Floodwater - The Sakala

ଦୟାନଦୀର ବନ୍ୟାପାଣିରେ ଜଳମଗ୍ନ ଚାଷଜମି, ବ୍ୟାପକ ଫସଲ ହାନି ପରେ ଚିନ୍ତାରେ ଚାଷୀକୂଳ
ଧଉଳି: ରାଜଧାନୀ ନିକଟସ୍ଥ ଦୟାନଦୀରେ ଚଳିତ ବର୍ଷର ବନ୍ୟାଜଳ ପ୍ରଭାବିତ ଯୋଗୁଁଁ ନଈକୂଳ ବନ୍ଧକୁ ପାଣି ଲାଗିଛି। ନଦୀ ପଠାରେ ଥିବା ଇଟିପୁର ପଞ୍ଚାୟତର ଜୟପୁର ପାଟଣା ଗ୍ରାମ ଦେବତୀ ମା' ନିସ୍ଥାରିଣୀ ମନ୍ଦିର ବନ୍ୟାଜଳରେ ବୁଡି ରହିଥିବାରୁ ଗ୍ରାମବାସୀମାନେ ମା’ଙ୍କ ବିଗ୍ରହକୁ ଅସ୍ଥାୟୀ ଭାବରେ ପୂଜାର୍ଚ୍ଚନା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି। ମା’ଙ୍କ ରୋଷଘର ମଧ୍ୟ ବନ୍ୟାଜଳରେ ପ୍ରବାହିତ ହୋଇଛି।ଉକ୍ତ ନଦୀ କୂଳରେ ଥିବା ଲିଙ୍ଗିପୁର୍‌‌, ଧଉଳି, ଇଟିପୁର୍‌‌, ଟିକରପଡ଼ା ଆଦି ପଞ୍ଚାୟତର ଅନେକ ଅଞ୍ଚଳର ଚାଷ ଜମିର ଜଳମଗ୍ନ ହୋଇଛି। ଉକ୍ତ ଜମିରେ ଚାଷ ହୋଇଥିବା ପୋଟଳ, କଲରା, ଗେଣ୍ଡୁ ଫୁଲ, ଭେଣ୍ଡି, ବିନ୍ସ, ବାଇଙ୍ଗଣ, ଆଦି କିସମର ପାରିବା ପାଣିରେ ବୁଡ଼ି ରହିଛି। ଏ ନେଇ ଚିନ୍ତାରେ ଚାଷୀ କୂଳ ପରିବାର।

ଅନେକ ଚାଷୀ ହାତ ଊର୍ଦ୍ଧ୍ବାରୀ କରି ଉକ୍ତ ପାରିବ ଚାଷ କରିଥିଲେ। ବ୍ଲକ ଓ ତହସିଲ ପ୍ରଶାସନଚାଷୀ ଙ୍କ କ୍ଷୟ ଖେତି ଆକଳନ କରି କ୍ଷତିପୂରଣ ଦେବାକୁ ସଧାରଣ ରେ ଦାବି ହୋଇଛି। କଣାସ, ପିପିଲି, ଡେଲାଙ୍ଗ ଏବଂ ସତ୍ୟବାଦୀ ଅଞ୍ଚଳରେ ଦୟା ନଦୀର ବନ୍ୟା ଜଳ ଲୋକଙ୍କ ଚିନ୍ତା ବଢ଼଼ାଇ ଦେଇଛି।ହଜାର ହଜାର ହେକ୍ଟର ଜମିର ପରିବା ଓ ଧାନ ଫସଲ ପାଣିରେ ବୁଡି ରହିଛି। ନିମ୍ନ ଅଞ୍ଚଳରେ ପାଣି ପଶିବାରୁ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ଅଛନ୍ତି ଏବଂ ପ୍ରଶାସନ ପକ୍ଷରୁ ସତର୍କ ଓ ସଚେତନ ଜାରି କରାଯାଇଛି।

