Cyber Criminal - The Sakala

ଦେଶର ୬୮ କୋଟି ୟୁଜରଙ୍କ ଡାଟା ଚୋରି; ସାଇବର ଅପରାଧୀଙ୍କ ହାତରେ ଇ-ମେଲ୍ ଆଇଡି ଓ ପାସ୍‌ୱାର୍ଡ
ନୂଆଦିଲ୍ଲୀ: ଦେଶରେ ଏକ ବଡ଼ ଧରଣର ଡାଟା ଲିକ୍‌ ହୋଇଛି। ଏଥିରେ ୬୮ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ପ୍ରଘଟ ହୋଇଛି। ଏହାଫଳରେ ସାଇବର ଅପରାଧୀମାନଙ୍କ ହାତରେ ଏହି ୬୮ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ପଡିଯାଇଛି। ଘଟଣା ଜଣାପଡ଼ିବା ପରେ ମଧ୍ୟପ୍ରଦେଶ ସାଇବର ସେଲ୍ ଏହାକୁ ନେଇ ସତର୍କ କରାଇଛି। ଇ-ମେଲ୍ ବ୍ୟବହାରକାରୀ ସେମାନଙ୍କର ପାସ୍‌ୱାର୍ଡ ପୁନଃସେଟ୍ କରିବାକୁ ସାଇବର ସେଲ୍ ନିର୍ଦ୍ଦେଶାବଳୀ ଜାରି କରିଛି।

ସାଇବର ସେଲ୍ ପକ୍ଷରୁ ଜାରି ପରାମର୍ଶପତ୍ରରେ କୁହାଯାଇଛି ଯେ, ସାଇବର ଠକମାନେ ଏକ ଇ-ମେଲ୍ ଆକାଉଣ୍ଟ ହ୍ୟାକ୍ କରି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଡିଜିଟାଲ୍ ୱାଲେଟ୍ ଏବଂ ଅନ୍ୟାନ୍ୟ ଆପ୍ ଓ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ପ୍ରବେଶ କରିପାରିବେ। ଏହାକୁ ରୋକିବା ପାଇଁ ବାରମ୍ବାର ପାସୱାର୍ଡ ପରିବର୍ତ୍ତନ କରିବା ବ୍ୟତୀତ ବିଭିନ୍ନ ସେବା ପାଇଁ ପୃଥକ ପାସୱାର୍ଡ ବଜାୟ ରଖିବା ହେଉଛି ସବୁଠାରୁ ପ୍ରଭାବଶାଳୀ ପ୍ରତିରକ୍ଷା ପଦକ୍ଷେପ। ସନ୍ଦେହଜନକ ଇ-ମେଲ୍, ଏସ୍‌ଏମ୍‌ଏସ୍‌‌ କିମ୍ବା ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କୁହାଯାଇଛି । ବର୍ତ୍ତମାନ ସାଇବର ଅପରାଧୀମାନେ ଠକେଇ କରିବା ପାଇଁ ନୂତନ କୌଶଳ ଅବଲମ୍ବନ କରୁଛନ୍ତି। ଡିଜିଟାଲ୍ ଆରେଷ୍ଟ, ଋଣ ଆପ୍ ଠକେଇ ଏବଂ ଆର୍ଥିକ ଠକେଇ ଘଟଣା ବୃଦ୍ଧି ପାଉଛି। ବୟସ୍କ ଲୋକମାନେ ସାଇବର ଅପରାଧୀଙ୍କ ଦ୍ୱାରା ସର୍ବାଧିକ ଟାର୍ଗେଟ୍ ହେଉଛନ୍ତି । ଠକମାନେ ଡକ୍ୟୁମେଣ୍ଟ ଅପଡେଟ୍ କରିବା, ଉପହାର ପଠାଇବା ଏବଂ ଲିଙ୍କ୍ ପଠାଇବା ଭଳି ଅନେକ ପ୍ରସ୍ତାବ ମାଧ୍ୟମରେ ଡାଟା ଚୋରି କରୁଛନ୍ତି ଏବଂ ଆକାଉଣ୍ଟ ଖାଲି କରୁଛନ୍ତି ।

ଏହି ଠକେଇ ପ୍ରସ୍ତାବରେ ଷ୍ଟକ୍ ବଜାରରେ ଲାଭର ପ୍ରଲୋଭନ, ଅନଲାଇନ୍ ବାଣିଜ୍ୟ, ଘରେ ଚାକିରି, ଅନଲାଇନ୍ ପାର୍ସଲ୍ ଅଫର୍ ଏବଂ ମୋବାଇଲ୍ ହ୍ୟାକିଂ ଅନ୍ତର୍ଭୁକ୍ତ । ଏପରି ଘଟଣା ମଧ୍ୟ ଘଟିଛି, ଯେଉଁଠାରେ ଓଟିପି ନ ମାଗି ଆକାଉଣ୍ଟରୁ ଟଙ୍କା ଉଠାଯାଇଛି ।

‘ଚାଇନା’ରୁ ଚାଲୁଛି ସାଇବର ସାମ୍ରାଜ୍ୟ: ୪୨ ମାସରେ ରାଜ୍ୟରୁ ଠକିନେଲେଣି ୫୦୧ କୋଟି ଟଙ୍କା
ଭୁବନେଶ୍ୱର: ଓଡ଼ିଶାର ଅର୍ଥନୀତି ଭୁଶୁଡିବା ପଛରେ ଚାଇନା ରଚୁଛି ସୁଚିନ୍ତିତ ଷଡଯନ୍ତ୍ର। ରାଜ୍ୟରେ ଯେତିକି ସାଇବର ଜନିତ ଅପରାଧ ଘଟୁଛି, ସବୁଥିରେ ଚାଇନାର ଲିଙ୍କ୍‌ ପଦାକୁ ଆସୁଛି। ନିବେଶ ଆଳରେ ଅଧିକ ରିଟର୍ଣ୍ଣର ଲୋଭ ଓ ବିଭ୍ରାନ୍ତକର ପରାମର୍ଶ ଦେଇ ଚାଇନ୍‌ ଶହ ଶହ କୋଟି ଟଙ୍କା ଆତ୍ମସାତ୍‌ କରୁଛି। ଓଡ଼ିଶାର ଏକାଧିକ ଘଟଣାରେ ଚାଇନ୍‌ ଲିଙ୍କ୍‌ର ସୂରାକ୍‌କୁ ନେଇ ଖୋଳତାଡ ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଚାଇନ୍‌ ଅପରାଧୀମାନେ ଭାରତୀୟ ଯୁବକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଭାରତୀୟ ଯୁବକ ସବୁଠାରୁ ଭଲ ଇଂରାଜୀ କହୁନ୍ତି। ତେଣୁ ଆମେରିକା, ବିଟ୍ରେନ୍‌, ମାଲେସିଆ, ଭିଏତ୍‌ନାମା ସହ ସମସ୍ତ ଆଫ୍ରିକୀୟ ଦେଶର ଲୋକମାନଙ୍କ ସହ ବାର୍ତ୍ତାଳପ କରି ଫସାଇଥାନ୍ତି। ଚୀନ୍‌ରେ ରହି ଅପରେଟ୍‌ କରୁଥିବା ମୁଖିଆ ନିର୍ଦ୍ଦେଶରେ ବିଦେଶୀ ନାଗରିକଙ୍କୁ ଟାର୍ଗେଟ୍‌ କରି ଶହ ଶହ କୋଟି ଟଙ୍କାର ଚୂନ ଲଗାଇଥାନ୍ତି। ସେମାନଙ୍କ ଠାରୁ ଡଲାରରେ ଟଙ୍କା ଆଣି ହାୱାଲା ଜରିଆରେ ଭାରତୀୟ ମୁଦ୍ରାରେ ବଦଳାଇଥାନ୍ତି।

