jyotiraditya scindia - The Sakala

WhatsApp ୟୁଜରଙ୍କ ପାଇଁ ବଡ଼ ଖବର: ମାର୍ଚ୍ଚ ୧ରୁ ବଦଳିବ ନିୟମ, ମୋବାଇଲରେ ସିମ୍ ନଥିଲେ ଚାଲିବନି ଆପ୍
ଦେଶରେ ସାଇବର ଠକେଇ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ହ୍ୱାଟ୍ସଆପ୍ (WhatsApp), ଟେଲିଗ୍ରାମ୍ (Telegram) ଏବଂ ସିଗନାଲ୍ (Signal) ଭଳି ମେସେଜିଂ ଆପ୍ ଗୁଡ଼ିକ ପାଇଁ ‘ସିମ୍ ବାଇଣ୍ଡିଂ’ (SIM Binding) ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାକୁ ଯାଉଛି। ଏହି ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ୟୁଜରମାନେ ମୋବାଇଲରୁ ସିମ୍ କାର୍ଡ କାଢ଼ିଦେଲେ ଆଉ ଏହି ଆପ୍ ଗୁଡ଼ିକ ବ୍ୟବହାର କରିପାରିବେ ନାହିଁ।

କ’ଣ ଏହି ‘ସିମ୍ ବାଇଣ୍ଡିଂ’ ନିୟମ?

ଦୂରସଞ୍ଚାର ବିଭାଗ (DoT)ର ନିର୍ଦ୍ଦେଶ ଅନୁଯାୟୀ, ୟୁଜରମାନେ ଆକାଉଣ୍ଟ ଖୋଲିବା ସମୟରେ ଯେଉଁ ଫୋନ୍ ନମ୍ବର ବା ସିମ୍ ବ୍ୟବହାର କରିଥିବେ, ସେହି ସିମ୍ ମୋବାଇଲ୍ ଡିଭାଇସ୍ ଭିତରେ ରହିବା ବାଧ୍ୟତାମୂଳକ। ଯଦି ଆପଣ ଫୋନରୁ ସିମ୍ କାଢ଼ି ଦିଅନ୍ତି, ତେବେ ତୁରନ୍ତ ଆପଣଙ୍କର ହ୍ୱାଟ୍ସଆପ୍ କିମ୍ବା ଅନ୍ୟ ମେସେଜିଂ ଆପ୍ କାମ କରିବା ବନ୍ଦ କରିଦେବ। ପୂର୍ବରୁ ସିମ୍ କାଢ଼ି କେବଳ ୱାଇ-ଫାଇ (Wi-Fi) ମାଧ୍ୟମରେ ଆପ୍ ଚଲାଇବାର ଯେଉଁ ସୁବିଧା ଥିଲା, ତାହା ଏବେ ବନ୍ଦ ହୋଇଯିବ।

ୱେବ୍ ୟୁଜରଙ୍କ ପାଇଁ ନୂଆ ସର୍ତ୍ତ

କେବଳ ମୋବାଇଲ୍ ନୁହେଁ, କମ୍ପ୍ୟୁଟର ବା ଲାପଟପରେ ହ୍ୱାଟ୍ସଆପ୍ ୱେବ୍ (WhatsApp Web) ବ୍ୟବହାର କରୁଥିବା ଲୋକଙ୍କ ପାଇଁ ମଧ୍ୟ ନିୟମ ବଦଳିଛି। ସୁରକ୍ଷା ଦୃଷ୍ଟିରୁ, ଏବେ ପ୍ରତି ୬ ଘଣ୍ଟାରେ ଆପେ ଆପେ ୱେବ୍ ସେସନ୍ ଲଗ୍-ଆଉଟ୍ ହୋଇଯିବ। ୟୁଜରମାନଙ୍କୁ ପୁନର୍ବାର କ୍ୟୁଆର୍ କୋଡ୍ (QR Code) ସ୍କାନ୍ କରି ଲଗ୍-ଇନ୍ କରିବାକୁ ପଡ଼ିବ।

ସମୟସୀମା ବଢ଼ାଇବାକୁ ମନା କଲେ ମନ୍ତ୍ରୀ

ଟେଲିକମ୍ କମ୍ପାନୀ ଏବଂ ଆପ୍ ନିର୍ମାତାମାନେ ଏହି ନିୟମ ପାଳନ ପାଇଁ ଅଧିକ ସମୟ ମାଗିଥିଲେ ମଧ୍ୟ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହାକୁ ଖାରଜ କରିଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରୀୟ ସୁରକ୍ଷା ସହ କୌଣସି ବୁଝାମଣା କରାଯିବ ନାହିଁ ଏବଂ ଫେବୃଆରୀ ୨୮ ସୁଦ୍ଧା ସମସ୍ତ କମ୍ପାନୀକୁ ଏହି ନିୟମ ପାଳନ କରିବାକୁ ହେବ। ସାଇବର ଅପରାଧୀମାନେ ଅନେକ ସମୟରେ ନକଲି ସିମ୍ ବ୍ୟବହାର କରି ଠକେଇ କରୁଥିବାରୁ ସରକାର ଏହି କଡ଼ା ପଦକ୍ଷେପ ନେଇଛନ୍ତି।

