bangladesh - The Sakala
ବଙ୍ଗୋପସାଗରରେ ବଡ଼ ଅଘଟଣ: ଦୁଇଟି ଡଙ୍ଗା ବୁଡ଼ି ୫୦୦ରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ମିଆଁମାରର ରୋହିଙ୍ଗ୍ୟା ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ବୁଡ଼ିଯିବା ଫଳରେ ଅତିକମରେ ୫୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ଆନ୍ତର୍ଜାତୀୟ ପ୍ରବାସ ସଂଗଠନ (IOM) ଏବଂ ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ (UNHCR) ପକ୍ଷରୁ ଜାରି କରାଯାଇଥିବା ଏକ ମିଳିତ ବିବୃତ୍ତି ଅନୁଯାୟୀ, ଜୁନ୍ ମାସ ଶେଷ ଆଡ଼କୁ ଏହି ଦୁଇଟି ଡଙ୍ଗା ମିଆଁମାରର ରଖାଇନ୍ ପ୍ରଦେଶରୁ ବାହାରିଥିଲା। ଏଥିରେ ଅଧିକାଂଶ ରୋହିଙ୍ଗ୍ୟା ଯାତ୍ରୀ ଥିଲେ, ଯେଉଁମାନଙ୍କ ମଧ୍ୟରୁ କିଛି ବାଂଲାଦେଶ ସୀମା ପାର୍ ହୋଇ ଆସିଥିଲେ। ପ୍ରଥମ ଡଙ୍ଗାରେ ପ୍ରାୟ ୨୫୦ ଜଣ ଥିବା ବେଳେ ଯାତ୍ରା ଆରମ୍ଭର କିଛି ସମୟ ପରେ ଏହା ନିଖୋଜ ହୋଇଯାଇଥିଲା। ସେହିପରି ୨୮୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଦ୍ୱିତୀୟ ଡଙ୍ଗାଟି ଜୁଲାଇ ୮ ତାରିଖରେ ମିଆଁମାରର ଆୟେୟାରୱାଡି ଉପକୂଳରେ ବୁଡ଼ିଯାଇଥିବା ଅନୁମାନ କରାଯାଉଛି।
ସାଧାରଣତଃ ମୌସୁମୀ ଋତୁରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ସମୟରେ ଯାତ୍ରା କରିବା ଅତ୍ୟନ୍ତ ବିପଦଜ୍ଜନକ ହୋଇଥାଏ। ତେବେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ସତ୍ତ୍ୱେ ଏତେ ସଂଖ୍ୟକ ଲୋକ ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି UNHCR ଏବଂ IOM ପ୍ରକାଶ କରିଛନ୍ତି।
ବର୍ତ୍ତମାନ ବାଂଲାଦେଶର ବିଭିନ୍ନ ଶିବିରରେ ପ୍ରାୟ ୧.୨ ନିୟୁତ ରୋହିଙ୍ଗ୍ୟା ଶରଣାର୍ଥୀ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ୨୦୧୭ ମସିହାରେ ମିଆଁମାର ସେନା ଦ୍ୱାରା ହୋଇଥିବା ଅତ୍ୟାଚାର ପରେ ଏମାନେ ବାଂଲାଦେଶ ପଳାୟନ କରିଥିଲେ। ଆମେରିକା ଏବଂ ଅନ୍ୟ ଦାତା ରାଷ୍ଟ୍ରଗୁଡ଼ିକ ପକ୍ଷରୁ ବିଦେଶୀ ସହାୟତା ହ୍ରାସ ପାଇବା କାରଣରୁ ଶରଣାର୍ଥୀ ଶିବିରଗୁଡ଼ିକରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏହା ସହିତ ମିଆଁମାର ସେନା ଏବଂ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଲାଗିରହିଥିବା ସଂଘର୍ଷ ପରିସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଛି।
ଏହି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଅନ୍ତର୍ଜାତୀୟ ସମୁଦାୟ ସହଯୋଗର ହାତ ବଢ଼ାଇବାକୁ ଉଭୟ ସଂସ୍ଥା ଆହ୍ୱାନ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ମାନବ ଚାଲାଣ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ୨୦୨୫ ମସିହାରେ ୬,୫୦୦ ରୁ ଅଧିକ ରୋହିଙ୍ଗ୍ୟା ସମୁଦ୍ର ପଥରେ ପଳାୟନ କରିବାକୁ ଉଦ୍ୟମ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୯୦୦ ଜଣ ମୃତ କିମ୍ବା ନିଖୋଜ ହୋଇଥିଲେ। ବିଶ୍ୱର ଯେକୌଣସି ସମୁଦ୍ର ପଥ ତୁଳନାରେ ଏହି ମାର୍ଗରେ ଶରଣାର୍ଥୀଙ୍କ ମୃତ୍ୟୁ ହାର ସର୍ବାଧିକ ରହିଛି।
ପ୍ରଧାନମନ୍ତ୍ରୀ ଭିକଥାଳ ଧରି ଚୀନ ଯାଇନଥିଲେ: ସାମ୍ବାଦିକଙ୍କ ପ୍ରଶ୍ନରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ତୀବ୍ର ପ୍ରତିକ୍ରିୟା
ବାଂଲାଦେଶର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ତାରେକ ରହମାନଙ୍କ ଚୀନ ଗସ୍ତକୁ ନେଇ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଖଲିଲୁର ରହମାନ କ୍ଷୋଭ ପ୍ରକାଶ କରିଛନ୍ତି। ନିକଟରେ ଶେଷ ହୋଇଥିବା ଏହି ଗସ୍ତରୁ ବାଂଲାଦେଶକୁ କି ଆର୍ଥିକ ଲାଭ ମିଳିଛି ବୋଲି ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ମନ୍ତ୍ରୀ ବିରକ୍ତ ହୋଇଯାଇଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଦେଶର ଶାସନମୁଖ୍ୟ ଅନ୍ୟ ଏକ ରାଷ୍ଟ୍ରକୁ 'ଭିକଥାଳ' ବା ଖାତା କଲମ ଧରି ଯାଇନଥାନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କର ନୂଆ ଦିଗ ସ୍ଥିର କରିବା ଥିଲା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ।
ସାମ୍ବାଦିକଙ୍କ ପ୍ରଶ୍ନରେ କ୍ଷୁବ୍ଧ ବୈଦେଶିକ ମନ୍ତ୍ରୀ
ଶନିବାର ଢାକାସ୍ଥିତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମୟରେ ଜଣେ ସାମ୍ବାଦିକ ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତରୁ ମିଳିଥିବା 'ତତ୍କାଳ ନଗଦ ଲାଭ' ସମ୍ପର୍କରେ ପଚାରିବାରୁ ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କହିଥିଲେ, 'ଦୟାକରି ଏଭଳି ପ୍ରଶ୍ନ ପଚାରନ୍ତୁ ନାହିଁ, ଏହା ଆମକୁ ଲଜ୍ଜିତ କରୁଛି। ପ୍ରଧାନମନ୍ତ୍ରୀ କୌଣସି ଭିକଥାଳ (Begging Bowl) ଧରି ଚୀନ ଯାଇନଥିଲେ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କର ପରିସର ଏବଂ ଦିଗ ନିର୍ଦ୍ଧାରଣ କରିବା ପାଇଁ ସେ ସେଠାକୁ ଯାଇଥିଲେ। ସାମ୍ବାଦିକମାନଙ୍କୁ ସାମାନ୍ୟ ଆତ୍ମସମ୍ମାନ ବଜାୟ ରଖିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
ଚୀନ ଗସ୍ତ ଏବଂ ପ୍ରମୁଖ ରାଜିନାମା
ନିକଟରେ ଶେଷ ହୋଇଥିବା ୧୩ଶ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ତାରେକ ରହମାନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିଜର ପ୍ରଥମ ବିଦେଶ ଗସ୍ତରେ ସେ ଜୁନ ୨୧ରେ ମାଲେସିଆ ଯାଇଥିଲେ ଏବଂ ପରେ ଚୀନ ଅଭିମୁଖେ ଯାତ୍ରା କରିଥିଲେ। ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଗସ୍ତ କାଳରେ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଭିତ୍ତିଭୂମି, ପ୍ରତିରକ୍ଷା ଏବଂ ଯୋଗାଯୋଗ କ୍ଷେତ୍ରରେ ପ୍ରାୟ ୧୭ଟି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି।