ସେମାନଙ୍କୁ କାମ୍ବୋଡିଆ, ଥାଇଲ୍ୟାଣ୍ଡ ସହ ଦେଶର ଅନ୍ୟାନ୍ୟ ସ୍ଥାନରେ ନିଯୁକ୍ତି ଦେଇଥା’ନ୍ତି। କଲ୍‌ ସେଣ୍ଟରରେ କାର୍ଯ୍ୟରତ ଯୁବକ-ଯୁବତୀଙ୍କୁ ମାସକୁ ୩୦ରୁ ୪୦ହଜାର ଟଙ୍କା ଦରମା ମିଳିଥାଏ। ବିଶେଷକରି ହଂକଂ, ଦୁବାଇ ଏବଂ ମାଲେସିଆରୁ ଅପରେଟ୍‌ କରୁଥିବା ସାଇବର ଅପରାଧୀ ଏହି ଠକେଇର ରଣନୀତି ପ୍ରସ୍ତୁତ କରିଥାଆନ୍ତି। ତେଣୁ ଠକେଇ ଟଙ୍କାକୁ କିଭଳି ବିଦେଶ ପଠାଯିବ, ସେଥିପାଇଁ କ୍ରିପ୍ଟୋ ଏଜେନ୍ସି ସହ ଯୋଗାଯୋଗ କରି ସେମାନଙ୍କୁ ୪/୫ ପ୍ରତିଶତ କମିସନ ହିସାବରେ ଟଙ୍କା ନେଇଥାନ୍ତି। କେବଳ ଭାରତୀୟ ଯୁବକ ନୁହେଁ, ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ ଯୁବକଙ୍କୁ ବି ଟାର୍ଗେଟ୍‌ କରି କାର୍ଯ୍ୟରେ ନିୟୋଜିତ କରିଥାନ୍ତି। ଏହି ଦେଶଗୁଡିକର ନାଗରିକ ଭଲ ଇଂରାଜୀ କହୁଥିବାରୁ ସେମାନେ କିଛି ଟଙ୍କା ଲାଗି ମଙ୍ଗ ସମ୍ଭାଳିଥାନ୍ତି।

ସେହିପରି ଗତକାଲି ଡିଜିଟାଲ ଗିରଫଦାରୀ ଆଳରେ ଦେଶର ବଡ଼ଧରଣ ଠକେଇ କରିଥିବା ତାଇୱାନାର ୪ ନାଗରିକ ସମେତ ୧୮ଜଣଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ। ପୂର୍ବରୁ ସିମବକ୍ସ ସହ ଅନେକ ଘଟଣା ଘଟିଥିବା ବେଳେ ଗତକାଲି ଭୁବନେଶ୍ୱରରୁ ନକଲି କଲ୍‌ ସେଣ୍ଟର ଚାଇନାରୁ ଅପରେଟ୍‌ ହେଉଥିବା କଥା ସାମ୍‌ନାକୁ ଆସିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଚୀନ୍‌ ପ୍ରତ୍ୟେକ ବର୍ଷ ଦେଶରୁ ସାଇବର ଅପରାଧ ଘଟାଇ ଶହ ଶହ କୋଟି ଟଙ୍କା ଚୂନ ଲଗାଉଛି।

ଅନୁରୂପ ଭାବେ ଲୋନ୍‌-ଆପ୍‌, ଗେମ୍‌-ଆପ୍‌ ଓ ନିଯୁକ୍ତି ଆପ୍‌ରେ କୋଟି କୋଟି ଠକେଇ ଲିଙ୍କ୍‌ ଖୋଳତାଡ ପରେ ବିଦେଶୀ ଠକଙ୍କ ସମ୍ପୃକ୍ତି ପଦାକୁ ଆସୁଥିଲା। ଏହିକ୍ରମରେ ୧୦ଜଣ ଚାଇନା ନାଗରିକ ଗୁଆନହ୍ୱାନ ୱାଙ୍ଗ୍‌, ଲିଉ ହୁଆନ୍‌, ୱେନହୁଇ ହେଙ୍ଗ୍‌, ଏକ୍ସୟୁ ଜିଆଲୁ, ଶେନ୍‌ ଜେନ୍‌ହୁଆ ଓରଫ ଟୋନି, କ୍ୱାନ ହୋଙ୍ଗ୍‌ୱି ଓରଫ୍‌ ପଲ୍‌, ସିଚୁଆନ୍‌ ୟାଙ୍ଗ୍‌ ହାଇୟିଙ୍ଗ୍‌ ଓରଫ ଡୋରିସ୍‌, ଏକ୍ସିନ ପିଙ୍ଗ, ଲିୟୁ ୟିର ନାମରେ ଲୁକ୍‌ ଆଉଟ୍‌ ସର୍କ୍ୟୁଲାର(ଏଲ୍‌ଓସି) ଜାରି ହୋଇଥିଲା। ସେମାନଙ୍କୁ ଗିରଫ ଲାଗି ବ୍ୟୁରୋ ଅଫ୍‌ ଇମିଗ୍ରେସନ (ବିଓଆଇ)ର ସହାୟତା ବି ଲୋଡାଯାଇଛି। କିନ୍ତୁ ଚାଇନ୍‌ ତଦନ୍ତରେ ସହାୟତା କରୁନଥିବାରୁ ସେମାନେ ଏବେ ଓଡ଼ିଶା ପୁଲିସର ମୋଷ୍ଟୱାଣ୍ଟେଡ୍‌ ତାଲିକାରେ ରହିଛନ୍ତି।

ରାଜ୍ୟରୁ ଗତ ୪୨ ମାସରେ ୫୦୧ କୋଟି ଟଙ୍କା ଠକେଇ ହୋଇଛି। ରାଜ୍ୟର ବିଭିନ୍ନ ଥାନାରେ ୨୨୩ କୋଟି ୭୪ ଲକ୍ଷ ୩୧ହଜାର ୨୭୫ ଟଙ୍କା ଠକେଇ ହୋଇଥିବା ବେଳେ ଏନ୍‌ସିଆର୍‌ପି ପୋର୍ଟାଲ୍‌ରେ ୨୭୭ କୋଟି ୬୪ ଲକ୍ଷ ୩୮ହଜାର ୨୪୯ ଟଙ୍କା ଠକେଇ ହୋଇଛି। ୨୦୨୧ରେ ୩୮ କୋଟି ୧୪ ଲକ୍ଷ ୨୬ହଜାର ୮୫ ଟଙ୍କା, ୨୦୨୨ରେ ୩୬ କୋଟି ୮୭ ଲକ୍ଷ ୪୧ ହଜାର ୭୨୮ ଟଙ୍କା, ୨୦୨୩ରେ ୪୭ କୋଟି ୭୫ଲକ୍ଷ ୯୯ହଜାର ୭୯୬ ଟଙ୍କା ଏବଂ ୨୦୨୪ ଜୁନ୍‌ମାସ ପର୍ଯ୍ୟନ୍ତ ୧୦୦ କୋଟି ୯୬ ଲକ୍ଷ ୬୩ହଜାର ୬୬୬ ଟଙ୍କା ଠକେଇ ହୋଇଛି। ଅନୁରୂପ ଭାବେ ଏନ୍‌ସିଆର୍‌ପି ପୋର୍ଟାଲ୍‌ରେ ୨୦୨୧ରେ ୩ କୋଟି ୨୩ ଲକ୍ଷ ୫୨ହଜାର ୬୭୦ ଟଙ୍କା, ୨୦୨୨ରେ ୧୭ କୋଟି ୫୯ ଲକ୍ଷ ୪୯ହଜାର ୮୮୭ ଟଙ୍କା, ୭୯ କୋଟି ୬୬ଲକ୍ଷ ୬୦ହଜାର ୪୮୬ ଟଙ୍କା ଏବଂ ଚଳିତବର୍ଷ ଜୁନ ଯାଏଁ ୨୭୭ କୋଟି ୬୪ ଲକ୍ଷ ୩୮ହଜାର ୨୪୯ ଟଙ୍କା ଠକେଇ ହୋଇଛି।

ସାଇବର ଠକଙ୍କ ଟାର୍ଗେଟ୍‌‌ରେ ରଥଯାତ୍ରା, ଅନ୍‌‌ଲାଇନରେ ରୁମ୍‌‌ ବୁକ୍‌‌ କଲେ ଠକାମିର ଶିକାର ହେଉଛନ୍ତି ପର୍ଯ୍ୟଟକ
ଭୁବନେଶ୍ୱର: ସାଇବର୍‌ ଠକଙ୍କ ଟାର୍ଗେଟ୍‌‌ରେ ରଥଯାତ୍ରା। ରଥଯାତ୍ରା ପାଇଁ ଏବେ ପୁରୀକୁ ଦେଶ ବିଦେଶରୁ ଲୋକଙ୍କ ସୁଅ ଛୁଟିବ। ତେଣୁ ଏହି ମୌକାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଠକିବା ପାଇଁ ସାଇବର୍‌ ଠକମାନେ ବଡ଼ଧରଣର ଯୋଜନା କରିଛନ୍ତି। ବିଶେଷକରି ପୁରୀରେ ଥିବା‌ ବଡ଼ବଡ଼ ହୋଟେଲ, ଲଜ୍‌ ଉପରେ ସେମା‌ନେ ଆଖି ପକାଇଛନ୍ତି। ପର୍ଯ୍ୟଟକମାନେ ପୁରୀରେ ରହିବା ପାଇଁ ଅନ୍‌ଲାଇନ୍‌ରେ ହୋଟେଲ ବୁକ୍‌ କରୁଥିବାରୁ ସାଇବର୍‌ ଠକ ଏବେ ବିଭିନ୍ନ ହୋଟେଲ ନାଁରେ ନକଲି ୱେବ୍‌ସାଇଟ୍‌ ଖୋଲି ଠକେଇ ପାଇଁ ଜାଲ ବଛାଇଛନ୍ତି। ଯିଏ ସଠିକ୍‌ ଅନୁସନ୍ଧାନ ନ କରି ହୋଟେଲ ବୁକ୍‌ କରିବେ, ସେମାନେ ଏହି ଠକଙ୍କ ଦ୍ବାରା ଶିକାର ହେବେ। କେବଳ ଗତ ୧୧ମାସରେ ଏଭଳି ୨ଶହରୁ ଅଧିକ ମାମଲା ଦେଖିବାକୁ ମିଳିଛି। ଆଗକୁ ଏଭଳି ରଥଯାତ୍ରା ଥିବାରୁ ଠକେଇ ବଢ଼ିବ। ତେଣୁ ଗତବର୍ଷ ଭଳି ଓଡ଼ିଶା ପୁଲିସ ହୋଟେଲ କର୍ମଚାରୀ ଏବଂ ପର୍ଯ୍ୟଟକଙ୍କୁ ସଚେତନ କରିଛନ୍ତି। ଏଭଳି ନକଲି ୱେବ୍‌‌ସାଇଟ୍‌‌ ହୋଟେଲ ନାମରେ ଖୋଲା ହୋଇଥିବା ଜାଣିବା ପରେ ପୁଲିସକୁ ଜଣାଇବାକୁ କୁହାଯାଇଛି।

