Twitter - The Sakala
ଡାଉନ ହେଲା 'ଏକ୍ସ', କ୍ଲାଉଡଫ୍ଲେୟାର ତ୍ରୁଟି ପାଇଁ ହୋଇଛି ସମସ୍ୟା....
ନୂଆଦିଲ୍ଲୀ: ଡାଉନ ହୋଇଯାଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'। ହଜାର ହଜାର ୟୁଜରମାନେ ବ୍ୟବହାର କରିବାରେ ଅସମର୍ଥ ହୋଇଛନ୍ତି। ଲଗଇନ କରିବାରେ ସମସ୍ୟା ଦେଖା ଦେଇଛି। ଏହା କ୍ଲାଉଡଫ୍ଲେୟାରରେ (Cloudflare) ଏକ ବୈଷୟିକ ତ୍ରୁଟି ଯୋଗୁଁ ୱେବର କିଛି ଅଂଶ କାମ କରିବା ବନ୍ଦ ହୋଇଥିବା ଜଣାପଡ଼ିଛି। କ୍ଲାଉଡଫ୍ଲେୟାର ମଧ୍ଯ ଏହି ସମସ୍ୟାକୁ ସ୍ୱୀକାର କରିଛି।
କ୍ଲାଉଡଫ୍ଲେୟାର ହେଉଛି ଏକ ଇଣ୍ଟରନେଟ୍ ଭିତ୍ତିଭୂମି (Internet infrastructure) ଯାହା ଆଜିର ଅନଲାଇନ୍ ଅନୁଭୂତି ପାଇଁ ଅନେକ ମୁଖ୍ୟ ବୈଷୟିକ ଜ୍ଞାନ (core technologies) ଯୋଗାଇଥାଏ। ଉଦାହରଣସ୍ୱରୂପ, ଏଥିରେ ୱେବସାଇଟଗୁଡ଼ିକୁ ସାଇବର ଆକ୍ରମଣରୁ ରକ୍ଷା କରିବା ଏବଂ ଅଧିକ ଟ୍ରାଫିକ୍ ସମୟରେ ମଧ୍ୟ ସେଗୁଡ଼ିକୁ ଅନଲାଇନରେ ରଖିବା ପାଇଁ ଉପକରଣଗୁଡ଼ିକ ଅନ୍ତର୍ଭୁକ୍ତ।
କମ୍ପାନୀ ଏକ ନୂତନ ଅପଡେଟରେ କହିଛି ଯେ, କ୍ଲାଉଡଫ୍ଲେୟାର ଏକ ସମସ୍ୟା ବିଷୟରେ ଅବଗତ ଅଛି ଏବଂ ଏହାର ଅନୁସନ୍ଧାନ କରୁଛି, ଯାହା ବହୁ ସଂଖ୍ୟକ ଗ୍ରାହକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ଅଧିକ ତଥ୍ୟ ଉପଲବ୍ଧ ହେଲେ ଅଧିକ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି।
ଉପଭୋକ୍ତାଙ୍କୁ କୁହାଯାଇଛି ଯେ, କ୍ଲାଉଡଫ୍ଲେୟାରର ନେଟୱର୍କରେ ଏକ ଆଭ୍ୟନ୍ତରୀଣ ସର୍ଭର ତ୍ରୁଟି (internal server error) ଅଛି। ଏଥିରେ ଉପଭୋକ୍ତାମାନଙ୍କୁ  କିଛି ମିନିଟ୍ ପରେ ପୁଣି ଚେଷ୍ଟା କରନ୍ତୁ ବୋଲି ଅନୁରୋଧ କରାଯାଇଥିଲା କ୍ଲାଉଡଫ୍ଲେୟାର ସାରା ବିଶ୍ୱର କମ୍ପାନୀଗୁଡ଼ିକୁ ଏହାର ଇଣ୍ଟରନେଟ୍ ଭିତ୍ତିଭୂମି ସେବା ଯୋଗାଇଥାଏ।
ବଦଳିଲା ‘ଏକ୍ସ’ର ଡୋମେନ୍‌: ଟ୍ବିଟରଡଟ୍‌କମ୍‌ ହେଲା ‘ଏକ୍ସଡଟ୍‌କମ୍‌’
ନୂଆଦିଲ୍ଲୀ: ବିଶ୍ୱର ଜଣାଶୁଣା ସୋସିଆଲ ମିଡିଆ ‘ଏକ୍ସ’ରେ ହୋଇଛି ବଡ଼ ଧରଣର ପରିବର୍ତ୍ତନ। ଏ ନେଇ ମାଲିକ ଏଲନ୍‌ ମସ୍କ ଘୋଷଣା କରିଛନ୍ତି। ବଦଳିଲା ‘ଏକ୍ସ’ର ଡୋମେନ୍‌ ନାମ। ପ୍ଲାଟଫର୍ମ ପୂର୍ବରୁ ଟ୍ବିଟର ଭାବରେ ଏହା ବେଶ ଜଣାଶୁଣା। ଏହାର ୱେବସାଇଟ ୟୁଆରଏଲ୍‌କୁ ଟ୍ବିଟର ଡଟ କମ୍‌ରୁ ଏକ୍ସ ଡଟ୍‌ କମ୍‌କୁ ପରିବର୍ତ୍ତନ କରାଯାଇଛି। ମସ୍କକୁ ଜୁଲାଇ ୨୦୨୩ ରେ ଏହି ପ୍ଲାଟଫର୍ମକୁ ନିଜ ଅଧିନରେ ଆଣିଲା ପରେ ଏହି ପରିବର୍ତ୍ତନ ହୋଇଛି। ଏକ୍ସ ପଛରେ ଥିବା ଟିମ ଏକ ବର୍ଷଧରି ୟୁଆରଏଲ୍‌ର ପରିର୍ତ୍ତନ ଉପରେ କାର୍ଯ୍ୟ କରିଆସୁଥିଲେ। କମ୍ପାନୀ ଏହାର ଅଫିସିଆଲ ସାଇଟରେ ପୋଷ୍ଟ କରି ଏକ ନୋଟରେ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରି କହିଛି ଯେ, ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆମେ ଆମର ୟୁଆରଏଲ ପରିବର୍ତ୍ତନ କରୁଛୁ। କିନ୍ତୁ ଆପଣଙ୍କର ସମ୍ପୂର୍ଣ୍ଣ ଡାଟା ସୁରକ୍ଷା ପାଇଁ ସମସ୍ତ ସେଟିଂ ସମୂହ ପୂର୍ବ ଭଳି ସମାନ ରହିଛି।
ମସ୍କ ତାଙ୍କର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ଯେ, ପୂର୍ବରୁ ଥିବା ସମସ୍ତ ସିଷ୍ଟମ ଏହି ଏକ୍ସରେ ଉପଲବ୍ଧ, ଏହାର ଫିଚରରେ କୌଣସି ପ୍ରକାର ଫିଚର ପରିବର୍ତ୍ତନ କରାଯାଇନାହିଁ। ଏଲନଙ୍କ ରକେଟ କମ୍ପାନୀ, ସ୍ପେସ ଏକ୍ସପ୍ଲାରେସନ ଟେକ୍ନୋଲୋଜି କର୍ପ ସ୍ପେସ ଏକ୍ସ ଭାବରେ ବିଶ୍ୱରେ ପରିଚିତ।
