆଯିବ। ବାକି ୮ ଘଣ୍ଟା ଥିଓରି ପଢ଼ାଯିବ।

ସଡ଼କ ଓ ପରିବହନ ମନ୍ତ୍ରାଳୟ ତରଫରୁ ଟ୍ରେନିଂ ସେଣ୍ଟର ପାଇଁ କିଛି ଗାଇଡ଼ଲାଇନ୍ସ ଓ ସର୍ତ୍ତ ରଖାଯାଇଛି। ଦୁଇଚକିଆ, ତିନି ଚକିଆ ଓ ହାଲୁକା ମୋଟର ଗାଡ଼ିର ଟ୍ରେନିଂ ସେଣ୍ଟର ପାଇଁ ଅତି କମ୍‌ରେ ଗୋଟିଏ ଏକର ଜମି ଥିବା ଆବଶ୍ୟକ। ମାଲବହନ ଗାଡ଼ି ପାଇଁ ଟ୍ରେନି ଂ ସେଣ୍ଟର ପାଖରେ ଦୁଇ ଏକର ଜମି ରହିଥିବା ଜରୁରୀ। ଟ୍ରେନରଙ୍କ ଶିକ୍ଷାଗତ ଯୋଗ୍ୟତା +୨ ପାସ ହୋଇଥିବା ଆବଶ୍ୟକ। ଏହାସହ ତାଙ୍କ ପାଖରେ ୫ ବର୍ଷର ଗାଡ଼ି ଚାଳନା ଅଭିଜ୍ଞତା ରହିଥିବା ଜରୁରୀ। ପାଠ୍ୟକ୍ରମକୁ ୨ଟି ଥିଓରି ଓ ପ୍ରାକ୍ଟିକାଲରେ ଭାଗ କରାଯାଇଛି।

ଟ୍ରେନିଂ ସେଣ୍ଟରରେ ବାୟୋମାଟ୍ରିକ ସିଷ୍ଟମ ରହିବା ଜରୁରୀ। ମଧ୍ୟମ ଓ ଭାରୀ ଯାନ ପାଇଁ ୬ ସପ୍ତାହରେ ୩୮ ଘଣ୍ଟା କୋର୍ସ କରିବାକୁ ପଡ଼ିବ। ଏଥିରେ ୮ ଘଣ୍ଟା ଥିଓରି ଓ ୩୦ ଘଣ୍ଟା ପ୍ରାକ୍ଟିକାଲ ହେବ ।

୯ଜିଲ୍ଲାରେ ଡିଏଲ୍‍ ଟେଷ୍ଟ ୧୩ରୁ
କଟକ : କରୋନା ଲକଡାଉନ କୋହଳ ହେବା ପରେ ବିଭିନ୍ନ ଜିଲ୍ଲାରେ ଡିଏଲ ଟେଷ୍ଟ ଓ ସ୍ଲଟ ବୁକିଂ ଆରମ୍ଭ ହୋଇଥିଲେ ହେଁ ‘ବି’କାଟାଗୋରିରେ ରହିଥିବା ୧୦ଟି ଜିଲ୍ଲାରେ ଏହା ଆରମ୍ଭ ହୋଇପାରି ନଥିଲା। ଆସନ୍ତା ୧୦ତାରିଖରୁ ୧୦ରୁ ୯ଟି ଜିଲ୍ଲାରେ ଡିଏଲ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ। ପୁରୀରେ ରଥଯାତ୍ରା ପାଇଁ କଟକଣା ଥିବାରୁ ଉପରୋକ୍ତ ତାରିଖରେ ଡିଏଲ ସ୍ଲଟ ବୁକିଂ ସେବା ଆରମ୍ଭ ହୋଇପାରିବ ନାହିଁ। ଏସଂକ୍ରାନ୍ତରେ ଆଜି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଏଲ ଟେଷ୍ଟ ବି କାଟାଗୋରିରେ ରହିଥିବା ପୁରୀ ବ୍ୟତୀତ ବାକି ୯ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲାରେ ଆସନ୍ତା ୧୩ତାରିଖ ଠାରୁ ପୁଣି ଆରମ୍ଭ ହେବ।

ତେବେ ପୁରୀରେ ଏହା ୧୪ତାରିଖଠାରୁ ଆରମ୍ଭ କରାଯିବ। ସେହିପରି ‘ଏ’ କାଟାଗୋରିରେ ଥିବା ବାକି ୨୦ଟି ଜିଲ୍ଲାରେ ପୂର୍ବରୁ ଗତ ଜୁନ ୨୨ ଓ ଜୁଲାଇ ୬ତାରିଖରୁ ଏହି ସେବା ଆରମ୍ଭ ହୋଇସାରିଛି। ତେବେ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ଓ ଏହାର ସ୍ଲଟ୍‌ ବୁକିଂ ପାଇଁ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନରେ ରହିଥିବା କୌଣସି ଆବେଦନକାରୀଙ୍କୁ ଟେଷ୍ଟ ଦେବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଛି। ପୂର୍ବରୁ ସରକାର ଗତ ଏପ୍ରିଲ ୨୨ତାରିଖରୁ ଡିଏଲ ଓ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ବାତିଲ କରିଥିବା ବେଳେ ଟେଷ୍ଟ ପାଇଁ ଫି’ ପଇଠ କରିଥିବା ଆବେଦନକାରୀଙ୍କ ଫି’ ବୈଧ ରହିବ ବୋଲି କୁହାଯାଇଛି।