ଅପରପକ୍ଷେ, ପର୍ଯ୍ୟଟକଙ୍କ ମଧ୍ୟ ପୁଲିସ ସଚେତନ କରିଛି। ୱେବ୍‌‌ସାଇଟ୍‌‌ରେ ରୁମ୍‌‌ ଦେଖିବା ପରେ ହୋଟେଲ କର୍ମଚାରୀଙ୍କ ସହ ଯୋଗାଯୋଗ କରିବେ। ବିନା ଯୋଗାଯୋଗରେ କୌଣସି ଅନ୍‌‌ଲାଇନ୍‌‌ ଟ୍ରାଞ୍ଜାକ୍‌‌ସନ କରିବାକୁ ପୁଲିସ ମନା କରିଛି।

ପୁରୀକୁ ପ୍ରତିଦିନ ହଜାର ହଜାର ଦର୍ଶକ ଆସୁଥିବା ସାଇବର ଠକ ପୁରୀର ଏକାଧିକ ହୋଟେଲ୍‌‌ ନାମରେ ନକଲି ୱେବ୍‌‌ସାଇଟ୍‌‌ ଖୋଲି ଠକୁଛନ୍ତି। ତେଣୁ ଏଭଳି ଠକେଇ ପୁରୀରେ ସର୍ବାଧିକ ହେବା ପରେ ଏବେ ଭୁବନେଶ୍ୱରରେ ହେଉଛି। ଏଭଳି ଠକେଇ ଅଧିକ ମାତ୍ରାରେ ହେଉଥିବାରୁ ପୁଲିସର ଚିନ୍ତା ବଢ଼ିଛି। ତେଣୁ ପୁଲିସ ଲୋକଙ୍କୁ ସଚେତନ କରିବା ସହ ନକଲି ୱେବ୍‌‌ସାଇଟ୍‌‌ ବନ୍ଦ କରିବା ପାଇଁ ପ୍ରୟାସ କରିଛି। ଏନେଇ କ୍ରାଇମ୍‌‌ବ୍ରାଞ୍ଚ ପକ୍ଷରୁ ସାଇବର ଏକ୍ସପର୍ଟ ସହ ଆଲୋଚନା କରିଛନ୍ତି। ସେମାନଙ୍କ ମତ ଅନୁସାରେ ନକଲି ୱେବ୍‌‌ସାଇଟ୍‌‌ ବନ୍ଦ କରିବା ପାଇଁ ପ୍ରୟାସ କରାଯିବ ବୋଲି ପୁଲିସ କହିଛି।

ଡାର୍କ ୱେବ୍‌ରେ ଅଙ୍ଗପ୍ରତ୍ୟଙ୍ଗ- ବ୍ଲଡ୍‌ ଗ୍ରୁପ୍‌ ତଥ୍ୟ ବିକି କୋଟି କୋଟି ଟଙ୍କା କମାଉଛନ୍ତି ହ୍ୟାକର୍ସ
ନୂଆଦିଲ୍ଲୀ(ଏଜେନ୍ସି): ହ୍ୟାକର୍ସଙ୍କ ଠିକଣା ପାଲଟିଛି ଡାର୍କ ୱେବ୍‌। ହ୍ୟାକିଂ କରି ହାସଲ କରାଯାଇଥିବା ତଥ୍ୟ ସେମାନେ ଏଠାରେ ବିକ୍ରି କରୁଛନ୍ତି। ଏହି ଡାର୍କ ୱେବ୍‌ରେ କେବଳ ଡାଟା ନୁହେଁ, ସମସ୍ତ ବେଆଇନ କାର୍ଯ୍ୟକଳାପ ଚାଲିଛି। ଅଙ୍ଗପ୍ରତ୍ୟଙ୍ଗ, ଦେହ ବେପାର, ନିଶା ବ୍ୟବସାୟ, ଅସ୍ତ୍ରଶସ୍ତ୍ର କାରବାରଠାରୁ ଆରମ୍ଭ କରି ସମସ୍ତ ଗୋରଖ ଧନ୍ଦାର ଆସର ପାଲଟିଛି ଏହି ଡାର୍କ ୱେବ୍‌।

ଗତ ୨୩ ତାରିଖରେ ହ୍ୟାକର୍ସ ଦିଲ୍ଲୀ ଏମ୍ସ ସର୍ଭରରେ ଆଟାକ୍‌ କରିଥିଲେ। ଏହି ସର୍ଭରକୁ ଠିକ୍‌ କରିବା ପାଇଁ ସେମାନେ ୨୦୦ କୋଟି ଟଙ୍କା ମାଗିଥିଲେ। ଏହି ଅର୍ଥକୁ କ୍ରିପ୍ଟୋ କରେନ୍ସିରେ ପୈଠ କରିବାକୁ କହିଥିଲେ। ହ୍ୟାକିଂ ବିଷୟରେ ଜଣାପଡିବା ପୂର୍ବରୁ ହ୍ୟାକର୍ସ ଏମ୍ସର ୬ ହଜାରରୁ ଅଧିକ କମ୍ପ୍ୟୁଟର ହ୍ୟାକ କରି ପ୍ରାୟ ୪ କୋଟି ରୋଗୀଙ୍କ ତଥ୍ୟ ଚୋରି କରି ନେଇଥିଲେ। ଏଥିରେ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହଙ୍କ ସମେତ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିକିତ୍ସା ତଥ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସରେ ଟିକା ନେଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଚିକିତ୍ସା ମଧ୍ୟ ଏଠାରେ ହୋଇଥିଲା। ଏମ୍ସ ଡାଟାବେସ୍‌ରେ ବରିଷ୍ଠ ଅଧିକାରୀ, ସ୍ବାସ୍ଥ୍ୟ କର୍ମଚାରୀ, ରୋଗୀଙ୍କ ବ୍ୟକ୍ତିଗତ ସୂଚନା, ରକ୍ତଦାତା, ଆମ୍ବୁଲାନ୍ସ, ଟିକାକରଣ, ରକ୍ଷଣାବେକ୍ଷଣ କରୁଥିବପା କର୍ମଚାରୀଙ୍କ ମଧ୍ୟ ସୂଚନା ଥିଲା।

ଆଇଟି କମ୍ପାନୀ ନର୍ଡଭିପିନର ଅଧ୍ୟୟନରୁ ଜଣାପଡିଛି ଯେ ୬ ଲକ୍ଷ ଭାରତୀୟଙ୍କ ଡାଟା ସହିତ ବିଶ୍ବର ପ୍ରାୟ ୫୦ ଲକ୍ଷ ଲୋକଙ୍କ ସମ୍ବେଦନଶୀଳ ତଥ୍ୟ ହ୍ୟାକ କରି ବଟ୍‌ ମାର୍କେଟରେ ବିକ୍ରି କରାଯାଇଛି। ଏ ପର୍ଯ୍ୟନ୍ତ ଏହି ବଜାରରେ ବିକ୍ରି କରାଯାଇଥିବା ତଥ୍ୟରେ ଭାରତୀୟଙ୍କ ୧୨ ପ୍ରତିଶତ ବ୍ୟକ୍ତିଗତ ସୂଚନା ସାମିଲ ରହିଛି। ଜଣେ ବ୍ୟକ୍ତିଙ୍କ ଡାଟା ୫.୯୫ ଡଲାର ଅର୍ଥାତ୍‌ ୪୯୦ ଟଙ୍କାରେ ବିକ୍ରି କରାଯାଇଛି। ବଟ୍‌ ମାର୍କେଟରେ ଅନ୍‌ଲାଇନରୁ ଚୋରି କରାଯାଇଥିବା ଡାଟା ବିକ୍ରି କରାଯାଇଥାଏ। ଏହି ତଥ୍ୟରେ ବ୍ୟକ୍ତିଙ୍କ ଲଗିନ ସୂଚନା, କୁକିଜ, ଡିଜିଟାଲ ଫିଙ୍ଗରପ୍ରିଣ୍ଟ ଏବଂ ଅନ୍ୟ ସୂଚନା ସାମିଲ ରହିଛି।