ସମଲେଇ ପ୍ରକଳ୍ପ ଲୋକାର୍ପିତ: ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି #JaiMaaSamlei
ଭୁବନେଶ୍ବର: ଆଜି ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ । ରୂପାନ୍ତରଣ ସ୍ପର୍ଶରେ ଝଲସୁଛି ମାଆ ସମଲେଇଙ୍କ ପୀଠ। ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସମଲେଇ ମନ୍ଦିର ପ୍ରକଳ୍ପ ଲୋକାର୍ପଣ ହେବା ପରେ ପ୍ରକଳ୍ପ ବୁଲି ଦେଖିଥିଲେ ନବୀନ ପଟ୍ଟନାୟକ। ସମଲେଇ ପ୍ରକଳ୍ପ ଉତ୍ସବକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଉତ୍ସାହ। ଏହି ଉତ୍ସାହ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ‘JaiMaaSamlei’ । ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ ବାସ୍ତବତା ଯାଏ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କୁ ପ୍ରଶଂସା କରୁଛନ୍ତି।
ଜାଣନ୍ତୁ ଏହି‌ ପ୍ରକଳ୍ପରେ ହୋଇଛି କ’ଣ?
୧. ମାଆଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ
ମାଆଙ୍କ ମନ୍ଦିର ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯାଇଛି।  ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ ହୋଇଛି । ଭକ୍ତମାନେ ପୂର୍ବ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ବାହାରକୁ ବାହାରିବେ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ ଏବଂ ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯାଇଛି । ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯାଇଛି ।
୨.  ୪ ଏକରରୁ ୩୮ ଏକର
ସମଲେଇ ପ୍ରକଳ୍ପର ପ୍ରାଥମିକ ଦିଗ ମଧ୍ୟରୁ ପ୍ରଥମଟି ହେଉଛି, ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣ।  କେବଳ ୪ ଏକର ପରିସରରେ ରହିଥିଲା ମା’ଙ୍କ ମୂଳମନ୍ଦିର । 5T ରୂପାନ୍ତରଣ ପରେ ଆଜି ପ୍ରାୟ ୩୮ଏକରର ପରିବ୍ୟାପ୍ତ ଅଞ୍ଚଳରେ ଝଲସୁଛି ମାତା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର । ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ ହୋଇଛି। ଏହା ମନ୍ଦିର ପରିସରକୁ ପ୍ରାକୃତିକ ଭାବରେ ସୁନ୍ଦର କରିପାରିଛି। ପ୍ରତ୍ୟେକଟି ନୂତନ ନିର୍ମାଣ ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ ହୋଇଛି। ଏହି ପଥର ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ଭାବେ ବିଭିନ୍ନ କାରୁକାର୍ଯ୍ୟରେ ଶୋଭା ପାଉଛି। ପଶ୍ଚିମ ଓଡ଼ିଶାର ସମ୍ୱଲପୁରୀ କଳାକୃତିକୁ ମନ୍ଦିର ପରିସରରେ ବିଶେଷ ରୂପେ ଧ୍ୟାନ ଦିଆଯାଇଛି। ଏହି ପରିସରରେ ହୋଇଥିବା ପ୍ରତିଟି ନିର୍ମାଣରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଭବ୍ୟ ରୂପାନ୍ତରଣରେ ନିର୍ମିତ ହୋଇଥିବା ପ୍ରବେଶ ଦ୍ୱାର, ମନ୍ଦିର କାର୍ଯ୍ୟାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍‌, ଜୋତା ଷ୍ଟାଣ୍ଡ ଆଦିକୁ ମନ୍ଦିର ନିର୍ମାଣ ଶୈଳୀ ସହ ସମାନ୍ତରାଳ ଭାବେ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି।
