diarrhea - The Sakala
ହଷ୍ଟେଲରେ ଝାଡାବାନ୍ତି ଆତଙ୍କ; ଜଣେ ଛାତ୍ରୀ ମୃତ, ୩୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
ରାୟଗଡା: ବିଷମକଟକ ନଳିନୀ ବିଦ୍ୟାମନ୍ଦିର ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ାବାନ୍ତି ଓ ଜ୍ୱରରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ମୃତ, ୩୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ଅଧିନରେ ଥିବା ବାରୀଗୁଡା ନଳିନୀ ବିଦ୍ୟା ମନ୍ଦିର ହଷ୍ଟେଲର ୩୦ରୁ ଉର୍ଦ୍ଧ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସମସ୍ତ ଆକ୍ରାନ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମେଡିକଲରେ ସମସ୍ତ ଛାତ୍ରୀଙ୍କ ଚିକିତ୍ସା କରାଯାଉଥିବା ବେଳେ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ ଲଗ୍ନା ଊର୍ଲାକାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରିବାର ଘରକୁ ନେଇଥିବା ବେଳେ ନିଜ ଘରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ଜଣାଇଛନ୍ତି। ମୃତ ଛାତ୍ରୀଙ୍କ ଘର ଭାତପୂର୍ ପଞ୍ଚାୟତ କନଡି ଗ୍ରାମର ରାଜେନ୍ଦ୍ର ଉର୍କାକାଙ୍କ ଝିଅ ବୋଲି ଜଣାପଡିଛି।
ବର୍ତମାନ ଏହି ବିଦ୍ୟାଳୟରେ ଅସୁସ୍ଥଙ୍କ ସଂଖ୍ୟା ଧିରେ ଧିରେ ଅଣାୟତ ହେବାର ଲାଗିଥିବା ବେଳେ ଦୁଇଜଣ ଛାତ୍ରୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବିଷମକଟକ ତହସିଲଦାର ମେଡିକାଲରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମେଡିକାଲ ଟିମକୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି ତହସିଲଦାର । ଅନ୍ୟପଟେ  ଜିଲ୍ଲାର ମେଡିକାଲ ଟିମ ବିଦ୍ୟାଳୟରେ ପହଁଚି ଥିବା ଜଣାପଡିଛି ।
ଝାଡାବାନ୍ତିକୁ ନେଇ ହାଇକୋର୍ଟଙ୍କ ଉଦବେଗ; ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦେବାକୁ ସିଏମସିକୁ ନିର୍ଦ୍ଦେଶ
କଟକ: କିଛି ଦିନ ହେବ ଝାଡାବାନ୍ତି ଓ ହଇଜା ରୋଗ ବ୍ୟାପୁଥିବା ବେଳେ କଟକ ସହରର ପରିମଳ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ବିଶେଷକରି ସହରର ବିପର୍ଯ୍ୟସ୍ତ ପରିମଳ ସହ ଦୂଷିତ ଖାଦ୍ୟ ବିକ୍ରି ଓ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ସମ୍ପର୍କରେ ଆଡଭୋକେଟ କମିଟି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ହାଇକୋର୍ଟ କଟକ ମହାନଗର ନିଗମ(ସିଏମସି) ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ତଲବ କରିଛନ୍ତି । ଝାଡାବାନ୍ତି ଓ ହଇଜା ନିରାକରଣ ପାଇଁ କଣ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠ ଦାଖଲ କରିବାକୁ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ ସହର ସମସ୍ୟା ପ୍ରସଂଗରେ ରୁଜୁ ମାମଲାର ଶୁଣାଣି କରି ଜଷ୍ଟିସ ସଂଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡାବାନ୍ତି ବ୍ୟାପୁଥିବା ବେଳେ କଟକ ଜିଲ୍ଲାର ମଧ୍ୟ କେତେକ ଅଞ୍ଚଳରେ ଏହି ରୋଗ ବ୍ୟାପୁଥିବା ଜଣାପଡିଛି । ଏଭଳି ସ୍ଥିତିରେ କଟକ ସହରରେ ମଧ୍ୟ ଦୂଷିତ ଜଳ ଓ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ରୋଗ ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏଣୁ ଏହାର ପ୍ରତିକାର ପାଇଁ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ଅଦାଲତ ଗୁରୁତ୍ୱାରୋପ କରିଥିଲେ । କଟକ ଅତିରିକ୍ତ ଜିଲ୍ଲାପାଳ,ସିଏମସି କମିସନର ,ସିଟି ଇଞ୍ଜିନିୟର ଓ ୱାଟକୋର ଅଧିକାରୀ ଭର୍ଚୁଆଲରେ ଉପସ୍ଥିତ ରହି ସେମାନଙ୍କ ପକ୍ଷ ରଖିଥିଲେ । ସହରରେ ମୋଟ ୩ହଜାର ନଲକୂପରୁ ୨ହଜାର ନଳକୂପର ବିଶୋଧନ କରାଯାଇଛି ଓ ବିଭିନ୍ନ ରାସ୍ତାକଡ ଖାଦ୍ୟ ସାମଗ୍ରୀ ପ୍ରତିଷ୍ଠାନରେ ଚଢଉ କରାଯାଉଛି ବୋଲି କୁହାଯାଇଥିଲା । ଅନ୍ୟପଟରେ ରାସ୍ତାକଡ ଖାଦ୍ୟ ପସରାକୁ ୭ଦିନ ବନ୍ଦ ରଖାଯିବା ଉଚିତ ବୋଲି ଆଡଭୋକେଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ବେଳେ ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗ ବିଚାର କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ୩ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି ।
ଭଦ୍ରକ/ ଯାଜପୁର: ଡ଼ାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇଛି।  ଭଦ୍ରକରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡିକୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।  ଆସନ୍ତା ୨୩ ତାରିଖରେ ଜିଲ୍ଲାରେ ଖୋଲିବ ସ୍କୁଲ ଓ କଲେଜ।  ଏହି ସମୟରେ ସ୍କୁଲ ଗୁଡିକର ପରିବେଶକୁ ସଫା ସୁତୁରା ରଖିବା ସହିତ ପାନୀୟ ଜଳ ବ୍ୟବସ୍ଥାକୁ ବିଶୋଧନ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସେହିପରି- ଯାଜପୁରରେ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲ୍ଲାରେ ହଇଜା ଓ ଝାଡ଼ାବାନ୍ତି ସଂକ୍ରମଣ ରୋକିବା ପାଇଁ ଯାଜପୁର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ବନ୍ଦ ସମୟରେ ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଯିବାକୁ ନିର୍ଦ୍ଦେଶ । ଏଥିସହ ଏହି ଛୁଟି ସମୟରେ ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ବିଷୋଧନ କରାଯିବ। ପରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ । ପିଇବା ଉପଯୋଗୀ ନ ଥିଲେ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ଯାଜପୁର: ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତିରେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବାବେଳେ ସରକରୀ ସମୀକ୍ଷା ବୈଠକରୁ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ସଂଗୃହୀତ ମଳ ନମୁନା ପରୀକ୍ଷଣରୁ ହଇଜା (କଲେରା)ଜୀବାଣୁ ଠାବ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜଳବାହିତ ରୋଗ ନିରାକରଣ ସମାକ୍ଷା ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇ କହିଛନ୍ତି, ଯାଜପୁର ଓ ଭଦ୍ରକ ଅଞ୍ଚଳର ବିଭିନ୍ନ ସ୍ଥାନରେ ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ଯ୍ୟରତ ଅଛନ୍ତି। ସଂଗ୍ରହ କରାଯାଇଥିବା ୪୧ଟି ମଳ ନମୁନା ମଧ୍ୟରୁ ୮ଟିରେ କଲେରା ପଜିଟିଭ୍‌ ଥିବାର ସଙ୍କେତ ମିଳିଛି।