ରାଜଧାନୀରେ ନ୍ୟୁଡ୍ କଲ୍ କରି ଇଞ୍ଜିନିୟରଙ୍କଠାରୁ ଲୁଟିଲେ ୨୫ ଲକ୍ଷ ଟଙ୍କା
ଭୁବନେଶ୍ୱର: ସାବଧାନ, ନ୍ୟୁଡ୍ ଭିଡିଓ କଲ୍‌ କରି ଠକୁଛନ୍ତି ସାଇବର ଠକ। ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଇଞ୍ଜିନିୟର । ନ୍ୟୁଡ୍ କଲ କରି ଇଞ୍ଜିନିୟରଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ । ରାଜଧାନୀର ଜଣେ ଇଞ୍ଜିନିୟର ଠକାମୀର ଶିକାର ହୋଇଥିବା ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ନଗ୍ନ ନାୟିକା ଜଣକ ଇଞ୍ଜିନିୟରଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ ହାଏ ଲେଖି ପଠାଇଥିଲେ। ଇଞ୍ଜିନିୟର ଜଣକ ଆକାଉଣ୍ଟକୁ ଯାଞ୍ଚ ନକରି ତାଙ୍କ ସହିତ ଭିଡିଓ ଚାଟ୍‌ କରିଥିଲେ। କିଛି ସମୟ ପରେ ତାଙ୍କ ପାଖକୁ ଏକ ନଗ୍ନ ଭିଡିଓ ଆସିଥିଲେ। ସେଥିରେ ଇଞ୍ଜିନିୟରଙ୍କ ଭିଡିଓ ଚାଟ୍‌କୁ ଜଣେ ନାୟିକାଙ୍କ ନଗ୍ନ ଭିଡ଼ିଓ ସହିତ ଆଟାଚ୍‌ କରାଯାଇଥିବା ଦେଖିବାକୁ ମିଳିଥିଲା। ସେହି ଭିଡିଓ ଦେଖିବା ପରେ ଇଞ୍ଜିନିୟର ଭୟଭୀତ ହୋଇଯାଇଥିଲେ । ଲୋକ ଲଜ୍ଜା ଭୟରେ କାହାକୁ କିଛି ନକହି ଚୁପ୍‌ ରହିଥିଲେ।

ପରେ ସଂପୃକ୍ତ ଇଞ୍ଜିନିୟରଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ବିକ୍ରମ ରାଠୋର ବୋଲି ପରିଚୟ ଦେଇଥିଲା । ଘର ଦିଲ୍ଲୀରେ ବୋଲି କହିବା ସହ ସେହି ନଗ୍ନ ଭିଡିଓ ଦେଖାଇ ଇଞ୍ଜିନିୟରଙ୍କୁ ବ୍ଲାକ୍‌ମେଲ୍‌ କରିଥିଲା। ଲୋକ ଲଜ୍ଜା ଭୟରେ ଇଞ୍ଜିନିୟର ଜଣକ ତାଙ୍କ ପାଖକୁ ଟଙ୍କା ପଠାଇଥିଲେ। ବିଭିନ୍ନ କିସ୍ତିରେ ଇଞ୍ଜିନିୟର ଜଣକ ୨୫ ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି।

ବାରମ୍ବାର ଟଙ୍କା ପଠାଇ ହୀନସ୍ତା ହେବା ପରେ ଶେଷରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ଇଂଜିନିୟର। ତାଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ପୋଲିସ ମାମଲା ରୁଜୁ କରି ଇଞ୍ଜିନିୟରଙ୍କ ମୋବାଇଲ୍‌ରେ ଥିବା ସବୁ ଆକାଉଣ୍ଟକୁ ବନ୍ଦ କରିଛନ୍ତି। ଏଥିସହ କଲ୍‌ କେଉଁଠୁ ଆସୁଥିଲା, ସେ ନେଇ ତାହା ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ରାଜଧାନୀରେ ଏହି ମାୟାବିନୀଙ୍କ ମାୟାଜାଲ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ଵରରେ ହେଉଥିବା ସାଇବର୍ ଠକେଇ ମଧ୍ୟରୁ ୩୦ ପ୍ରତିଶତ ଲୋକ ନ୍ୟୁଡ୍ କଲ୍ ଯୋଗୁଁ ଠକେଇର ଶିକାର ହେଉଛନ୍ତି। ଏନେଇ ସାଇବର୍ ଥାନାରୁ ସୂଚନା ମିଳିଛି।

ଅଥୟ କଲେଣି ଅଦୃଶ୍ୟ ଅପରାଧୀ; ଫେବୃଆରୀରେ ନେଇଗଲେ ୧.୩୯ କୋଟି
ଭୁବନେଶ୍ୱର: ରାଜଧାନୀରେ ଗତବର୍ଷ ତୁଳନାରେ ଏବର୍ଷ ସାଇବର୍‍ ଠକେଇ ବଢ଼଼ିଛି। ସାଇବର୍‍ ଥାନା କାର୍ଯ୍ୟକ୍ଷମ ହେବା ପରେ ଠକେଇ ଅଭିଯୋଗ ମଧ୍ୟ ବୃଦ୍ଧି ହୋଇଛି। ବର୍ଷ ଆରମ୍ଭରୁ ରେକର୍ଡ ଭାଙ୍ଗୁଛି ସାଇବର୍‍ ଠକେଇ ପରିମାଣ। ପୁଲିସ ରେକର୍ଡ ମୁତାବକ ୨୦୨୧ ମସିହା ଭଳି ୨୦୨୨ରେ ବି ସ୍ମାର୍ଟସିଟରେ ଜମତରା ଗ୍ୟାଙ୍ଗ୍‍ ଉତ୍ପାତ କରିଛନ୍ତି। ଗତ ଜାନୁଆରୀ ମାସ ତୁଳନାରେ କମ୍‍ ଲୋକଙ୍କ ଠାରୁ ଠକେଇ ହୋଇଥିଲେ ମଧ୍ୟ ଠକେଇ ଅର୍ଥର ପରିମାଣ ଅଧିକ ରହିଛି। ଫେବୃଆରୀ ମାସରେ ୧ କୋଟି ୩୯ ଲକ୍ଷ ୬୦ହଜାର ୪୭୯ ଟଙ୍କା ସାଇବର୍‍ ଠକ ନେଇଯାଇଛନ୍ତି। ପୁଲିସ ହେଲ୍ପଡେସ୍କକୁ ସାରାରାଜ୍ୟରୁ ୨୮୮ଟି ସାଇବରଜନିତ କଲ୍‍ ଆସିଛି। ସେଥିରୁ ରାଜଧାନୀରୁ କେବଳ ୨୫୪ଟି କଲ୍‍ ଆସିଛି। ତଦ୍‍ମଧ୍ୟରୁ ୯୪ଟି ୟୁପିଆଇ ଠକେଇ ଅଭିଯୋଗ ଆସିଥିବା ବେଳେ କ୍ରେଡିଟ କାର୍ଡ/ଡେବିଟ୍‍ କାର୍ଡ କ୍ଷେତ୍ରରେ ୯୭ଟି ଠକେଇ ଅଭିଯୋଗ ହୋଇଛି। ସେହିଭଳି ୬୩ଟି ଅନ୍ୟାନ୍ୟ ଠକେଇ ଅଭିଯୋଗ ହୋଇଛି। ଗୋଲଡେନ୍‍ ପିରିୟଡ (ଠକେଇ ଘଣ୍ଟାଏ) ଭିତରେ ଅଭିଯୋଗ ହେବାରୁ ୧୦ ଲକ୍ଷ ୫୨ ହଜାର ୮୦୨ ଟଙ୍କା ଠକେଇ ଶିକାର ବ୍ୟକ୍ତି ଫେରସ୍ତ କରାଯାଇଥିବା ବେଳେ ୧୨ ଲକ୍ଷ ୭୩ହଜାର ୪୮୩ ଟଙ୍କା ବ୍ଲକ କରାଯାଇଛି।