୩. ପରିକ୍ରମା
ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯାଇଛି । ସ୍ଥାନୀୟ ଜଳବାୟୁ ଓ ସଂସ୍କୃତିକୁ ଦୃଷ୍ଟିରେ ରଖି ପରିକ୍ରମା  ପଥରେ ଛାୟାପ୍ରଦ ବୃକ୍ଷ ରୋପଣ କରାଯାଇଛି।
୪. ଶ୍ରଦ୍ଧାଳୁଙ୍କୁ ସର୍ବୋତ୍ତମ ସୁବିଧା
ପର୍ଯ୍ୟଟକଙ୍କ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଙ୍ଗ ଜୋନ୍‌, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା କରାଯାଇଛି  । ତା ସହିତ ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବ୍‌ଧ ହୋଇଛି ।
୫. ସେବାୟତ ପରିବାର ପାଇଁ ବାସଗୃହ
ମନ୍ଦିର ନିକଟରେ ରହୁଥିବା ସେବାୟତ ମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯାଇଛି  ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧାର ବିକାଶ କରାଯାଇଛି ।
୬.ମନ୍ଦିର ଓ ମହାନଦୀ ସଂଯୋଗ ରାସ୍ତା
ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ  ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯାଇଛି ।
୭. ମହାନଦୀ ଆଳତୀ
ମହାନଦୀ ଘାଟକପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେସ୍କ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମାଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯାଉଛି । ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେଉଛି ।
୮. ରିଙ୍ଗ ରୋଡ ବିକାଶ
ବର୍ତ୍ତମାନର ରିଙ୍ଗ ରୋଡକୁ ଚଉଡା କରାଯାଉଛି ଏବଂ ସେଥିରେ ସ୍ବତନ୍ତ୍ର ଭାବରେ ନଦୀ କୂଳେ କୂଳେ ଚଲାପଥ  ଓ ଅବସର ସୁବିଧା କରାଯାଇଛି।
୯. ନଦୀ କୂଳର ବିକାଶ
ମହାନଦୀ କୂଳର ଯୋଜନାବଦ୍ଧ ଭାବରେ ବିକାଶ କରାଯାଉଛି ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କର  ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ ପ୍ଲାଟଫର୍ମର ବ୍ୟବସ୍ଥା କରାଯାଇଛି।ତାସହିତ ପର୍ଯ୍ୟଟକ ମାନଙ୍କୁ ମହାନଦୀର ଦୃଶ୍ୟ ଅବଲୋକନ ପାଇଁ ପ୍ୟାଭିଲିୟନ, ପ୍ଲାଜା ଓ ଡେକ୍‌ ଆଦି ନିର୍ମାଣ କରାଯାଉଛି । ପୁରୁଣା ଦିନ ଭଳି ମହାନଦୀରୁ ମନ୍ଦିର ସ୍ପଷ୍ଟ ଦେଖାଯାଉଛି ।
୧୦. ଦିବ୍ୟ ଅନୁଭବ ପ୍ରାପ୍ତିକୁ ଗୁରୁତ୍ବ
ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିଲେ ଯେଉଁଭଳି ଭାବେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପ୍ରାପ୍ତ କରିପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଯେଉଁଭଳି ଭାବେ ଭକ୍ତମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଧାଡ଼ିରେ ଛିଡ଼ା ହେବା ପାଇଁ ଉପଯୁକ୍ତ ଛାୟାଯୁକ୍ତ ସ୍ଥାନ, ଧାଡ଼ି ପାଇଁ ଉପଯୁକ୍ତ ରେଲିଂ, ଜୋତା ଷ୍ଟାଣ୍ଡ, ପାନୀୟ ଜଳ, ଶୌଚାଳୟ, ପାର୍କିଂ ସ୍ଥଳ ଆଦିର ନିର୍ମାଣ ହୋଇଛି। ମନ୍ଦିର ନିକଟରେ ରହିଥିବା ପୋଖରୀର ଜୀର୍ଣ୍ଣୋଧାର କରାଯାଇ ମା’ଙ୍କ ଭକ୍ତିର ଛାପ ଦିଆଯାଇଛି। ନିର୍ମିତ ହୋଇଥିବା ୱାଚ୍‌ ଟାୱାର୍‌ରୁ ଭକ୍ତ ଶ୍ରଦ୍ଧାଳୁମାନେ ଏହି ସମସ୍ତ ଅଭିନବ ଦୃଶ୍ୟକୁ ଉପଭୋଗ କରିପାରିବେ। ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ପାର୍କିଂ ସ୍ଥଳରୁ ମା’ଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରୀ ଚାଳିତ ଯାନର ବ୍ୟବସ୍ଥା କରାଯାଇଛି। ମା’ଙ୍କର ନବରାତ୍ର ପୂଜା, ଅଖଣ୍ଡ ଦୀପ ସମ୍ପାଦନ ଓ ସ୍ୱତନ୍ତ୍ର ଶ୍ରେଣୀୟ ପର୍ବ ପାଇଁ ଧ୍ୟାନ ଦିଆଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମହାନଦୀ ଆରତି ମାଧ୍ୟମରେ ପ୍ରକୃତି ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟର ନିର୍ଦ୍ଦେଶ ପାଇଁ ସ୍ୱତନ୍ତ୍ର ମହାନଦୀ ଆରତି ଘାଟ ନିର୍ମାଣ କରାଯାଇଛି।
୧୧. ପର୍ଯ୍ୟଟନ ଓ ଅର୍ଥନୀତି ବଢ଼ିବ
ସମଲେଇ ପ୍ରକଳ୍ପ ମାଧ୍ୟମରେ ସମ୍ୱଲପୁର ତଥା ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଠାରେ ନିର୍ମାଣ ହୋଇଥିବା ଭେଣ୍ଡିଙ୍ଗ ଜୋନ୍‌ରେ ମୋଟ ୮୨ଟି ଦୋକାନ ଗୃହର ନିର୍ମାଣ ହୋଇଛି। ତନ୍ମଧ୍ୟରୁ ୧୪ଟି ଦୋକାନ ଗୃହ ମନ୍ଦିରର ପୂଜକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
୧୨. ପାଣ୍ଡିଆନଙ୍କ ସମର୍ପଣ ଭାବ
ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ଭବ୍ୟ ଓ ବିଶାଳ ରୂପାନ୍ତରଣ ଫାଇଭ-ଟି ମନ୍ତ୍ରର ସଫଳତା ଉଦାହରଣ। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ମା’ ସମଲେଇଙ୍କ ପ୍ରତି ଭକ୍ତି , ସମର୍ପଣ ଓ ଶ୍ରଦ୍ଧା ରହି ଆସିଛି । ସେ ଲଗାତାର ଭାବେ ସମଲେଇ ପ୍ରକଳ୍ପର ମନିଟରିଂ କରି ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ବାସ୍ତବିକତାର ରୂପ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମା’ ସମଲେଇଙ୍କ ପ୍ରତି ଥିବା ଅଗାଢ଼ ଭକ୍ତି ଓ ପଶ୍ଚିମ ଓଡ଼ିଶା ପ୍ରତି ଥିବା ଅଶେଷ ସ୍ନେହ ଓ ଶ୍ରଦ୍ଧା ଏବଂ ସମୃଦ୍ଧିର ସେନାପତି କାର୍ତ୍ତିକ ପାଣ୍ଡିଆନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ହିଁ ଏହି ପ୍ରକଳ୍ପ ସମ୍ଭବ ହୋଇପାରିଛି
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ସର୍ଭର ଡାଉନ୍‌
ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ର ସର୍ଭର ଡାଉନ୍‌ ହୋଇଛି। ଗୁରୁବାର ସକାଳୁ ଢ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ସମସ୍ୟା ଉପୁଜିଛି । ସାଇଟ ଡାଉନ ହେବା ଯୋଗୁଁ ୟୁଜର୍ସ ଅନେକ ହଇରାଣ ହେଉଛନ୍ତି । ସମସ୍ୟାଟି ସମଗ୍ର ବିଶ୍ୱବ୍ୟାପୀ ଦେଖାଯାଉଥିବା ଜଣାପଡିଛି।
ଯାହାଫଳରେ ୟୁଜର୍ସମାନେ ଅନେକ ଅସୁବିଧାର ସାମ୍ନା ହେବା ସହିତ ଏନେଇ ଅଭିଯୋଗ ମଧ୍ୟ କରୁଛନ୍ତି । ଏପରିକି ‘ଏକ୍ସ’ରେ ଟ୍ୱିଟର ଡାଉନ୍ ବୋଲି ଟ୍ରେଣ୍ଡ ହେବାରେ ମଧ୍ୟ ଲାଗିଛି । ସର୍ଭର ଡାଉନ୍ ହେବା କାରଣରୁ ୟୁଜର୍ସମାନେ ‘ଏକ୍ସ’ରେ ପୋଷ୍ଟ ସେୟାର କରିପାରୁନାହାଁନ୍ତି । ‘ଏକ୍ସ’ ଖୋଲିଲେ କେବଳ ‘ୱେଲକମ୍ ଟୁ ଏକ୍ସ’ ଲେଖା ହେଇଥିବା ନଜର ଆସୁଛି । ଉଭୟ ଫୋନ୍ ଏବଂ ୱେବରେ ୟୁଜର୍ସମାନେ ଏହି ଅସୁବିଧାର ସାମ୍ନା କରୁଛନ୍ତି ।
