Chariot Pulling - The Sakala

ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା
ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା । ପ୍ରଥମେ ତାଳଧ୍ବଜ ରଥ ଟାଣିଲେ ଶ୍ରଦ୍ଧାଳୁ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ସାରା ପରିବେଶ । ଘଣ୍ଟ, ଶଙ୍ଖ ଓ ହରିବୋଲରେ କମ୍ପୁଛି ପୂରା ଶ୍ରୀକ୍ଷେତ୍ର । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ରଥଟଣା । ବାହୁଡ଼ା ଯାତ୍ରାର ଏହି ଅନନ୍ୟ ମୁହୂର୍ତ୍ତକୁ ଆଖିପୁରାଇ ଦେଖିବା ଏବଂ ରଥଦଉଡ଼ି ଟିକିଏ ଛୁଇଁ ଆତ୍ମାକୁ ପବିତ୍ର କରିବା ପାଇଁ ଶ୍ରୀକ୍ଷେତ୍ରରେ ଜନସମୁଦ୍ର ସୃଷ୍ଟି ହୋଇଛି । ଶରଧାବାଲିରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ଯାତ୍ରା ସିଂହଦ୍ୱାରରେ ପହଞ୍ଚିବା ପରେ ସେଠାରେ ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହେବ ।

ମହାବାହୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହେବା ପୂର୍ବରୁ ସେ ସୁବର୍ଣ୍ଣ ଝାଡ଼ୁରେ ତିନି ରଥର ଚାରିପାଖକୁ ଓଳାଇଥିଲେ। ପ୍ରତ୍ୟେକ ରଥ ଉପରକୁ ଯାଇ ପୁରୋହିତମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ସେ ସୁବର୍ଣ୍ଣ ଝାଡ଼ୁରେ ଛେରାପହଁରା କରିଥିଲେ । ଗଜପତିଙ୍କ ଛେରାପହଁରା ନୀତି ଶେଷ ହେବା ପରେ ତିନି ରଥରେ କାଠ ଘୋଡ଼ା ଯୋଚା ଯାଇଥିଲା । ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ବାହୁଡ଼ା ଯାତ୍ରାର ରଥଟଣା ଆରମ୍ଭ ହୋଇଛି ।

ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା
ପୁରୀ: ଆଜି ବାହୁଡ଼ିବେ ଦାରୁବ୍ରହ୍ମ । ସରଧାବାଲିରେ ଅପେକ୍ଷାରେ ତିନିରଥ । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂରତି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରଥାରୂଢ଼ ହୋଇ ଚତୁଦ୍ଧାମୂର୍ତ୍ତିଙ୍କ ସହ ଶ୍ରୀମଦନମୋହନ ଓ ରାମକୃଷ୍ଣ ବାହୁଡ଼ିବେ। ଏହି ଦୁର୍ଲଭ ଦେବ ଦର୍ଶନରେ ଭକ୍ତଙ୍କୁ ଅଶ୍ଵମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ଅନ୍ତିମ କ୍ଷଣରେ ବୈକୁଣ୍ଠରେ ବାସ ମିଳେ।

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଘଣ୍ଟ ଅନୁଯାୟୀ, ଦିବା ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ଏହା ପରେ ଗଜପତି ମହାରାଜାଙ୍କ ଦ୍ୱାରା ଅପରାହ୍ଣ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ କରାଯିବ। ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଆଜି ଭୋର ୪ଟାରେ ମଙ୍ଗଳ ଆଳତି ସହ ମହାପ୍ରଭୁଙ୍କର ଦିନର ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହା ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ଏବଂ ଦ୍ୱାରପାଳ ପୂଜା ଅନୁଷ୍ଠିତ ହୋଇଛି। ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ଦୈତାପତି ସେବାୟତମାନେ ସେନାପଟା ଲାଗି ନୀତି କରିଛନ୍ତି। ଦିନ ୧୧ଟା ୪୫ରେ ମଙ୍ଗଳାର୍ପଣ ପରେ ଆରମ୍ଭ ହେବ ପହଣ୍ଡି। ଜଗମୋହନ ନିକଟରେ ରାଘବ ଦାସ ମଠ ପକ୍ଷରୁ ପ୍ରଦାନ କରାଯାଇଥିବା ପାରମ୍ପରିକ ଟାହିଆ ଠାକୁରମାନଙ୍କୁ ଲାଗି କରାଯିବ।