ସେଇଭଳି ସାଇବର ସେଫ୍‍ ପୋର୍ଟାଲରେ ୨୧ଟି ମୋବାଇଲ ନମ୍ବରକୁ ବ୍ଲକ କରିଦିଆଯିବା ସହ ୬ଟି ମାମଲା ରୁଜୁ କରି ତଦନ୍ତ କରାଯାଉଛି। ଗତବର୍ଷ ପ୍ରତ୍ୟେକ ମାସ ଠକେଇ ପରିମାଣ କୋଟିଏ ଛୁଇଁ ନ ଥିଲା ବେଳେ ଦୁଇମାସ ହେବ ଏହା ଦୁଇଗୁଣିତ ହୋଇଥିବାରୁ କମିସନରେଟ୍‍ ପୁଲିସ ପାଇଁ ଏବେ ଚିନ୍ତା ବଢ଼଼ିଯାଇଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ବିଗତବର୍ଷ ତୁଳନାରେ ଜାନୁଆରୀରେ ଅଧିକ ଟଙ୍କା ଠକେଇ ହୋଇଛି। ଠକେଇରୁ ବର୍ତ୍ତିବା ଲାଗି ସଚେତନତା ଜରୁରୀ। ତେଣୁ ମୋବାଇଲ ଫୋନ୍‍କୁ ଆସୁଥିବା ଏନିଡେସ୍କ ଆପ୍ଲିକେସନ୍‍ ସହିତ କୌଣସି ଅଜଣା ଲିଙ୍କରେ କ୍ଲିକ ନ କରିବାକୁ ଡିସିପି ପରାମର୍ଶ ଦେଇଛନ୍ତି। ରାଜଧାନୀର ଯେ କୌଣସି ବ୍ୟକ୍ତି ସାଇବର୍‍ ଠକେଇର ଶିକାର ହେଲେ ହେଲ୍ପଡେସ୍କ ନମ୍ୱର ୭୪୪୦୦୦୬୭୦୯ରେ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି।

୨୦୨୧ରେ ୮କୋଟି ଠକେଇ

ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିବାରୁ କମିସନରେଟ୍‍ ପୁଲିସ ଖୋଲିଥିଲା ହେଲ୍ପଡେସ୍କ। ତେବେ ୨୦୨୧ ମସିହାରେ ରାଜଧାନୀରୁ ୮କୋଟି ୬ଲକ୍ଷ ୮୧ହଜାର ୭୮୩ ଟଙ୍କା ଠକେଇ ହୋଇଥିଲା। ଏଥିରେ ୧୩ଜଣଙ୍କୁ ଗିରଫ କରିବା ସହ ୧୩୨ଟି ମାମଲା ରୁଜୁକରି ତଦନ୍ତ କରାଯାଉଛି। ସେହିପରି ୨୦୨୨ ମସିହାରୁ ରାଜଧାନୀରୁ ୧ କୋଟି ୩୧ ଲକ୍ଷ ୨୫ହଜାର ୩୦ ଟଙ୍କା ସାଇବର୍‍ ଠକେଇ ହୋଇଥିଲା।

ଦିଲ୍ଲୀ ଓ ପଶ୍ଚିମବଙ୍ଗ ସୀମାନ୍ତରୁ ଆସୁଛି ଫୋନ୍‌ କଲ୍‍

ଭୁବନେଶ୍ୱରକୁ ଦିଲ୍ଲୀ ଓ କୋଲକାତା ସୀମାରେଖାରୁ ଅଧିକ ଠକେଇ କଲ୍‍ ଆସୁଛି। ଏଥିସହିତ ଝାଡ଼ଖଣ୍ଡ ପଞ୍ଜାବ, ରାଜସ୍ଥାନ, ଗୁରୁଗାଁଓ ଓ ବେଙ୍ଗାଲୁରୁରୁ ଅଧିକ କଲ୍‍ ଆସୁଛି। ଦିଲ୍ଲୀ/ଏନ୍‍ସିଆର୍‍ରୁ ନିଯୁକ୍ତି ଠକେଇ, ଉତ୍ତର ରାଜସ୍ଥାନରୁ ନକଲି ସରକାର ୱେବ୍‍ସାଇଡ୍‍, ମେୱାଟ ଟ୍ରାଇ ଜଙ୍କସନ୍‍ରୁ ୱଏଲ୍‍ଏକ୍ସ ଜନିତ କ୍ୟୁଆର୍‍ କୋଡ୍‍ ଠକେଇ, ପଶ୍ଚିମ ଉତ୍ତରପ୍ରଦେଶରୁ ସୋସିଆଲ ମିଡିଆ ଠକେଇ, ପୂର୍ବ ଉତ୍ତରପ୍ରଦେଶ ଓ ବିହାରରୁ ନକଲି ବାଣିଜ୍ୟିକ ୱେବସାଇଟ୍‍, ଝାଡ଼ଖଣ୍ଡ (ଜମତରା) ଓ ପଶ୍ଚିମବଙ୍ଗରୁ କେୱାଇସି ଓ ୟୁଡିଆଇ ଠକେଇ ସମ୍ପର୍କିତ କଲ୍‍ ଅଧିକ ଆସୁଥିବା ସୂଚନା ମିଳିଛି। ସେହିପରି ଟ୍ରାଇ-ଜଙ୍କସନ ବା ତିନିଟି ରାଜ୍ୟର ସୀମାରେଖାର ଜଙ୍ଗଲରେ ରହି ଠକ ଅଧିକ କଲ୍‍ କରୁଛନ୍ତି। ରାଜସ୍ଥାନ ଭରତପୁର; ହରିୟାଣାର ମେୱାଟ ଓ ଉତ୍ତରପ୍ରଦେଶର ମଥୁରା। ସେଭଳି ଆଉ ଏକ ଟ୍ରାଇ-ଜଙ୍କସନ ବା ସୀମାରେଖା ହେଲା ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତ।

ମାତିଛନ୍ତି ସାଇବର ଠକ: ମୋବାଇଲ କିମ୍ବା ଲାପଟପରେ ଇନଷ୍ଟଲ କରନ୍ତୁ ନାହିଁ ଏହି ଆପ୍‌, ଲୋକଙ୍କୁ ସତର୍କ କଲା ପୁଲିସ
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଜାମତରା ଗ୍ୟାଙ୍ଗ। ରାଜଧାନୀରେ ବର୍ଷକରେ ସାଇବର ଲୁଟେରା ଲୁଟିଛନ୍ତି  ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା। ସାଇବର ଠକଙ୍କ ଟାର୍ଗେଟରେ ଅଛି ରାଜଧାନୀ ଭୁବନେଶ୍ୱର । ଗତ ଫେବୃଆରୀ ୧ ରୁ ୧୫ ଡିସେମ୍ବର ଭିତରେ ଭୁବନେଶ୍ୱର ସାଇବର ସେଲରେ ମୋଟ ୬୭ଟି  ମାମଲା ରୁଜୁ ହୋଇଛି  । ୧୩ଅଭିଯୁକ୍ତ ଗିରଫ ହୋଇଥିବା ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବାର୍ଷିକ ରିପୋର୍ଟରେ ପ୍ରକାଶ କରାଯାଇଛି । ତେବେ ଗୋଲଡେନ ଆୱାର୍ ରେ(ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ) ହେଲ୍ପ ଲାଇନ ନମ୍ବରକୁ କଲ କରି ଠକେଇର ଶିକାର ହୋଇଥିବା ଲୋକ ୧ କୋଟି ୪୮ ଲକ୍ଷ ୧୧ ହଜାର ୮୭୦ ଟଙ୍କା ଫେରିପାଇଛନ୍ତି।ଏନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଡିସିପି କହିଛନ୍ତି ଯେ ଏନିଡେସ୍କ ଆପ୍ଲିକେସନ ଡାଉନଲୋଡ଼ କଲେ ଅଧିକ ଠକେଇ ହେଉଛି । ଏନେଇ କୌଣସି ମେସେଜ ଆସିଲେ ମଧ୍ୟ ଏହି ଆପ୍‌କୁ ଡାଉନଲୋଡ କରୁନ୍ତି ନାହିଁ। କୌଣସି ବେନାମୀ ୱେବସାଇଟ ମଧ୍ୟ ଖୋଲନ୍ତୁ ନାହିଁ। ଯଦି କୌଣସି ଠକ ଆପଣଙ୍କୁ  ଏନିଡେସ୍କ ଆପ୍ଲିକେସନକୁ ଡାଉନଲୋଡ଼ କରିବାକୁ କହୁଛନ୍ତି ତେବେ କୌଣସି ପରିସ୍ଥିତିରେ ମଧ୍ୟ ଏହା ଡାଉନଲୋଡ଼ ନକରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ।

