balesore - The Sakala
ଗଜରାଜ ଆତଙ୍କ: ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା
ସୋର: ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ । ଖଇରା ବ୍ଲକ ବାଉଁଶ ଗଡ଼ିଆ ଗାଁରେ ଦୌପ୍ରଦୀ ହୋ ବିଳମ୍ବିତ ରାତିରେ ବାହାରକୁ ଯାଇଥିବା ବେଳେ ହାତୀ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରିଛି। ସୂଚନା ଅନୁସାରେ, ବାଉଁଶଗଡ଼ିଆ ପଞ୍ଚାୟତର ଦ୍ରୌପଦୀ ହୋ (୪୫ ବର୍ଷ) ନାମକ ଜଣେ ମହିଳା ବିଳମ୍ବିତ ରାତିରେ ଶୌଚ ହେବାପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଛି। ଫଳରେ ଘଟଣାସ୍ଥଳରେ ମହିଳା ପ୍ରାଣ ହରାଇଛନ୍ତି। ବାରମ୍ବାର ଏଭଳି ହାତୀ ଆକ୍ରମଣରେ ଜନସାଧାରଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି । ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ପରୀକ୍ଷା ମାଧ୍ୟମରେ ଡାକ ବିଭାଗରେ ପୋଷ୍ଟିଂ ପାଇଁ ନିଯୁକ୍ତି ଦେବାକୁ ଦାବି
ବାଲେଶ୍ବର,:ଭାରତ ସରକାରଙ୍କ ଅଧୀନରେ ଥିବା ଇଣ୍ଡିଆ ପୋଷ୍ଟ୍ ତରଫରୁ ପୋଷ୍ଟିଂ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏନେଇ ସମିଗ୍ର ଭାରତରେ ଡ଼ାକ ବିଭାଗରେ ସମୁଦାୟ ୩୮ ହଜାର ୯୨୬ଟିରେ ଜିଡିଏସ୍, ବିପିଏମ୍/ଏବିପିଏମ୍ ଏବଂ ଡାକ ସେବକ ପଦ ପାଇଁ ନିଯୁକ୍ତିବାହାରିଛି। ଯାହାର ଆବେଦନ କରିବାର ଶେଷ ତାରିଖ ଜୁନ୍ ୬ ରହିଛି। ତେବେ ମାଟ୍ରିକରେ ଭଲ ନମ୍ବର ରଖି ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିରେ ଆବେଦନ କରିପାରିବେ। ଏଥିସହିତ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ମାର୍କ ବେସିସ୍ ରେ ଏଥିରେ ଚୟନ ବା ନିଯୁକ୍ତି କରାଯିବ। ତେବେ ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। ଚୟନ ପ୍ରକ୍ରିୟା ମାର୍କ ବେସିସ୍ ରେ ନକରି ପରୀକ୍ଷା କରି ତାହା ମାଧ୍ୟମରେ ଚୟନ କରିବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ,ପୋଷ୍ଟାଲରେ ବାହାରିଥିବା ନିଯୁକ୍ତି ପାଇଁ ମାର୍କ ବେସିସ୍ ରେ ଚୟନ ବଦଳରେ ପରୀକ୍ଷା କରିବା ପାଇଁ ଅଧିକାଂଶ ପିଲାଙ୍କ ଦାବି ରହିଛି। ପ୍ରକାଶ ଥାଉକି,ଏଥିରେ ଆବେଦନ କରିବାର ବୟସ ସୀମା ୧୮ ରୁ ୪୦ ବର୍ଷ ରହିଛି। ତେବେ ୨୨/୨୫ ବର୍ଷ ତଳେ ମାଟ୍ରିକ୍ ପାସ କରିଥିବା ଜଣେ ବ୍ୟକ୍ତି ଏ ନିଯୁକ୍ତିରେ ମଧ୍ୟ ଆବେଦନ କରିପାରିବ। ମାତ୍ର ସେତେବେଳେ ମାଟ୍ରିକ ପାସ ହାର ଆଉ ଏବେର ପାସ ହାର ଭିତରେ ବହୁ ତଫାତ ରହିଛି। ଏବେ କିଛି ବର୍ଷ ହେଲା ଓଏମଆର୍ ବ୍ୟବସ୍ଥାରେ ଦଶମ ପରୀକ୍ଷା ଦେଇ ଅଧିକ ମାର୍କ ଏବଂ ଅଧିକ ପ୍ରତିଶତ ମଧ୍ୟ ରଖୁଛନ୍ତି। ୧୦୦ ନମ୍ବର ମଧ୍ୟରେ ୫୦ ମାର୍କ ମଲଟିପଲ୍ ଚଏସ୍, ୩୦ ମାର୍କ ପ୍ରଶ୍ନର ଉତ୍ତର ଏବଂ ବାକି ୨୦ ମାର୍କ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଦାନ କରିବେ। ଏହି ଧାରାରେ ବର୍ତ୍ତମାନ ଛାତ୍ରଛାତ୍ରୀ ଦଶମ ପରୀକ୍ଷାରେ ବହୁତ ଭଲ ପ୍ରତିଶତ ରଖି ପାସ୍ ହେଉଛନ୍ତି। ତେଣୁ ୬/୭ ତଳେ ପରୀକ୍ଷା ଦେଇଥିବା ଏବଂ ତା’ଠୁ ପୂର୍ବରୁ ମଧ୍ୟ ପରୀକ୍ଷା ଛାତ୍ରଛାତ୍ରୀ ଏବଂ ଏବେର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ଏକପ୍ରକାର ଭେଦଭାବ ସୃଷ୍ଟି ହୋଇଥିବା ଜଣାପଡିଛି। ଏପରି ନିଯୁକ୍ତିରେ ବର୍ତ୍ତମାନର ପିଲାମାନେ ନିଯୁକ୍ତି ପାଇଯାଉଥିବା ବେଳେ ପୂର୍ବରୁ ମେଧାବୀ ଛାତ୍ରଛାତ୍ରୀ ମାର୍କ ବେସିସ୍ ଚୟନରେ ନିଯୁକ୍ତିରୁ ବଞ୍ଚିତ ହେଉଥିବା କହିଛନ୍ତି। ତେଣୁ ମାର୍କ ବେସିସ୍ ଚୟନ ନକରି ପରୀକ୍ଷା ମାଧ୍ୟମରେ ନିଯୁକ୍ତି ଦେଲେ ନିଯୁକ୍ତିରେ ଅନ୍ୟମାନେ ମଧ୍ୟ ସୁଯୋଗ ପାଇପାରିବେ। କାରଣ ଏବେ ଲକ୍ଷ୍ୟ ଲକ୍ଷ୍ୟ ପିଲା ବେକାରୀ ସମସ୍ୟାରେ ବେକାର ବୁଲୁଛନ୍ତି। ଏପରି ସମୟରେ ପୋଷ୍ଟାଲ ବିଭାଗ ପରୀକ୍ଷା ନକରି ମାର୍କ ବେସିସ୍ ରେ ନିଯୁକ୍ତି ଦେବା ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତି ଉପହାସ ବୋଲି କହିଛନ୍ତି। ଅନ୍ୟପଟେ ସବୁ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ହେଉଥିବା ବେଳେ ଡାକ ବିଭାଗରେ ନିଯୁକ୍ତି ମାର୍କ ବେସିସ୍ ରେ ହେବା ନିହାତି ଭୁଲ ଏବଂ ଏହି ମାର୍କ ବେସିସ୍ ବ୍ୟବସ୍ଥା ନ ବଦଳିଲେ ଆନ୍ଦୋଳନ କରିବେ ବୋଲି ପିଲାମାନେ ଚେତାବନୀ ଦେଇଛନ୍ତି।
ଛାଡପତ୍ର ମାମଲା: ଅଦାଲତ ଭିତରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ଆଇନଜୀବୀ
ବାଲେଶ୍ୱର:ବାଲେଶ୍ୱର ପରିବାର ଅଦାଲତ ଭିତରେ ମହିଳା ଆଇନଜୀବୀ ରାଜଶ୍ରୀ ବାରିକ ବୁଧବାର ଦିନ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅଦାଲତରେ ଉପସ୍ଥିତ ଥିବା ଅନ୍ୟ ଆଇନଜୀବୀ ମାନେ ଶ୍ରୀମତୀ ବାରିକଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବା ପରେ ତାଙ୍କର ସ୍ବାସ୍ଥ୍ୟଗତ ଅବସ୍ଥା ଭଲ ରହିଛି। ତେବେ ଅଦାଲତ ଭିତରେ ଏଭଳି ଅଭାବନୀୟ ଘଟଣା ଘଟିବାକୁନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।
ବାଲେଶ୍ୱର ପୌରପାଳିକା ସଂଲଗ୍ନ ରେମୁଣା ବ୍ଲକ କରଞ୍ଜିଆ ମୌଜାର ସତ୍ୟନଗର ଅଞ୍ଚଳରେ ରହୁଥିବା ରାଜଶ୍ରୀଙ୍କ ସହିତ ତାଙ୍କ ସ୍ବାମୀ ବିଏସଏଫ ଯୱାନ ସନାତନ ବାରିକଙ୍କ ଛାଡପତ୍ର ମାମଲା ବିଚାରାଧୀନ ରହିଛି। ବୁଧବାର ଦିନ ଏହି ଛାଡପତ୍ର ମାମଲାର ତାରିଖ ଥିଲା। ରାଜଶ୍ରୀଙ୍କ ପକ୍ଷରୁ ଓକିଲ ଆସି ନ ଥିବା ଯୋଙ୍ଗୁ ସେ ନିଜେ ତାଙ୍କ ସ୍ୱାମୀ ସନାତନକୁ କୋର୍ଟରେ ଜେରା କରିଥିଲେ। ତେବେ ରାଜଶ୍ରୀଙ୍କ ଜେରାରେ ତ୍ରୁଟି ହେଉଥିବା ମାନ୍ୟବର ବିଚାରପତି ଦର୍ଶାଇ ଥିଲେ। ଏଥିରେ ମହିଳା ଆଇନଜୀବୀ ଶ୍ରୀମତୀ ବାରିକ ରାଗିଯାଇ ପାଖରେ ରଖିଥିବା କୀଟନାଶକ ବାହାର କରି ପିଇ ଦେଇଥିଲେ। ଅଦାଲତ ଭିତରେ ଥିବା ଅନ୍ୟ ଆଇନଜୀବୀ ମାନେ ତୁରନ୍ତ ଏକ ଅଟୋ ରେ ରାଜଶ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିବା ଦେଖାଯାଇଛି।
ତେବେ ରାଜଶ୍ରୀଙ୍କ ବାପଘର ଖନ୍ତାପଡା ଥାନା କୁଳିଗାଁ ଗ୍ରାମରେ ହେଇଥିବା ବେଳେ ସନାତନ ବାରିକଙ୍କ ଘର ସଦର ଥାନା ଜୟଦେବକସବା ନିକଟସ୍ଥ ସରସ୍ବତୀପୁର ଗ୍ରାମରେ। ସନାତନ ପ୍ରତିରକ୍ଷା ବିଭାଗର ବିଏସଏଫ ଜୱାନ ଥିଲେ। ୧୯୯୯ମସିହାରେ ଉଭୟଙ୍କର ବିବାହ ହେଇଥିଲା। ଉଭୟଙ୍କର ୨ଜଣ ପୁଅ ଅଛନ୍ତି। ଜଣେ ପୁଅ ୨୧ବର୍ଷ ଓ ଅନ୍ୟ ଜଣେ ୧୯ବର୍ଷ ହେଇଥିବା ଜଣାଯାଇଛି। ଏହି୨ ଜଣ ପୁଅ ସତ୍ୟନଗର ସ୍ଥିତ ବାସଭବନରେ ମା’ଙ୍କ ସହିତ ରହୁଛନ୍ତି। ସନାତନ ନିଜର ପୈତୃକ ବାସଭବନ ସରସ୍ବତୀପୁରରେ ରହୁଛନ୍ତି। ୨୦୧୦ ମସିହାରେ ପ୍ରଥମେ ରାଜଶ୍ରୀଙ୍କ ତରଫରୁ ଛାଡପତ୍ର ମାମଲା ରୁଜୁ ହେଇଥିଲା। ମାତ୍ର ୨୦୧୫ରେ ସେ ନିଜ ତରଫରୁ ମାମଲାକୁ କୋର୍ଟରୁ ଉଠାଇ (ଉଇଥଡ୍ର)ନେଇଥିଲେ। ପରେ ସେହି ୨୦୧୫ରେ ପୁଣି ସନାତନଙ୍କ ପକ୍ଷରୁ ସିପି-୩୯୧/୨୦୧୫ମୂଳେ ଛାଡପତ୍ର ମାମଲା ରୁଜୁ କରାଯାଇଥିଲା। ଆଜି ଏହି ମାମଲାର ତାରିଖ ଥିଲା। ପ୍ରକାଶ ଥାଉକି ରାଜଶ୍ରୀଙ୍କ ପକ୍ଷରୁ ସନାତନଙ୍କ ବିରୁଦ୍ଧରେ କୋର୍ଟରେ ୧୫ଟି ଭିନ୍ନଭିନ୍ନ ମାମଲା ରୁଜୁ କରାଯାଇଥିଲା ବେଳେ ସନାତନଙ୍କ ପକ୍ଷରୁ ରାଜଶ୍ରୀଙ୍କ ବିରୁଦ୍ଧରେ ୨୮ଟି କାଉଣ୍ଟର ମାମଲା ରୁଜୁ କରାଯାଇ ଥିବା ଜଣାଯାଇଛି।