ରତ୍ନବେଦୀକୁ ଫେରିବା ସମୟରେ ମହାପ୍ରଭୁ ମାଉସୀ ମା' ମନ୍ଦିର ନିକଟରେ ଅଟକିବେ ଏବଂ ସେଠାରେ ପାରମ୍ପରିକ ପୋଡ଼ପିଠା ଭୋଗ ଲାଗି ହେବ। ବାହୁଡ଼ା ଯାତ୍ରାର ଏହା ଏକ ପ୍ରମୁଖ ଆକର୍ଷଣ ଅଟେ। ତାଳଧ୍ୱଜ ଓ ଦର୍ପଦଳନ ରଥ ସିଧାସଳଖ ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଯିବାବେଳେ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନହର ନିକଟରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ପାଇଁ ଅଟକିବ।

ହିନ୍ଦୁ ପରମ୍ପରା ଅନୁଯାୟୀ, ବାହୁଡ଼ା ଯାତ୍ରା ଦର୍ଶନ କଲେ ଅଶ୍ୱମେଧ ଯଜ୍ଞର ଫଳ ମିଳିବା ସହ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ସେବା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଦ୍ଵିତୀୟ ଦିନରେ ପୁଣି ଗଡ଼ିଲା ମହାପ୍ରଭୁଙ୍କ ରଥ: ଶ୍ରୀଗୁଣ୍ଡିଚା ଅଭିମୁଖେ ଅଗ୍ରସର ତିନି ଠାକୁର
ପୁରୀ: ଶୁକ୍ରବାର ସକାଳେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଟଣା ପୁନର୍ବାର ଆରମ୍ଭ ହୋଇଛି। ଗତକାଲି ରାତିରେ ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ — ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଆଜି ସକାଳର ନୀତିକାନ୍ତି ସମ୍ପନ୍ନ ହେବା ପରେ ପୂର୍ବାହ୍ନ ପ୍ରାୟ ୯:୩୦ ମିନିଟ୍‌ରେ ପୁଣି ଗଡ଼ିବା ଆରମ୍ଭ କରିଛି। ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଫାୟାର ଷ୍ଟେସନ ଛକରେ ଅଟକି ଥିବା ବେଳେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମାର୍ଚ୍ଚିକୋଟ ଛକ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ଅଟକି ରହିଥିଲା। ଆଜି ରଥଟଣା ଆରମ୍ଭ ହେବା ମାତ୍ରେ ସମଗ୍ର ପରିବେଶ ‘ଜୟ ଜଗନ୍ନାଥ’ ଧ୍ୱନି, ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଥିଲା।

ଗତକାଲି ରାତିରେ ବଡ଼ଦାଣ୍ଡରେ ରାତ୍ରିଯାପନ କରିଥିବା ହଜାର ହଜାର ଶ୍ରଦ୍ଧାଳୁ ଆଜି ଅତ୍ୟନ୍ତ ଉତ୍ସାହର ସହିତ ରଥଦଉଡ଼ି ଟାଣିବାରେ ସାମିଲ ହୋଇଥିଲେ। ବର୍ତ୍ତମାନ ତିନି ରଥ ଶ୍ରୀମନ୍ଦିରଠାରୁ ପ୍ରାୟ ୨.୬ କିଲୋମିଟର ଦୂରରେ ଅବସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଅଗ୍ରସର ହେଉଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମ୍ମିଳିତ ପ୍ରୟାସରେ ତାଳଧ୍ୱଜ ରଥ ଧୀରେ ଧୀରେ ଶରଧାବାଲି ଅଭିମୁଖେ ଅଗ୍ରସର ହେଉଛି । ପ୍ରଭୁଙ୍କ ଏହି ଦିବ୍ୟ ଯାତ୍ରା କେବଳ ଏକ ପରମ୍ପରା ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ବିଶ୍ୱାସ, ଭକ୍ତି ଓ ଆଧ୍ୟାତ୍ମିକତାର ମହାମିଳନ ।