୫ଜି କ୍ଷେତ୍ରରେ ଭାରତର ବଡ଼ ଲମ୍ଫ: ବିଶ୍ୱର ଦ୍ୱିତୀୟ ସର୍ବାଧିକ ବ୍ୟବହାରକାରୀ ରାଷ୍ଟ୍ର, ୪୦ କୋଟି ଟପିଲା ସଂଖ୍ୟା
ନୂଆଦିଲ୍ଲୀ: ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା ଅନୁଯାୟୀ, ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବାଧିକ ୫ଜି (5G) ବ୍ୟବହାରକାରୀ ରାଷ୍ଟ୍ର ପାଲଟିଛି। ଦେଶରେ ବର୍ତ୍ତମାନ ୪୦ କୋଟିରୁ ଅଧିକ ଲୋକ ୫ଜି ସେବା ବ୍ୟବହାର କରୁଛନ୍ତି। ଏହି ତାଲିକାରେ କେବଳ ଚୀନ୍ ଭାରତଠାରୁ ଆଗରେ ରହିଛି।

ମନ୍ତ୍ରୀ ଶ୍ରୀ ସିନ୍ଧିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ଭାରତ କେବଳ ବ୍ୟବହାରକାରୀଙ୍କ ସଂଖ୍ୟାରେ ଆଗୁଆ ନୁହେଁ, ବରଂ ୫ଜି ଟେକ୍ନୋଲୋଜିକୁ ଦ୍ରୁତତ୍ତମ ଗତିରେ ଗ୍ରହଣ କରିଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ୨୦୨୨ରେ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ଦେଶର ୯୯.୬ ପ୍ରତିଶତ ଜିଲ୍ଲାରେ ଉପଲବ୍ଧ ହୋଇପାରିଛି ଏବଂ ଦେଶର ୮୫ ପ୍ରତିଶତ ଜନସଂଖ୍ୟା ନିକଟରେ ୫ଜି କଭରେଜ୍ ପହଞ୍ଚିପାରିଛି।

କେବଳ ସହରାଞ୍ଚଳ ନୁହେଁ, ଗ୍ରାମୀଣ ଭାରତରେ ମଧ୍ୟ ଟେଲିକମ୍ ସଂଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗ୍ରାମୀଣ ଟେଲିଫୋନ୍ ସଂଯୋଗ ୪୨.୯% ବୃଦ୍ଧି ପାଇ ୨୦୨୫ ସେପ୍ଟେମ୍ବର ସୁଦ୍ଧା ୫୩.୯୮ କୋଟିରେ ପହଞ୍ଚିଛି। ଅନ୍ୟପକ୍ଷରେ, ଦେଶର ମୋଟ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ୧୦୦.୨୯ କୋଟି ଛୁଇଁଛି, ଯାହା ୨୦୧୪ ତୁଳନାରେ ପ୍ରାୟ ୨୯୯ ପ୍ରତିଶତ ଅଧିକ। ୨୦୨୫ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ୪,୬୯,୦୦୦ ୫ଜି ବେସ୍ ଟ୍ରାନ୍ସସିଭର୍ ଷ୍ଟେସନ୍ (BTS) ସ୍ଥାପନ କରାଯାଇଛି, ଯାହା ବିଶ୍ୱର ଦ୍ରୁତତମ ନେଟୱାର୍କ ରୋଲଆଉଟ୍ ମଧ୍ୟରୁ ଅନ୍ୟତମ।

ଆଗକୁ ହକି ବିଶ୍ୱକପ: ରାଉରକେଲା ବିମାନ ବନ୍ଦର କାର୍ଯ୍ଯକ୍ଷମ ପାଇଁ ସିନ୍ଧିଆଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଉରକେଲା ବିମାନ ବନ୍ଦର କାର୍ଯ୍ଯକ୍ଷମ ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗକୁ ବିଶ୍ୱକପ ହକି ମ୍ୟାଚ୍ ଖେଳାଯିବ। ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ମଧ୍ୟରେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ୍ ଖେଳାଯିବ। ତେଣୁ ନଭେମ୍ବର ୩୦ ତାରିଖ ପୂର୍ବରୁ ରାଉରକେଲା ବିମାନବନ୍ଦରକୁ କାର୍ଯ୍ଯ କ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

