SOR - The Sakala

ଚିଠା ଭୋଟର ତାଲିକାକୁ ନେଇ ବିଜେଡିର ସାଂଘାତିକ ଅଭିଯୋଗ: ୨୦ ଲକ୍ଷ ନୁହେଁ; ବାଦ୍‌ ପଡ଼ିଛନ୍ତି ୨୭ ଲକ୍ଷ ଭୋଟର
ଭୁବନେଶ୍ୱର: ରାଜ୍ୟରେ ଏସ୍‌ଆଇଆର ପ୍ରକ୍ରିୟା ସମାପ୍ତ ପରେ ପ୍ରକାଶିତ ଚିଠା ଭୋଟର ତାଲିକାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ଚିଠା ଭୋଟର ତାଲିକାରେ ୨୦ ଲକ୍ଷ ନୁହେଁ; ବରଂ ୨୭ ଲକ୍ଷ ଭୋଟର ବାଦ୍‌ ପଡ଼ିଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯିବା ସହ ଭୋଟରମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରିବାକୁ ଚକ୍ରାନ୍ତ ହେଉଛି ବୋଲି ଅଭିଯୋଗ କରାଯାଇଛି। ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ବିଜୟ ନାୟକ ସମ୍ପୂର୍ଣ୍ଣ ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଦଳର ବରିଷ୍ଠ ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି ଯେ ଏସ୍‌ଆଇଆର ପାଇଁ ବିଭିନ୍ନ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିଥିଲେ। ଏସଆଇଆର ପ୍ରକିୟା ଆରମ୍ଭ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦତ୍ତ ଭୋଟର ତାଲିକା ଏବଂ ବର୍ତ୍ତମାନର ପ୍ରକାଶିତ ଭୋଟର ତାଲିକାରେ ଅନେକ ତାରତମ୍ୟ ପରିଲକ୍ଷିତ ହୋଇଛି। ୨୦୨୫ ମସିହାର ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୩ କୋଟି ୪୦ଲକ୍ଷ ୭୨ ହଜାର ୭୪୪ ଜଣ ଭୋଟରଙ୍କ ନାମ ୱେବ୍‌ସାଇଟରେ ଉପଲବ୍ଧ ଥିଲା । ମେ ମାସ ୧୪ ତାରିଖରେ ଏସ୍‌ଆଇଆର ପାଇଁ ଓଡ଼ିଶାରେ ଭାରତୀୟ ନିର୍ବାଚନ କମିସନ ଦ୍ୱାରା ବିଜ୍ଞପ୍ତି ହେବା ପରେ ମେ ୧୫ ତାରିଖରେ ବିଭିନ୍ନ ରାଜନୈତିକ ଦଳର ବୈଠକରେ ୩ କୋଟି ୩୪ଲକ୍ଷ ଭୋଟର ଥିବା ନେଇ ତଥ୍ୟ ପ୍ରଦାନ ହୋଇଥିଲା। ପୁଣି ଜୁନ୍‌ ୧୨ ତାରିଖରେ ତାହାକୁ ୩ କୋଟି  ୩୩ଲକ୍ଷ ୯୯ହଜାର ୫୯୧ଜଣ ବୋଲି ଦର୍ଶାଯାଇଥିଲା। ତେବେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକାରେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ଜଣ ଭୋଟର ଥିବା କୁହାଯାଇଛି। ପ୍ରଦତ୍ତ ତଥ୍ୟ ମଧ୍ୟରେ କିଛି ତାଳମେଳ ରହୁନାହିଁ। ୨୦୨୫ ଚୂଡାନ୍ତ ତାଲିକାରେ ଥିବା ଭୋଟର ସଂଖ୍ୟାକୁ ଅନୁଶୀଳନ କଲେ ଓଡ଼ିଶାରେ ବାସ୍ତବରେ ୨୭ଲକ୍ଷ  ଭୋଟର ଏହି ଚିଠା ତାଲିକାରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା, ସେହି ଅନୁଯାୟୀ ଅନେକ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ତାରତମ୍ୟ ରହିଛି। ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀରୁ ୭୫ଟିରେ ୧୦,୦୦୦ରୁ ଉଦ୍ଧ୍ୱର୍, ତା’ମଧ୍ୟରୁ ୪୯ଟିରେ ୧୫,୦୦୦ରୁ ଉଦ୍ଧ୍ୱର୍ ଭୋଟର ତାଲିକାରୁ ବାଦ୍‌ ପଡିଛନ୍ତି। ଏସଆଇଆର ପ୍ରକ୍ରିୟାରୁ ଅନେକ ଲୋକ ବାଦ୍‌ ପଡିବା ଏକ ଚିନ୍ତାଜନକ ବିଷୟ ପାଲଟିଛି। ଏସଆଇଆର ଦ୍ୱାରା ଶୁଦ୍ଧ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରକାଶ ନେଇ ଜାତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଯେଉଁ ଘୋଷଣା କରିଥିଲେ, ତାହା ଏଠାରେ ପରିପ୍ରକାଶ ହୋଇ ପାରିଲାନାହିଁ। ନିର୍ବାଚନରେ ମତଦାନ କରିବା ଭୋଟରଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ତାହାକୁ କ୍ଷୁଣ୍ଣ କରିବାକୁ ଚକ୍ରାନ୍ତ ହେଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେହିପରି ସାଧାରଣ ସମ୍ପାଦକ ଶ୍ରୀ ନାୟକ କହିଛନ୍ତି ଯେ ୨୦୨୫ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ପ୍ରକାଶ ପାଇଥିବା ତଥ୍ୟ ଏବଂ ଏସଆଇଆର ଆରମ୍ଭ ବେଳକୁ ପ୍ରକାଶିତ ଭୋଟର ସଂଖ୍ୟାରେ ତାରତମ୍ୟ ପରିଲିକ୍ଷିତ ହୋଇଥିଲା। ଭୋଟର ତାଲିକାରେ ଏହି ପ୍ରକାର ତାରତମ୍ୟ ନେଇ ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ସେ ତାହାର ସଂଶୋଧନ ନ କରି ଭୋଟର ତାଲିକା ପ୍ରକାଶ କରିଛନ୍ତି। ପ୍ରକାଶିତ ଭୋଟର ତାଲିକରେ ୩ କୋଟି ୧୩ ଲକ୍ଷ ଭୋଟର ଅଛନ୍ତି। ଦଳମାନଙ୍କୁ ୨୦ଲକ୍ଷ ୧୨ହଜାର ଭୋଟର ବାଦ୍‌ ପଡିଥିବା କୁହାଯାଇଛି। କିନ୍ତୁ ଗଣମାଧ୍ୟମରେ ସିଇଓ ୨୦ଲକ୍ଷ ୧୪ ହଜାର ଭୋଟର ତାଲିକାରୁ ବାଦ୍‌ ପଡିଥିବା ନେଇ କହିଛନ୍ତି। ମେ ୩୦ରୁ ୨୮ଜୁନ ପର୍ଯ୍ୟନ୍ତ ହୋଇଥିବା ଏସଆଇଆର ପ୍ରକ୍ରିୟାରେ ବହୁ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ହୋଇଛି। ଏସଆଇଆରରେ ଭୋଟର ବୃଦ୍ଧି ପାଇବା ସ୍ଥାନରେ କମିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକ୍ରିୟାରେ ୧୩ଟି ଜଟିଳ ଅସଂଗତ ତଥ୍ୟ ପାଇଁ ଅନେକ ଭୋଟର ବାଦ୍‌ ହୋଇଛନ୍ତି। ତାହାକୁ ସରଳୀକରଣ କରି ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଯୋଡ଼ାଯାଉ। ସେହିପରି ବିଏଲଓମାନଙ୍କୁ ସଠିକ୍‌ ଭାବରେ ତାଲିମ ଦିଆଯାଇ ନ ଥିବାରୁ ତ୍ରୁଟିପୂର୍ଣ୍ଣ ଭାବେ ଏସଆଇଆର ପ୍ରକ୍ରିୟା ହୋଇଥିବା ଶ୍ରୀ ନାୟକ କହିଛନ୍ତି। ଏହାର ତୁରନ୍ତ ସୁଧାର କରିବା, ପ୍ରକ୍ରିୟା ସରଳୀକରଣ କରିବା ଓ ଅସଂଗତିଗୁଡିକ ସମାଧାନ ନିମନ୍ତେ ବିଜେଡି ପକ୍ଷରୁ ଦାବି କରାଯାଇଛି।