ପୁତୁରା ବାହାଘର ଶୋଭାଯାତ୍ରାରେ କକା ମୃତ
ବାଲେଶ୍ଵର: ବାଲେଶ୍ଵର ସହର ଉପକଣ୍ଠ ସୋମନାଥପୁର ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଡିଜେ ଗାଡ଼ିର ଚକା ତଳେ ପଡ଼ି ଖପରାପଦା ଗ୍ରାମର ହରେନ୍ଦ୍ର ମହାଳିକ(୩୫)ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।ଖବର ପାଇ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି।
ସୂଚନା ଅନୁଯାୟୀ, ମୃତ ଯୁବକ ତାଙ୍କ ପୁତୁରା ମନ୍ଦିରରେ ବାହାଘର ଶେଷ ହେବା ପରେ ସନ୍ଧ୍ଯାରେ ବରକନ୍ୟାଙ୍କ ସହ ଘରକୁ ବାହୁଡ଼ିବା ସମୟରେ ଶୋଭାଯାତ୍ରାରେ ଯୋଗଦେଇ ଥିଲେ। ସୋମନାଥପୁର ଛକଠାରୁ ଡିଜେ ଶୋଭାଯାତ୍ରା କରି ଗାଁକୁ ଯାଉଥିବା ସମୟରେ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଗ୍ରାମର ନୂଆପୋଖରୀ ଆଡ଼ି ପାଖରେ ଭାରସାମ୍ୟ ହରାଇ ଡିଜେ ଗାଡ଼ି ଅଘଟଣ ଘଟି ଚକା ତଳେ ପଡ଼ିଯାଇଥିଲା। ତେବେ ତାଙ୍କ ବେକ ଉପରେ ଗାଡ଼ି ଚକା ଚଢ଼ିଯାଇ ଗାଡ଼ିଟି ଆଗକୁ ମାଡ଼ି ଯିବା ପରେ ଗୁରତର ହୋଇ ଯାଇଥିଲେ। ସମ୍ପର୍କୀୟ ମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଲୁଟେରାଙ୍କ ଉତ୍ପାତ: ଝରକା ଭାଙ୍ଗି ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଓ ୬୫୦ ଗ୍ରାମର ରୂପା ଗହଣା
ସୋର: ଘରେ କେହି ନ ଥିଲେ। ପରିବାର ସମସ୍ତ ସଦସ୍ୟ ବିବାହ ଭୋଜିରେ ଯୋଗଦେଇ ଚାରି ଦିନ ପରେ ଘରକୁ ଫେରିଲା ବେଳକୁ ଚୋରମାନେ ଝରକା ଭାଙ୍ଗି ଘରେ କଳାକନା ବୁଲାଇ ଫେରାର ହୋଇଯାଇଛନ୍ତି। ବିରଞ୍ଚି ନାରାୟଣ ମହାନ୍ତି ଓସିଏଲରୁ ପର୍ସନାଲ ମ୍ୟାନେଜର ପଦରୁ ଅବସର ନେଇ ସୋର ଥାନା ଇଟୁଆ ଗ୍ରାମରେ ଅବସ୍ଥାନ କରୁଛନ୍ତି। ଶ୍ରୀ ମହାନ୍ତିଙ୍କ ପରିବାର ଗତ ୫ ତାରିଖ ନିଜର ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେବାକୁ ଜଳେଶ୍ୱର ଯାଇଥିଲେ। ଗତ ୭ ତାରିଖ ଘରକୁ ଫେରି ଦେଖିଲେ ବିରଞ୍ଚିଙ୍କ ଶୋଇବା ଘର ଝରକା ଭଙ୍ଗା ଯାଇଛି। ଆଲମିରାରେ ଉପର ମହଲା ନିର୍ମାଣ ପାଇଁ ରଖିଥିବା ୭୫ ହଜାର ଟଙ୍କା, ଗୋଟିଏ ସୁନା ହାର, କାନ ଫୁଲ ସାତ ହଳ, ବାହୁଟି ୨ ହଳ, ମୁଦି ୩୧ଟି, ପଦକ ୬ଟି ଚୋରୀ ହୋଇଯାଇଛି ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ସେହିପରି ରୂପାର ପାଉଁଜି ସାତ ହଳ, ଅଣ୍ଟା ବିଛା ୫ଟି, ରୂପା ମୁଦ୍ରା ୭ଟି, ଚାବି ରିଂ ୨ଟି ପ୍ରାୟ ୬ଶହ ୫୦ ଗ୍ରାମର ରୂପା ଗହଣା ଚୋରମାନେ ଚୋରି କରି ନେଇଯାଇଛନ୍ତି। ଏହାଛଡା ତିନୋଟି ବ୍ୟାଙ୍କର ଏଟିଏମ, ଆଧାର, ଭୋଟର, ପାନ୍‍ ଓ ପତଞ୍ଜଳୀ କାର୍ଡ ଚୋରି ହୋଇଯାଇଥିବାର ଶ୍ରୀ ମହାନ୍ତି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସୋର ପୁଲିସ ତଦନ୍ତ କରୁଛି।
ବନ୍ୟ ପଶୁ ପକ୍ଷୀକୁ ଘଉଡାଇବା ପାଇଁ ବିକ୍ରି ଚାଳିଛି ଅଭିନବ ହାତ ତିଆରି ଫଟାକା
