Jagannath Mahaprabhu - The Sakala

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି
ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି। କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ। ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିବାବେଳେ ଆଜି ଚତୁର୍ଦ୍ଦଶୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ। ସେହିଭଳି ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ। ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କୁ ଖଳି ଲାଗି ହୋଇଛି।

ଗୁରୁବାର ପତିମହାପାତ୍ର ଏବଂ ଦଇତାପତି ସେବାୟତ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିବା ସହ ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା କରିଥିଲେ। ତ୍ରୟୋଦଶୀରେ ଘଣାଲାଗି ଲାଗି କରାଯାଇଛି। ପାଟରା ସେବକଙ୍କଠାରୁ ଆସିଥିବା ନାଗନାଗୁଣୀ ଘଣା ଦାରୁବିଗ୍ରଙ୍କ ଶରୀର (ପେଟ)ରେ ଲାଗି କରାଯାଇ ଗଡ଼ାବସ୍ତ୍ର ଦିଆଯାଇ ସିଲ୍‌‌ କରାଯାଇଥିଲା। ଏହି ନୀତି ବଢ଼ିବା ପରେ ଅଣସର ଶୁଦ୍ଧସୁଆରଙ୍କ ଘରୁ ଘଣ୍ଟ, ଛତା, କାହାଳୀ ସହ ଖଳି ହାଣ୍ଡି ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା।

ଶୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥିଲେ। ଏହାପରେ ଶ୍ରୀମୁଖ ଓତା କପଡ଼ା ପକାଯାଇଥିଲା। ଏହି ନୀତି ସମ୍ପନ୍ନ ପରେ ଦତ୍ତମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ ଅଣାଯାଇ ଲାଗି କରାଯାଇଥିଲା। ପତି ମହାପାତ୍ର ସଂସ୍କାର କରିବା ପରେ ଦତ୍ତମହାପାତ୍ର ସେବକମାନେ ଖଡ଼ି ଲାଗି କରିଥିଲେ। ଏହାପରେ ଅଣସର ଦ୍ୱାର ବନ୍ଦ କରାଯାଇ ଦଶାବତାର ଠାକୁରଙ୍କ ଆଳତି, ଅବକାଶ ଓ ଭୋଗମଣ୍ଡପ ବଢ଼ିଥିଲା। ଅନ୍ୟପକ୍ଷରେ ଶନିବାର ମହାପ୍ରଭୁଙ୍କ ବନକଲାଗି କରାଯିବ।

ସରିଲା ଅଣସର, ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ପୁରୀ : ଶେଷ ହୋଇଛି ମହାପ୍ରଭୁଙ୍କ ୧୫ ଦିନର ଅଣସର। ସୁସ୍ଥ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ବୁଧବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଦିବ୍ୟ ପ୍ରଲେପ ଲାଗି ପରେ ଗୁରୁବାର ଦତ୍ତମହାପାତ୍ର ଶ୍ରୀଅଙ୍ଗରେ ଖଡି ଲାଗି ନୀତି କରିଛନ୍ତି । ଏହାପରେ ଦାରୁବିଗ୍ରହ ନବଯୌବନ ବେଶରେ ଦର୍ଶନ ଦେବେ। ଏହିଦିନ ନେତ୍ରୋତ୍ସବ ମଧ୍ୟ ରହିଛି। କିନ୍ତୁ ବିଶ୍ୱନିୟନ୍ତାଙ୍କ ଏହି ଦିବ୍ୟ ଦର୍ଶନ କରିପାରିବେନି ଭକ୍ତ। ମହାମାରୀ କରୋନା ଭକ୍ତ-ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି। କରୋନା ପାଇଁ ଅଢେଇ ମାସରୁ ଊର୍ଦ୍ଧ୍ବ ହେବ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇପାରୁ ନାହାନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିଛି। ତେଣୁ ଦାରୁଦେବତାଙ୍କ ନବଯୌବନ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ଗତବର୍ଷ ମଧ୍ୟ ସମାନ କାରଣ ପାଇଁ ଶ୍ରଦ୍ଧାଳୁ ଠାକୁରଙ୍କ ନବଯୌବନ ଦର୍ଶନ କରିପାରି ନ ଥିଲେ।

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡ଼ିଥିଲେ ଦାରୁଦିଅଁ। ଜ୍ୱରରେ ପଡ଼ି ଠାକୁରଙ୍କ ଅଣସର ଘରେ ଉପଚାର ଚାଲିଥିଲା। ଦଇତାପତି ସେବକମାନେ ମହାପ୍ରଭଙ୍କ ଗୁପ୍ତ ସେବା କରିଥିଲେ। ଫୁଲୁରୀ ତେଲ, ଓଷୁଅ ଲାଗି ସହ ଦଶମୂଳ ମୋଦକ ସେବନ ପରେ ଏବେ ସୁସ୍ଥ ହୋଇଯାଇଛନ୍ତି ଦାରୁବିଗ୍ରହ। ଗୁରୁବାର ଅଣସର ଘରେ ମହାପ୍ରଭୁଙ୍କ ଆସ୍ଥାନ ଚକା ଅପସାରଣ କରାଯିବ। ଦଶାବତାର ତଥା ପଟିଦିଅଁଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ ଏବଂ ଅବକାଶ ନୀତି ବଢ଼ିବ। ପଟି ଠାକୁର ମଣ୍ଡଳୀ ଘରକୁ ଏବଂ ଅନ୍ୟ ୭ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବା ପରେ ଅଣସର ତାଟି ଫିଟିବ। ଏହାପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ରହିଛି। କିନ୍ତୁ କରୋନା ଯୋଗୁ ଏଥର କୌଣସି ଭକ୍ତ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିପାରିବେ ନାହିଁ। ଅନ୍ୟପକ୍ଷରେ ଏଥର ଦୁଇଦିନ ଅର୍ଥାତ୍‍ ଶନିବାର ଏବଂ ରବିବାର ଉଭା ରହିଛି। ରବିବାର ରଥ ଆଜ୍ଞାମାଳ ବିଜେ ପରେ ସୋମବାର ଅନୁଷ୍ଠିତ ହେବ ରଥଯାତ୍ରା।