ଅନ୍ୟପଟେ ପୁଲିସ ପକ୍ଷରୁ ଗୃହ ମନ୍ତ୍ରାଳୟର ସାଇବର ସେଫକୁ ସମସ୍ତ ଫ୍ରଡ଼ କଲ ନମ୍ବର ପଠାଇଛି ପୁଲିସ  । ତେବେ ସାଇବର ଫ୍ରଡ ନେଇ ଟୋଲ ଫ୍ରି ନମ୍ବରକୁ ଭୁବନେଶ୍ୱରରୁ ଆସିଛି ୨୮୭୨ କଲ ।ଭୁବନେଶ୍ୱର ବାହାରୁ ଆସିଛି ସାଢ଼େ ୩ ହଜାର କଲ  । ପଞ୍ଜାବ , ରାଜସ୍ଥାନ , ଗୁଡ଼ଗାଓ ଓ ବ୍ୟାଙ୍ଗଲୋରରୁ ବି ଆସିଛି  ଅଧିକାଂଶ ଫ୍ରଡ଼ କଲ  । ଏନେଇ ଗୁଗୁଲ ମ୍ୟାପିଂରୁ ସାଇବର ଠକଙ୍କ ଲୋକେସନ ଟ୍ରାକ କରିଛି କମିଶନରେଟ ପୁଲିସ । ଏଥିରୁ ଜଣାପଡିଛି ଯେ   ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ ରହିଛି। ଏଣୁ ଜନସାଧାରଣ ସତର୍କ ରୁହନ୍ତୁ। ଠକଙ୍କ କଲ୍‌ ଆସିଲେ କୌଣସି ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ। ସର୍ବଦା ସତର୍କ ଏବଂ ସଚେତନ ରୁହନ୍ତ। ଯଦିବି ଆପଣ ସାଇବର ଠକେଇର ଶିକାର ହେଉଛନ୍ତି ତେବେ ତେବେ ଗୋଲଡେନ ଆୱାର୍ ରେ(ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ) ହେଲ୍ପ ଲାଇନ ନମ୍ବରକୁ କଲ କରି ସମସ୍ତ ତଥ୍ୟ ଦିଅନ୍ତୁ। ଯାହା ଦ୍ବାରା ଠକେଇ ହୋଇଥିବା ଟଙ୍କା ଫେରିପାଇବାର ସମ୍ଭାବନା ରହିଛି ଏବଂ ଠକ ମଧ୍ୟ ଗିରଫ ହୋଇପାରିବେ।

ଅଥୟ କଲେଣି ସାଇବର୍‌ ଠକ; ତଥ୍ୟ ଚୋରି କରି ନେଇଗଲେ ୧୦ ଲକ୍ଷ
ଭୁବନେଶ୍ୱର: ସାଇବର୍‌ ଠକମାନେ ବ୍ୟାଙ୍କ୍ କର୍ମଚାରୀଙ୍କୁ ହାତ କରି ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ନେଇ ଅଭିଯୋଗ ଆସିଛି । ପରବର୍ତ୍ତୀ ସମୟରେ ସେହି ତଥ୍ୟବଳରେ ଉପଭୋକ୍ତାଙ୍କ ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର୍‌ ଠକମାନେ। ଏହିଭଳି କ୍ୟାପିଟାଲ ଥାନା ଅଧୀନରେ ଥିବା ଟ୍ରେଜେରୀ ନିକଟରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ଦେଖିବାକୁ ମିଳିଛି। ଏହିଭଳି ଉପାୟରେ ଜଣେ ସରକାରୀ ବାବୁଙ୍କ ଆକାଉଣ୍ଟରୁ ସାଇବର୍ ଠକମାନେ ୧୦ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ସରକାରୀ ଅଫିସର ଅମୂଲ୍ୟ ତ୍ରିପାଠୀ କ୍ରାଇମ୍‌ବ୍ରାଞ୍ଚ ସାଇବର୍ ସେଲରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହାସହ ଗୁରୁବାର ତଦନ୍ତକାରୀ ଅଧିକାରୀ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌କୁ ଯାଇ ବ୍ୟାଙ୍କ୍‌ ମ୍ୟାନେଜର ସମେତ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରୁଛି।

ମିଳିଥିବା ଅଭିଯୋଗ ଅନୁଯାୟୀ, ଅମୂଲ୍ୟଙ୍କର ଟ୍ରେଜେରୀ ଅଫିସ୍ ନିକଟରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ସେଭିଙ୍ଗ୍ ଆକାଉଣ୍ଟ ରହିଛି। ହେଲେ ୨୦୧୯ ମାର୍ଚ୍ଚ ୧୫ ତାରିଖରେ ତାଙ୍କ ଆକାଉଣ୍ଟରୁ ୨ହଜାର ଟଙ୍କା କଟି ଯାଇଥିଲା। କେହି ତାଙ୍କର ଡେବିଟ୍ କାର୍ଡ଼ ବ୍ୟବହାର କରି ଏଟିଏମ୍‌ରୁ ଟଙ୍କା ଉଠାଇ ନେଇଥିଲେ। ଅମୂଲ୍ୟ ଜାଣିବା ପରେ ଏନେଇ ବ୍ୟାଙ୍କର ମ୍ୟାନେଜରକୁ ଜଣାଇଥିଲେ। ମ୍ୟାନେଜର ଏହା ଜାଣିବା ପରେ ୨୦୧୯ ଏପ୍ରିଲ ୨୬ ତାରିଖରେ ତାଙ୍କ ଏଟିଏମ୍ କାର୍ଡକୁ ବ୍ଲକ କରି ଦେଇଥିଲେ। କିନ୍ତୁ ବ୍ୟାଙ୍କ୍ କର୍ମଚାରୀଙ୍କ କଥାକୁ ପୁଣି ଆଉ ଏକ ଡେବିଟ୍ କାର୍ଡ ନେଇଥିଲେ ଅମୂଲ୍ୟ । ହେଲେ ୨୦୧୯ରୁ ଆଜି ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ୧୦ ହଜାର ଟଙ୍କା ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ୩୧ଥର କାରବାର କରି ଠକ

ଡେବିଟ୍ କାର୍ଡ ବ୍ୟବହାର କରି ଏଟିଏମ୍‌ରୁ ଟଙ୍କା ଉଠାଇ ନେଇଛନ୍ତି। ବଡ଼ କଥା ହେଲା ଆରବିଆଇ ୪୦ହଜାର ଟଙ୍କା ଉପରୁ ଉର୍ଦ୍ଧ୍ବ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କିନ୍ତୁ ଅମୂଲ୍ୟଙ୍କ ଆକାଉଣ୍ଟରୁ ଗୋଟିଏ କାରବାରରେ ୯୦ ହଜାର ଟଙ୍କା ଉଠାଇ ନେଇଛନ୍ତି ଠକ। ତାଙ୍କ ଆକାଉଣ୍ଟରୁ ୩୧ ଟି ଟ୍ରାଞ୍ଜାକ୍‌ସନ ହୋଇଥିଲେ ମଧ୍ୟ ତାଙ୍କ ପଞ୍ଜିକୃତ ମୋବାଇଲ୍‌କୁ ଗୋଟିଏ ବି ମେସେଜ୍ ଆସିନି । ତେଣୁ ଏଭଳି ଠକେଇ ପଛରେ ବ୍ୟାଙ୍କ୍ କର୍ମଚାରୀ ଏବଂ ସାଇବର ଠକଙ୍କ ହାତ ରହିଥିବା ଅମୂଲ୍ୟ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ଜଣାଇଛନ୍ତି। ଅନ୍ୟପଟରେ ୪ ଦିନ ତଳେ ବାପୁଜୀ ନଗରରେ ଥିବା ଏକ ବ୍ୟାଙ୍କ୍‌ରୁ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିଲା। ଅନ୍ୟର ପ୍ଲାଟ୍‌କୁ ବନ୍ଧକ ରଖି ବ୍ୟାଙ୍କ୍ କର୍ମଚାରୀ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୋନ୍ କରାଇ ନେଇଥିଲେ।