ନୂଆ ଦିଗରେ ଦ୍ୱିପାକ୍ଷିକ ସମ୍ପର୍କ
ଏହି ଗସ୍ତ ସମୟରେ ବାଂଲାଦେଶ-ଚୀନ ସମ୍ପର୍କ ଏକ ନୂଆ ସ୍ତରରେ ପହଞ୍ଚିଥିବା ଘୋଷଣା କରାଯାଇଛି। ଭବିଷ୍ୟତରେ ଉଭୟ ଦେଶର ନାଗରିକଙ୍କ ସୁବିଧା ପାଇଁ ଏକ 'କମ୍ପ୍ରିହେନ୍ସିଭ୍ ଷ୍ଟ୍ରାଟେଜିକ୍ କୋଅପରେଟିଭ୍ ପାର୍ଟନରସିପ୍' ଗଠନ ଉପରେ ଜୋର ଦିଆଯାଇଛି। ବିଶେଷ କରି ପ୍ରସ୍ତାବିତ ଚୀନ-ମିଆଁମାର-ବାଂଲାଦେଶ ଅର୍ଥନୈତିକ କରିଡର, ତିସ୍ତା ନଦୀ ପ୍ରକଳ୍ପ, ଏବଂ ବାଂଲାଦେଶର ମୋଙ୍ଗଲା ଓ ଚଟ୍ଟଗ୍ରାମ ବନ୍ଦରର ବିକାଶ ନେଇ ବେଜିଂ ନିଜର ଆଗ୍ରହ ପ୍ରକାଶ କରିଛି। ଯଦିଓ ଏହି ଆର୍ଥିକ କରିଡର ଉପରେ ବାଂଲାଦେଶ ଏପର୍ଯ୍ୟନ୍ତ ନିଜର ଆନୁଷ୍ଠାନିକ ନିଷ୍ପତ୍ତି ନେଇନାହିଁ, ତଥାପି ଏହି ଗସ୍ତ ଦକ୍ଷିଣ ଏସୀୟ ଭୂ-ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ବୋଲି ବିବେଚନା କରାଯାଉଛି।
ବାଂଲାଦେଶରେ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀଙ୍କ ବୟାନକୁ ନେଇ ବିବାଦ, ଜମାତ-ଏ-ଇସଲାମୀର କଡ଼ା ପ୍ରତିକ୍ରିୟା
ବାଂଲାଦେଶରେ ଭାରତର ନବନିଯୁକ୍ତ ହାଇକମିଶନର (ରାଷ୍ଟ୍ରଦୂତ) ଦିନେଶ ତ୍ରିବେଦୀ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ନେଇ ବାଂଲାଦେଶର ରାଜନୈତିକ ମହଲରେ ବିବାଦ ସୃଷ୍ଟି ହୋଇଛି। ବିଶେଷକରି କଟ୍ଟରପନ୍ଥୀ ଇସଲାମୀୟ ଦଳ ଜମାତ-ଏ-ଇସଲାମୀ ତାଙ୍କ ମନ୍ତବ୍ୟ ଉପରେ କଡ଼ା ଆପତ୍ତି ଜଣାଇଛି।
ତ୍ରିବେଦୀଙ୍କ ବୟାନ କ'ଣ ଥିଲା?
ନିକଟରେ ବେନାପୋଲ୍ ସୀମା ଦେଇ ବାଂଲାଦେଶରେ ପ୍ରବେଶ କରିବା ସମୟରେ ଦିନେଶ ତ୍ରିବେଦୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଭାରତ ଏବଂ ବାଂଲାଦେଶ ଅଲଗା ରହି ଏକ ଶକ୍ତିଶାଳୀ ରାଷ୍ଟ୍ର ପାଲଟିପାରିବେ ନାହିଁ। ଭାରତର ୧୪୦ କୋଟି ଏବଂ ବାଂଲାଦେଶର ୨୦ କୋଟି ଲୋକଙ୍କୁ ମିଶାଇ ମୋଟ ୧.୬ ବିଲିୟନ (୧୬୦ କୋଟି) ଲୋକଙ୍କ ସ୍ୱାର୍ଥ ପାଇଁ ମିଳିମିଶି କାମ କରିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଥିଲେ ଯେ, 'ଭାରତ ଓ ବାଂଲାଦେଶ ସମାନ ଆକାଶ ଓ ପବନ ଅଂଶୀଦାର କରନ୍ତି ଏବଂ ଉଭୟ ଦେଶକୁ ଏକାଠି କାମ କରିବାକୁ ପଡ଼ିବ।' ତାଙ୍କର ଏହି 'ଏକାଠି ମିଶିବା' ବା 'ଏକ ହେବା' ପ୍ରସଙ୍ଗ ଏବେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।
ଜମାତ-ଏ-ଇସଲାମୀ ଏବଂ ବିରୋଧୀଙ୍କ ଆପତ୍ତି
ତ୍ରିବେଦୀଙ୍କ ଏହି ବୟାନ ଉପରେ ବାଂଲାଦେଶ ଜମାତ-ଏ-ଇସଲାମୀର ମୁଖ୍ୟ ସଫିକୁର ରହମାନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବାଂଲାଦେଶ ଏକ ସ୍ୱାଧୀନ ଦେଶ ଏବଂ ତ୍ରିବେଦୀଙ୍କ 'ଉଭୟ ଦେଶ ଏକ ହେବା' ବୟାନ ଅତ୍ୟନ୍ତ ନିନ୍ଦନୀୟ। ଏହା ସହିତ ସେ ବାଂଲାଦେଶର ତାରିକ୍ ରହମାନ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଏହି ପ୍ରସଙ୍ଗରେ ଭାରତୀୟ ହାଇକମିଶନରଙ୍କଠାରୁ ସ୍ପଷ୍ଟୀକରଣ ମାଗନ୍ତୁ।
ଅନ୍ୟପକ୍ଷରେ, ନ୍ୟାସନାଲ୍ ସିଟିଜେନ୍ ପାର୍ଟିର ନେତା ତଥା ବିରୋଧୀ ଦଳର ଚିଫ୍ ହ୍ୱିପ୍ ନାହିଦ ଇସଲାମ ମଧ୍ୟ ଏହି ବୟାନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, 'ଭାରତ ଓ ବାଂଲାଦେଶର ଆକାଶ ଏବଂ ମାଟି ଏକ ନୁହେଁ। ଏହି ବିଷୟରେ ୧୯୪୭ ମସିହାରେ ହିଁ ନିଷ୍ପତ୍ତି ନିଆଯାଇସାରିଛି।'
କୂଟନୈତିକ ମହତ୍ତ୍ୱ
୧୯୭୧ ମସିହାରେ ବାଂଲାଦେଶ ସ୍ୱାଧୀନ ହେବା ପରେ ଦିନେଶ ତ୍ରିବେଦୀ ହେଉଛନ୍ତି ପ୍ରଥମ ରାଜନୈତିକ ବ୍ୟକ୍ତି, ଯାହାଙ୍କୁ ଭାରତ ସରକାର ଢାକାରେ ହାଇକମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗିରହିଥିବା ବେଳେ ନୂତନ ରାଷ୍ଟ୍ରଦୂତଙ୍କ ଏହି ବୟାନ ଦୁଇ ଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି।
ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି
ବାଂଲାଦେଶରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରି ଶନିବାର ଦିନ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଦେଶର ସଂସଦ ଭବନ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାର ସମ୍ଭାବନା ରହିଛି। ଏହି ଗୁଇନ୍ଦା ସୂଚନା ଆଧାରରେ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସରକାରଙ୍କ ପକ୍ଷରୁ ସାରା ଦେଶରେ ସୁରକ୍ଷା ସତର୍କତା ଜାରି କରାଯାଇଛି। ଏହି ସତର୍କତାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋପନୀୟ ବୋଲି ବିବେଚନା କରାଯାଇ ସୁରକ୍ଷା ବଳକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରମୁଖ ଟାର୍ଗେଟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ
ବାଂଲାଦେଶର ପ୍ରମୁଖ ଖବରକାଗଜ ପ୍ରଥମ ଆଲୋର ରିପୋର୍ଟ ଅନୁଯାୟୀ, ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠିରେ ସଂସଦ ପରିସର, ପୂଜାସ୍ଥଳ, ମନୋରଞ୍ଜନ କେନ୍ଦ୍ର, ସାମରିକ ତଥା ପୁଲିସ ପ୍ରତିଷ୍ଠାନ ଉପରେ ସମନ୍ୱିତ ଆକ୍ରମଣ ହେବାର ଚେତାବନୀ ଦିଆଯାଇଛି। ଏହା ସହିତ ଅସ୍ତ୍ରାଗାରଗୁଡ଼ିକୁ ମଧ୍ୟ ସମ୍ଭାବ୍ୟ ଟାର୍ଗେଟ ତାଲିକାରେ ରଖାଯାଇଛି। ଡେଲି ଷ୍ଟାର ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ଏକ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ସଦସ୍ୟ ଇସ୍ତିଆକ୍ ଅହମ୍ମଦ ସାମି ଓରଫ ଆବୁ ବକ୍କରଙ୍କୁ ଗିରଫ କରାଯିବା ପରେ ଏହି ଆଲର୍ଟ ଜାରି କରାଯାଇଛି। ଅଭିଯୋଗ ରହିଛି ଯେ ତାଙ୍କର ଦୁଇ ଜଣ ବହିଷ୍କୃତ ସେନା କର୍ମଚାରୀଙ୍କ ସହ ଘନିଷ୍ଠ ସମ୍ପର୍କ ରହିଛି।
ସୁରକ୍ଷା ବଳଙ୍କୁ କଡ଼ା ନିର୍ଦ୍ଦେଶ
