Belgium - The Sakala

ପୁରୁଷ ହକି ବିଶ୍ୱକପ୍‌‌ ୨୦୨୩: ଆଜି ଗ୍ରାଣ୍ଡ ଫାଇନାଲରେ ବେଲଜିୟମ ଓ ଜର୍ମାନୀ ଭିତରେ ହେବ ମହାମୁକାବିଲା
ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌-୨୦୨୩ର ଗ୍ରାଣ୍ଡ ଫାଇନାଲ ଗତଥରର ବିଜେତା ବେଲଜିୟମ ଓ ୨ଥର ଟାଇଟଲ ଜିତିଥିବା ଜର୍ମାନୀ ମଧ୍ୟରେ ଖେଳାଯିବ। ବିଶ୍ୱରେ ହକି ଖେଳ ଆୟୋଜନ ଲାଗି ଖ୍ୟାତି ଲାଭ କରିଥିବା ଐତିହାସିକ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ରାତି ୭ଟାରେ ଏହି ମହାମୁକାବିଲା ଖେଳାଯିବ। ଦର୍ଶକ, ପ୍ରଶାସକ, ସମର୍ଥକଙ୍କ ସାମ୍ନାରେ ଗତ ଏକମାସ ଧରି ଓଡ଼ିଶାରେ ଚାଲିଥିବା ହକି ମହୋତ୍ସବର ଏହି ମୁକାବିଲା ପରେ ଶେଷ ହେବ। ଅନ୍ୟପକ୍ଷରେ କହିବାକୁ ଗଲେ ଓଡ଼ିଶାରେ ଦେଶ ଓ ବିଦେଶରୁ ଆସିଥିବା ଖେଳାଳି ଓ ସମର୍ଥକଙ୍କୁ ନିଜର ଆତିଥେୟତା, କଳା, ସଂସ୍କୃତି ଓ ଖେଳୱାଡ ମନୋଭାବ ପ୍ରଦର୍ଶନ କରିବାର ଶେଷ ସୁଯୋଗ ହେବ।

ଭାରତ କ୍ରସ୍‌‌ ଓଭରରେ ହାରିଗଲା ପରେ ଏହି ବିଶ୍ୱକପ୍‌‌ରେ ଆୟୋଜକ ଦେଶର ସମର୍ଥକଙ୍କ ଉତ୍ସାହ କମିଯାଇଛି, କିନ୍ତୁ ଗୋଟିକ ପରେ ଗୋଟିଏ ରୋମାଞ୍ଚକ ମୁକାବିଲାରେ ସମର୍ଥକଙ୍କ ବାନ୍ଧି ରଖିବାରେ ସମର୍ଥ ହୋଇଛି। ବିଶ୍ୱକପ ହକିର ଏହି ଶ୍ରେଷ୍ଠ ଟ୍ରଫି ହାସଲ କରିବା ଲାଗି ୟୁରୋପର ଦୁଇ ଦଳ ମଧ୍ୟରେ ଲଢ଼େଇ ହେବ। ଗତଥରର ବିଜେତା ବେଲଜିୟମ ସବୁଠାରୁ ଅଭିଜ୍ଞ ହୋଇଥିଲାବେଳେ ନବାଗତ ଖେଳାଳିଙ୍କୁ ନେଇ ଗଠିତ ଜର୍ମାନୀ ଦଳ ସମସ୍ତଙ୍କୁ ଚକ୍‌‌ମା ଦେଖାଇ ଫାଇନାଲକୁ ଉଠିଛି। ଆର୍ଜେଣ୍ଟିନା ଛାଡି ଜର୍ମାନୀ ପକ୍ଷରୁ ଖେଳୁଥିବା ପେନାଲ୍ଟି କର୍ଣ୍ଣର ବିଶେଷଜ୍ଞ ଗୋଞ୍ଜାଲୋ ପେଇଲାଟଙ୍କ ଉପରେ ସମସ୍ତଙ୍କ ଆଖି। ଅଭିଜ୍ଞ ବେଲଜିୟମ ଓ ଜର୍ମାନୀ ମଧ୍ୟରେ ଏହି ଲଢ଼େଇଟି ସ୍ମରଣୀୟ ହୋଇ ରହିବ। ବେଲଜିୟମ ଏଠାରେ କ୍ରମାଗତ ଦ୍ୱିତୀୟଥର ଏବଂ ୧୭ ପରେ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଜର୍ମାନୀ ତୃତୀୟଥର ସକାଶେ ଟ୍ରଫି ଜିତିବାକୁ କଡ଼ା ସଂଘର୍ଷ କରିବେ। ଫାଇନାଲ ପୂର୍ବରୁ ବିଶ୍ୱର ନଂ-୧ ଟିମ୍‌‌ ଅଷ୍ଟ୍ରେଲିଆ ଓ ଏଠାରେ ଗତଥର ରନର୍ସ ଅପ୍‌‌ ହୋଇଥିବା ନେଦରଲାଣ୍ଡ୍‌‌ସ ମଧ୍ୟରେ ତୃତୀୟ ସ୍ଥାନ ଲାଗି ମୁକାବିଲା ହେବ।