ସେଲ୍ ଓ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମଓୟୁ ନବୀକରଣ କରିବା ସହ ରନଓ୍ୱେ, ଟର୍ମିନାଲ, ବିଲ୍ଡିଂ ଭଳି କାମ ନେଇ ସମୀକ୍ଷା କରିବାକୁ ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ରାଉରକେଲାରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସିଟିକୁ ବିମାନ ସେବା ଶୀଘ୍ର ଆରମ୍ଭ କରିବା ଦିଗରେ ଶୀଘ୍ର ହସ୍ତକ୍ଷେପ କରିବାକୁ ଚିଠିରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବମ୍ବେ ହାଇକୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ: ଦାୟିତ୍ୱ ନେଉ ନେଉ ଅଡୁଆ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପ୍ରଥମେ ବିମାନ ବନ୍ଦର ଗୁଡିକର ନାମକରଣ ଓ ପୁନଃନାମକରଣ ନେଇ ଜାତୀୟ ନୀତି ଚୂଡାନ୍ତ କର, ପଛେ ଯେଉଁ କଥା। ହାଇକୋର୍ଟ କହିଛନ୍ତି, ଚିଠା ସ୍ତରରେ ଯଦି ଏକ ନୂଆ ନୀତି ପ୍ରକ୍ରିୟା ରହିଛି ତେବେ ବର୍ତ୍ତମାନ ହିଁ ତାହାକୁ ଶେଷ କର। ବର୍ତ୍ତମାନ ନୂଆ ମନ୍ତ୍ରିମଣ୍ଡଳ ଆସିଛି। ତେଣୁ ତୁରନ୍ତ ବିମାନ ବନ୍ଦର ଗୁଡିକର ନାମକରଣ ଓ ପୁନଃନାମକରଣ କର। ଅତିରିକ୍ତ ସଲିସିଟର ଜେନରାଲ ଅନୀଲ ସିଂହଙ୍କୁ ଏହା କହିଛନ୍ତି ଅଦାଲତ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଜିଏସ କୁଲକର୍ଣ୍ଣୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ବର୍ତ୍ତମାନ ଏହି ଚିଠାନୀତି କେଉଁ ଅବସ୍ଥାରେ ରହିଛି ତାହା କୋର୍ଟ ଜାଣିବାକୁ ଚାହେଁ। ଗତ ମାସରେ ଏହି କାରଣକୁ ନେଇ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରି ୨୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏକ ବିମାନବନ୍ଦରକୁ ସ୍ୱର୍ଗତ ସାଂସଦ ଡି.ବି. ପାଟିଲଙ୍କ ନାମରେ ନାମିତ କରିବା ଦାବିରେ ଗତ ମାସରେ ନଭି ମୁମ୍ବାଇରେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ସମାଗମ ହୋଇଥିଲା। ସ୍ୱର୍ଗତ ପାଟିଲ ଏହି ପ୍ରଭାବିତଙ୍କ ସ୍ୱାର୍ଥ ଲାଗି ସଂଗ୍ରାମ କରିଥିଲେ। ଗତ ମାସରେ ମହାରାଷ୍ଟ୍ର ସରକାର ଏହି ନୂଆ ବିମାନ ବନ୍ଦରର ନାମ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାଁରେ ନାମିତ କରିବାକୁ କହିଥିଲେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

୩୦ ବର୍ଷ ପୂର୍ବେ ବାପା ଯେଉଁ ବିଭାଗରେ ମନ୍ତ୍ରୀ ଥିଲେ ପୁଅ ଜ୍ୟୋତିରାଦିତ୍ୟ ହାତେଇଲେ ସେହି ବିଭାଗ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି। ବିଶେଷ କଥା ହେଉଛି ୩୦ ବର୍ଷ ପୂର୍ବେ ବାପା ମାଧବରାଓ ସିନ୍ଧିଆ ଯେଉଁ ବିଭାଗରେ ମନ୍ତ୍ରୀ ଥିଲେ ଆଜି ସେହି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ୧୯୯୧ରୁ ୯୩ ପର୍ଯ୍ଯନ୍ତ ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ ।

ଜ୍ୟୋତିରାଦିତ୍ୟ ପୂର୍ବରୁ ମନମୋହନ ସିଂଙ୍କ ସରକାର ବେଳେ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଥିଲେ । ଏବେ ସେ ଏହି ବିଭାଗ ଦାୟିତ୍ୱ କିଭଳି ତୁଲାଇବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଦୀର୍ଘ ଦିନ କଂଗ୍ରେସରେ ରହିବା ପରେ ୨୦୨୦ରେ ସେ ବିଜେପି ଯୋଗ ଦେଇଥିଲେ । ତାଙ୍କ ଯୋଗୁ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଥିଲା ।

ସୂଚନାଯୋଗ୍ୟ, ୧୯୭୧ ମସିହାରେ ଜନ୍ମ ଗ୍ରହଣ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ହାର୍ଭାର୍ଡ ଓ ଷ୍ଟାନଫୋର୍ଡ ଇନଷ୍ଟିଚ୍ୟୁଟରୁ ଶିକ୍ଷାଲାଭ କରିଛନ୍ତି। ୨୦୦୨ରେ ଗୋଟିଏ ବିମାନ ଦୁର୍ଘଟଣାରେ ମାଧବରାଓଙ୍କ ମୃତ୍ୟୁ ଘଟିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରେ ଗୁନା ‌ଲୋକସଭାରେ ଆସନରୁ ନିର୍ବାଚନ ଲଢ଼ିଥିଲେ। ଦୀର୍ଘ ବର୍ଷ କଂଗ୍ରେସରେ ରହିବା ପରେ ୨୦୨୦ରେ ସେ ବିଜେପିରେ ଯୋଗଦେଇ ରାଜ୍ୟସଭାକୁ ଯାଇଛନ୍ତି।