insulin Awiqli - The Sakala

ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର: ଭାରତରେ ବିଶ୍ୱର ପ୍ରଥମ ସାପ୍ତାହିକ ଇନସୁଲିନ୍‌‌ ‘ଆୱିକ୍ଲି’
ନୂଆଦିଲ୍ଲୀ: ଡେନମାର୍କର ପ୍ରସିଦ୍ଧ ଔଷଧ ନିର୍ମାତା କମ୍ପାନୀ ‘ନୋଭୋ ନର୍ଡିସ୍କ’ ଭାରତୀୟ ବଜାରରେ ମଧୁମେହ (ଡାଇବେଟିସ୍‌‌) ରୋଗୀଙ୍କ ପାଇଁ ଏକ ବଡ଼ କ୍ରାନ୍ତିକାରୀ ଔଷଧ ‘ଆୱିକ୍ଲି’ ଲଞ୍ଚ୍‌‌ କରିଛି। ଏହା ବିଶ୍ୱର ପ୍ରଥମ ‘ସପ୍ତାହକୁ ଏକ ସଟ୍‌‌’ ନିଆଯାଉଥିବା ବେସାଲ୍‌‌ ଇନସୁଲିନ୍‌‌। ଏହି ଆଧୁନିକ ଚିକିତ୍ସା ପଦ୍ଧତି ଦ୍ୱାରା ରୋଗୀମାନଙ୍କୁ ଆଉ ପ୍ରତିଦିନ ଇଞ୍ଜେକ୍ସନ ନେବାକୁ ପଡ଼ିବ ନାହିଁ, ଫଳରେ ବର୍ଷକୁ ୩୬୫ ଥର ବଦଳରେ ମାତ୍ର ୫୨ ଥର ଇଞ୍ଜେକ୍ସନ ନେବାକୁ ହେବ।

ଭାରତରେ ପ୍ରାୟ ୧୦.୧ କୋଟି ମଧୁମେହ ରୋଗୀ ଥିବା ବେଳେ ୧୩.୬ କୋଟି ଲୋକ ପ୍ରି-ଡାଇବେଟିସ୍‌‌ ସ୍ତରରେ ଅଛନ୍ତି। ପ୍ରତିଦିନ ଇଞ୍ଜେକ୍ସନ ନେବାର ଭୟ ଏବଂ ଯନ୍ତ୍ରଣା ଯୋଗୁଁଁ ଅନେକ ରୋଗୀ ପ୍ରାୟ ୭ ରୁ ୯ ବର୍ଷ ପର୍ଯ୍ୟନ୍ତ ଇନସୁଲିନ୍‌‌ ଚିକିତ୍ସା ଆରମ୍ଭ କରିବାରେ ବିଳମ୍ବ କରିଥାନ୍ତି। ଏହି ନୂଆ ସାପ୍ତାହିକ ଇନସୁଲିନ୍‌‌ ରୋଗୀଙ୍କ ମାନସିକ ଓ ଶାରୀରିକ ଚାପକୁ ବହୁ ମାତ୍ରାରେ ହ୍ରାସ କରିବ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି। କମ୍ପାନୀ ଏହି ଇନସୁଲିନ୍‌‌କୁ ବହୁତ ଶସ୍ତା ଏବଂ ପ୍ରତିଯୋଗିତାମୂଳକ ମୂଲ୍ୟରେ ବଜାରକୁ ଆଣିଛି। ଏହାର ପ୍ରତି ୟୁନିଟ୍‌‌ ପିଛା ଖର୍ଚ୍ଚ ପ୍ରାୟ ୩.୭୩ ଟଙ୍କା ପଡ଼ିବ, ଯାହା ବର୍ତ୍ତମାନ ବଜାରରେ ମିଳୁଥିବା ଦୈନିକ ଇନସୁଲିନ୍‌‌ ତୁଳନାରେ ୩୦ ରୁ ୪୦ ପ୍ରତିଶତ ଶସ୍ତା। ସାଧାରଣତଃ ସପ୍ତାହକୁ ୭୦ ୟୁନିଟ୍‌‌ ଆବଶ୍ୟକ କରୁଥିବା ଜଣେ ରୋଗୀଙ୍କ ପାଇଁ ସାପ୍ତାହିକ ଖର୍ଚ୍ଚ ପ୍ରାୟ ୨୬୧ ଟଙ୍କା ହେବ। ବଜାରରେ ଏହା ୭୦୦ ୟୁନିଟ୍‌‌ର ପେନ୍‌‌ (ମୂଲ୍ୟ ୨, ୬୧୧ ଟଙ୍କା) ଏବଂ ୨, ୧୦୦ ୟୁନିଟ୍‌‌ର ପେନ୍‌‌ (ମୂଲ୍ୟ ୭, ୮୩୩ ଟଙ୍କା) ଭାରିଆଣ୍ଟରେ ଉପଲବ୍ଧ ହେବ। କ୍ଲିନିକାଲ୍‌‌ ଟ୍ରାୟଲ୍‌‌ରେ ଏହା ରକ୍ତରେ ଶର୍କରା ଅଂଶ ନିୟନ୍ତ୍ରଣ କରିବାରେ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଭାରତରେ ଏହାର ବିତରଣ ପାଇଁ ନୋଭୋ ନର୍ଡିସ୍କ ‘ଆବୋଟ୍‌‌’ କମ୍ପାନୀ ସହ ଚୁକ୍ତି କରିଛି।