ଛେରାପହଁରା ନୀତି ସମ୍ପନ୍ନ ପରେ ଆରମ୍ଭ ହେଲା ରଥଟଣା, ଗଡ଼ିଲା ତାଳଧ୍ୱଜ ରଥ; ଭକ୍ତିଭାବରେ ଉଛୁଳୁଛି ବଡ଼ଦାଣ୍ଡ
ପୁରୀ: 'ଜୟ ଜଗନ୍ନାଥ' ଧ୍ୱନି ଏବଂ ଭକ୍ତିମୟ ପରିବେଶ ମଧ୍ୟରେ ରଥଟଣା ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟର ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଏହି ପବିତ୍ର ରଥଟଣା କାର୍ଯ୍ୟ ଆରମ୍ଭ ହଇଛି । ରଥରେ ଶ୍ରୀଜୀଉ ମାନଙ୍କ ଛେରାପହଁରା ଓ ଅନ୍ୟ ନୀତି ସମ୍ପନ୍ନ ପରେ ଆରମ୍ଭ ହୋଇଛି ରଥଟଣା। ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଲା। ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ରଥଟଣା। ପ୍ରବଳ ବର୍ଷା ମଧ୍ୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଉତ୍ସାହ କମିନଥିଲା। ବଡ଼ଦାଣ୍ଡରେ ଛତାର ଏକ ବିଶାଳ ସମୁଦ୍ର ଦେଖିବାକୁ ମିଳିଛି । ଅବିରତ ବର୍ଷା ସତ୍ତ୍ୱେ ଭକ୍ତମାନେ ଆନନ୍ଦରେ ନାଚିବା ସହ ବଡ଼ଦାଣ୍ଡ 'ଜୟ ଜଗନ୍ନାଥ' ଓ 'ହରିବୋଲ' ଧ୍ୱନିରେ ପ୍ରକମ୍ପିତ ହଇଛି ।

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ସୁବର୍ଣ୍ଣ ଝାଡ଼ୁରେ ତିନି ରଥର ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଯାଇଛି । ବଡ଼ଦାଣ୍ଡରେ ଏହି ଦିବ୍ୟ ରଥକୁ ଟାଣିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଏକାଠି ହୋଇଛନ୍ତି ।

ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯିବା ପରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବାର ପରମ୍ପରା ରହିଛି। ଶ୍ରୀଜୀଉମାନଙ୍କର ଏହି ନବଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ସାମିଲ ହେବା ପାଇଁ ଦେଶ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି, ଯାହା ପୁରୀରେ ଏକ ଅଭୁଲା ଭକ୍ତିମୟ ପରିବେଶ ସୃଷ୍ଟି କରିଛି।

ରାତି ପାହିଲେ ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରା: ସଜେଇ ହୋଇଛି ପୁରୀ ବଡଦାଣ୍ଡ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ସାରା ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି । ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ନଅ ଦିନିଆ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ରଥଯାତ୍ରାର ଚୂଡ଼ାନ୍ତ ପ୍ରସ୍ତୁତି ସ୍ୱରୂପ ବୁଧବାର ଦିନ ତିନି ରଥକୁ ସେମାନଙ୍କ ପାରମ୍ପରିକ ନିର୍ମାଣ ସ୍ଥଳ 'ରଥଖଳା'ରୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି । ଭକ୍ତି ଓ ଆନନ୍ଦମୟ ପରିବେଶ ମଧ୍ୟରେ ଦେଶବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଗୁରୁବାର ଦିନ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିବେ ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ଦିନ ହେବାକୁ ଥିବା ଶ୍ରୀଜୀଉଙ୍କ ପହଣ୍ଡି ବିଜେ ନୀତି ସକାଳ ୯ଟାରୁ ୯.୩୦ ମିନିଟ ମଧ୍ୟରେ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି ।

ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଭକ୍ତଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ବିଭାଗ ସଜାଗ ରହିଛନ୍ତି । ସୁରକ୍ଷା ଦାୟିତ୍ୱରେ ପ୍ରାୟ ୧୨,୦୦୦ ପୋଲିସ କର୍ମଚାରୀଙ୍କ ସମେତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ) ମୁତୟନ ହେବେ । ସାମୁଦ୍ରିକ ସୀମା ଉପରେ ନଜର ରଖିବା ପାଇଁ ଭାରତୀୟ କୋଷ୍ଟଗାର୍ଡ ଏବଂ ନୌସେନା ମଧ୍ୟ ସଜାଗ ରହିଛନ୍ତି । ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀର ବିଭିନ୍ନ ସ୍ଥାନରେ ୪୭୩ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଭକ୍ତମାନଙ୍କୁ ସୂଚନା ପ୍ରଦାନ ପାଇଁ ୬୫ଟି ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ । ମୋବାଇଲ ନେଟୱର୍କ ସୁଧାରିବା ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ମୋବାଇଲ ଟାୱାର ସ୍ଥାପନ କରାଯାଇଛି । ଏହା ସହିତ ଯାତ୍ରୀଙ୍କ ସୁବିଧା ପାଇଁ ପୁରୀ ସହରରେ ୫୯୫ଟି ସ୍ଥାୟୀ ଏବଂ ୧,୦୫୦ଟି ଅସ୍ଥାୟୀ ସାଇନବୋର୍ଡ ମଧ୍ୟ ଲଗାଯାଇଛି ।

ପୁରୀ ରଥଯାତ୍ରା: ଆସନ୍ତାକାଲି ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଜାରି
ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ରଥଯାତ୍ରା ପାଇଁ ଆନୁଷ୍ଠାନିକ ନୀତିକାନ୍ତି ସୂଚୀ ପ୍ରକାଶ ପାଇଛି। ଏହି ସୂଚୀ ଅନୁଯାୟୀ, ଆସନ୍ତାକାଲି ଅପରାହ୍ନ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଏହାପୂର୍ବରୁ ପବିତ୍ର ଛେରା ପହଁରା ନୀତି ସମ୍ପନ୍ନ କରାଯିବ।

ପ୍ରଶାସନ ପକ୍ଷରୁ ପ୍ରକାଶିତ ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର ସମୟରୁ ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ଓ ପୂଜାର୍ଚ୍ଚନା ଆରମ୍ଭ ହେବ। ସକାଳ ୯ଟା ସମୟରେ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ସକାଳ ୯:୩୦ ରୁ ମଧ୍ୟାହ୍ନ ୧୨:୩୦ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଭବ୍ୟ ପହଣ୍ଡି ବିଜେ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥାରୂଢ଼ ହେବେ।

ପହଣ୍ଡି ନୀତି ପରେ ଦ୍ୱିପହର ୨ଟା ରୁ ଅପରାହ୍ନ ୩ଟା ମଧ୍ୟରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଗଜପତି ମହାରାଜା ରଥ ଉପରେ ସୁନା ଖଡ଼ିକାରେ ସେବା ପ୍ରଦାନ କରିବେ। ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅପରାହ୍ନ ୪ଟାରେ ବହୁ ପ୍ରତିକ୍ଷିତ ରଥଟଣା କାର୍ଯ୍ୟ ଆରମ୍ଭ ହେବ। କୋଟି କୋଟି ଭକ୍ତଙ୍କ ନୟନର ସାରଥି ମହାପ୍ରଭୁଙ୍କ ତିନି ରଥକୁ ଭକ୍ତମାନେ ବଡ଼ଦାଣ୍ଡରେ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଯିବେ।

ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଏହି ନୀତି ନିର୍ଘଣ୍ଟ ଅନୁଯାୟୀ ସହଯୋଗ କରିବାକୁ ନିବେଦନ କରିଛି, ଯେପରି ସମସ୍ତ ରୀତିନୀତି ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ ଭାବେ ଶେଷ ହୋଇପାରିବ। ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭିଡ଼ ନିୟନ୍ତ୍ରଣ ଏବଂ ସୁଗମ ରଥଟଣା ପାଇଁ ପ୍ରଶାସନ ଓ ପୋଲିସ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଶୃଙ୍ଖଳିତ ରଥଟଣା ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀରେ ପୋଲିସ ବିଭାଗ ଏବଂ ଲାଇଫଗାର୍ଡଙ୍କ ମକ୍ ଡ୍ରିଲ୍
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି । ଏହି ସମୟରେ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସୁରକ୍ଷା ଅଭ୍ୟାସ ବା ମକ୍‌ଡ୍ରିଲ୍‌ । ପୁରୀ ବେଳାଭୂମିରେ ଲାଇଫଗାର୍ଡମାନଙ୍କ ଦ୍ୱାରା ଏକ ଜରୁରୀକାଳୀନ ମକ୍ ଡ୍ରିଲ୍ ବା ପୂର୍ବାଭ୍ୟାସ କରାଯାଇଛି। ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ କିପରି ତୁରନ୍ତ ଉଦ୍ଧାର କରାଯିବ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରାଯିବ, ସେନେଇ ଏହି ଅଭ୍ୟାସ କରାଯାଇଛି। ସେହିପରି ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପୋଲିସ ବିଭାଗ ପକ୍ଷରୁ ରଥଟଣାର ଏକ ସ୍ୱତନ୍ତ୍ର ମକଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଘରୋଇ ଲାଇଫଗାର୍ଡ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତିକୂଳ ପରିସ୍ଥିତିରେ କିପରି କାର୍ଯ୍ୟ କରିବାକୁ ହେବ ଏବଂ ଜୀବନ ରକ୍ଷା କରାଯିବ, ସେ ନେଇ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଥିଲା। ଏହି ମକ୍ ଡ୍ରିଲ୍ ସମୟରେ, ଲାଇଫଗାର୍ଡମାନେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କ ନିକଟରେ ଶୀଘ୍ର ପହଞ୍ଚିବା, ସେମାନଙ୍କୁ ସମୁଦ୍ରରୁ ଉଦ୍ଧାର କରିବା ଏବଂ ବେଳାଭୂମିରେ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବାର ଅଭ୍ୟାସ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ, କୌଣସି ବି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ହେଉଛି ଏହାର ମୂଳ ଲକ୍ଷ୍ୟ।

ସେହିପରି ପୋଲିସ ବିଭାଗ ପକ୍ଷରୁ ଅଭ୍ୟାସ କାର୍ଯ୍ୟକ୍ରମରେ ପୋଲିସ ଫୋର୍ସକୁ ରଥ ଟାଣିବା ପ୍ରକ୍ରିୟା, ଜନଗହଳି ପରିଚାଳନା ଏବଂ ସୁରକ୍ଷା ବଳୟର ସଠିକ୍ ପରିଚାଳନା ବିଷୟରେ ଅବଗତ କରାଯାଇଥିଲା। ଏହି ମକଡ୍ରିଲ୍ ପାଇଁ ପ୍ରତୀକାତ୍ମକ ଭାବେ ତିନୋଟି ଜିପ୍ ବ୍ୟବହାର କରାଯାଇଥିଲା, ଯାହା ମହାପ୍ରଭୁଙ୍କ ତିନି ରଥ ଯଥା ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦେବଦଳନକୁ ସୂଚାଉଥିଲା। ଏହି ଯାନଗୁଡ଼ିକୁ ପ୍ରକୃତ ରଥଟଣା ପ୍ରକ୍ରିୟା ଭଳି ଟଣା ଯାଇ ଅଭ୍ୟାସ କରାଯାଇଥିଲା।

ଏହି ମକଡ୍ରିଲ୍ ସମୟରେ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ସୁରକ୍ଷା ମୁତୟନର ପ୍ରଦର୍ଶନ କରିଥିଲେ। ଯୋଜନା ଅନୁଯାୟୀ, ପ୍ରଥମେ ଏକ କ୍ଲିୟରାନ୍ସ ଟିମ୍ ରଥର ଆଗରେ ରହି ରାସ୍ତା ସଫା କରିବେ, ଏହା ପରେ ଡ୍ରାଗିଂ ଟିମ୍ ବା ରଥ ଟାଣିବା ଦଳ ରହିବେ ଏବଂ ଶେଷରେ କର୍ଡନ ଟିମ୍ ରହି ସୁରକ୍ଷା ବଳୟ ସୃଷ୍ଟି କରିବେ। ଶୃଙ୍ଖଳା ବଜାୟ ରଖିବା ପାଇଁ ପର୍ଯ୍ୟାୟକ୍ରମେ ରଥ ଚାରିପଟେ ସୁରକ୍ଷାକର୍ମୀ ମୁତୟନ ହେବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।