ସୂଚନାଯୋଗ୍ୟ ଆଜି ସକାଳ ୧୦.୪୯ ମିନିଟରୁ X ସାଇଟ ଡାଉନ ରହିଛି । X ଖୋଲିବା ସମୟରେ, Welcome ଲେଖା ହୋଇଛି କିନ୍ତୁ ଏହା ପରେ କୌଣସି ପୋଷ୍ଟ ଦେଖାଯାଉନି । ଉଭୟ ମୋବାଇଲ୍ ଏବଂ ଡେସ୍କଟପ୍ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉଭୟ ଭେରିଫାଇଡ ଓ ନନ୍ ଭେରିଫାଇଡ ଉଭୟଙ୍କ ପାଇଁ ଅସୁବିଧା ହୋଇଛି ।
ଟୁଇଟର ୟୁଜର୍ସଙ୍କ ପାଇଁ ନୂଆ କଟକଣା: ଏଣିକି ଦିନକୁ ୧୦ ହଜାର ପୋଷ୍ଟ ପଢ଼ି ପାରିବେ ଭେରିଫାଏଡ ଆକାଉଣ୍ଟ
ନୂଆଦିଲ୍ଲୀ: ଟ୍ୱିଟର ବ୍ୟବହାରକାରୀଙ୍କ ଏଲନ୍ ମସ୍କ ଆଣିଛନ୍ତି ପୁଣି ଏକ ନୂଆ ନିୟମ। ଏକ ନୂଆ ଆଦେଶ ଜାରି କରି ଏଲନ୍ ମସ୍କ ତିନୋଟି ନିୟମ ବିଷୟରେ କହିଛନ୍ତି। ନୂଆ ନିର୍ଦେଶ ଅନୁସାରେ, ଏବେ ଟ୍ୱିଟରରେ ମନ ଇଛା ପୋଷ୍ଟ କରିବା ଓ ପଢିବା ଉପରେ ଲାଗିବ ରୋକ । ଏଣିକି ଟ୍ୱିଟର୍‌ରେ ଦିନକୁ କେତେ ପୋଷ୍ଟ ଦେଖି ପାରିବେ? ତା’ର ସୀମା ନିର୍ଦ୍ଧାରଣ କରିଛନ୍ତି ଏଲନ ମସ୍କ । ଡାଟା ଚୋରି ଓ ସିଷ୍ଟମ ଜାଲିଆତିକୁ ରୋକିବାକୁ ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ କଟକଣା ଲଗାଯାଇଛି । ଅସ୍ଥାୟୀ ଭାବେ ଏହି କଟକଣା ଲାଗୁ କରାଯାଉଥିବା ଟ୍ୱିଟ କରି ଜଣାଇଛନ୍ତି ଏଲନ ମସ୍କ । ଭେରିଫାଏଡ ଆକାଉଣ୍ଟ ଦିନକୁ ୧୦ ହଜାର ପୋଷ୍ଟ ପଢ଼ି ପାରିବେ। ସେହିପରି ଭେରିଫାଏଡ ହୋଇ ନଥିବା ଆକାଉଣ୍ଟଧାରୀ ଦିନକୁ ୧ ହଜାର ଓ ନୂଆ କରି ଖୋଲିଥିବା ବା ନୂଆ ଅନଭେରିଫାଏଡ ଆକାଉଣ୍ଟଧାରୀ ସର୍ବାଧିକ ୫୦୦ଟି ପୋଷ୍ଟ ପଢ଼ି ପାରିବେ। ପୂର୍ବରୁ ଭେରିଫାଏଡ୍ ଆକାଉଣ୍ଟ ଦିନକୁ ୬ ହଜାର, ଅନଭେରିଫାଏଡ୍ ଆକାଉଣ୍ଟଧାରୀ ୬୦୦ ଓ ନୂଆ ଆକାଉଣ୍ଟଧାରୀ ସର୍ବାଦିକ ୩୦୦ଟି ପୋଷ୍ଟ ପମି ପାରିବେ ବୋଲି ଟ୍ୱିଟ୍ କରିଥିଲେ ମସ୍କ ।
ବିଭିନ୍ନ ସଂଗଠନ ଟ୍ୱିଟର ତଥ୍ୟକୁ ବେଶ୍ ସକ୍ରିୟ ଭାବେ ଚୋରି କରୁଥିବା ଅଭିଯୋଗ ରହିଛି । ଏହାଦ୍ୱାରା ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡ଼ୁଛି । ସେ ଓପନଏଆଇ, ଚ୍ୟାଟଜିପିଟି ଭଳି କୃତ୍ରିମ ବୃଦ୍ଧିର କମ୍ପାନୀଗୁଡ଼ିକ ଉପରେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଟ୍ୱିଟର ତଥ୍ୟକୁ ଏହି କମ୍ପାନୀଗୁଡ଼ିକ ନେଇ ସେମାନଙ୍କ ଭାଷାର ମଡେଲରେ ବ୍ୟବହାର କରୁଥିବା କହିଥିଲେ ।
ଖୁବଶୀଘ୍ର ଟ୍ବିଟର୍‌ CEO ପଦ ଛାଡିବେ ଏଲନ୍‌ ମସ୍କ, ଜଣେ ମହିଳା ସମ୍ଭାଳିପାରନ୍ତି ଏହି ପଦ
ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ବିଟର୍‌ CEO ପଦ ଛାଡିବେ ଏଲନ୍‌ ମସ୍କ । ପାଦ ଛାଡିବା ନେଇ ନିଜେ ଏଲନ୍‌ ମସ୍କ କରି ସୂଚନା ଦେଇଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ନୂତନ ସିଇଓ ନିଯୁକ୍ତି ହେବା ନେଇ ମସ୍କ ସୂଚନା ଦେଇଛନ୍ତି । ଏଥିସହ ଜଣେ ମହିଳା ଟ୍ୱିଟରର ପରବର୍ତ୍ତୀ ସିଇଓ ପଦ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି ମସ୍କ । ନିଜେ ସିଇଓ ପଦରୁ ଇସ୍ତଫା ଦେବା ପରେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବେ ବୋଲି ମଧ୍ୟ ସେ ଟ୍ୱିଟ କରିଛନ୍ତି ।