ଜଳେଶ୍ବର: ବନ୍ୟ ପଶୁ ପକ୍ଷୀକୁ ଘଉଡାଇବା ପାଇଁ ଜଳେଶ୍ୱର ସହରରେ ବିକ୍ରି ଚାଳିଛି ଅଭିନବ ହାତ ତିଆରି ଫଟାକା ବା ବନ୍ଧୁକ। କିଣିବା ପାଇଁ ଲାଗିଛି ଲୋକଙ୍କ ଭିଡ଼। ବନ୍ୟ ପ୍ରାଣୀମାନଙ୍କ ଦାଉରୁ ବହୁ ସମୟରେ ଫସଲ ନଷ୍ଟ ହେଉଛି ଫଳରେ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୂର କରିବା ପାଇଁ ଜଳେଶ୍ୱର ସହରରେ ବିକ୍ରି ହେଉଛି ପ୍ଲାଷ୍ଟିକ ପାଇପରେ ହାତ ତିଆରି ଫଟାକା ବା ବନ୍ଧୁକ। ଚାଷୀ ନିଜ ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ କରି ଫସଲ ଚାଷ କରିଥାଏ। ତେବେ ଏହାକୁ କେତେବେଳେ ମାଙ୍କଡ଼ ହାତୀ ଓ ଅନ୍ୟାନ ବନ୍ୟ ପଶୁପକ୍ଷୀ ନଷ୍ଟ କରିଦିଅନ୍ତି। ଫଳରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଲକ୍ଷ ଲକ୍ଷ ଟଙ୍କାର ପନିପରିବା ମଧ୍ୟ ନଷ୍ଟ ହୁଏ। ଏମାନଙ୍କୁ ଘଉଡାଇବା ପାଇଁ ଚାଷୀ ଓ ବନବିଭାଗ ଅନେକ ସମୟରେ ବିଫଳ ହେଉଛନ୍ତି। ତେବେଏହି ସମସ୍ୟା ଦୂର କରିବା ପାଇଁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରରେ ସୁଦୂର ମହାରାଷ୍ଟ୍ର ନାଗପୁର ଅଞ୍ଚଳରୁ ତିଆରି ହୋଇ ଥିବା ହାତତିଆରି ଫଟାକା ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହି ଫଟାକା କେଇ ଖଣ୍ଡ ଟୁକୁରା ପ୍ଲାଷ୍ଟିକ ପାଇପ ଓ ଗ୍ୟାସ ଲାଇଟର ସାହାଯ୍ଯରେ ନିର୍ମିତ। ଏଥିରେ ଫଳ ପଚିବରେ ବ୍ୟବହୃତ ହେଉଥିବା କାର୍ବାଇଟ ଓ ସାଧାରଣ ପାଣି ବ୍ୟବହାର କରାଯାଇ ଆଲୋକ ଓ ଶବ୍ଦ ବାହାର କରାଯାଉଛି। ଫଳରେ ଏହା ଦ୍ଵାରା ବନ୍ୟ ପଶୁପକ୍ଷୀଙ୍କୁ ଘଉଡ଼ାଇବାରେ ସହଜ ହେବ ବୋଲି ବିକ୍ରି କରୁଥିବା ବେପାରୀ କହୁଥିଲା ବେଳେ ଲୋକମାନେ ଏହା ଫଳରେ ଫସଲ ନଷ୍ଟ ହେବା ଦାଉରୁ ରକ୍ଷା କରିହେବ ବୋଲି କହିଛନ୍ତି। ତେବେ ଏହାକୁ କିଣିବା ପାଇଁ ଲୋକମାନେ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଛି।
ବ୍ରାଉନସୁଗର ନେବାକୁ ଆସି ଜଳେଶ୍ବର ପୋଲିସ ଦ୍ୱାରା ଧରା ପଡିଲେ ମଞ୍ଚେଶ୍ୱର ଅଞ୍ଚଳର ଦୁଇ ବେପାରୀ
ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଚାଲନ୍ତି ରେଳ ଫାଟକ ଅଞ୍ଚଳରୁ ପୋଲିସର ଦ୍ଵାରା ପାଖା ପାଖି ୧୧୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଓ ୩୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହିତ ମଞ୍ଚେଶ୍ୱର ଅଞ୍ଚଳର ଦୁଇ ବ୍ରାଉନ ସୁଗାର ବେପାରୀ ଅଟକ ସହିତ ଏକ ବାଇକ ଜବତ କରିଛି ପୁଲିସ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳ ଏବେ ବ୍ରାଉନ ସୁଗାର ହବ ପାଲଟିଛି। ଜଳେଶ୍ୱର ଅଂଚଳରୁ ବ୍ରାଉନ ସୁଗାର ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ ହେଉଛି। ବିଶେଷ କରି ଜଳେଶ୍ୱର ଅଂଚଳରେ ବ୍ରାଉନସୁଗର ତିଆରି ହେଉଥିବା କଥା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି। ଚାଉଳ ବସ୍ତା, ଚାହା ପ୍ଯାକେଟ, କଦଳୀ ଗାଡି, ପରିବା ଗାଡ଼ିରେ ବ୍ରାଉନସୁଗର ଚାଲାଣ ହେଉଥିବାର ନଜରକୁ ଆସିଛି। ରାଜ୍ୟରେ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ ଏହା ବ୍ରାଉନସୁଗର ବ୍ୟାପାରୀ ମାନଙ୍କ ପାଇଁ କଚେପୁଅବାର ସାଜିଛି। ଆସନ୍ତା କାଲି ଅପରାହ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲା ମଞ୍ଚେଶ୍ୱର ଥାନା ଚକେଇ ସିହାଣି ଗ୍ରାମର