କଣାସରେ ବନ୍ୟା; ଗାଆଁ ଦାଣ୍ଡରେ ପଶିଲା ପାଣି, ବୁଡିଲା ଦକନ୍ଦା-ବାଲିପାଟଣା ରାସ୍ତା
କଣାସ: ପୁରୀ ଜିଲ୍ଲା କଣାସରେ ବନ୍ୟା । ଗାଆଁ ଦାଣ୍ଡରେ ପଶିଲା ପାଣି । ଦୋକନ୍ଦା, ଗଡବଲଭଦ୍ରପୂର୍ ଗାଆଁରେ ପଶିଲା ବନ୍ୟା ପାଣି। ବନ୍ୟା ପାଣିରେ ବୁଡିଲା ଦକନ୍ଦା-ବାଲିପାଟଣା ରାସ୍ତା । ଦୟାନଦୀ ବନ୍ଧ ଡେଇଁ ଗାଁଭିତରେ ପାଣି ଭର୍ତ୍ତି ଗାଁ ରାସ୍ତାରେ ଡେଉଁଛି ବନ୍ୟା ପାଣି । ଏମିତିକି ଘରେ ବି ଆଣ୍ଠୁଏ ଆଣ୍ଠୁଏ ପାଣି। ସ୍କୁଲରେ ବି ପଶିଛି ବନ୍ୟା ଜଳ। କଣାସ ବ୍ଲକ ନାନକେରା ସ୍କୁଲରେ ପଶିଛି ପାଣି। ଶ୍ରେଣୀଗୃହରେ ଅଣ୍ଟାଏଁ ଉଚ୍ଚର ପାଣି ଲହଡି ମାରୁଥିବାରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଖୋଲିଲା ରେଙ୍ଗାଲି ଡ୍ୟାମ୍ ଗେଟ୍: ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୪ ଜିଲ୍ଲାକୁ ସତର୍କ ସୂଚନା
ଅନୁଗୁଳ: ଚଳିତ ବର୍ଷ ପ୍ରଥମ ଥର ପାଇଁ ଖୋଲିଲା ରେଙ୍ଗାଲି ଡ୍ୟାମ୍ ଗେଟ୍। ଅନୁଗୁଳ ଜିଲ୍ଲାରେ ଥିବା ଏହି ବୃହତ୍ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବା ପରେ ବୁଧବାର ଦିନ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏବଂ ଜଳପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତୃପକ୍ଷ ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି।

ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରେଙ୍ଗାଲି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ ବର୍ତ୍ତମାନର ଜଳସ୍ତର ୧୨୨.୨୪ ମିଟରରେ ପହଞ୍ଚିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨,୭୩୫ ଘନ ମିଟର ଜଳ ପ୍ରବେଶ କରୁଛି।

ବର୍ଦ୍ଧିତ ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୧,୩୯୪.୨୪ ଘନ ମିଟର ଜଳ ଛଡ଼ାଯାଉଥିବା ବେଳେ ପାୱାର ଟନେଲ୍ ମାଧ୍ୟମରେ ଅତିରିକ୍ତ ୫୦୧ ଘନ ମିଟର ଜଳ ନିଷ୍କାସନ କରାଯାଉଛି।

ଡ୍ୟାମରୁ ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଅନୁଗୁଳ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ବ୍ରାହ୍ମଣୀ ନଦୀ କୂଳରେ ରହୁଥିବା ବାସିନ୍ଦାମାନଙ୍କୁ ନଦୀ ନିକଟକୁ ନଯିବାକୁ ଏବଂ ନିଜ ଗୃହପାଳିତ ପଶୁମାନଙ୍କୁ ନଦୀ କୂଳରେ ନଚରାଇବାକୁ ବାରଣ କରାଯାଇଛି।

ଡ୍ୟାମ୍ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଯଦି ଉପରମୁଣ୍ଡରୁ ଅଧିକ ଜଳ ପ୍ରବେଶ କରେ, ତେବେ ପରିସ୍ଥିତିକୁ ଦେଖି ଆବଶ୍ୟକ ହେଲେ ଅତିରିକ୍ତ ଗେଟ୍ ଖୋଲାଯିବ।

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍: ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ନଦୀବନ୍ଧର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଆଉ ୬ଟି ଗେଟ୍ ଖୋଲିଛନ୍ତି। ଫଳରେ ଏବେ ମୋଟ୍ ୧୦ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ କେବଳ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଖୋଲିଥିଲା ୪ଟି ଗେଟ୍

ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବାରୁ ପୂର୍ବ ଘୋଷଣା ମୁତାବକ ଗୁରୁବାର ପୂର୍ବାହ୍ନ ୧୧ଟା ପରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ, ପ୍ରଥମେ ପୂଜାର୍ଚ୍ଚନା କରାଯାଇ ୭ ନମ୍ବର ଫାଟକ ଖୋଲାଯାଇଥିଲା। ଏହା ପରେ କ୍ରମାନ୍ବୟରେ ମୋଟ୍ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା, ଯେଉଁଥିରେ ବାମ ପାର୍ଶ୍ୱରୁ ୩ଟି ଏବଂ ଡାହାଣ ପାର୍ଶ୍ୱରୁ ଗୋଟିଏ ଗେଟ୍ ସାମିଲ ଥିଲା। ପ୍ରଥମ ଦିନରେ ପର୍ଯ୍ୟାୟକ୍ରମେ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କରାଯାଇଥିଲା।

ଦୁଇ ଦିନରେ ୯ ଫୁଟ୍ ବଢ଼ିଲା ଜଳସ୍ତର

ମିଳିଥିବା ସୂଚନା ଅନୁଯାୟୀ, ମାତ୍ର ୨ ଦିନ ମଧ୍ୟରେ ହୀରାକୁଦ ଡ୍ୟାମର ଜଳସ୍ତର ପ୍ରାୟ ୯ ଫୁଟ୍ ବୃଦ୍ଧି ପାଇଛି। ଗତ ୬ ତାରିଖ ସକାଳେ ନଦୀବନ୍ଧର ଜଳସ୍ତର ୬୦୩ ଫୁଟ୍ ଥିଲା ଏବଂ ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ପ୍ରାୟ ୪୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ତେବେ ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଏହି ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇ ୬୧୨.୯୭ ଫୁଟ୍ରେ ପହଞ୍ଚିଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମର ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍, ଡ୍ୟାମ୍‌ରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁର: ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦିନ ୧୧ଟା ସମୟରେ ପ୍ରଥମେ ୪ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡ଼ାଯିବ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଅଧିକ ଗେଟ୍ ଖୋଲାଯିବ ଏବଂ ଜଳ ନିଷ୍କାସନ ପରିମାଣ ୧ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯିବ।

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ ରହିଛି ଏବଂ ଭିତରକୁ ଜଳ ପ୍ରବାହ ବା ଇନ୍‌ଫ୍ଲୋ ୨.୬୨ ଲକ୍ଷ କ୍ୟୁସେକ ରହିଛି। ଅନ୍ୟପକ୍ଷରେ, ମୁଣ୍ଡଳୀଠାରେ ଜଳ ନିଷ୍କାସନ ପରିମାଣ ଯାହା ମଙ୍ଗଳବାର ରାତିରେ ୫.୫୪ ଲକ୍ଷ କ୍ୟୁସେକ ଥିଲା, ତାହା ବର୍ତ୍ତମାନ ୪.୮୦ ଲକ୍ଷ କ୍ୟୁସେକକୁ ହ୍ରାସ ପାଇଛି। ଏହା ଆହୁରି କମିବ ବୋଲି ଆଶା କରାଯାଉଛି।

ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ ସ୍ପଷ୍ଟ କରିଛନ୍ତି ଯେ, ଏହି ନିୟନ୍ତ୍ରିତ ଜଳ ନିଷ୍କାସନ ଯୋଗୁଁ ତଳମୁଣ୍ଡରେ ଥିବା ଅଞ୍ଚଳଗୁଡ଼ିକ ପାଇଁ କୌଣସି ଆଶୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ। ବର୍ଦ୍ଧିତ ଜଳସ୍ତରକୁ ନିରାପଦରେ ପରିଚାଳନା କରିବା ପାଇଁ ଏହା ଏକ ନିୟମିତ ପ୍ରକ୍ରିୟା।

ଏହି ସମୟରେ, କେନ୍ଦ୍ର ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ସମ୍ବଲପୁରଠାରେ 'ବନ୍ୟା ସଙ୍କଟ ପରିଚାଳନା ଟିମ୍‌'ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମୌସୁମୀ ଋତୁରେ କିଭଳି ପ୍ରଭାବଶାଳୀ ଭାବେ ଜଳଭଣ୍ଡାର ପରିଚାଳନା ଏବଂ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ, ସେନେଇ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ବରିଷ୍ଠ ଯନ୍ତ୍ରୀମାନେ ଏହି ବୈଠକରେ ଆଲୋଚନା କରିଛନ୍ତି ।