ଗତ ଅକ୍ଟୋବର ମାସରେ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପରଠୁ ଚର୍ଚ୍ଚାରେ ରହି ଆସୁଥିବା ମସ୍କ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିବା ପରେ କିଏ ଏହି ପଦ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏନେଇ ଟ୍ୱିଟ କରି ମସ୍କ କହିଛନ୍ତି, ମୁଁ ଏହା ଘୋଷଣା କରି ଖୁବ୍‌ ଉତ୍ସାହିତ ଯେ ଜଣେ ମହିଳା ଏହି ପଦ ସମ୍ଭାଳିବେ। ଉକ୍ତ ମହିଳାଙ୍କ ସନ୍ଧାନ ସରିଛି ଏବଂ ତାଙ୍କୁ ନିଯୁକ୍ତି ମଧ୍ୟ ଦିଆସରିଛି। ଆସନ୍ତା ୬ ସପ୍ତାହରେ ସମଗ୍ର ବିଶ୍ୱ ତାଙ୍କୁ ଦେଖିବ ଓ ସେ ହେବେ ଟ୍ୱିଟରର ନୂଆ ସିଇଓ ।
ନୂଆଦିଲ୍ଲୀ : ଭାରତର ସବୁଠୁ ବଡ଼ ନ୍ୟୁଜ୍ ଏଜେନ୍ସି ANIର ଆକାଉଣ୍ଟକୁ ଲକ୍ କରିଦେଇଛି ଟ୍ବିଟର। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ଚଳାଇବା ପାଇଁ ସର୍ବନିମ୍ନ ବୟସ ମାନଦଣ୍ଡ ପୂରଣ ନକରିବାରୁ ଟ୍ୱିଟର ଏସୀୟ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ANI) ର ଆକାଉଣ୍ଟକୁ ଳକ୍‌ କରିଥିବା କାରଣରେ ଦର୍ଶାଇଛି। ଏନେଇ ANI ସମ୍ପାଦକ ସ୍ମିତା ପ୍ରକାଶ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଟ୍ବିଟରେ ANIର ଆକାଉଣ୍ଟ ଦୃଶ୍ୟମାନ ଦେଉନାହିଁ। ANIର ଏହି ଟ୍ବିଟର ଆକାଉଣ୍ଟରେ ୭୬ ଲକ୍ଷରୁ ଅଧିକ ଫଲୋଅର୍ସ ରହିଥିଲେ।
Attention @TwitterSupport @TwitterIndia can you restore the ANI handle please. We are not under 13years of age! https://t.co/50ZJShiZRs
— Smita Prakash (@smitaprakash) April 29, 2023
ANI ସମ୍ପାଦକ ସ୍ମିତା ପ୍ରକାଶ ଟ୍ବିଟ ମାଧ୍ୟମରେ ଟ୍ବିଟର ପକ୍ଷରୁ ANIର ଆକାଉଣ୍ଟ ବ୍ଳକ ପରେ ପଠାଯାଇଥିବା ମେଲର ସ୍କ୍ରିନସଟ ସେୟାର କରିବା ସହ ANI ର ଟ୍ବିଟର ହ୍ୟାଣ୍ଡେଲ ଲକ୍ ହୋଇଥିବାର ଏକ ଫଟୋ ସେୟାର କରିଛନ୍ତି। ମେଲରେ ଲେଖା ଅଛି, “ଏକ ଟ୍ୱିଟର ଆକାଉଣ୍ଟ ଖୋଲିବାକୁ, ଆପଣଙ୍କୁ ଅତି କମରେ ୧୩ ବର୍ଷ ହୋଇଥିବା ଆବଶ୍ୟକ | ଟ୍ୱିଟର ସ୍ଥିର କରିଛି ଯେ ତୁମେ ଏହି ବୟସ ଆବଶ୍ୟକତା ପୂରଣ କରୁନାହଁ, ତେଣୁ ତୁମର ଆକାଉଣ୍ଟ ଲକ୍ ହୋଇଯାଇଛି ଏବଂ ଟ୍ୱିଟରରୁ ହଟାଇଦିଆଯାଇଛି। ”
ANI ର ଟ୍ୱିଟର ଆକାଉଣ୍ଟ ଅଦୃଶ୍ୟ ହେବାର କିଛି ମିନିଟ୍ ପରେ, ସ୍ମିତା ପ୍ରକାଶ ଟ୍ୱିଟ୍ କରି କହିଛନ୍ତି, “ଯେଉଁମାନେ ANI  ଖବରକୁ ଅନୁସରଣ କରନ୍ତି ସେମାନଙ୍କ ପାଇଁ ଏକ ଖରାପ ଖବର, ଟ୍ୱିଟର ଭାରତର ସର୍ବବୃହତ ସମ୍ବାଦ ଏଜେନ୍ସିକୁ ଲକ୍‌ କରିଦେଇଛି। ଯେଉଁଥିରେ ୭୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ଏହି ମେଲ୍ ପଠାଇଛନ୍ତି । ଆମର ବୟସ ୧୩ବର୍ଷରୁ କମ୍! ପ୍ରଥମେ ଆମର ଗୋଲଡେନ୍‌ ଟିକ୍‌କୁ ନେଇଥିଲେ। ଏହାପରେ ଆମେ ନୀଳ ଟିକ୍‌କୁ ଫେରିଥିଲୁ। କିନ୍ତୁ ଏବେ ଆମର ଆକାଉଣ୍ଟକୁ ହିଁ ଲକ୍‌ କରିଦେଲେ ବୋଲି ANI ସମ୍ପାଦକ ସ୍ମିତା ପ୍ରକାଶ ଟ୍ବିଟରେ ଲେଖିଛନ୍ତି।
୮ ଦିନ ମଧ୍ୟରେ ସବସ୍କ୍ରିପଶନ ଫି ନଦେଲେ ଟୁଇଟରରୁ ହଟିଯିବ ପୁରୁଣା ବ୍ଲୁ ଟିକ
ଓ୍ବାଶିଂଟନ: ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟରକୁ ଅଧିଗ୍ରହଣ କରିବାପରେ ଏହାର ମାଲିକ ଟୁଇଟରର ବ୍ଲୁ ଟିକକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତାଜା ସୂଚନା ଅନୁଯାୟୀ, ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁମାନଙ୍କ ନିକଟରେ ବ୍ଲୁ ଟିକ ସବସ୍କ୍ରିପଶନ ନାହିଁ, ସେମାନଙ୍କ ହ୍ୟାଡରରୁ ୨୦ ଏପ୍ରିଲରୁ ବ୍ଲୁ ଟିକ ହଟାଇ ଦିଆଯିବ। ସୂଚନାଯୋଗ୍ୟ, ୧ ଏପ୍ରିଲରେ ବ୍ଲୁ ବ୍ୟାଜ ହଟାଇବାର ଖବର ଆସିଥିଲା।
ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରଠୁ ଟ୍ବିଟରରେ କିଛିନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି କ୍ରମରେ ଟ୍ବିଟରରେ ଏକ ବଡ଼ ପରିବର୍ତ୍ତନ ହୋଇଥିଲା। କିଛିଦିନ ତଳେ ଏଲନ ମସ୍କ ଟ୍ବିଟର ଲୋଗୋ ବଦଳାଇଥିଲେ । ନୀଳ ପକ୍ଷୀ ବଦଳରେ ‘ଡଗି’  ନୂଆ ଲୋଗୋ ରଖିଥିଲେ। ଏହି ‘ଡଗି’ ଲୋଗୋଟି କ୍ରିପ୍ଟୋକରେନ୍ସିର ଡଜ କଏନ ସହିତ ସମାନ ରହିଥିଲା। ପୁଣି ଥରେ ଏହି ‘ଡଗି’ ଲୋଗୋକୁ ହାଟାଇ ଦେଇଛନ୍ତି ଏଲନ ମସ୍କ। ପୁଣି ଆଉ ଥରେ ‘ନୀଳ ଚଢେଇ’କୁ ଟ୍ବିଟରର ଲୋଗ ରଖାଯାଇଛି।
ସୂଚନା ଅନୁଯାୟୀ, ଏଲନ୍ ମସ୍କଙ୍କ ନୂଆ ଲୋଗା ‘ଡଗି’ ରଖିବା ପରେ କ୍ରେପ୍ଟୋ କରେନ୍ସୀ ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ଟ୍ୱିଟରରେ ‘ଡଗି’ ଛବି ଲାଗିବା ପରେ ଡଜ କଏନର ବଢିଥିବା । ଏବେ ‘ଡଗି’ ଲୋଗୋ ହଟିବା ପରେ ଡଜ କଏନ ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଟ୍ୱିଟରର ଲୋଗୋ ବଦଳିବା ସହିତ ଡଜ କଏନ ମୂଲ୍ୟରେ ପ୍ରାୟ ୯ ପ୍ରତିଶତ ପର୍ଯ୍ଯନ୍ତ ହ୍ରାସ ହୋଇଛି।
ଖବର ଅନୁଯାୟୀ, ମାତ୍ର କିଛି ଦିନ ଆଗରୁ ଟ୍ୱିଟର ତାର ଲୋଗୋ ବଦଳାଇଥିଲା। ଚଢେଇ ସ୍ଥାନରେ ଏକ କୁକୁରର ମୁହଁ ଲଗେଇଥିଲା। ଟ୍ୱିଟର ହୋମ ପେଜ ଲୋଗୋକୁ ଡଗ୍ ମିମରେ ବଦଳେଇବା ପରେ ଡଜକଏନ ମୂଲ୍ୟରେ ପାଖାପାଖି ୩୦ ପ୍ରତିଶତ ପର୍ଯ୍ଯନ୍ତ ବୃଦ୍ଧି ହୋଇଥିଲା। ତେବେ ଟ୍ୱିଟରରୁ ‘ଡଗି’ ଲୋଗୋ ହଟିବା ପରେ କ୍ରେଫ୍ଟୋ ବଜାର ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି।
ନୂଆଦିଲ୍ଲୀ : ଏଲୋନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରଠୁ ଟ୍ବିଟରରେ କିଛିନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି କ୍ରମରେ ଟ୍ବିଟରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏଲନ ମସ୍କ ଟ୍ବିଟର ଲୋଗୋ ବଦଳାଇଛନ୍ତି । ନୀଳ ପକ୍ଷୀ ବଦଳରେ ‘ଡଗି’  ନୂଆ ଲୋଗୋ ରହିଛି। ଏହି ‘ଡଗି’ ଲୋଗୋଟି କ୍ରିପ୍ଟୋକରେନ୍ସିର  ଡଜ କଏନ ସହିତ ସମାନ ରହିଛି।
pic.twitter.com/wmN5WxUhfQ
— Elon Musk (@elonmusk) April 3, 2023
ସୂଚନା ଅନୁଯାୟୀ, ଗତକାଲି ୟୁଜର୍ସମାନେ ଟ୍ବିଟରରେ ଏ ପରିବର୍ତ୍ତନ ଦେଖିଥିଲେ ।  ହଠାତ୍ ଟ୍ବିଟରର ଲୋଗୋ ନୀଳ ପକ୍ଷୀ ଗାଏବ ହୋଇଯାଇଥିଲା । ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ି ଯାଇଥିଲେ । ଏହାର କିଛି ସମୟ ପରେ ନିଜେ ଏଲନ ମସ୍କ ଏନେଇ ଟ୍ବିଟ୍ କରି ସୂଚନା ଦେଇଥିଲେ। ଟ୍ବିଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ଏ କାରର ଡ୍ରାଇଭିଂ ସିଟରେ ଗୋଟିଏ କୁକୁର ବସିଥିଲା ​​ଏବଂ ଟ୍ରାଫିକ ପୁଲିସର ହାତରେ ଲାଇସେନ୍ସ ଥିଲା। ଯେଉଁଥିରେ ନୀଳ ପକ୍ଷୀର ଫଟୋ ଥିଲା। କୁକୁର କହୁଥିଲା ଏହା ଏକ ପୁରୁଣା ଫଟୋ ।
ଟୁଇଟର ପେଡ୍ ସବସ୍କ୍ରିପସନ: ବ୍ଲୁ-ଟିକ୍ ସର୍ଭିସ ପାଇଁ ୟୁର୍ଜସଙ୍କୁ ଦେବାକୁ ପଡ଼ିବ ୬୫୦ ଟଙ୍କା