ନୃସିଂହ ଚରଣ ଜେନାଙ୍କ ପୁଅ ହିମାଂଶୁ ଯେନା (୩୩) ଏବଂ ସେଇ ମଞ୍ଚେଶ୍ୱର ଥାନା ଅଂଚଳର ସ୍ବର୍ଗତ ଭଗବାନ ଓଝାଙ୍କ ପୁଅ ବିକାଶ କୁମାର ଓଝା ୨ଜଣ ବେପାରୀ ଏକ ବାଇକ ଯୋଗେ ଜଳେଶ୍ୱର ଅଂଚଳକୁ ବ୍ରାଉନ ସୁଗାର ନେବାକୁ ଆସିଥିବା କଥା କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ଆଇଆଇସି ପ୍ରେମପ୍ରଜ୍ଞା ମହାନ୍ତି ଏବଂ ଟିମ ସହ ରାଜଘାଟ ଚାଲନ୍ତି ରେଳଫାଟକ ନିକଟରେ ଜଗି ରହିଥିଲେ। ତେବେ ବେପାରୀ ମାନେ ବ୍ରାଉନସୁଗର ନେଇ ଫେରୁଥିବା ସମୟରେ ସେମାନଙ୍କୁ ଫିଲିମ ଷ୍ଟାଇଲରେ ଅଟକ ରଖିବା ସହିତ ସେମାନଙ୍କ ଠାରୁ ଆନୁମାନିକ ୧୧୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ସହ ୩୦ ହଜାରରୁ ଉର୍ଦ୍ଧ ଟଙ୍କା ସହିତ (ଓଡ଼ି ୦୨ ଏଏସ ୬୦୨୮ ନଂ) ବିଶିଷ୍ଟ ଏକ ବାଇକ ଜବତ କରି ୩୦୦/୨୧ ନମ୍ବର ମୁଳେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଏଗାର ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଛି।
ଚାନ୍ଦିପୁର: ବାଲେଶ୍ଵର ସଦର ବ୍ଲକ ଅଧିନସ୍ଥ ରସାଳପୁର ପଞ୍ଚାୟତର ଛେଳିଆପଦା ଗାଁରେ ଗତକାଲି ରାତିରେ ମାଝିଅ ଶୋଇଥିବା ବେଳେ ସେମାନଙ୍କ ଉପରେ କାନ୍ଥ ଭୁଷୁଡି ପଡିବାରୁ ଉଭୟଙ୍କ ଅବସ୍ଥା ଗୁରୁତର ହୋଇଛି।
ସୂଚନା ଅନୁଯାୟୀ, ରମାକାନ୍ତ ବାରିକଙ୍କ ପତ୍ନୀ ମାଳତୀ ଗତକାଲି ରାତିରେ ତାଙ୍କ ୧୦ ବର୍ଷର ଝିଅକୁ ନେଇ ଘର ଭିତର ପଲଙ୍କ ଉପରେ ଶୋଇଥିଲେ। ତେବେ ରାତି ପ୍ରାୟ ଗୋଟାଏ ସମୟରେ ହଠାତ କାନ୍ଥ ଭୁଷୁଡି ମାଆ ଓ ଝିଅଙ୍କ ଉପରେ ପଡ଼ିଯାଇଥିଲା।ପଡିଶା ଲୋକେ ଶବ୍ଦ ଶୁଣି ସେଠାରେ ପହଞ୍ଚିବା ସହ ଉଭୟଙ୍କୁ ଭଙ୍ଗା ମାଟି କାନ୍ଥ ତଳୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ନେଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।
ଜଳେଶ୍ବରରେ ପୁଣି ଜବତ ହେଲା ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗର , ୨ଗିରଫ
ଜଳେଶ୍ବର: ଜଳେଶ୍ବର ପୋଲିସ ଦ୍ଵାରା ଜଳେଶ୍ୱର ରାଜପୁର ନଦୀ ବନ୍ଧ ଅଞ୍ଚଳରୁ  ୨୮୦ ଗ୍ରାମ ବ୍ରାଉନ ସୁଗର ଜବତ  କରିବା ସହ ଦୁଇ ବ୍ରାଉନସୁଗର  ବେପାରୀଙ୍କୁ ଗିରଫ କରିଛି।  ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଅଟକ ଦୁଇ ଜଣ ହେଲେ ସମୀର ଖାଁ ଓ ଶେଖ ଆଇମତ।
ସୂଚନା ଅନୁଯାୟୀ, ଗତ କାଲି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତି ସଦଳବଳେ  ବିଳମ୍ବିତ ରାତିରେ ଜଳେଶ୍ୱର ଝାଡ଼େଶ୍ୱର ପୁର ଓ ରାଜପୁର ନଦୀ ବନ୍ଧ ଅଞ୍ଚଳରେ ଚଢ଼ାଉ କରି ରାଜପୁର ନଦୀ ବନ୍ଧ ଅଞ୍ଚଳରେ ବ୍ରାଉନସୁଗର ନେଣଦେଣ ଚାଲିଥିଲା ବେଳେ ଦୁଇ ବ୍ରାଉନସୁଗର ବ୍ୟବସାୟୀକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ପୋଲିସ ସେ ଦୁଇ ଜଣଙ୍କୁ  ୨୯୭/୨୧ ନମ୍ବର କେଶ ମୁଳେ ଗିରଫ କରି ଅଧିକ ତଥ୍ୟ ପାଇଁ ପଚରା ଉଚରା କରୁଛି। ତେବେ ଆଇଆଇସି ପ୍ରା ପ୍ରଜ୍ଞା ମହାନ୍ତି  ଜଳେଶ୍ବର ଥାନାର କାର୍ଯ୍ୟଭାର ନେବାର ଏକ ମାସ ମଧ୍ୟରେ ଦୁଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଯବତ କରିବା ସହିତ ପାଞ୍ଚ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ବ୍ୟବସାୟୀ ଥିଲାବେଳେ ତିନି ଜଣ ପୁରୁଷ ରହିଛନ୍ତି। ଆଇଆଇସିଙ୍କ  ସିଂହମ ଷ୍ଟାଇଲ ଦେଖି ବ୍ରାଉନ ସୁଗାର ବେପାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଆଗକୁ ଜଳେଶ୍ବର ଅଂଚଳରୁ ବ୍ରାଉନ ସୁଗାର ବେପାର ସମ୍ପୂର୍ଣ୍ଣ ମୂଳଉତ୍ପାଟନ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଜଳେଶ୍ୱର ଆଇଆଇସି ପ୍ରେମପ୍ରଜ୍ଞା ମହାନ୍ତି।
ମୂର୍ତ୍ତି ତିଆରି କାଞ୍ଚନଙ୍କ ନିଶା ଓ ପେଶା: ପାଠ ପଢ଼ିବା ସହ ପିଲାଟି ବେଳୁ ଗଢୁଛନ୍ତି ମୂର୍ତ୍ତି
ବାଲେଶ୍ବର: ମୂର୍ତ୍ତି ତିଆରି କରିବା ତାଙ୍କର ଏକପ୍ରକାର ନିଶା। ଏମିତିକି ସେ ରାତିରେ ସ୍ବପ୍ନରେ ମଧ୍ୟ ଭଗବାନଙ୍କୁ ଦେଖନ୍ତି ଆଉ ସକାଳୁ ଉଠି ମୂର୍ତ୍ତି ତିଆରି କରନ୍ତି। ଏହି ନିଶା ପାଇଁ ସେ ଦିନେ ରେଲୱେରେ ଚାକିରି ବି ଛାଡ଼ିଦେଇଛନ୍ତି। ବର୍ତ୍ତମାନ ଅର୍ଥାତ ଦୀର୍ଘ ୫ ବର୍ଷ ହେବ ମୂର୍ତ୍ତି ତିଆରିକୁ ନିଜର ନିଶା ଓ ପେଶା କରି ଦେଇଛନ୍ତି। ସେ ହେଉଛନ୍ତି ବାଲେଶ୍ବର ସହର କୁରୁଡ଼ାରେ ରହୁଥିବା କାଞ୍ଚନ ଜେନା। ଆଗକୁ ଆସୁଥିବା ଗଣେଶ ଓ ବିଶ୍ବକର୍ମା ପୂଜା ପାଇଁ କାଞ୍ଚନ ଜିଲ୍ଲା ପ୍ରଶାସନର ଗାଇଡଲାଇନ୍ ଅନୁସାରେ ୪/୫ ଫୁଟ୍ ର ମୂର୍ତ୍ତି ତିଆରି କରିଛନ୍ତି। ଏମିତିକି ଲୋକଙ୍କ ଅର୍ଡର ଅନୁସାରେ ୪ ଫୁଟ୍ ଉଚ୍ଚତାରେ ବିଭିନ୍ନ ଥିମ୍ କୁ ନେଇ ସେ ସୁନ୍ଦର ଓ ଆକର୍ଷଣୀୟ ମୂର୍ତ୍ତି ନିଜେ ଗଢ଼ିଛନ୍ତି। କାଞ୍ଚନ ଜଣେ ଉଚ୍ଚଶିକ୍ଷିତ ଯୁବକ ହୋଇଥିବା ସହ ଭଲ ମୂର୍ତ୍ତି କାରିଗର ମଧ୍ୟ।
ମୂର୍ତ୍ତି କାରିଗର ନିରଞ୍ଜନ ଜେନା ଓ କାଜଲ ଜେନାଙ୍କ ସାନ ପୁଅ କାଞ୍ଚନ ଜେନା। ନିରଞ୍ଜନଙ୍କ ଅନ୍ୟ ତିନି ପୁଅ ମଧ୍ୟରୁ କେହି ଚାକିରି କରନ୍ତି ଏବଂ କେହି ଯାତ୍ରା କଳାକାର ଭାବେ କାମ କରୁଛନ୍ତି। ତେବେ କାଞ୍ଚନ ପିଲାଟି ଦିନରୁ ନିଜ ବାପା ନିରଞ୍ଜନଙ୍କୁ ଦେଖି ମୂର୍ତ୍ତି ତିଆରି କରିବା ଆରମ୍ଭ କରିଥିଲେ। ପିଲାବେଳେ କାଞ୍ଚନ ବିଭିନ୍ନ ଚିତ୍ର ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ମଧ୍ୟ ହାସଲ କରିଛନ୍ତି। ମୂର୍ତ୍ତି ତିଆରି କରିବା ସହ ପାଠପଢ଼ା ମଧ୍ୟ ଜାରି ରଖିଥିଲେ। ତେବେ ସରକାରୀ ଆଇଟିଆଇରେ ପାଠପଢ଼ିବା ପରେ ଗ୍ରାଜୁଏସନ୍ ଶେଷ କରି ରେଲୱେ ବିଭାଗରେ କାମ କରୁଥିଲେ। ତେବେ ମୂର୍ତ୍ତି ତିଆରି କରିବା ନିରଞ୍ଜନଙ୍କ କୌଳିକ ବୃତ୍ତି। ମାତ୍ର ନିରଞ୍ଜନଙ୍କ ପରେ ତାଙ୍କୁ ୪ ପୁଅ କେହି ଏହି ମୂର୍ତ୍ତି ତିଆରି ଦିଗରେ ମନ ନବଳାଇବାରୁ ଶେଷରେ କାଞ୍ଚନ ଚାକିରି କରିବା ସହ ବାପାଙ୍କଠୁ ମୂର୍ତ୍ତି ତିଆରି କରିବା ଶିଖିଲେ। ଏଦିଗରେ ଅଧିକ ପ୍ରଶିକ୍ଷଣ ନେବାକୁ ଚାହିଁଥିଲେ ମଧ୍ୟ ସୁଯୋଗ ମିଳିନଥିଲା ତାଙ୍କୁ। କାଞ୍ଚନ ବିଭିନ୍ନ ମୂର୍ତ୍ତି କାରଖାନା ବୁଲି ବୁଲି ଦେଖି ମୂର୍ତ୍ତି ତିଆରି କରିବା ଆରମ୍ଭ କଲେ। ଧୀରେ ଧୀରେ ଘରେ ରହି ବାପାଙ୍କଠୁ ମୂର୍ତ୍ତି ତିଆରି ଶିଖିବା ଭିତରେ ଏହା ତାଙ୍କର ନିଶାରେ ପରିଣତ ହୋଇଗଲା। ସେଥିପାଇଁ ଚାକିରି ଛାଡ଼ି ବିଭିନ୍ନ ପୂଜା ସମୟରେ କୁରୁଡ଼ା ସମେତ ଏସପି ଅଫିସ ସମ୍ମୁଖରେ ମୂର୍ତ୍ତି ତିଆରି କରନ୍ତି। ୭ ଶହ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ପର୍ଯ୍ଯନ୍ତ ଦରରେ ମୂର୍ତ୍ତି ତିଆରି କରିଛନ୍ତି। ୪ ଫୁଟ୍ ଉଚ୍ଚତା ମଧ୍ୟରେ ବିଭିନ୍ନ ଡିଜାଇନ୍ ତଥା ଥିମ୍ କୁ ନେଇ କାଞ୍ଚନ ମୂର୍ତ୍ତି ତିଆରି କରିଛନ୍ତି। ଯିଏ ଯେମିତି ଥିମ୍ କୁ ନେଇ ଅର୍ଡର ଦେଉଛନ୍ତି ସେମିତି ଅନୂଯାୟୀ ସେ ମୂର୍ତ୍ତି ତିଆରି କରିଛନ୍ତି। ୩ ଫୁଟ୍ ର ୩୦ ଟି ମୂର୍ତ୍ତି ତିଆରି କରିଥିବା ବେଳେ ୪ ଫୁଟ୍ ର ବିଭନ୍ନ ଥିମ୍ କୁ ନେଇ ୧୦ ଟି ମୂର୍ତ୍ତି ଗଢ଼ିଛନ୍ତି କାଞ୍ଚନ। ସେହିପରି ଘରେ ମଧ୍ୟ କିଛି ମୂର୍ତ୍ତି ତିଆରି କରାଯାଇଛି। ଏଥିସହିତ ଆଗକୁ ଥିବା ବିଶ୍ବକର୍ମା ଓ ଦୁର୍ଗା ପୂଜା ପାଇଁ ତାଙ୍କୁ ମୂର୍ତ୍ତି ତିଆରି ପାଇଁ ଅର୍ଡର ଆସିଥିବା କାଞ୍ଚନ କହିଛନ୍ତି।
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ମେଧାବୃତି ଆବେଦନ ପ୍ରକ୍ରିୟା ଆରମ୍ଭ
ବାଲେଶ୍ଵର: ଜାତୀୟ ମେଧାବୃତି ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଜାତୀୟ ମେଧାବୃତି ପୋର୍ଟାଲ( ନ୍ୟାସନାଲ ସ୍କଲରସିପ ପୋର୍ଟାଲ) ଜରିଆରେ ଆବେଦନ କରିପାରିବେ । ଏ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀ ମାନେ ୱେବସାଇଟ http://scholarships.gov.in କୁ ଯାଇ ନିଜ ନାମ ପଞ୍ଜୀକରଣ ସହ ଦରଖାସ୍ତ ଦାଖଲ କରିପାରିବେ। ମାଟ୍ରିକ ପୂର୍ବ ଶ୍ରେଣୀ (ପ୍ରି -ମାଟ୍ରିକ) ମେଧାବୃତି ଆବେଦନ ପାଇଁ ୧୫ ନଭେମ୍ବର ୨୦୨୧କୁ ଶେଷ ତାରିଖ ଭାବେ ଧାର୍ଯ୍ଯ କରାଯାଇଛି ଏବଂ ମାଟ୍ରିକ ପରବର୍ତୀ (ପୋଷ୍ଟ -ମାଟ୍ରିକ)ମେଧାବୃତି ଏବଂ ଉଚ୍ଚ ଶ୍ରେଣୀ ଶିକ୍ଷା ପାଇଁ ୩୦ ନଭେମ୍ବର ୨୦୨୧କୁ ଶେଷ ତାରିଖ ଭାବେ ଧାର୍ଯ୍ଯ କରାଯାଇଛି। ସେହିପରି ଅନୁଷ୍ଠାନ ସ୍ତରରେ ଦରଖାସ୍ତ ଯାଞ୍ଚର ଶେଷ ତାରିଖ ୧୫ ଡିସେମ୍ବର ୨୦୨୧ ରଖାଯାଇଛି ଓ ରାଜ୍ୟ ସ୍ତରରେ ଯାଞ୍ଚ ପ୍ରକ୍ରିୟାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୧ ରଖାଯାଇଛି ।ଭାରତ ସରକାରଙ୍କ ଦ୍ବାରା ରାଜ୍ୟ ପାଇଁ ସୀମିତ ସଂଖ୍ୟକ ମେଧାବୃତି ମଞ୍ଜୁର କରାଯାଇଛି ଏବଂ ଏହାକୁ ପ୍ରଥମେ ଆସନ୍ତୁ, ପ୍ରଥମେ ପାଆନ୍ତୁ(ଫାଷ୍ଟ କମ,ଫାଷ୍ଟ ସର୍ଭ) ନୀତି ମାଧ୍ୟମରେ ବଣ୍ଟନ କରାଯିବା ପାଇଁ ସିଦ୍ଧାନ୍ତ ନିଆଯାଇଛି।ତେଣୁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଯେପରି ଆବେଦନ କରିପାରିବେ ଓ କୌଣସି ବି ଯୋଗ୍ୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯେପରି ଆବେଦନ ପ୍ରକ୍ରିୟାରୁ ବଂଚିତ ନ ହେବେ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ପଞ୍ଜୀକୃତ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ କୁହାଯାଇଛି।
ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପ୍ରସବ ପାଇଁ ଲାଞ୍ଚ ଅଭିଯୋଗ: ଝିଅ ହେଲେ ୫ ଶହ, ପୁଅ ପାଇଁ ହଜାରେ !
ବାଲେଶ୍ୱର: ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲରେ ନାନା ସମସ୍ୟା ସହ ଚିକିତ୍ସାରେ ଅବହେଳା ଆଦି ଅନେକ ପ୍ରସଙ୍ଗରେ ଛନ୍ଦି ହୋଇଛି। ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ି ଦେଇଛି ପ୍ରସୂତି ବିଭାଗ। ପ୍ରସବ କରାଇବା ପାଇଁ ରୋଗୀଙ୍କଠୁ ନିଆଯାଉଛି ଲାଞ୍ଚ। ବିଭାଗର ଲେବର୍‍ ରୁମ୍‍(ପ୍ରସୂତି କକ୍ଷ) ଏବଂ ଓଟିରେ ପ୍ରସବ ପାଇଁ ଟଙ୍କା ନିଆଯାଉଥିବା ଅଭିଯୋଗ ଆସିଛି। କାହାଠୁ ୫ ଶହ କାହାଠୁ ହଜାରେ ତ ପୁଣି କାହାଠୁ ୩ ହଜାର ଟଙ୍କା। ଏମିତିକି ଲୋକ ଦେଖି ସେମାନଙ୍କଠୁ ଅଧିକ କମ୍‍ ଟଙ୍କା ନିଆଯାଉଛି। ଆଉ ଏହା ଡାକ୍ତର, ସେବିକା, ଦିଦିମାନଙ୍କ ଭିତରେ ଭାଗ ବଣ୍ଟା ହେଉଥିବା କୁହାଯାଉଛି। ଏହାବ୍ୟତୀତ ଗର୍ଭବତୀ ଜଣକ ବହୁତ ସିରିୟସ୍‍ ଅଛନ୍ତି କହି ସମ୍ପର୍କୀୟଙ୍କୁ ଭୟଭୀତ ମଧ୍ୟ କରାଯାଇଥାଏ। ‘ଳରେ ଭୟରେ ଅନେକ ଲୋକ ଟଙ୍କା ଦେଇ ଭଲ ଚିକିତ୍ସା ପାଇଁ ଡାକ୍ତର ଓ ସେବିକାଙ୍କୁ ନିବେଦନ କରନ୍ତି। ମୁହଁ ଖୋଲିଲେ କାଳେ ରୋଗୀଙ୍କୁ ଭଲ ଚିକିତ୍ସା ମିଳିବନି ଭୟରେ ଏହାକୁ କେହି ପ୍ରତିବାଦ କରୁନାହାନ୍ତି। ଯାହାର ଏକପ୍ରକାର ଫାଇଦା ଉଠାଯାଉଛି। ବିନା ଅସୁବିଧାରେ ପ୍ରସବ ହେବା ପରେ କିଛି ରୋଗୀ ସମ୍ପର୍କୀୟ ଖୁସିରେ ମଧ୍ୟ ଟଙ୍କା ଦେଇଥାନ୍ତି। ଏମିତି ଏକ ଟଙ୍କା ଦେବା ନେବା ପ୍ରଥା ଅନେକ ଦିନରୁ ଚାଲିଆସୁଛି। ନା ଟଙ୍କା ନେବା ଲୋକ ପ୍ରତିବାଦ କରୁଛନ୍ତି ନା ଦେବା ଲୋକ ଏହା ବିରୋଧରେ ସ୍ୱର ଉଠାଉଛନ୍ତି।
ସୂଚନାଯୋଗ୍ୟ, ସରକାରୀ ବଡ଼ ହସପିଟାଲରେ ଥିବା ପ୍ରସୂତି ବିଭାଗର ପ୍ରସୂତ କକ୍ଷ ବାହାରେ ବଡ ବଡ ଅକ୍ଷରରେ ଚିକିତ୍ସା, ଅସ୍ତ୍ରୋପଚାର ଓ ପ୍ରସବ, ପରୀକ୍ଷା ସମ୍ପୂର୍ଣ୍ଣ ମାଗଣା ଅଟେ। କିନ୍ତୁ ସେଠାରେ ପ୍ରତିଦିନ ରୋଗୀଙ୍କ ସହ ଡିଲ୍‍ ହେଉଛି। ସାଧାରଣ ପ୍ରସବ କରାଇଦେବାକୁ କହି ଝିଅ ହେଲେ ୫ ଶହ ଏବଂ ପୁଅ ଜନ୍ମ ହେଲେ ୧ ହଜାର ଟଙ୍କା ନେଉଛନ୍ତି। ଏ ନେଇ ମାର୍କୋଣାରୁ ଆସିଥିବା ଦମ୍ପତି ଅଭିଯୋଗ ଆଣିଛନ୍ତି। ମହିଳାଜଣକ ମାର୍କୋଣାରୁ ଚଳିତମାସ ୧୭ ତାରିଖ ଦିନ ବାଲେଶ୍ୱର ବଡ଼ ହସପିଟାଲକୁ ଆସିବା ପରେ ପ୍ରସବ ପାଇଁ ଆସି ଭର୍ତ୍ତି ହୋଇଥିଲେ। ତେବେ ତାଙ୍କର ପୁଅ ଜନ୍ମ ହେବା ପରେ ତାଙ୍କଠୁ ୧ ହଜାର ଟଙ୍କା ନିଆଯାଇଛି। ତେବେ ଦମ୍ପତି ଜାଣିନପାରି ଟଙ୍କା ପ୍ରଦାନ କରିଥିବା କଥା କହିଛନ୍ତି। ଏହିପରି ପ୍ରତିଦିନ ବଡ଼ ହସପିଟାଲରେ ୮/୧୦ ଜଣ ଗର୍ଭବତୀଙ୍କ ପ୍ରସବ ହେଉଛି। ଅଧିକାଂଶଙ୍କଠୁ ପ୍ରସବ ସମୟରେ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି।
ସେହିପରି ରତ୍ନାକର ରାଉତ ନାମକ ଜଣେ ବ୍ୟକ୍ତି ଚଳିତ ମାସ ୨୪ ତାରିଖ ଦିନ ଟୁଇଟ୍‍ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ‘ଲେବର୍‍ ରୁମ ଓ ଓଟିରେ ପ୍ରସବ ପାଇଁ ଟଙ୍କା ନିଆଯାଉଛି। ବିନା ଅର୍ଥରେ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଛି। ଉକ୍ତ ଟୁଇଟ୍‍ ନେଇ ତଦନ୍ତ କରାଯିବ ବୋଲି ବାଲେଶ୍ୱର ମେଡିକାଲ କଲେଜ ଓ ହସପିଟାଲ ପକ୍ଷରୁ ପ୍ରତ୍ୟୁତ୍ତର ମଧ୍ୟ ଆସିଛି। ସେହିପରି ଏପରି ସମସ୍ୟାକୁ ନିଜେ ଦେଖିଥିବା ହେଲପିଙ୍ଗ ହ୍ୟାଣ୍ଡସ ସଭାପତି ରହିମତ ଅଲ୍ଲୀ କହିଛନ୍ତି, ଏଠି ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ଚିକିତ୍ସା ବିନା ମୂଲ୍ୟରେ ଉପଲବ୍ଧ। କିନ୍ତୁ ସତ୍ୟତା ଭିନ୍ନ ଅଟେ। ଯଦି ଜଣେ ଅସହାୟ ଗରିବ ଲୋକଟି ଟଙ୍କା ଦେବାକୁ ଅରାଜି ହୁଏ ତେବେ ରୋଗୀଙ୍କୁ ସେମିତି ଯନ୍ତ୍ରଣାରେ ଛଟପଟ ହେବାକୁ ଛାଡ଼ିଦିଆଯାଏ। ଏଥିପ୍ରତି ଜିଲ୍ଲାପାଳ, ସିଡିଏମଓ ଧ୍ୟାନ ନଦେଲେ ଆଗକୁ ଆହୁରି ସାଧାରଣ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିବ’। ଜିଲ୍ଲା ଚିକିତ୍ସାଧିକାରୀ ଦୁଲାଲସେନ ଜଗଦେବଙ୍କୁ ପଚାରିବାରୁ କହିଥିଲେ, ମୁଁ ଏ ସମ୍ପର୍କରେ ବୁଝୁନାହିଁ। ଏହା ମେଡିକାଲ ସୁପରିଟେଣ୍ଡେଣ୍ଟ ବୁଝୁଛନ୍ତି। ତେଣୁ ସେ ଯାହା ତଦନ୍ତ କରି ପଦକ୍ଷେପ ନେବେ’। ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ। ଏପରି ଏକ ସାଂଘାତିକ ଅଭିଯୋଗ ଆସୁଥିବା ବେଳେ ସିଡିଏମଓ କିଛି ଉତ୍ତର ନ ରଖି ନିଜ ଆଡୁ ଦୋଷ ଛଡ଼ାଇ ଦେଉଛନ୍ତି।