ଅଦ୍ୟାବଧି ଯାଜପୁର ଜିଲ୍ଲାରେ ବିଭିନ୍ନ ଡାକ୍ତରଖାନାରେ ୨୨୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯୧ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ ୩ ଧରି ବିଭିନ୍ନ ଡାକ୍ତରଖାନାରେ ୬୨୨ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୧ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାର ୭ଟି ବ୍ଲକ ଓ ୨ଟି ପୌରାଞ୍ଚଳରେ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଶୁକ୍ରବାର ପାନୀୟ ଜଳ ଓ ପଞ୍ଚାୟତିରାଜ ସଚିବ ଗିରିଶ ଏସ୍‌ଏନ୍‌ ପାନୀୟ ଜଳ ନିର୍ଦ୍ଦେଶକ ଭିନିତ ଭରଦ୍ୱାଜ, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀ ବଳରାମ ମିଶ୍ର ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଆଭାସୀ ମାଧ୍ୟମରେ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟିକୁ ବାତିଲ କରିଛନ୍ତି। ଦୂଷିତ ପାଣି ଓ ଭୋଜି ଖାଇ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଝାଡ଼ାବାନ୍ତିର କାରଣ ସମ୍ପର୍କରେ କେନ୍ଦ୍ରୀୟ ଦଳ ଦୁଇଦିନ ହେବ ବିଭିନ୍ନ ପରୀକ୍ଷାନିରୀକ୍ଷା ଜାରି ରଖିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସୂଚନା ଦେବା ସହ ଏବେ ବି କାରଣ ଅସ୍ପଷ୍ଟ ରହିଥିବା ସୂଚନା ମିଳିଛି।
ବଲାଙ୍ଗୀରର ଦୁଇଟି ଗାଁରେ ଝାଡ଼ାବାନ୍ତି ଆତଙ୍କ, ୧୫ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ
ବଲାଙ୍ଗୀର: ବଲାଙ୍ଗୀରର ଦୁଇଟି ଗାଁରେ ଝାଡ଼ାବାନ୍ତି ଆତଙ୍କ । ଛତାମଖନା ଓ ଆମପାଲି ଗାଁରେ ଡାଇରିଆ ବ୍ୟାପୁଥିବା ଜଣାପଡିଛି। ଦୂଷିତ ପାଣି ପିଇ ୧୫ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ । ଡାଇରିଆରେ ଗତ ଗୁରୁବାର ଦିନ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ରହିଛନ୍ତି । କିଛି ଆକ୍ରନ୍ତ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି । ଅନ୍ୟ କିଛି ଆକ୍ରାନ୍ତ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା । ପ୍ରଶାସନ ଗାଁକୁ ପାଣି ଯୋଗାଣ ବନ୍ଦ କରିବା ସହ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି ।
ମାଥିଲିରେ ଡାଇରିଆ ଆତଙ୍କ: ୨ ମୃତ, ୧୦ ଆକ୍ରାନ୍ତ
ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲିରେ ଡାଇରିଆ ଆତଙ୍କ । ମୃତକ ଦୁହେଁ ହେଲେ କୁଟୁଣିପାଲି ପଞ୍ଚାତୟ ଅଧିନ ଅଟାଳଗୁଡା ଗାଁର ୨ ମହିଳା । ଚିକିତ୍ସାଧିନ ଅବସ୍ଥାରେ ମାଥିଲି ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କୋରାପୁଟ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କର୍ତ୍ତନପାଲି ପଞ୍ଚାୟତର ବାରା ଗାଁରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ମାଥିଲି ସବଡିଭିଜନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଡାଇରିଆ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଥିବା ମାଥିଲିର ମେଡିକାଲ ଅଫିସର କହିଛନ୍ତି।
ହୀରାକୁଦ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି, ୩ ଦିନରେ ଚିକିତ୍ସିତ ହେଲେଣି ୧୨୭ ଆକ୍ରାନ୍ତ
ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି। ୩ ଦିନ ମଧ୍ୟରେ ଝାଡାବାନ୍ତିରେ  ୧୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ୭ରୁ ଉର୍ଦ୍ଧ୍ବ  ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କୁ ହୀରାକୁଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୧୦ ଜଣଙ୍କୁ ବୁର୍ଲା ଭୀମସାରରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ହୀରାକୁଦ କାଳୁପଡା, ଗଉଡପଡା, ଗୁରୁଦ୍ବାରା ଓ ନ୍ୟୁ ମାର୍କେଟ ପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି।
ପେଟରେ ମଇଳା ଓ ଅଜୀର୍ଣ୍ଣ ଖାଦ୍ୟ ଜମାହେଲେ ଶରୀର ତାହାକୁ ତରଳ ମଳ ରୂପରେ ନିଷ୍କାସନ କରିବାକୁ ଚେଷ୍ଟା କରେ। ଦୂଷିତ ଗୁରୁପାକ ଖାଦ୍ୟ, ପାନୀୟ ଓ ଅପରିଷ୍କାରତା ଯୋଗୁଁ ଏବଂ ଋତୁପରିବର୍ତ୍ତନ କାଳରେ ମଧ୍ୟ ବାରମ୍ବାର ତରଳ ଝାଡ଼ା ହୁଏ। ଡାଇରିଆ ଯୋଗୁଁ ଶରୀରର ଜଳୀୟ ଅଂଶ ଓ ଲବଣ ଦୃତ କ୍ଷୟ ହେବାରୁ ପୃଥିବୀରେ ଲକ୍ଷ ଲକ୍ଷ ପିଲା ଡାଇରିଆ ଜନିତ ମୃତ୍ୟୁ ମୁଖରେ ପଡ଼ନ୍ତି।
ଉପାୟ , ଉପଚାର, ପଥ୍ୟାପଥ୍ୟ
-ପ୍ରଥମେ ପାକସ୍ଥଳୀକୁ ବିଶ୍ରାମ ଦେବ ଓ ଜୀବନ ରକ୍ଷାକାରୀ ଓ.ଆର୍‌.ଏସ୍‌. ଦ୍ରବଣ ପିଇବାକୁ ଦେବ।
-ବିକଳ୍ପରେ ଲେମ୍ବୁପାଣି, ଦହି ବା ପତଳା ଘୋଳ ଦହି, ଛେନା ପାଣି, ପଇଡ଼ ପାଣି, ଚିନି-ଲୁଣ ପାଣି, ଡାଲି ପାଣି ଯାହା ରୁଚିବ ଦେବ।
-ରୁକୁଣା ହାତ ପୋଛା ପତ୍ର ବା ମୁଥା-ପାନମହୁରି ସିଝା ପାଣି ବାରମ୍ବାର ଦିଆ ଯାଇପାରେ।
-ଗୋଟିଏ ବା ଦୁଇଟି ପୋଇ ପତ୍ର ଓ ୨୦ଟି ଗୋଲମରିଚ ବାଟି ବିଶୁଦ୍ଧ ପାଣିରେ ମିଶାଇ ଦେବ।
-କଅଁଳ ପିଜୁଳି ପତ୍ର, ଜାମୁପତ୍ର ପାଣିରେ ବାଟି ପିଇଲେ ତରଳ ଝାଡ଼ା ବନ୍ଦ ହୁଏ।
-ବେଦନା ରସ ଅଧକପ୍ ଦିନକୁ ତିନିଥର ପିଅନ୍ତୁ ଏବଂ ନିମ୍ବ ମଗଜକୁ ଘୋରି ଚାଟନ୍ତୁ।
-କାଗଜୀ ଲେମ୍ବୁ ଗୋଲମରିଚ ସହ ବାଟି ପାଣିରେ ମିଶାଇ ପିଆଇବ।
-ଡାଇରିଆ ନିୟନ୍ତ୍ରିତ ହେଲା ପରେ ସହଜ ପାକ, ସରଳ, ତରଳ, ଆହାର ଦେବ, କଞ୍ଚା କଦଳୀ ସିଝା, ପରିବା ସିଝା ଦେବ।
ତଳପେଟରେ ମଡ୍‌ ପ୍ୟାକ୍‌, ଡାଇରିଆ ନିୟନ୍ତ୍ରଣ ହେଲାପରେ ହିପ୍‌ ବାଥ୍‌।
-ମନେ ରଖିବାକୁ ହେବ ତରଳ ଝାଡ଼ା ଚିକିତ୍ସାରେ ବ୍ୟବହୃତ ପ୍ରତ୍ୟେକ ଦ୍ରବ୍ୟ ହାଇଜିନିକ୍ ଓ ସମ୍ପୂର୍ଣ୍ଣ ବିଶୁଦ୍ଧ ହେବା ଦରକାର ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କର ଯଥେଷ୍ଟ ବିଶ୍ରାମ ଆବଶ୍ୟକ।