ନୂଆଦିଲ୍ଲୀ : ଭାରତରେ ଆରମ୍ଭ ହେଲା ଟୁଇଟର ପେଡ୍ ସବସ୍କ୍ରିପସନ ସେବା । ଟୁଇଟର ବ୍ଲୁ-ଟିକ୍ ସର୍ଭିସ ପାଇଁ ୟୁର୍ଜସଙ୍କୁ ଦେବାକୁ ପଡ଼ିବ ୬୫୦ ଟଙ୍କା । ବ୍ଲୁ-ଟିକ ପାଇଁ ଓ୍ବେବ ୟୁଜର୍ସ ମାସକୁ ୬୫୦ ଟଙ୍କା ଓ ମୋବାଇଲ ୟୁଜର୍ସ ୯ଶହ ଟଙ୍କା ଦେବେ । ବାର୍ଷିକ ସବସ୍କ୍ରିପସନ ପାଇଁ ୟୁଜର୍ସଙ୍କୁ ୬ହଜାର ୮ଶହ ଟଙ୍କା ଦେବାକୁ ପଡ଼ିବ । ବ୍ଲୁ-ଟିକ ସବସ୍କ୍ରାଇବରଙ୍କୁ ଟୁଇଟ ଏଡିଟ ଅପସନ, ୧୦୮୦ ପିକ୍ସେଲର ଭିଡିଓ ଅପଲୋଡ ଓ ରିଡର ମୋଡ ଆକ୍ସେସ ମିଳିବ । ଏହାସହ ୟୁଜର୍ସଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ । ଏହାଛଡ଼ା ୪ହଜାର ଓ୍ବାର୍ଡ ପର୍ଯ୍ୟନ୍ତ ଟୁଇଟ ପୋଷ୍ଟ କରିବାର ସୁବିଧା ମଧ୍ୟ ମିଳିବ ।
ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ଏଲନ ମସ୍କ କିଣିବା ପରେ ସେବାରେ ଅନେକ ପରିବର୍ତ୍ତନ କରାଯାଇଛି । ଫଳରେ ଟୁଇଟରର କିଛି ଅତିରିକ୍ତ ସେବା ପାଇଁ ବ୍ୟବହାରକାରୀଙ୍କୁ ଚାର୍ଜେସ ଦେବାକୁ ହେବ । କିଛିଦିନ ପୂର୍ବରୁ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଜାପାନରେ ବ୍ଲୁଟିକ ସେବା ଆରମ୍ଭ କରିଥିଲା ଟୁଇଟର । ସେପଟେ ଆଜି ସକାଳୁ ବିଭିନ୍ନ ରାଷ୍ଟ୍ରରେ ଟୁଇଟର, ଇନଷ୍ଟା, ଫେସବୁକ ସର୍ଭିସ ଡାଉନ ହୋଇଛି । ଆମେରିକାରେ ବ୍ୟବହାରକାରୀ ଅଧିକ ପ୍ରଭାବିତ ହୋଇଥିବା ବେଳେ ନୂଆ ପୋଷ୍ଟ କରିବା ପାଇଁ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି । ତେବେ ଏହାର ସମାଧାନ ପାଇଁ ଚେଷ୍ଟା ଚାଲିଛି ବୋଲି କହିଛି ଟୁଇଟର ସପୋର୍ଟ ଟିମ୍ ।
୨୦ କୋଟି ଟୁଇଟର ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ୍, ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ସନ୍ଦେହ
ନୂଆଦିଲ୍ଲୀ: ସାବଧାନ ଟୁଇଟର ୟୁଜର୍ସ । ‘ଟୁଇଟର’ ରୁ ହ୍ୟାକ୍ ହେଉଛି ଆପଣଙ୍କ ଇମେଲ ଆଇଡି । ମାଇକ୍ରୋବ୍ଲଗିଗଂ ସାଇଟ୍ ଟୁଇଟର ବ୍ୟବହାରକାରୀଙ୍କ ଇ-ମେଲ ଆଇଡି ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ । ୨୦ କୋଟିରୁ ଅଧିକ ଟୁଇଟର ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ୍ ହୋଇଥିବା ଜଣାପଡିଛି । ‘ଟୁଇଟର୍‌’ ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ କରାଯିବା ପରେ ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରାଯାଇଛି ।
ଲିକ୍‌ ହୋଇଥିବା ଡାଟା ବୁଧବାର ଦିନ ଉକ୍ତ ହ୍ୟାକର୍‌ ଫୋରମ୍‌ରେ ପ୍ରସାରିତ ହୋଇଥିଲା। ତାହାର କେତେକ ସ୍କ୍ରିନ୍‌ସଟ୍‌ ସମ୍ପ୍ରତି ଅନ୍‌ଲାଇନ୍‌ରେ ପ୍ରସାରଣ ହେଉଛି। ଏତେସଂଖ୍ୟକ ଇ-ମେଲ ହ୍ୟାକିଂ ଯୋଗୁ ଫିସିଂ ଓ ଡକ୍ସିଂ ଭଳି ମାମଲା ବଢ଼ିବ ବୋଲି ଇସ୍ରାଏଲ ସାଇବର ସିକ୍ୟୁରିଟି ମନିଟରିଂ ଫାର୍ମ ହୁଡସନ ଲିଙ୍କଡ-ଇନ୍ ରେ ପୋଷ୍ଟ କରିଛନ୍ତି । ଡାଟା ଲିକର ଦୁଇ ସପ୍ତାହ ପରେ ବି ୟୁଜର୍ସଙ୍କ ଇ-ମେଲ ହ୍ୟାକକୁ ନେଇ ଟ୍ବିଟର ପକ୍ଷରୁ କିଛି ଟିପ୍ପଣୀ ରଖାଯାଇନାହିଁ । ଅନଲାଇନ ହ୍ୟାକିଂ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଇମେଲ ଟ୍ବିଟରରୁ ହିଁ ଚୋରି ହୋଇଛି ବୋଲି ବ୍ରିଚ୍ ନୋଟିଫିକେସନ ସାଇଟ ହାବ ଆଇ ବିନ୍ ପନଡର ନିର୍ମାତା କହିଛନ୍ତି ।