ଚିନ୍ତା ବଢାଇଲାଣି ମଙ୍କିପକ୍ସ: ପ୍ରଥମ ଦେଶ ଭାବେ ବେଲଜିୟମ ଲାଗୁ କଲା କ୍ୱାରେଣ୍ଟାଇନ ବ୍ଯବସ୍ଥା
ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ଆତଙ୍କ ବଢୁଥିବା ବେଳେ ପ୍ରଥମ ଦେଶ ଭାବେ ବେଲଜିୟମ ଲାଗୁ କରିଛି ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ଯବସ୍ଥା। ମଙ୍କିପକ୍ସ ପଜିଟିଭ ଚିହ୍ନଟ ହେଲେ ୨୧ ଦିନ କ୍ୱାରେଣ୍ଟାଇନ ରହିବାକୁ ନିୟମ ଲାଗୁ କରିଛି ବେଲଜିୟମ। ଏବେ ସୁଦ୍ଧା ୧୪ ଦେଶରେ ମଙ୍କିପକ୍ସ କେସ ଚିହ୍ନଟ ହୋଇଛି।

ବ୍ରିଟେନରେ ଏହା ଦିନକୁ ଦିନକୁ ବଢିବାରେ ଲାଗିଛି। ପଶ୍ଚିମ ଓ ମଧ୍ୟ ଆଫ୍ରିକାରୁ ଆରମ୍ଭ ହୋଇଥିବା ମଙ୍କିପକ୍ସ ୧୪ଟି ଦେଶକୁ ବ୍ୟାପିଲାଣି। ବ୍ରିଟେନ୍‌, ସ୍ପେନ୍‌, ପର୍ତ୍ତୁଗାଲ୍‌, ଜର୍ମାନୀ, ବେଲଜିୟମ୍‌, ଫ୍ରାନ୍ସ, ନେଦରଲାଣ୍ଡ, ଇଟାଲୀ, ସ୍ୱିଡେନ୍‌କୁ ଏହି ଭୂତାଣୁ ବ୍ୟାପିବାରେ ଲାଗିଲାଣି। ସେହିପରି ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ସମେତ ୯ଟି ୟୁରୋପୀୟ ରାଷ୍ଟ୍ରରେ ମଙ୍କିପକ୍ସ ମାଡିଚାଲିଛି । ତେବେ ଏ ପର୍ଯ୍ଯନ୍ତ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ବ୍ରଟେନ, ପର୍ତ୍ତୁଗାଲ୍‌ ଓ ସ୍ପେନରେ ପରିସ୍ଥିତି ଉଦବେଗଜନକ ରହିଛି ।

ପଶ୍ଚିମ ୟୁରୋପରେ ବନ୍ୟାର ତାଣ୍ଡବ; ଏପର୍ଯ୍ୟନ୍ତ ୧୫୦ ମୃତ, ୧୩ ଶହରୁ ଉର୍ଦ୍ଧ୍ଵ ନିଖୋଜ
ବର୍ଲିନ: ପଶ୍ଚିମ ୟୁରୋପରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା। ପ୍ରବଳ ବନ୍ୟାରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଏଯାଏଁ ୧୩୦୦ରୁ ଉର୍ଦ୍ଧ୍ଵ ଲୋକ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ଏବେ ଉଦ୍ଧାରକାରୀ ଦଳ ଆଗରେ ଏବେ ବଡ଼ ଆହ୍ବାନ ହୋଇଛି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ଲୋକଙ୍କ ଘର ଭୁଶୁଡିଯାଇଥିବା କାରଣରୁ ଚାପି ହୋଇ ମୃତ୍ୟୁ ହୋଇଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ କହିବାନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ୫୦ ଜଣ ଲୋକଙ୍କୁ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାହାର ସଠିକ୍ ଆକଳନ ହୋଇପାରି ନାହିଁ।

ରେକର୍ଡ ବର୍ଷା ପରେ ଜର୍ମାନୀ ଏବଂ ବେଲଜିୟମରେ ପ୍ରବଳ ବନ୍ୟାରେ ଶହ ଶହ ଲୋକ ନିଖୋଜ ଅଛନ୍ତି। ସ୍ୱିଜରଲ୍ୟାଣ୍ଡ, ଲକ୍ସେମବର୍ଗ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଦେଶର ଦକ୍ଷିଣ ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ୟୁରୋପୀୟ ନେତାମାନେ ଏହି ଦୁର୍ଘଟଣା ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ବିଶେଷଜ୍ଞମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ବ ବଢ଼ିଥାଏ ବୋଲି କହିଛନ୍ତି । ଶିଳ୍ପ ଯୁଗ ଆରମ୍ଭରୁ ବିଶ୍ବର ତାପମାତ୍ରା ୧.୨° ସେଲସିୟସକୁ ବୃଦ୍ଧି ପାଇଛି |

ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟର ଶନିବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। କେବଳ ଜର୍ମାନୀରେ ହିଁ ଏପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୱାଲ୍ଟମିର କହିଛନ୍ତି ଯେ ବିନାଶ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଶୁକ୍ରବାର ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ନିଖୋଜ ଲୋକଙ୍କ ପରିବାର ଆଶଙ୍କା ଭିତରେ ରହିଛନ୍ତି।

ବନ୍ୟାରେ ଅନେକ ସ୍ଥାନରେ ଫୋନ୍ ନେଟୱାର୍କ ପ୍ରଭାବିତ ହୋଇଛି | ରାସ୍ତା ଧୋଇ ହୋଇଯାଇଛି ଏବଂ ଏକ ଲକ୍ଷରୁ ଅଧିକ ଘରେ ବିଦ୍ୟୁତ ନାହିଁ। ବର୍ଷା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଉତ୍ତର ଜର୍ମାନୀ। ରେନ୍-ୱେଷ୍ଟଫାଲିଆ, ରେନ୍ଲ୍ୟାଣ୍ଡ-ପାଲାଟିନେଟ୍ ଏବଂ ସାରଲ୍ୟାଣ୍ଡ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

ଆଶ୍ଚର୍ଯ୍ୟ ! ୧୧ ବର୍ଷ ବୟସରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ
ଅଧିକାଂଶ ପିଲା ୧୧ ବର୍ଷ ବୟସ ପର୍ଯ୍ୟନ୍ତ ଗୁଣନ, ହରଣ ଆଦି ଲେଖିବା ଶିଖୁଥିବାବେଳେ ବେଲଜିୟମର ବାସିନ୍ଦା ଲରେଣ୍ଟ ସିମନ୍ସ ମାତ୍ର ୧୧ ବର୍ଷ ବୟସରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ସ୍ନାତକ ଡିଗ୍ରୀ ପାଇଁ ଅତି କମ୍‌ରେ ତିନି ବର୍ଷ ସମୟ ଲାଗୁଥିବାବେଳେ ଲରେଣ୍ଟ ଏହାକୁ ମାତ୍ର ଗୋଟିଏ ବର୍ଷରେ ସମ୍ପୂର୍ଣ୍ଣ କରିଛନ୍ତି। ଲରେଣ୍ଟ ଆଣ୍ଟୱର୍ପ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ କହିଛନ୍ତି ଯେ, ମୁଁ କେବେ ନିଜକୁ ଛୋଟ ପିଲା କି ମୋ ବୟସ କମ୍‌ ବୋଲି ଭାବିନି, ମୋତେ କେବଳ ଜ୍ଞାନ ଆହରଣ କରିବାର ଅଛି। ମଣିଷମାନଙ୍କର ଅଙ୍ଗପ୍ରତ୍ୟଙ୍ଗକୁ ମେସିନ୍‌ରେ ପରିଣତ କରିବାକୁ ମୁଁ ଚାହୁଁଛି। ମଣିଷମାନଙ୍କୁ ଅମର ବନେଇବା ମୋର ଲକ୍ଷ୍ୟ। ମୁଁ ଏଥିପାଇଁ ଯୋଜନା ମଧ୍ୟ କରିସାରିଛି। ଏହା ଏକ କଷ୍ଟ ପହେଳି ଭଳି। କ୍ବାଣ୍ଟମ୍‌ ଫିଜିକ୍ସରୁ ମୁଁ ଛୋଟ ଛୋଟ କଣିକା ବିଷୟରେ ପଢ଼ିଛି। ଲରେଣ୍ଟ ବିଶ୍ବର ସବୁଠୁ ଭଲ ପ୍ରଫେସରଙ୍କ ସହ କାମ କରିବାକୁ ଇଚ୍ଛା ରଖିଛନ୍ତି। ମଣିଷର ମସ୍ତିଷ୍କକୁ ପଢ଼ିବା ସହ ଏହା କିଭଳି କାର୍ଯ୍ୟ କରେ ସେ କଥା ଜାଣିବାକୁ ଲକ୍ଷ୍ୟ ରଖିଛନ୍ତି ଲରେଣ୍ଟ। ଲରେଣ୍ଟ ମାତ୍ର ୮ ବର୍ଷ ବୟସରେ ହାଇସ୍କୁଲ ପାସ୍‌ କରିଥିଲେ ।