Lifeguards - The Sakala

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଶୃଙ୍ଖଳିତ ରଥଟଣା ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀରେ ପୋଲିସ ବିଭାଗ ଏବଂ ଲାଇଫଗାର୍ଡଙ୍କ ମକ୍ ଡ୍ରିଲ୍
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି । ଏହି ସମୟରେ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସୁରକ୍ଷା ଅଭ୍ୟାସ ବା ମକ୍‌ଡ୍ରିଲ୍‌ । ପୁରୀ ବେଳାଭୂମିରେ ଲାଇଫଗାର୍ଡମାନଙ୍କ ଦ୍ୱାରା ଏକ ଜରୁରୀକାଳୀନ ମକ୍ ଡ୍ରିଲ୍ ବା ପୂର୍ବାଭ୍ୟାସ କରାଯାଇଛି। ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ କିପରି ତୁରନ୍ତ ଉଦ୍ଧାର କରାଯିବ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରାଯିବ, ସେନେଇ ଏହି ଅଭ୍ୟାସ କରାଯାଇଛି। ସେହିପରି ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପୋଲିସ ବିଭାଗ ପକ୍ଷରୁ ରଥଟଣାର ଏକ ସ୍ୱତନ୍ତ୍ର ମକଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଘରୋଇ ଲାଇଫଗାର୍ଡ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତିକୂଳ ପରିସ୍ଥିତିରେ କିପରି କାର୍ଯ୍ୟ କରିବାକୁ ହେବ ଏବଂ ଜୀବନ ରକ୍ଷା କରାଯିବ, ସେ ନେଇ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଥିଲା। ଏହି ମକ୍ ଡ୍ରିଲ୍ ସମୟରେ, ଲାଇଫଗାର୍ଡମାନେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କ ନିକଟରେ ଶୀଘ୍ର ପହଞ୍ଚିବା, ସେମାନଙ୍କୁ ସମୁଦ୍ରରୁ ଉଦ୍ଧାର କରିବା ଏବଂ ବେଳାଭୂମିରେ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବାର ଅଭ୍ୟାସ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ, କୌଣସି ବି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ହେଉଛି ଏହାର ମୂଳ ଲକ୍ଷ୍ୟ।

ସେହିପରି ପୋଲିସ ବିଭାଗ ପକ୍ଷରୁ ଅଭ୍ୟାସ କାର୍ଯ୍ୟକ୍ରମରେ ପୋଲିସ ଫୋର୍ସକୁ ରଥ ଟାଣିବା ପ୍ରକ୍ରିୟା, ଜନଗହଳି ପରିଚାଳନା ଏବଂ ସୁରକ୍ଷା ବଳୟର ସଠିକ୍ ପରିଚାଳନା ବିଷୟରେ ଅବଗତ କରାଯାଇଥିଲା। ଏହି ମକଡ୍ରିଲ୍ ପାଇଁ ପ୍ରତୀକାତ୍ମକ ଭାବେ ତିନୋଟି ଜିପ୍ ବ୍ୟବହାର କରାଯାଇଥିଲା, ଯାହା ମହାପ୍ରଭୁଙ୍କ ତିନି ରଥ ଯଥା ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦେବଦଳନକୁ ସୂଚାଉଥିଲା। ଏହି ଯାନଗୁଡ଼ିକୁ ପ୍ରକୃତ ରଥଟଣା ପ୍ରକ୍ରିୟା ଭଳି ଟଣା ଯାଇ ଅଭ୍ୟାସ କରାଯାଇଥିଲା।

ଏହି ମକଡ୍ରିଲ୍ ସମୟରେ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ସୁରକ୍ଷା ମୁତୟନର ପ୍ରଦର୍ଶନ କରିଥିଲେ। ଯୋଜନା ଅନୁଯାୟୀ, ପ୍ରଥମେ ଏକ କ୍ଲିୟରାନ୍ସ ଟିମ୍ ରଥର ଆଗରେ ରହି ରାସ୍ତା ସଫା କରିବେ, ଏହା ପରେ ଡ୍ରାଗିଂ ଟିମ୍ ବା ରଥ ଟାଣିବା ଦଳ ରହିବେ ଏବଂ ଶେଷରେ କର୍ଡନ ଟିମ୍ ରହି ସୁରକ୍ଷା ବଳୟ ସୃଷ୍ଟି କରିବେ। ଶୃଙ୍ଖଳା ବଜାୟ ରଖିବା ପାଇଁ ପର୍ଯ୍ୟାୟକ୍ରମେ ରଥ ଚାରିପଟେ ସୁରକ୍ଷାକର୍ମୀ ମୁତୟନ ହେବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।