ଟାୱାର୍ ବସାଇବା ଆଳରେ ୨୨ ଲକ୍ଷ ଗୋଲ୍

ମୋବାଇଲ୍‌ ଟାୱାର ବସାଇବା ଆଳରେ ରାଜ୍ୟରେ ସାଇବର୍‌ ଠକେଇ ବଢ଼ିବାରେ ଲାଗିଛି। ଏହିପରି ପୁଣି ଜଣେ ବ୍ୟକ୍ତି ୨୨ଲକ୍ଷ ଟଙ୍କାର ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଠକେଇର ଶିକାର ହୋଇଥିବା ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଗୋପାଳ ଚନ୍ଦ୍ର ପଣ୍ଡା ଏନେଇ କ୍ରାଇମ୍‌ବ୍ରାଞ୍ଚ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଏହାସହ ଟଙ୍କା ଯାଇଥିବା ଆକାଉଣ୍ଟକୁ ବ୍ଲକ କରାଯାଇଛି । କିନ୍ତୁ ୨୨ଲକ୍ଷ ଟଙ୍କାକୁ ସାଇବର୍ ଠକ ଚତୁରତାର ସହ ଉଠାଇ ନେଇଛନ୍ତି ।

ଅଭିଯୋଗ ଅନୁସାରେ, ଗୋପାଳଙ୍କ ନିକଟକୁ ୨୦୧୯ ଅକ୍ଟୋବର ୬ ତାରିଖରେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା । ଠକ ଜଣଙ୍କ ନିଜକୁ ଏକ ଟେଲିକମ୍ ସଂସ୍ଥାରୁ ଫୋନ୍ କରିଥିବା କହିଥିଲେ। ତୁମ ଜାଗାରେ ମୋବାଇଲ୍‌ ଟାୱାର ବସାଇ ଲାଭବାନ ହେବାକୁ ସ୍ବପ୍ନ ଦେଖାଇଥିଲେ। ମାସକୁ ଭଡ଼ା ଆକାରରେ ୧୧ହଜାର ଟଙ୍କା ମିଳିବ ବୋଲି କହିଥିଲେ | ଠକର କଥାରେ ବିଶ୍ବାସ କରି ଗୋପଳଚନ୍ଦ୍ର ତାଙ୍କ ଜମିରେ ମୋବାଇଲ୍‌ ଟାୱାର ବସାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଠକ କହିବା ଅନୁସାରେ ନିଜର ପାନ କାର୍ଡ, ଆଧାର କାର୍ଡ ଏବଂ ଜମିର ପଟ୍ଟା ଦେଇଥିଲେ। କାଗଜପତ୍ର କାମ କରିବା ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ଠକ କଥାରେ ପ୍ରଥମେ ଗୋପାଳ ୨୦ ହଜାର ଟଙ୍କା ପଠାଇଥିଲେ । ପରେ ଠକ ପୁଣି ଜିଏସ୍‌ଟି ଚାର୍ଜ ଏବଂ ଓକିଲ ଚାର୍ଜ ପାଇଁ ମଧ୍ୟ ଟଙ୍କା ମାଗିଥିଲେ । ଏହିଭଳି ଠକ ପ୍ରାୟ ୨୨ଲକ୍ଷ ଟଙ୍କା ଠକି ନେଇଥିଲେ । ଟଙ୍କା ନେବା ପରେ ମଧ୍ୟ ପୁଣି ଆହୁରି ଟଙ୍କା ଦେବାକୁ ଠକ କହିଥିଲା | ଟଙ୍କା ଦେଲେ ଫିଲଡ ଅଫିସର ଜାଗାକୁ ଯାଇ ଯାଞ୍ଚ କରିବା ପରେ କାମ ଆରମ୍ଭ ହେବ ବୋଲି ଠକ କହିଥିଲେ। କିନ୍ତୁ ଗୋପାଳଚନ୍ଦ୍ର ଠକଙ୍କ ହାବଭାବରୁ ଠକେଇ ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

OLX ରେ ଘରଭଡ଼ା ଦେବାକୁ କହି ଠକେଇ
ଭୁବନେଶ୍ବର: ଓଏଲ୍‌ଏକ୍ସରେ ଘରଭଡ଼ାକୁ ଦେବାକୁ କହି ଜଣେ ଯୁବତୀଙ୍କଠାରୁ ଠକେଇ କରିଛି ସାଇବର ଠକେଇ ଶିକାର ଜଣକ ହେଲେ ଶୁଭଲକ୍ଷ୍ମୀ ସାହୁ। ତାଙ୍କ ଆକାଉଣ୍ଟରୁ ୮ହଜାର ଟଙ୍କା କଟିଯାଇଥିବା ସାଇବର ହେଲ୍ସଡେସ୍କରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଜ୍ଞାପନ ଦେଖ୍ ଘରଭଡ଼ା ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ସେଥିରେ ଥିବା ନମ୍ବରରେ ଯୋଗାଯୋଗ କରିଥିଲେ ଘରର ଫଟୋ ଏବଂ ସୁବିଧା ଦେଖୁ ସେଥିରେ ଦିଆଯାଇଥିବା ସବୁ ତଥ୍ୟ ଦେଇଥିଲେ। ଏହାପରେ ଶୁଭଲକ୍ଷ୍ମୀଙ୍କ ଜମାଖାତାରୁ ଟଙ୍କା କାଟିନେଇଯାଇଥିଲେ ଠିକ।

ବଢ଼ିଲା ସାଇବର ଠକେଇ; ନଭେମ୍ବରରେ ନେଇଗଲେ ୭୭ ଲକ୍ଷ
ଭୁବନେଶ୍ୱର: ଥମୁନି ସାଇବର ଠକଙ୍କ ଉତ୍ପାତ। ୪ମାସ ପରେ ପୁଣି ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିଛି। ନୂଆନୂଆ କୌଶଳରେ ଠକେଇ କରିବାରେ ବ୍ୟସ୍ତ ଅଦୃଶ୍ୟ ଠକ। ତେବେ ଠକେଇ ପରିମାଣ କମି ନ ଥିବାରୁ କମିସନରେଟ୍‍ ପୁଲିସ ଚିନ୍ତା ବଢ଼଼ିଛି। ଆଗକୁ ଆହୁରି ଉଦ୍‍ବେଗଜନକ ହେବାର ଆଶଙ୍କା ଦେଖାଦେଇଛି। ଏହାପୂର୍ବରୁ ସତର୍କ ରହିବାକୁ କମିସନରେଟ୍‍ ପୁଲିସ ପରାମର୍ଶ ଦେଇଛି।

କମିସନରେଟ୍‍ ପୁଲିସର ତଥ୍ୟ ଅନୁଯାୟୀ ରାଜଧାନୀରୁ ନଭେମ୍ବର ମାସରେ ୭୭ଲକ୍ଷ ୪୨ହଜାର ୬୯୬ ଟଙ୍କା ଅଦୃଶ୍ୟ ଠକ ନେଇଯାଇଛନ୍ତି। ସାଇବର୍‍ ହେଲ୍ପଡେସ୍କକୁ ନଭେମ୍ବର ମାସରେ ୪୬୦ଟି ଅଭିଯୋଗ କଲ୍‍ ଆସିଛି। ସେଥରୁ ୨୪୬ଟି କେବଳ ଭୁବନେଶ୍ୱରରୁ ଆସିଥିବା ଜଣାପଡ଼ିଛି। ସେଥିରୁ ୟୁପିଆଇ ଠକେଇ ୯୭, କ୍ରେଡିଟ୍‍/ଡେବିଡ୍‍ କାର୍ଡ ୩୬ ଓ ୧୧୩ଟି ଅନ୍ୟାନ୍ୟ ଉପାୟରେ ଠକେଇ ସମ୍ପର୍କିତ କଲ୍‍ ଆସିଛି। ସେହିପରି ନଭେମ୍ବର ମାସ ସାଇବର୍‍ ହେଲ୍ପଡେସ୍କକୁ ବଡ଼ ସଫଳତା ମିଳିଛି। ଠକେଇ ଶିକାର ହେବାର ଘଣ୍ଟାଏ ଅର୍ଥାତ୍‍ ଗୋଲ୍ଡଡେନ୍‍ ଆୱାରରେ ଭିତରେ ଅଭିଯୋଗକାରୀ ସାଇବର୍‍ ହେଲ୍ପଡେସ୍କରେ ଅଭିଯୋଗ କରିଥିଲେ। ତେବେ ସାଇବର୍‍ ଡେସ୍କ ୨୬ଲକ୍ଷ ୯୭ହଜାର ୨୪୮ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ଇନ୍‍ଫୋସିଟିର ଜଣେ ମହିଳା ୭୫ହଜାର ଓ ୭୦ହଜାର, ନୂଆପଲ୍ଲୀର ୧ ଲକ୍ଷ ୪୦ହଜାର ଓ ୯୭ହଜାର ଏବଂ ଭରତପୁରର ୧ ଲକ୍ଷ ୧୮ହଜାର ଟଙ୍କା ଭଳି ବଡ଼ଧରଣ ଟଙ୍କା ଫେରସ୍ତ କରିଛି ସାଇବର ହେଲ୍ପଡେସ୍କ।

ସହରରୁ ୧୩ଟି ବଡ଼ଧରଣର ସାଇବର୍‍ ଠକେଇ ହୋଇଥିବାରୁ ଉକ୍ତ ଅଭିଯୋଗଗୁଡିକୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏଥିସହିତ ଠକେଇ ଲାଗି ଫୋନ୍‍ କଲ୍‍ ଆସିବା ୫୯ଟି ନମ୍ବରକୁ ଗୃହ ମନ୍ତ୍ରାଳୟର ସାଇବର୍‍ ସେଫ୍‍ ପୋର୍ଟାଲ ଜରିଆରେ ବ୍ଲକ କରାଯାଇଛି। ଫଳରେ ଗୋଟିଏ ସିମ୍‍ ରେ ଥରେ ସାଇବର ଠକ ଠକିପାରିବ। ଉକ୍ତ ନମ୍ବରରେ ଆଉ କାହାଠାରୁ ଠକେଇ କରିପାରିବନି ଠକ। ଏଭଳି ଭାବେ ଗତ ୧୧ମାସରେ ରାଜଧାନୀରୁ କେବଳ ୧୦କୋଟି ଟଙ୍କା ଠକ ନେଇଯାଇଛି।

ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କୌଣସି ସଂସ୍ଥାର ହେଲ୍ପଲାଇନ୍‍ ନମ୍ବର ଜାଣିବା ଲାଗି ଗୁଗ୍‍ଲରେ ସର୍ଚ୍ଚ କରି ଜାରି ହୋଇଥିବା ହେଲ୍ପଲାଇନ୍‍ ନମ୍ବର ବ୍ୟବହାର କରନ୍ତୁ ନାହିଁ। ସେହି ସଂସ୍ଥାର ୱେବ୍‍ସାଇଟ୍‍କୁ ଯାଇ ହେଲ୍ପଲାଇନ୍‍ ରେ ଅଭିଯୋଗ କରନ୍ତୁ ବୋଲି ଡିସିପି ଅପିଲ କରିଛନ୍ତିି।

ସାଇବର ଅପରାଧୀଙ୍କ ଜାଲରେ ଛାତ୍ର; ଅନଲାଇନରେ ବ୍ୟବସାୟ କରିବାକୁ କହି ଠକିନେଲେ ୭୩ ହଜାର ଟଙ୍କା
କେନ୍ଦ୍ରାପଡା: ରାଜ୍ୟରେ ମାତିଛନ୍ତି ସାଇବର ଅପରାଧି । ଦିନକୁ ଦିନ ବଢ଼ିବାରେ ଲାଗିଛି ଏଭଳି ଅପରାଧିଙ୍କ ଆତଙ୍କ । ମାତ୍ର କିଛି ସମୟ ମଧ୍ୟରେ ଆକାଉଣ୍ଟ ଶୂନ କରିଦେଉଛନ୍ତି ଏହି ଅପରାଧୀ । ସାଇବର ଅପରାଧିଙ୍କ ଟାର୍ଗେଟରେ ଏବେ ଛାତ୍ର । ଘରେ ବସି ଅନଲାଇନ ଜରିଆରେ ବ୍ୟବସାୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାର ପ୍ରତିଶୃତି ଦେଇ ଠକି ନେଇଛନ୍ତି ହଜାର ହଜାର ଟଙ୍କା । ଏହିଭଳି ଏକ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ଅଧିନ ବାବର ଅଞ୍ଚଳର ସତଗୁଡ଼ିଆ ଗ୍ରାମରେ । ଏହି ଗ୍ରାମର ସନ୍ତୋଷ କୁମାର ସେଠୀ ଜଣେ କଲେଜ ଛାତ୍ର ।

ସୂଚନା ଅନୁସାରେ ଗତ ଅଗଷ୍ଟ ମାସ ୮ ତାରିଖ ସନ୍ଧ୍ୟାରେ ସେ ମୋବାଇଲ ବ୍ୟବହାର କରୁଥିବା ସମୟରେ ଗୋଟେ ଅଜଣା ନମ୍ବରରୁ ମେସେଜ ଆସିଥିଲା । ସେହି ମେସେଜରେ ବିଭିନ୍ନ ପ୍ରକାରର ଅନଲାଇନ ବ୍ୟବସାୟ ବାବଦରେ ଲେଖାଥିଲା । ଏହାପରେ ସନ୍ତୋଷ ସେହି ନମ୍ବରକୁ ବ୍ୟବସାୟ ନେଇ ହ୍ଵାଟ୍ସଆପ ଜରିଆରେ ଆଲୋଚନା କରିଥିଲେ । ଏହାପରେ ସାଇବର ଠକ ହ୍ଵାଟ୍ସଆପ ଜରିଆରେ ଏକ ଲିଙ୍କ ପଠାଇଥିଲେ । ସେହି ଲିଙ୍କ ରେ ପଞ୍ଜିକରଣ କରାଇ ନେବାକୁ ଠକ କହିଥିଲା । ପଞ୍ଜିକରଣ ପରେ ସାଇବର ଠକ କମ୍ପାନୀର ୱେବସାଇଟ ଜରିଆରେ ୩ ମର୍ଚାଣ୍ଟ ଅର୍ଡର ପଠାଇଥିଲେ । ଗୋଟିଏ ଅର୍ଡର କିଣିଲେ କମିଶନ ବାବଦକୁ ଡବଲ ମିଳିବାର ପ୍ରତିଶୃତି ଦେଇଥିଲା । ଏହାପରେ ସନ୍ତୋଷ ଗୋଟିଏ ମର୍ଚ୍ଚାଣ୍ଟ ଅର୍ଡର ବାବଦକୁ ୫ ଶହ ଟଙ୍କା ପଠାଇଥିଲେ । ଏହାପରେ ତାଙ୍କ ଆକାଉଣ୍ଟରୁ ୫ ଶହ କଟିଗଲା । ଏହାର କିଛି ସମୟ ପରେ ଆକାଉଣ୍ଟରେ ଥିବା ୭୩ ହଜାର ଟଙ୍କା ନେଇ ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ । ଠକେଇର ଶିକାର ଜାଣିବା ପରେ ସନ୍ତୋଷ କଟକ ସାଇବର ସେଲ, କେନ୍ଦ୍ରାପଡା ଏସ୍ପି ଆଉ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା ୫୭୮/୨୧ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସ୍ପେଶାଲ ସ୍କ୍ୱାଡ୍ କବଜାରେ ସିମ୍‌କାର୍ଡ ସ୍ଵାପିଂ ଠକ: ୩ ଗିରଫ, ବହୁ ସିମ୍‌କାର୍ଡ ଜବତ
ଭୁବନେଶ୍ୱର: ଚୋରଘର ସବୁବେଳେ ଅନ୍ଧାର ନ ଥାଏ । ଦିନେ ନ ଦିନେ ନିଶ୍ଚୟ ଧରାପଡିବ । ଏହିଭଳି କିଛି ସାଇବର ଠକ ସିମ୍‌କାର୍ଡ ସ୍ଵାପିଂକରି ଠକୁଥିଲେ ଗ୍ରାହକଙ୍କୁ । ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଛି ଏଭଳି ୩ ଜଣ ଠକଙ୍କୁ । ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣଙ୍କୁ ଉଠାଇ ଆଣିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ବିପୁଳ ପରିମାଣର ସିମ କାର୍ଡ଼, ଆଧାରକାର୍ଡ ଓ ମୋବାଇଲ ଜବତ କରାଯାଇଛି ।

ରାକେଟର ଟାର୍ଗେଟରେ ଥିଲେ ସ୍ପେଶାଲ୍ ନମ୍ବର ବ୍ୟବହାରକାରୀ ଗ୍ରାହକ। ନମ୍ବର ବନ୍ଦ ହୋଇଯିବ କହି ଓଟିପି ହାତେଇ ସାଇବର ଠକଙ୍କ ଷ୍ଟାଇଲରେ ଲୁଟୁ ଥିଲେ । ୟୁଜରମାନଙ୍କୁ ଭୟଭୀତ କରାଇ ସେମାନଙ୍କ ଫୋନକୁ ଓଟିପି ପଠାନ୍ତି ଓ ପରେ ସେହି ଓଟିପି ନେଇ ସାଇବର ଠକେଇ କରନ୍ତି। ତେବେ କମିସନରେଟ୍‌ ପୋଲିସର ସ୍ପେଶାଲ୍ ସ୍କ୍ଵାର୍ଡ ଏହି ରାକେଟ୍‌ର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି। ୩ ଜଣ ଠକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନେକ ସିମ୍‌କାର୍ଡ, ଆଧାର କାର୍ଡ ଓ ମୋବାଇଲ୍ ଜବତ କରିଛି ପୋଲିସ।