ଏହି ଚିଠିରେ ସମ୍ଭାବ୍ୟ ଆକ୍ରମଣ ପଛରେ ଥିବା ଦୁଇ ଜଣ ପ୍ରମୁଖ ଯୋଜନାକାରୀଙ୍କ ପ୍ରୋଫାଇଲ୍ ଉଲ୍ଲେଖ କରାଯାଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସଂଗଠନର ନାମ ପ୍ରକାଶ କରାଯାଇନାହିଁ। ସନ୍ଦିଗ୍ଧ ଆକ୍ରମଣକାରୀମାନେ ଦେଶର ସାମଗ୍ରିକ ସୁରକ୍ଷା ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରାଯାଇଛି ଏବଂ ସେମାନେ ବିଭିନ୍ନ ପଦ୍ଧତିରେ ଆକ୍ରମଣ କରିପାରନ୍ତି ବୋଲି ଚେତାବନୀ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ମୁଖ୍ୟାଳୟ ପକ୍ଷରୁ ସିଆଇଡି (CID), ସ୍ପେଶାଲ୍ ବ୍ରାଞ୍ଚ (SB) ଏବଂ କାଉଣ୍ଟର ଟେରୋରିଜିମ୍ ଆଣ୍ଡ୍ ଟ୍ରାନ୍ସନ୍ୟାସନାଲ୍ କ୍ରାଇମ୍ସ (CTTC) ୟୁନିଟ୍ ସମେତ ସମସ୍ତ ସ୍ୱତନ୍ତ୍ର ପୁଲିସ ୟୁନିଟ୍‌କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାରା ଦେଶରେ ସାଧାରଣ ପୁଲିସ ବିଭାଗକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି।
ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ, ଉତ୍ସବରେ ସାମିଲ ହେଲେ ଓମ୍ ବିର୍ଲା
ନୂଆଦିଲ୍ଲୀ: ବାଂଲାଦେଶ ତାରିକ୍ ରାଜ । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ମୁଖ୍ୟ ତାରିକ୍ ରହମାନ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିୟାଙ୍କ ପୁତ୍ର ତାରିକ୍ ଦୀର୍ଘ ୧୭ ବର୍ଷର ନିର୍ବାସନ ପରେ ଦେଶକୁ ଫେରି ନିଜ ଦଳକୁ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ଦେଇଛନ୍ତି।
ଗତ ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ BNP ୩୦୦ ସିଟ୍ ବିଶିଷ୍ଟ ସଂସଦରେ ୧୫୧ରୁ ଅଧିକ ଆସନ ଜିତି ସ୍ପଷ୍ଟ ବହୁମତ ହାସଲ କରିଛି। ଅନ୍ୟପକ୍ଷରେ, ପୂର୍ବରୁ ବିଏନପିର ସହଯୋଗୀ ଥିବା ଜମାତ-ଇ-ଇସଲାମୀ ଏଥର ପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ଲଢିଥିଲା ଏବଂ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି।
ଏହି ଶପଥ ଗ୍ରହଣ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଢାକାରେ ପହଞ୍ଚିବା ପରେ ବାଂଲାଦେଶର ବୈଦେଶିକ ସଚିବ ନଜରୁଲ ଇସଲାମ ତାଙ୍କୁ ସ୍ୱାଗତ କରିଥିଲେ। ବାଚସ୍ପତି ବିର୍ଲା ଏହି ମୁହୂର୍ତ୍ତକୁ ଦୁଇ ଦେଶ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସମ୍ପର୍କକୁ ଅଧିକ ମଜବୁତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ଅଭିହିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେ ତାରିକ୍ ରହମାନଙ୍କୁ ଶୁଭେଚ୍ଛା ଜଣାଇଥିବା ପ୍ରଥମ ବିଶ୍ୱ ନେତାମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ତେବେ ମୁମ୍ବାଇରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ପୂର୍ବ ନିର୍ଦ୍ଧାରିତ ବୈଠକ ଥିବାରୁ ମୋଦୀ ଏହି ସମାରୋହରେ ଯୋଗ ଦେଇପାରି ନଥିଲେ।
ଶପଥ ଗ୍ରହଣ ପୂର୍ବରୁ ସୋମବାର ଦିନ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେଇଥିଲେ। ୨୦୨୪ ଜୁଲାଇରେ ଶେଖ ହସିନାଙ୍କ ସରକାର ପତନ ପରେ ଦେଶର ଶାସନ ଭାର ସମ୍ଭାଳିଥିବା ୟୁନୁସ କହିଥିଲେ ଯେ, "ଆଜି ଅନ୍ତରୀଣ ସରକାର ବିଦାୟ ନେଉଛି, କିନ୍ତୁ ଗଣତନ୍ତ୍ର, ବାକ୍ ସ୍ୱାଧୀନତା ଏବଂ ମୌଳିକ ଅଧିକାରର ଯେଉଁ ଅଭ୍ୟାସ ଆରମ୍ଭ ହୋଇଛି, ତାହା ଯେପରି ବନ୍ଦ ନ ହୁଏ।"
ବାଂଲାଦେଶରେ ପୁଣି ହିଂସା: ସରିଫ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଛି ବାଂଲାଦେଶ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି
ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ହିଂସା । ସରିଫ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଛି ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନା ବିରୋଧୀ ଆନ୍ଦୋଳନର ମୁଖ୍ୟ ଶରିଫ ଉସମାନ୍ ହାଦିଙ୍କ ମୃତ୍ୟୁ ପରେ ଅଶାନ୍ତ ହୋଇଯାଇଛି ବାଂଲାଦେଶ । ସିଙ୍ଗାପୁରରେ ଇନକିଲାବ୍ ମଞ୍ଚର ସଂଯୋଜକ ଶରିଫଙ୍କ ମୃତ୍ୟୁ ପରେ ଗୁରୁବାର ରାତ୍ରରେ ଢାକାରେ ନିଆଁ ଜଳିଛି । ବାଂଲାଦେଶରେ ହିଂସା ଘଟି ଅନେକ ସ୍ଥାନରେ ପୋଡ଼ାଜଳା ସହିତ ପଥରମାଡ଼ ହୋଇଛି । ଚଟଗାଓଁରେ ଭାରତୀୟ ହାଇକମିଶନ ବାହାରେ ହିଂସା ଯୋଗୁଁ ୨ ପୋଲିସ କର୍ମୀଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି । ଘଟଣାରେ ଜଣେ ସାମ୍ବାଦିକକୁ ଗୁଳି କରି ହତ୍ୟା କରାଯାଇଛି ।
ବାଂଲାଦେଶ ହିଂସାକୁ ନେଇ ଭାରତୀୟ ହାଇକମିଶନ ଏକ ନୋଟିସ ଜାରି କରିଛି । ବାଂଲାଦେଶରେ ରହୁଥିବା ଭାରତୀୟ ସମୁଦାୟ ସଦସ୍ୟ ଏବଂ ଭାରତୀୟ ଛାତ୍ରଙ୍କୁ ଯାତ୍ରା ନ କରିବାକୁ ଅପିଲ କରିଛି ।
ଗତ ୧୨ ଡିସେମ୍ବରରେ ଦାହିଙ୍କ ଉପରେ ଢାକାରେ ଗୁଳିମାଡ଼ ହୋଇଥିଲା । ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗତକାଲିଠୁ ସାରା ବାଂଲାଦେଶରେ ହିଂସାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀମାନେ ଢାକା ବିଶ୍ୱବିଦ୍ୟାଳୟ ଓ ଶାହାବାଗ୍ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ହଙ୍ଗାମା କରିଛନ୍ତି । ପ୍ରଦର୍ଶନକାରୀ ଭାରତୀୟ ପ୍ରତିଷ୍ଠାନକୁ ଟାର୍ଗେଟ କରିଛନ୍ତି । ଭାରତ ବିରୋଧୀ ନାରା ଦେବା ସହ ଚଟଗାଓଁରେ ଥିବା ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ଉପରକୁ ଢେଲାମାଡ଼ କରିଛନ୍ତି ପ୍ରଦର୍ଶନକାରୀ । ଓସମାନଙ୍କ କିଲର ଭାରତରେ ଲୁଚିଥିବା ବାଂଲାଦେଶର ଅଭିଯୋଗ । ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଛି ୨ଟି ଭିସା ଆବେଦନ କେନ୍ଦ୍ର ।
ସାମରିକ ବିଦ୍ରୋହ ଆଡ଼କୁ ମୁହାଁଉଛି ବାଂଲାଦେଶ !
ଢାକା: ବାଂଲାଦେଶର ମହମ୍ମଦ ୟୁନୁସ୍‌ ସରକାରଙ୍କ ଭାରତ ବିରୋଧୀ ମାନସିକତା ତୀବ୍ର ହେବାରେ ଲାଗିଛି। ଭାରତରେ ଅସ୍ଥିରତା ସୃଷ୍ଟି କରିବା ସହିତ ଭାରତକୁ ବିପଦରେ ପକାଇବା ଲାଗି ୟୁନୁସ୍‌ ସରକାର ଚୀନ୍‌ ଏବଂ ପାକିସ୍ତାନ ସହ ହାତ ମିଳାଇଛି। ଯାହାର ନମୁନା ଅନେକ ସ୍ତରରେ ଦେଖିବାକୁ ମିଳିଛି। ଭାରତ ସୀମାକୁ ଲାଗି ରହିଥିବା ବାଂଲାଦେଶର ଲାଲ ମୁନିର ହାଟ୍‌ ଏୟାରବେସ୍‌ର ପୁନଃ ନିର୍ମାଣ ଲାଗି ବାଂଲାଦେଶ ସରକାର ଚୀନ୍‌ ସହ ହାତ ମିଳାଇ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। ମୁଖ୍ୟତଃ ‘ ଚିକେନ ନେକ୍‌’କୁ ଦୃଷ୍ଟିରେ ରଖି ୟୁନୁସ୍‌ ସରକାର ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡିକରେ ଅସ୍ଥିରତା ସୃଷ୍ଟି କରିବକୁ ମସୁଧା କରିଛନ୍ତି। ଅନ୍ୟପକ୍ଷରେ ଭାରତ ବିରୋଧୀ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ୟୁନୁସ୍‌ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍‌ –ଜମାନଙ୍କୁ ହଟାଇ ତାଙ୍କ ସ୍ଥାନରେ ଜେନେରାଲ ଫୈଜୁର ରହମନଙ୍କୁ ବସାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ୱାକର ଜମାନ ଶେଖ ହସିନାଙ୍କ ସମୟରୁ ସେନା ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି ଏବଂ ଭାରତ ପ୍ରତି ତାଙ୍କର ମାନସିକତା ସ୍ବାଭାବିକ ରହିଛି। ହେଲେ ମହମ୍ମଦ ୟୁନୁସ୍‌ ବାଂଲାଦେଶ ସେନା ଦାୟିତ୍ବ ଫୈଜୁର ରହମନଙ୍କୁ ଦେବାକୁ ପ୍ରସ୍ତୁତି ନେଇଥିବା ଜଣାପଡ଼ିଛି। କ୍ବାର୍ଟର ମାଷ୍ଟର ଜେନେରାଲ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ଫୈଜୁର ନିକଟରେ ବାଂଲାଦେଶ ଏନଏସଏ ଖଲିଉର ରହମନଙ୍କୁ ଭେଟିବା ସହିତ ପାକିସ୍ତାନର ଆଇଏସଆଇ ମୁଖ୍ୟ ଅସିମ ମଲିକଙ୍କୁ ମଧ୍ୟ ଭେଟିଛନ୍ତି। ଫୈଜୁର ରହମନଙ୍କ ନେତୃତ୍ବରେ ୟୁନୁସ୍‌ ଭାରତ ବିରୋଧୀ ଯୋଜନା ପ୍ରସ୍ତୁତ କରି ଏହାକୁ ରୂପ ଦେବାକୁ ଚାହୁଁଥÒବା ଆକଳନ କରାଯାଉଛି।
ବବର୍ତ୍ତମାନ ସେନାଧ୍ୟକ୍ଷ ରହିଥିବା ୱାକର ଜମାନ ବାଂଲାଦେଶରେ ତୁରନ୍ତ ନିର୍ବାଚନ କରିବାକୁ ଚାହୁଁଥିଲେ ହେଁ ଫୈଜୁର ୨୦୨୬ରେ ନିର୍ବାଚନ ହେବ ବୋଲି କହୁଛନ୍ତି। ଯାହାକୁ ନେଇ ଦୁଇ ଜେନେରାଲ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ଫଳରେ ଆଗାମୀ ଦିନରେ ବାଂଲାଦେଶ ସେନା ଦୁଇଫାଳ ହେବାର ଆଶଙ୍କା ବଢିବା ସହିତ କୌଣସି ମୁହୂର୍ତ୍ତରେ ସାମରିକ ବିଦ୍ରୋହ ଉଠିପାରେ ବୋଲି ଆକଳନ କରାଯାଉଛି।
ଢାକା: ବାଂଲାଦେଶ ପୋଷାକ ଉଦ୍ୟୋଗ ଏବେ ଭୟଙ୍କର ସଙ୍କଟ ଦେଇ ଗତି କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବାର ୭ ମାସ ମଧ୍ୟରେ ଏହି ଶିଳ୍ପ ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସମୟ ମଧ୍ୟରେ ୧୪୦ରୁ ଅଧିକ ପୋଷାକ କାରଖାନା ବନ୍ଦ ହୋଇଗଲାଣି। ଏଥିଯୋଗୁଁ ଲକ୍ଷାଧିକ ଶ୍ରମିକ ବେକାର ହୋଇ ଯାଇଛନ୍ତି। କେବଳ ଗାଜିପୁର, ସାୱର, ନାରାୟଣଗଞ୍ଜ ଏବଂ ନର୍ସିଂଦିରେ ୫୦ରୁ ଅଧିକ କାରଖାନା ସମ୍ପୂର୍ଣ୍ଣ ଏବଂ ଆଉ ୪୦ଟି ଅସ୍ଥାୟୀ ଭାବେ ବନ୍ଦ ରହିଛି। ଅନ୍ୟପକ୍ଷରେ ଆର୍ଥିକ ସ୍ଥିତି ଭୁଶୁଡି ଯାଇଥିବାରୁ ଆଉ କିଛି କମ୍ପାନୀ ଶ୍ରମିକଙ୍କୁ ଦରମା ଦେଇପାରୁ ନାହାନ୍ତି। ଅନେକ ଶ୍ରମିକ ୨ରୁ ୧୪ ମାସ ହେଲା ଦରମା ପାଇନାହାନ୍ତି। ଏଥିଯୋଗୁଁ ସେମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। ଇଦ୍‌ ପାଖେଇ ଆସୁଥିବାବେଳେ ସ୍ଥିତି ଆହୁରି ଖରାପ ହେବାକୁ ବସିଛି। ଆହୁରି ଅଧିକ କାରଖାନା ବନ୍ଦ ହେବାର ଆଶଙ୍କା ରହିଛି। ଏହା ସତ୍ତ୍ବେ ସରକାର ଏବଂ କମ୍ପାନୀ ମାଲିକ କୌଣସି ପଦକ୍ଷେପ ନେଉନାହାନ୍ତି। ଆର୍ଥିକ ମାନ୍ଦାବସ୍ଥା ଏବଂ ରାଜନୈତିକ ଅସ୍ଥିରତା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ଶେଖ୍‌ ହସିନାଙ୍କ ଦଳ ଅୱାମୀ ଲିଗ୍‌ର ଅଧିକାଂଶ ନେତା ଏହି ସବୁ କାରଖାନାର ମାଲିକ ଥିଲେ। ହସିନାଙ୍କ ପରେ ଏହି ମାଲିକମାନେ ଭୟରେ ଦେଶ ଛାଡ଼ି ପଳାଇଛନ୍ତି। ତେଣୁ କମ୍ପାନୀ ବନ୍ଦ ହୋଇଯାଇଛି ବୋଲି କୁହାଯାଉଛି। ରିପୋର୍ଟ ଅନୁଯାୟୀ ଦେଶର ପୋଷାକ ଉଦ୍ୟୋଗକୁ ମିଳିଥିବା ୨୦ ପ୍ରତିଶତ ଅର୍ଡର ଅନ୍ୟ ଦେଶକୁ ଦିଆଯାଇଛି। ଏହି ସବୁ ଅର୍ଡର ଭାରତ, ଭିଏତନାମ, ଶ୍ରୀଲଙ୍କା, ଇଣ୍ଡୋନେସିଆ ଏବଂ ପାକିସ୍ତାନକୁ ମିଳୁଛି।
ଭାରତକୁ ଖୁସି କରିବାକୁ ୟୁନୁସ୍ ସରକାରଙ୍କ କୂଟନୀତି: ଇଲିସି ମାଛ ରପ୍ତାନୀ ଉପରୁ କଟକଣା ଉଠାଇଲା ବାଂଲାଦେଶ
ନୂଆଦିଲ୍ଲୀ: ବାଂଲାଦେଶକୁ ଭାରତରୁ ପିଆଜ, ଆଳୁ, ଅଣ୍ଡା ପଠାଇବା ପରେ ଏବେ ଭାରତକୁ ଖୁସି କରିବାକୁ ଚାହଁୁଛି ବାଂଲାଦେଶ। ପଦକ୍ଷେପ ସ୍ବରୂପ ଭାରତକୁ ଇଲିସି ମାଛ ରପ୍ତାନୀ ଉପରୁ କଟକଣା ଉଠାଇ ଦେଇଛନ୍ତି ମହମ୍ମଦ ୟୁନୁସ୍ ସରକାର। ବାଂଲାଦେଶର ନ୍ତରୀଣ ସରକାର ଦୁର୍ଗାପୂଜା ପୂର୍ବରୁ ଇଲିସି କୂଟନୀତି ଉଠାଇ ଦେଇଛନ୍ତି।
ଭାରତକୁ ୩ ହଜାର ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀ କରିବାକୁ ୟୁନୁସ ସରକାର ମଞ୍ଜୁରୀ ଦେଇଛନ୍ତି। ମହମ୍ମଦ ୟୁନୁସ ସରକାର ଚଳିତବର୍ଷ ଘରୋଇ ବଜାରରେ କାରବାର ବଢାଇବା ପାଇଁ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଦୁର୍ଗାପୂଜା ସହିତ ଅନ୍ୟ ପର୍ବପର୍ବାଣୀରେ ଭାରତର ପୂର୍ବାଞ୍ଚଳ ରାଜ୍ୟରେ ଇଲିସି ମାଛର ଚାହିଦା ବଢ଼ିଥାଏ। ବାଂଲାଦେଶର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଆଗାମୀ ଦୁର୍ଗାପୂଜା ଅବସରରେ ୩ ହଜାର ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀକୁ ମଞ୍ଜୁର ଦିଆଯାଇଛି। ବାଲାଂଦେଶ ସରକାରଙ୍କ ଏହି ପଦକ୍ଷେପ ଫଳରେ ପଦ୍ମ ନଦୀର ଇଲିସି ପାଇଁ ଭାରତୀୟଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ବାଂଲାଦେଶ ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି।
‘ମତ୍ସ୍ୟ ଆମଦାନୀ ଆସୋସିଏସନ୍’ର ସମ୍ପାଦକ ସୟଦ ଅନୱାର ମକସୁଦ କହିଛନ୍ତି ଯେ , ଇଲିସି ମାଛ ନିଶ୍ଚିତ ଭାବେ ଆସୁଛି। ତେବେ ମାଛର ଦର କେତେ ହେବ ତାହା କହିବା ସମ୍ଭବ ନୁହେଁ। ଇଲିସିର ମୂଲ୍ୟ ଆକାଶଛୁଆଁ ହୋଇସାରିଛି। ଯଦି ଅଧିକ ମାଛ ଆସେ, ତେବେ ଦର କମ୍ ହେବ। ନଚେତ୍ ଦର ଅଧିକ ହେବ। ଅନୁମତି ୩,୦୦୦ ମେଟ୍ରିକ୍ ଟନ୍ ପାଇଁ ମିଳିଥିଲେ ମଧ୍ୟ ୧,୫୦୦ ମେଟ୍ରିକ୍ ଟନ୍ ଇଲିସି ଆସିବାର ସମ୍ଭାବନା ରହିଛି। ଭାରତ ବାଂଲାଦେଶର କଷ୍ଟଦାୟକ ସମୟରେ ଠିଆ ହୋଇଛି। ବାଂଲାଦେଶରେ ଜନ ଆନ୍ଦୋଳନ ପରେ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଥିଲା। ଏହି ଖରାପ ସମୟରେ ବାଂଲାଦେଶକୁ ଭାରତ ପିଆଜ, ଆଳୁ ଏବଂ ଅଣ୍ଡା ପଠାଇଛି।
ବାଂଲାଦେଶରେ ଆଦାନୀଙ୍କ ଫସିଛି ୭ ହଜାର କୋଟି
ନୂଆଦିଲ୍ଲୀ:  ସଂପ୍ରତି ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଶିଳ୍ପ ଏବଂ ଔଦ୍ୟୋଗିକ ଜଗତକୁ ଭାରୀ ମାତ୍ରାରେ ପ୍ରଭାବିତ କରିଛି। ଏକ ପଡ଼ୋଶୀ ରାଷ୍ଟ୍ର ଭାବେ ଏଠାରେବହୁ ଭାରତୀୟ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ନିବେଶ କରିଥିଲା ବେଳେ ସେମାନଙ୍କ ପ୍ରକଳ୍ପ ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବାଂଲାଦେଶର ସାଂପ୍ରତିକ ସ୍ଥିତି ଆଗାମୀ ଦିନରେ ଆର୍ଥିକ ସଙ୍କଟ ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଏହିକ୍ରମରେ ଭାରତର ଅନ୍ୟତମ ପ୍ରମୁଖ ଶିଳ୍ପଗୋଷ୍ଠୀ ଆଦାନୀ ଗ୍ରୁପ ସମସ୍ୟାରେ ପଡ଼ିଛି। ବାଂଲାଦେଶ ସ୍ଥିତିକୁ ନେଇ ଗୌତମ ଆଦାନୀଙ୍କ ଚିନ୍ତା ବଢ଼ିଥିବା କୁହାଯାଉଛି। ତାଙ୍କ କମ୍ପାନୀ ଏଠାରେ ୮୦୦ ନିୟୁତ ଡଲାର (୬୭୧୧ କୋଟି ଟଙ୍କା) ନିବେଶ କରିଛି। ବିଶେଷକରି ବାଂଲାଦେଶରେ ବିଦ୍ୟୁତ ପ୍ରକଳ୍ପରେ ଆଦାନୀ ଗ୍ରୁପ୍‌ ଏହି ପରିମାଣର ଅର୍ଥ ବନିଯୋଗ କରିଥିଲା ବେଳେ କମ୍ପାନୀର ପ୍ରାପ୍ୟକୁ ନେଇ ସମସ୍ୟା ସୃଷ୍ଟି ହେବା ଆଶଙ୍କା ବଢିଛି। ଏଥିପାଇଁ ଆଦାନୀ ପାୱାର ପକ୍ଷରୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ସହ ଆଲୋଚନା ଜାରି ରହିଛି। ବାଂଲାଦେଶରେ ଗୋଟିଏ ପକ୍ଷରେ ହିଂସା ବଢିଥିଲା ବେଳେ ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନାଙ୍କ ଇସ୍ତଫା ଏବଂ ଏଠାରେ ନୂଆ ସରକାର ପ୍ରତିଷ୍ଠା ଏହି କମ୍ପାନୀ ପାଇଁ ଚିନ୍ତାର କାରଣ ହୋଇଛି। ହସିନା ସରକାରଙ୍କ ସହ ଆଦାନୀ ପାୱାରର ବୁଝାମଣା ହୋଇଥିଲା। କିନ୍ତୁ ଏବେ ୟୁନୁସ୍‌ଙ୍କ ନେତୃତ୍ବ ଅନ୍ତରୀଣ ସରକାର ଏହାକୁ କିଭଳି ଗୁରୁତ୍ବ ଦେଇ କାର୍ଯ୍ୟ କରିବେ ତାହା ସନ୍ଦେହ ସୃଷ୍ଟି କରିଛି।
ଆଦାନୀ ପାୱାରକୁ ବକେୟା ମିଳିବା ଦିଗରେ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିକଳ୍ପ ସ୍ଥିତିରେ ଆଦାନୀ ପାୱାର ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିପାରେ। କିନ୍ତୁ ଏହାଦ୍ବାରା କମ୍ପାନୀକୁ ବିନିଯୋଗ ଅର୍ଥ ଫେରସ୍ତ ମିଳିବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। ଆଦାନୀ ପାୱାର ବ୍ୟତୀତ ଏନ୍‌ଟିପିସି ଏବଂ ପିଟିସି ଇଣ୍ଡିଆ ଭଳି କିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟ ମଧ୍ୟ ବାଂଲାଦେଶକୁ ବିଦ୍ୟୁତ୍‌ ଯୋଗାଉଛନ୍ତି।
ବାଂଲାଦେଶରେ ଟଙ୍କା ସଙ୍କଟ, ଶ୍ରମିକଙ୍କୁ ଦୈନିକ ମଜୁରୀ ଦେବାକୁ ନାହିଁ ଟଙ୍କା
ଢାକା: ହିଂସା ପରେ ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଯୋଗୁ ସେଠାରେ ଏବେ ବଡ଼ ଧରଣର ନଗଦ ସଙ୍କଟ ଦେଖାଦେଇଛି। ବର୍ତ୍ତମାନ ବାଂଲାଦେଶର ବ୍ୟବସାୟୀମାନେ ନଗଦ ଅଭାବର ସମ୍ମୁଖୀନ ହେଉଛନ୍ତି। ଯେହେତୁ ଶେଖ ହାସିନଙ୍କ ନେତୃତ୍ୱାଧୀନ ସରକାରଙ୍କ ପତନ ପରେ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ବାଂଲାଦେଶ କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ନଗଦ ପ୍ରତ୍ୟାହାରର ସୀମା ଧାର୍ଯ୍ୟ କରାଯାଇଛି। ଏହି କାରଣରୁ, ଏବେ ସେଠାରେ ବ୍ୟବସାୟୀମାନେ ଶ୍ରମିକଙ୍କୁ ଦୈନିକ ମଜୁରୀ ପ୍ରଦାନ କରିବା ନେଇ ମସସ୍ୟାରେ ପଡିଛନ୍ତି। ସୋମବାର ଏକ ଗଣମାଧ୍ୟମ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ଏଠାରେ ସୂଚନାଯୋଗ୍ୟ, ବାଂଲାଦେଶ ବ୍ୟାଙ୍କ ଶନିବାର ଘୋଷଣା କରିଥିଲା ଯେ, ଟାକା (ବାଂଲାଦେଶ ମୁଦ୍ରା) ୧ ଲକ୍ଷରୁ ଆକାଉଣ୍ଟ ପିଛା ନଗଦ ପ୍ରତ୍ୟାହାର ସୀମାକୁ ୨ ଲକ୍ଷ (ପ୍ରାୟ ୧.୪୨ ଲକ୍ଷ ଟଙ୍କା)କୁ ବୃଦ୍ଧି କରିଛି। ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ନଗଦ ଟଙ୍କା ପ୍ରତ୍ୟାହାର ଉପରେ ଏକ ସୀମା ଧାର୍ଯ୍ୟ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ବିବାଦୀୟ ଚାକିରି କୋଟା ବ୍ୟବସ୍ଥା ଏବଂ ପୋଲିସ୍ ଏବଂ ଛାତ୍ରଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଶେଖ ହସିନାଙ୍କ ଆୱାମୀ ଲିଗ୍ ସରକାରଙ୍କ ବିରୋଧରେ ବ୍ୟାପକ ବିରୋଧ ପରେ ବାଂଲାଦେଶ ପୋଲିସ୍ ସମ୍ପୂର୍ଣ୍ଣ ରୂପେ ସକ୍ରିୟ ହୋଇନାହିଁ। ଦେଶର ମଧ୍ୟବର୍ତ୍ତୀକାଳୀନ ଅର୍ଥ ଏବଂ ଯୋଜନା ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଧ୍ୟ ରବିବାର କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଗଦ ଟଙ୍କା ପ୍ରତ୍ୟାହାର ସୀମା ଆବଶ୍ୟକ। ବ୍ୟବସାୟୀମାନେ, ବିଶେଷକରି ମୁଖ୍ୟତ ନଗଦ କାରବାର କରୁଥିବା ବ୍ୟକ୍ତିମାନେ କହିଛନ୍ତି ଯେ ଯଦି ନଗଦ ସଙ୍କଟ ଜାରି ରହି ଆସନ୍ତା ସପ୍ତାହ ଯାଏ ଏହା ଚାଲେ ତେବେ ସେମାନେ ବେଶ କଷ୍ଟଦାୟକ ସ୍ଥିତିରେ ରହିବେ ବୋଲି ଦୈନିକ ଷ୍ଟାର ପକ୍ଷରୁ ରିପୋର୍ଟ କୁହାଯାଇଛି। ବାଂଲାଦେଶ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଅହମ୍ମଦ କହିଛନ୍ତି ଯେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଅର୍ଥନୀତିକୁ ଫେରାଇ ଆଣିବା ଏବଂ ବ୍ୟାଙ୍କଗୁଡିକରେ ଲୋକଙ୍କ ଆତ୍ମବିଶ୍ୱାସ ଫେରାଇବା। ଶନିବାର ଦିନ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଅହମ୍ମଦ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟ ଆରମ୍ଭ କରି ବ୍ୟାଙ୍କଗୁଡିକ ଉପରେ ଜନସାଧାରଣଙ୍କ ଆତ୍ମବିଶ୍ୱାସ ଫେରାଇ ଆଣିବା ସରକାରଙ୍କ ପ୍ରାଥମିକତା।
ବାଂଲାଦେଶର ଜଣେ ପ୍ରମୁଖ ଦ୍ରବ୍ୟ ଆମଦାନୀକାରୀ କହିଛନ୍ତି ଯେ, ଏହି ବ୍ୟବସ୍ଥାରେ ଶ୍ରମିକଙ୍କୁ ଦୈନିକ ମଜୁରୀ ଦେବାକୁ ସେମାନେ ଅସମର୍ଥ। ସେ କହିଛନ୍ତି, ଏହି ପରିସ୍ଥିତିରେ ଦିନ ମଜୁରିଆମାନେ ଏକ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଯଦି ଏହି ପରିସ୍ଥିତି ଦୀର୍ଘ ଦିନ ଧରି ଚାଲିବ, ତେବେ ବ୍ୟବସାୟ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ। ବ୍ୟବସାୟରେ ବାଧା ସୃଷ୍ଟି କରୁଛି, ତଥାପି ସେ କହିଛନ୍ତି ଯେ ଯଦି ଏହା ଅଳ୍ପ ସମୟ ପାଇଁ ଜାରି ରଖେ ତେବେ ଗତ ସପ୍ତାହରେ ହାସିନା କାର୍ଯ୍ୟକଳାପରେ ଅଧିକ ପରିବର୍ତ୍ତନ ଆଣିବ ନାହିଁ। ଜୁଲାଇ ମଧ୍ୟଭାଗରେ ଆରମ୍ଭ ହୋଇଥିଲା ଶେଖ ହସିନାଙ୍କ ନେତୃତ୍ୱାଧୀନ ସରକାରର ପତନ ପରଠାରୁ ହିଂସାରେ ସେଠାରେ ମୃତ୍ୟୁ ସଂଖ୍ୟା ୫୬୦ରେ ପହଞ୍ଚିଛି। ହସିନାଙ୍କୁ ହଟାଇବା ପରେ ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ଶପଥ ଗ୍ରହଣ କରିବା ପରେ ବାଂଲାଦେଶରେ ଏକ ମଧ୍ୟବର୍ତ୍ତୀ ସରକାର ଗଠନ କରାଯାଇଥିଲା। ଗତ ସପ୍ତାହରେ ସେ ତାଙ୍କର ୧୬ସଦସ୍ୟ ବିଶିଷ୍ଟ ପରାମର୍ଶଦାତା ପରିଷଦର ପୋର୍ଟଫୋଲିଓ ଶୁକ୍ରବାର ଘୋଷଣା କରିଛନ୍ତି।
ଶେଖ ହସିନାଙ୍କ ୧୫ ବର୍ଷ ଶାସନର ଅବସାନ: ଛାତ୍ର ଆନ୍ଦୋଳନ ହିଁ ଛଡ଼ାଇ ନେଲା କ୍ଷମତା, କାଳ ହେଲା ବିରୋଧୀ ଦମନ ଓ ସଂରକ୍ଷଣ ନୀତି
ନୂଆଦିଲ୍ଲୀ: ବାଂଲାଦେଶ ରାଜନୈତିକ ଇତିହାସରେ ସର୍ବାଧିକ କ୍ଷମତାରେ ରହିଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ଶେଖ ହସିନା। ସେ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିବା ସହିତ ତାଙ୍କ ଦଳ ବାଂଲାଦେଶ ଆୱାମୀ ଲିଗ୍‌ର ପ୍ରଭାବ ଏବଂ ଆଧିପତ୍ୟ ମଧ୍ୟ ଏହି ସମୟରେ ଅନ୍ୟ ଯେକୌଣସି ରାଜନୈତିକ ଦଳ ଠାରୁ ଉର୍ଦ୍ଧ୍ବରେ ରହିଥିଲା। କିନ୍ତୁ ସାଂପ୍ରତିକ ସ୍ଥିତି ଶେଖ ହସିନାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଛି। ସ୍ଥିତି ଏଭଳି ହୋଇଛି ଯେ, ହସିନା ଜୀବନ ବଞ୍ଚାଇବାକୁ ଯାଇ ନିଜ ମାଟି ଛାଡି ବିଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।
୧୯୪୭ରେ ଜନ୍ମ ଗ୍ରହଣ କରିଥିବା ୭୬ ବର୍ଷୀୟା ଶେଖ ହସିନାଙ୍କ ରାଜନୈତିକ ଜୀବନ ୧୯୮୧ରେ ଆରମ୍ଭ ହୋଇଥିଲା। ୧୯୭୫ରେ ତତ୍‌କାଳୀନ ରାଷ୍ଟ୍ରପତି ତଥା ହସିନାଙ୍କ ପିତା ଶେଖ ମୁଜିବୁର ରହମନଙ୍କୁ ହତ୍ୟା କରାଯିବା ପରେ କେବଳ ନିଜ ଭଉଣୀ ଶେଖ ରେହନାଙ୍କୁ ବାଦ୍‌ ଦେଇ ହସିନା ନିଜ ମାଆ, ତିନି ଭାଇଙ୍କ ସମେତ ଅନ୍ୟ ସହଦୋରମାନଙ୍କୁ ମଧ୍ୟ ହରାଇଥିଲେ। ଏହାପରେ ସେ ପଶ୍ଚିମ ଜର୍ମାନୀ ପଳାଇ ଯାଇ ସେଠାରେ ବାଂଲାଦେଶ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିଲେ। ପରେ ପରେ ତାଙ୍କୁ ଭାରତରେ ରାଜନୈତିକ ସୁରକ୍ଷା ମିଳିବାରୁ ସେ କିଛି ଦିନ ଭାରତରେ ସମୟ କାଟିଥିଲେ। ଏହାପରେ ଶେଖ ହସିନା ୧୯୮୧ରେ ବାଂଲାଦେଶ ଫେରିବା ସହିତ ନିଜ ବାପାଙ୍କ ଦଳ ଆୱାମୀ ଲିଗ୍‌ର ନେତୃତ୍ବ ନେଇଥିଲେ। ଏହି ସମୟରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ପରେ ପରେ ସେ ନିଜ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଖଲିଦା ଜିଆଙ୍କୁ ହାରାଇ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୦୧ରେ ପୁଣିଥରେ ବାଂଲାଦେଶ ନ୍ୟାସନାଲ ପାର୍ଟି(ବିଏନପି) ନେତ୍ରୀ ଖଲିଦା ଜିଆ କ୍ଷମତା ଦଖଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ ୨୦୦୬ରୁ ୨୦୦୮ ମଧ୍ୟରେ ବାଂଲାଦେଶର ଶାସନ କ୍ଷମତା ସେନା ହାତକୁ ଚାଲିଯାଇଥିଲା। ଫଳରେ ହସିନାଙ୍କୁ ନିଜ ପଦବୀ ଛାଡିବାକୁ ପଡ଼ିଥିଲା। ୨୦୦୪ରେ ମଧ୍ୟ ଏକ ସଭାରେ ଗ୍ରେନେଡ ମାଡ଼ କରାଯାଇ ତାଙ୍କୁ ହତ୍ୟା କରିବାକୁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିଲା। ଏହି ଘଟଣାରେ ବହୁ ଲୋକ ମୃତାହତ ହୋଇଥିଲେ ହେଁ ଶେଖ ହସିନା ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ। ତେବେ ୨୦୦୯ ନିର୍ବାଚନରେ ହସିନା ପୁଣି ବହୁ ମତରେ ନିର୍ବାଚିତ ହେବା ସହିତ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୦୯ ପରଠାରୁ ସେ ଲଗାତର ଭାବେ ୪ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ଚଳିତ ବର୍ଷ ଜାନୁଆରୀ ମାସରେ ହୋଇଥିବା ନିର୍ବାଚନରେ ସେ ବିପୁଳ ଜନମତରେ ବିଜୟୀ ହେବା ସହ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ହସିନା ବାଂଲାଦେଶରେ ଏକଛତ୍ରବାଦ ଶାସନ ଚଳାଇଥିବା ଅଭିଯୋଗ କରି ପ୍ରମୁଖ ବିରୋଧୀ ଦଳ ଏହି ନିର୍ବାଚନକୁ ବର୍ଜନ କରିବା ସହିତ ଶେଖ ହସିନା ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଆସିଥିଲେ।
ଗତ ଜାନୁଆରୀରେ ଶେଷ ହୋଇଥିବା ନିର୍ବାଚନକୁ ମୁଖ୍ୟ ବିରୋଧୀ ଦଳ ବିଏନପି ସମେତ ଅନ୍ୟ କିଛି ରାଜନୈତିକ ଦଳ ବର୍ଜନ କରିଥିଲେ। କିନ୍ତୁ ଏହି ନିର୍ବାଚନରେ ଶେଖ ହସନାଙ୍କ ଆୱାମୀ ଲିଗ୍‌ ବହୁମତରେ ବିଜୟୀ ହେବା ପରେ ଶେଖ ହସିନା ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହାକୁ ବିଏନପି ତୀବ୍ର ବିରୋଧ କରିବା ସହିତ ହସିନାଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା। ହସିନା ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ସାରା ଦେଶରେ ହଙ୍ଗାମା ଆରମ୍ଭ କରିଥିଲା ବେଳେ ହସିନା ନିଜ ପଣରେ ଅତୁଟ ରହିଥିଲେ। ବରଂ ବିରୋଧୀ ଦଳ ନେତାମାନଙ୍କୁ ସେ ଆତଙ୍କବାଦୀ ଏବଂ ଦେଶଦ୍ରୋହୀ ବୋଲି କହି ସେମାନଙ୍କୁ ଦୃଢ ହସ୍ତରେ ଦମନ କରାଯିବା ଉଚିତ ବୋଲି କହିଥିଲେ। ଏହାପରେ କିଛି ଦିନ ପାଇଁ ତାଙ୍କ ବିରୋଧରେ ଆନ୍ଦୋଳନ ଥମିଯାଇଥିଲେ ମଧ୍ୟ ଗତ ଜୁଲାଇ ମାସ ପ୍ରଥମ ଭାଗରେ ବାଂଲାଦେଶ ସଂରକ୍ଷଣ ନୀତି ବିରୋଧରେ ସ୍ବର ତୀବ୍ର ହୋଇଥିଲା।
ଗଣତନ୍ତ୍ରବାଦୀ ନେତ୍ରୀରୁ ଏକଛତ୍ରବାଦୀ !
ସର୍ବାଧିକ ମୁସଲମାନ ଅଧ୍ୟୁଷିତ ଏକ କ୍ଷୁଦ୍ର ରାଷ୍ଟ୍ର ଭାବେ ବାଂଲାଦେଶ ବିଶ୍ବର ଅନ୍ୟତମ ଗରିବ ରାଷ୍ଟ୍ର ଭାବେ ବିବଚେିତ ହୋଇ ଆସୁଥିଲା। କିନ୍ତୁ ୨୦୦୯ରେ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ଶାସନ କାଳ ମଧ୍ୟରେ ବାଂଲାଦେଶର ଭିତ୍ତିଭୂମି ଠାରୁ ଆରମ୍ଭ କରି ଅର୍ଥନୀତି, ବୈଦେଶିକ ବ୍ୟାପାର ଏବଂ ଆନ୍ତର୍ଜାତିକ ସ୍ତରରେ ସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଥିଲା। ଏପରିକି ଅର୍ଥନୀତି କ୍ଷେତ୍ରରେ ବାଂଲାଦେଶ ଜିଡିପି ଭାରତ ଠାରୁ ମଧ୍ୟ ଟପିଯାଇଥିଲା। ୧୭୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ବାଂଳାଦେଶକୁ ଗରିବୀରୁ ମୁକ୍ତ କରିବା ସହିତ ମାତ୍ର ୧୦ ବର୍ଷ ମଧ୍ୟରେ ଏହାର ଜିଡିପିକୁ ତିନି ଗୁଣ କରିବା ଦିଗରେ ହସିନାଙ୍କ ନେତୃତ୍ବ ଏବଂ ଦିଗଦର୍ଶନ ଗୁରୁତ୍ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ତାଙ୍କ ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବାଂଲାଦେଶ ନ୍ୟାସନାଲ ପାର୍ଟି(ବିଏନପି) ହସିନାଙ୍କୁ ଜଣେ ଏକଛତ୍ରବାଦୀ ଶାସକ ଭାବେ ଅଭିହିତ କରିଥିଲା। ବିଭିନ୍ନ ପ୍ରସଙ୍ଗରେ ବିଏନପି ହସିନାଙ୍କୁ ବିରୋଧ କରିଆସିଥିଲା ବେଳେ ଗତ ଜୁଲାଇରେ ସଂରକ୍ଷଣ ନୀତିକୁ ନେଇ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଥିଲା। ଏହି ଆନ୍ଦୋଳନରେ ହଜାର ହଜାର ଛାତ୍ରଛାତ୍ରୀ ସାମିଲ ହେବା ସହିତ ସାରା ଦେଶରେ ହସିନାଙ୍କ ବିରୋଧରେ ସ୍ବର ତୀବ୍ର ହୋଇଥିଲା।
ଛାତ୍ର ଆନ୍ଦୋଳନ ହିଁ ଛଡ଼ାଇ ନେଲା କ୍ଷମତା
ଜୁଲାଇ ୭ରୁ ବାଂଲାଦେଶରେ ଆରମ୍ଭ ହୋଇଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ଶେଷରେ ଶେଖ ହସିନାଙ୍କୁ କ୍ଷମତା ଛାଡିବାକୁ ପଡ଼ିଛି। ଏହି ଆନ୍ଦୋଳନ ଆରମ୍ଭ ହେବା ପରେ ବିଭନ୍ନ ସ୍ଥାନରେ ସରକାରୀ ବିରୋଧୀ ଦଙ୍ଗା, ହଙ୍ଗାମା ହେବା ସହିତ ବହୁ ଲୋକ ପ୍ରାଣ ହରାଇଥିଲେ। ବହୁ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିଲା। ତଥାପି ଶେଖ ହସିନା ସରକାର ନରମି ନଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ବାଂଲାଦେଶ ସର୍ବୋଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି ସଂରକ୍ଷଣ ବ୍ୟବସ୍ଥାରେ ପରବିର୍ତ୍ତନ ଆଣିବାକୁ ନିର୍ଦ୍ଦେଶ ଦେବା ପରେ ସରକାର ସଂରକ୍ଷଣ ହାର ହ୍ରାସ କରିଥିଲେ। କିନ୍ତୁ ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ପରେ ପରେ ବିରୋଧୀ ଦଳଙ୍କ ପ୍ରୋତ୍ସାହନରେ ଏହି ଆନ୍ଦୋଳନ ଚରମ ଛୁଇଁବା ସହିତ ସାଧାରଣ ଲୋକ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଯାହାକି ଅଗଷ୍ଟ ୪ ତାରିଖରେ ଉଗ୍ରରୂପ ନେଇଥିଲା। ଏହି ଦିନରେ ବିଭିନ୍ନ ସ୍ଥାନରେ ପୋଡାଜଳା ସହ ପୁଲିସ ସହ ସଂଘର୍ଷରେ ଶତାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହାର ଠିକ୍‌ ପର ଦିନ ଅର୍ଥାତ୍‌ ଅଗଷ୍ଟ ୫ରେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାସଗୃହକୁ ନିଶାଣ କରି ଆକ୍ରମଣ କରିବା ଆରମ୍ଭ କରିଥିଲେ।
କ’ଣ ଥିଲା ସଂରକ୍ଷଣ ନୀତି
ବାଂଲାଦେଶରେ ସରକାରୀ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ୫୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲେ ହେଁ ଏଥିରୁ ୩୦ ପ୍ରତିଶତ ବାଂଲାଦେଶ ମୁକ୍ତି ସଂଗ୍ରାମ(ସ୍ବାଧୀନତା)ରେ ସହିଦ ହୋଇଥିବା ସେନା କର୍ମଚାରୀଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ରହିଥିଲା। ଏହି ନୀତି ୨୦୧୮ରେ ଶେଖ ହସିନାଙ୍କ ଶାସନକାଳରେ କାର୍ଯ୍ୟକାରୀ କରାଯିବା ପରେ ଏହା ବିରୋଧରେ ସ୍ବର ଉଠିଥିଲା। ଏହାକୁ ନେଇ ଏହି ବର୍ଷ ବାଂଲାଦେଶ ସଂରକ୍ଷଣ ସଂସ୍କାର ଆନ୍ଦୋଳନ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ହସିନା ସ୍ବେଛାଚାର ନୀତିରେ ଦେଶର କେବଳ ଉଚ୍ଚ ବର୍ଗଙ୍କୁ ଏହି ନୀତିରେ ଫାଇଦା ଦେବାକୁ ସହିଦ ପରିବାରଙ୍କ ପାଇଁ ଏହି ନୀତି କାର୍ଯ୍ୟକାରୀ କରିଛନ୍ତି ବୋଲି ବିରୋଧୀ କହିଥିଲେ। ଏହପରେ ବିଭିନ୍ନ ସମୟରେ ଏହି ନୀତିକୁ ବିରୋଧ କରି ଆନ୍ଦୋଳନ, ବିକ୍ଷୋଭ କରାଯାଇଥିଲେ ମଧ୍ୟ ହସିନା ସରକାର ଏହାକୁ ଭ୍ରୁକ୍ଷେପ କରି ନଥିଲେ। ତେବେ ରାଜନୈତିକ ବିରୋଧୀଙ୍କ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗତ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ବେଳକୁ ବେଳ ତୀବ୍ର ହେବା ସହିତ ସାରା ଦେଶରେ ଶେଖ ହସିନା ସରକାର ବିରୋଧୀ ମାନସିକତାକୁ ତୀବ୍ର କରିଥÒଲା।
ବାଂଲାଦେଶରେ ସାମରିକ ବିଦ୍ରୋହର ଇତିହାସ
୧୫ଅଗଷ୍ଟ ୧୯୭୫: ଶେଖ ମୁଜିବୁର ରହମାନଙ୍କ ସରକାରକୁ ଗାଦିଚ୍ୟୁତ କରି ଖାଣ୍ଡାକେର ମୁସ୍ତାକ ଅହମ୍ମଦଙ୍କ ଦ୍ବାରା ସାମରିକ ଶାସନ ପ୍ରତିଷ୍ଠା
୩ ନଭେମ୍ବର ୧୯୭୫: ମୁସ୍ତାକ ଅହମ୍ମଦଙ୍କୁ ଗାଦିଚ୍ୟୁତ କଲେ ବ୍ରିଗେଡିୟର ଖାଲେଦ ମୁସରଫ୍‌
୭ନଭେମ୍ବର ୧୯୭୫: ବ୍ରିଗେଡିୟର ଖାଲେଦ ମୋସାରଫଙ୍କୁ ହତ୍ୟା କରି ଜିଆଉର ରହମାନଙ୍କୁ ଗୃହବନ୍ଦୀରୁ ମୁକ୍ତ କଲେ ବିଦ୍ରୋହୀ। ପରେ ଜିଆଉର ହେଲେ ରାଷ୍ଟ୍ରପତି
୧୯୮୧: ଜିଆଉର ରହମାନଙ୍କୁ ହତ୍ୟା କଲେ ସାମରିକ ବିଦ୍ରୋହୀ
୧୯୮୨: ନିର୍ବାଚନ ଜିଣି ଅବଦୁସ ସତ୍ତାର ପ୍ରଧାନମନ୍ତ୍ରୀ
୧୯୮୨: ସତ୍ତାରଙ୍କୁ ଗାଦିଚ୍ୟୁତ କରି ଲେଫଟନାଣ୍ଟ ଜେନେରାଲ ହୁସେନ ମହମ୍ମଦ ଏର୍ସାଦ ରାଷ୍ଟ୍ରପତି ହୋଇଥିଲେ। ୧୯୭୧ରେ ସ୍ବାଧୀନତା ପାଇବା ପରଠାରୁ ୨୦୧୨ ଯାଏଁ ବାଂଲାଦେଶରେ ମୋଟ ୨୭ଟି ସାମରିକ ବିଦ୍ରୋହ ଘଟିଛି। ଏବେ ଶେଖ ହସିନା ଇସ୍ତଫା ଦେଇ ବିଦେଶ ପଳାୟନ କରିବା ପରେ ବାଂଲାଦେଶ ଶାସନ କ୍ଷମତା ପୁଣିଥରେ ସେନା ହାତକୁ ଯାଇଛି।
୧୯୮୧: ଭାରତରେ ନିର୍ବାସନରେ ଥିବା ବେଳେ ହସିନା ଆୱାମୀ ଲିଗ୍‌ର ସଭାପତି ନିର୍ବାଚିତ
୧୯୮୬-୮୭ ଏବଂ ୧୯୯୧ ରୁ ୧୯୯୬ : ବିରୋଧୀ ମେଣ୍ଟର ନେତ୍ରୀ
୧୯୯୬-୨୦୦୧: ପ୍ରଧାନମନ୍ତ୍ରୀ
୨୦୦୧-୨୦୦୮: ବିରୋଧୀ ଦଳ ନେତ୍ରୀ
୨୦୦୪: ହତ୍ୟା ଷଡ଼ଯନ୍ତ୍ରରୁ ବର୍ତ୍ତିଲେ
୨୦୦୯ରୁ ୨୦୧୪, ୨୦୧୪-୨୦୧୯ ଏବଂ ୨୦୧୯-୨୦୨୪: ପ୍ରଧାନମନ୍ତ୍ରୀ
୨୦୨୪ : ଜାନୁଆରୀରେ ଅନୁଷ୍ଠିତ ନିର୍ବାଚନରେ ବିପୁଳ ବିଜୟୀ ହେବା ସହ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ
୫ ଅଗଷ୍ଟ ୨୦୨୪: ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଯୋଗୁଁ ଦେଶରେ ଅରାଜକତା ପରେ ସେନାମୁଖ୍ୟଙ୍କ ପରାମର୍ଶକ୍ରମେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା