BJD Delegation - The Sakala

ତାମିଲନାଡୁ ଗ୍ୟାସଲିକ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ ବିଜେଡି ପ୍ରତିନିଧିମଣ୍ଡଳୀ
ତେଲକୋଇ: ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଲିକ୍‌ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲାର ୧୫ ଜଣ ନିରୀହ ଆଦିବାସୀ ସମ୍ପ୍ରଦାୟର ଶ୍ରମିକଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ରାଜ୍ୟ ବିଜେଡିର ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ତେଲକୋଇ ବ୍ଲକ୍‌ ଉକ୍ତ ଜୁଆଙ୍ଗ ସମ୍ପ୍ରଦାୟର ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହିତ ବିଭିନ୍ନ ଦିଗକୁ ନେଇ ମୃତକଙ୍କ ପରିବାର ସହିତ ଆଲୋଚନା କରିଛନ୍ତି। କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ଏହି ଟିମ୍‌ ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ବ୍ଲକ ଅଞ୍ଚଳର ପୀଡ଼ିତଙ୍କ ପାଖରେ ପହଞ୍ଚିଥିଲେ। ପ୍ରତ୍ୟେକ ପରିବାର ତଥା ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ଏହି ପ୍ରତିନିଧିମଣ୍ଡଳୀ। ରାଜ୍ୟ ବିଜେଡି ସୁପ୍ରିମୋ ତଥା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ମାର୍ଗଦର୍ଶନରେ ଏହି ଟିମ୍‌ ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେଡି ପ୍ରତିନିଧି ଦଳ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାରେ ଦାଦନ ମୃତ୍ୟୁ ଘଟଣା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏହି ଘଟଣାକୁ ନିନ୍ଦା କରିଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା। ଏଥିପାଇଁ ବର୍ତ୍ତମାନର ସରକାରୀ ବ୍ୟବସ୍ଥାକୁ ଭର୍ତ୍ସନା କରିଥିଲେ। ଅଧିକାଂଶ ମୃତକ ନାବାଳିକା ହୋଇଥିବା ବେଳେ କେଉଁ ପରିସ୍ଥିତିରେ ନାବାଳିକାମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ, ଆଉ ଶବ ହୋଇ ଫେରିଲେ ସେସବୁର ବିସ୍ତୃତ ତଥ୍ୟ ପ୍ରତିନିଧିମଣ୍ଡଳୀ ସଂଗ୍ରହ କରିଛନ୍ତି। ଯେଉଁ ଗୁରୁତରମାନେ ସେଠାରେ ରହି ଚିକିତ୍ସିତ ହେଉଛନ୍ତି ତାଙ୍କର ଉପଯୁକ୍ତ ଚିକିତ୍ସା ହେଉଛି ନା ନାହିଁ ଏବଂ ଆଉ କେଉଁ ମୃତକଙ୍କ ମରଶରୀର ଘରେ ପହଞ୍ଚିନାହିଁ ସରକାର ଓ ପ୍ରଶାସନ ଏହାର ସୁବ୍ୟବସ୍ଥା କରିବା ଆବଶ୍ୟକ ବୋଲି ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା ଦାବି ରଖିଛନ୍ତି। ଏହି ଦୁର୍ଘଟଣା କେବଳ ଜିଲ୍ଲା କିମ୍ବା ରାଜ୍ୟରେ ନୁହେଁ ଏହା ସାରା ଦେଶରେ ଚହଳ ସୃଷ୍ଟି କରିଛି। ପାଠ ପଢିବା ସମୟରେ ଦାଦନ ଖଟିଯିବା ଏବଂ ଶବ ହୋଇ ଫେରିବା ଦୁଃଖଦାୟକ ଘଟଣା ବୋଲି ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ସୋର ବିଧାୟକ ମାଧବ ଧଡା, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ, ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ସଦସ୍ୟ କେଦାରଚନ୍ଦ୍ର ପ୍ରଧାନ, ତେଲକୋଇ ବ୍ଲକ ଅଧ୍ୟକ୍ଷ ବିକ୍ରମ ନାୟକ ପ୍ରମୁଖ ସାମିଲ ହୋଇଥିଲେ। ଏହାସହିତ ତେଲକୋଇ ବିଜୁ ଜନତା ଦଳର ଶତାଧିକ ସକ୍ରିୟ କର୍ମୀ ଯୋଗ ଦେଇଥିଲେ।