Amarendralal - The Sakala

ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ, ୫୪ ୟୁନିଟ୍ ରକ୍ତ ସଂଗୃହୀତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକତାର 'ଭୀଷ୍ମ ପିତାମହ' ଭାବେ ପରିଚିତ ସ୍ୱର୍ଗତଃ ଅମରେନ୍ଦ୍ରଲାଲ ବୋଷଙ୍କ ଅମ୍ଳାନ ସ୍ମୃତିରେ ଶନିବାର ଏକ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷଠାରେ "ଜିଲ୍ଲା ସାମ୍ବାଦିକ ପରିବାର, ମୟୂରଭଞ୍ଜ" ପକ୍ଷରୁ ଆୟୋଜିତ ଏହି ଶିବିରକୁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏଭଳି ସାମାଜିକ ତଥା ମହତ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଦିବଂଗତ ଶ୍ରୀ ବୋଷଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଅନ୍ୟମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (DIPRO) ଶିଶିର ମୁନ୍ଦୟାଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିର ଅବସରରେ ବରିଷ୍ଠ ସାମ୍ବାଦିକ କଲ୍ୟାଣ କୁମାର ସିହ୍ନାଙ୍କୁ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶିବିରରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଏମସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ବିଶିଷ୍ଟ ସମାଜସେବୀ କଳିଙ୍ଗ କେଶରୀ ଜେନା, ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଦାସ, ସୁକାନ୍ତ କୁମାର ଜିଉ ଓ ସମାଜସେବୀ ଅମର ସେଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱର୍ଗତ ଅମରେନ୍ଦ୍ର ଲାଲଙ୍କ ଦୀର୍ଘ ୬୦ ବର୍ଷର ନିଷ୍ଠାପର ସାମ୍ବାଦିକତା ପ୍ରତି ସମ୍ମାନ ଜଣାଇ ଜିଲ୍ଲାର କୋଣ-ଅନୁକୋଣରୁ ବହୁ ସଂଖ୍ୟାରେ ସାମ୍ବାଦିକ ଓ ସ୍ୱେଚ୍ଛାକୃତ ରକ୍ତଦାତା ଶିବିରରେ ସାମିଲ ହୋଇ ରକ୍ତଦାନ କରିଥିଲେ ।

ଶିବିରରୁ ମୋଟ ୫୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ବେଳେ ସମସ୍ତ ରକ୍ତଦାତାଙ୍କୁ ସାମ୍ବାଦିକ ପରିବାର ପକ୍ଷରୁ ପ୍ରମାଣପତ୍ର, ରକ୍ତଦାତା କାର୍ଡ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁଜିତ ମହାନ୍ତି, ଦେବାଶିଷ ପାତ୍ର, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଅନନ୍ତ ଦାସ, ପ୍ରଭାତ ମହାନ୍ତି, ସୌମ୍ୟରଞ୍ଜନ ମିଶ୍ର, ରାଜା ଖାନ୍, ବିପ୍ଳବ ଭଞ୍ଜନ ବୁଗୁଡେଇ ଓ ସୁନୀଲ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଜିଲ୍ଲା ରକ୍ତ ଭଣ୍ଡାରର ବରିଷ୍ଠ ଡାକ୍ତର ସୌମ୍ୟରଞ୍ଜନ ନାୟକ ଓ ତାଙ୍କ ବୈଷୟିକ ଟିମ୍ ରକ୍ତ ସଂଗ୍ରହ କରିବାରେ ପ୍ରମୁଖ ସହଯୋଗ କରିଥିବା ବେଳେ ସାମ୍ବାଦିକ ସୋମନାଥ ସିଂ, ନିରୋଜ ଲୋଚନ ପୁଥାଳ ଓ ଅସୀମ ଚକ୍ରବର୍ତ୍ତୀ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଆଗାମୀ ଦିନରେ ଏହିପରି ସାମାଜିକ କାର୍ଯ୍ୟଧାରା ଜାରି ରଖିବା ସହ ଆସନ୍ତା ୨୦୨୭ ଜାନୁଆରୀ ୧୭ ତାରିଖରେ ଜିଲ୍ଲାର ଅନ୍ୟତମ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ସ୍ମୃତିରେ ମଧ୍ୟ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ପରିବାର ପକ୍ଷରୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି ।