Reliance Jio - The Sakala
ଓଡ଼ିଶାରେ ହୋମ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଜିଓର ପ୍ରାଧାନ୍ୟ; ରାଜ୍ୟରେ ୪.୪୨ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଓ ଜିଓଫାଇବର ଗ୍ରାହକ: ଟ୍ରାଇ ତଥ୍ୟ
ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ହୋମ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ଭାବରେ ଏହାର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖି, ରିଲାଏନ୍ସ ଜିଓ ଓଡ଼ିଶାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧.୫ ଲକ୍ଷ ଜିଓଏୟାରଫାଇବର ଗ୍ରାହକ ହାସଲ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ବୁଧବାର ପ୍ରକାଶିତ ହୋଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି। ପ୍ରକାଶିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ଜିଓଏୟାରଫାଇବର ଗ୍ରାହକଙ୍କ ମୋଟ ସଂଖ୍ୟା ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା ୧.୫ ଲକ୍ଷ ଅତିକ୍ରମ କରିଛି। ଓଡ଼ିଶାରେ ୫ଜି ଏୟାରଫାଇବର କ୍ଷେତ୍ରରେ ଜିଓଏୟାରଫାଇବର ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅପେକ୍ଷା ପାଞ୍ଚ ଗୁଣ ଅଧିକ ରହିଛି। ତଥ୍ୟ ଅନୁଯାୟୀ, ମାର୍ଚ୍ଚ ମାସରେ ଓଡ଼ିଶାରେ ୫ଜି ଏଫଡବ୍ଲୁଏ (ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍) ବା ଏୟାରଫାଇବର ଗ୍ରହଙ୍କଙ୍କ ମୋଟ ସଂଖ୍ୟା ମାର୍ଚ୍ଚ ଶେଷ ସୁଦ୍ଧା ୧.୭୭ ଲକ୍ଷରୁ ଅଧିକ ହୋଇଛି।
ୱାୟାରଲାଇନ୍ କ୍ଷେତ୍ରରେ ମଧ୍ୟ ସର୍ବାଗ୍ରେ ରହିଥିବା ଜିଓ ଓଡ଼ିଶାରେ ୨.୯୨ ଲକ୍ଷରୁ ଅଧିକ ଘର ଏବଂ ପରିସରକୁ ଏହାର ତାରଯୁକ୍ତ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର ଦ୍ୱାରା ସଂଯୁକ୍ତ କରିଛି। ସେହିଭଳି ମୋବାଇଲ ସେବା କ୍ଷେତ୍ରରେ ଜିଓ ମାର୍ଚ୍ଚ ମାସରେ ଓଡ଼ିଶାରେ ୧.୩୫ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହିତ ରାଜ୍ୟରେ ଜିଓ ୪ଜି / ୫ଜି ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୧.୬ କୋଟିକୁ ବୃଦ୍ଧି ହୋଇଛି।
ବିଶ୍ୱବ୍ୟାପୀ ଯୋଗାଯୋଗ ଶିଳ୍ପରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ୫ଜି ଏଫଡ଼ବ୍ଲୁଏ କ୍ଷେତ୍ରରେ, ଜାତୀୟ ସ୍ତରରେ ଜିଓ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୫.୭ ଲକ୍ଷରୁ ଅଧିକ ଗ୍ରାହକଙ୍କ ସହିତ ୮୨ ପ୍ରତିଶତରୁ ଅଧିକ ବଜାର ଅଂଶ ହାସଲ କରିଛି। ଜିଓ ମାର୍ଚ୍ଚ ମାସରେ ଦେଶରେ ସର୍ବାଧିକ ୩.୩୪ ଲକ୍ଷରୁ ଅଧିକ ନୂତନ ଜିଓଏୟାରଫାଇବର ଗ୍ରାହକ ଯୋଡ଼ିବା ସହିତ ଏହି କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବଜାୟ ରଖିଛି। ଜିଓ ଦେଶରେ ନୂତନ ଉପଭୋକ୍ତା ଯୋଡିବାରେ ୭୪ ପ୍ରତିଶତରୁ ଅଧିକ ବଜାର ଅଂଶ ସହିତ ସର୍ବାଗ୍ରେ ରହିଛି ଏବଂ ୨୦୨୫ ମାର୍ଚ୍ଚ ମାସରେ ସମଗ୍ର ଟେଲିକମ ଶିଳ୍ପରେ ଯୋଡି ହୋଇଥିବା ୨.୯୩ ନିୟୁତ ନୂତନ ଗ୍ରାହକ ମଧ୍ୟରୁ ଜିଓ ୨.୧୭ ନିୟୁତ ନୂତନ ଗ୍ରାହକ ଯୋଡ଼ିଛି।
ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି, ଯେଉଁଠାରେ ପୂର୍ବରୁ ଏହା ଏକରକମ ଅସମ୍ଭବ ସ୍ଵପ୍ନ ଭଳି ରହିଥିଲା। କ୍ରିକେଟ୍ ସିଜିନ୍ ପାଇଁ ଜିଓ ଆରମ୍ଭ କରିଥିବା ଅସୀମିତ ଅଫର ସହିତ ୫୦ ଦିନର ମାଗଣା ଜିଓଫାଇବର / ଜିଓଏୟାରଫାଇବର ଟ୍ରାଏଲ୍ ସଂଯୋଗ ପ୍ରଦାନ କରୁଛି, ଯାହା ସାରା ଓଡ଼ିଶାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଏହି ଅଫର ସହିତ ଗ୍ରାହକମାନେ ୮୦୦ରୁ ଅଧିକ ଟିଭି ଚ୍ୟାନେଲ୍, ୧୧ ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ, ନିରବଛିନ୍ନ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଆହୁରି ଅନେକ ସୁବିଧା ଉପଭୋଗ କରୁଛନ୍ତି। କେବଳ ଏକ ଜିଓ ସିମ ଏବଂ ୧୫ ମଇ ୨୦୨୫ ପୂର୍ବରୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ରିଚାର୍ଜ ସହିତ, ଗ୍ରାହକମାନେ ଉଚ୍ଚ ମାନର ମନୋରଞ୍ଜନ କଣ୍ଟେଣ୍ଟ ସାଙ୍ଗକୁ ପ୍ରତ୍ୟେକ ମ୍ୟାଚର ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ନିର୍ବିଘ୍ନ, ଉଚ୍ଚ-ଗୁଣବତ୍ତା ଷ୍ଟ୍ରିମିଂର ମଜା ନେଇପାରିବେ।
ଦେଶର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚାଇବ ଜିଓ ସ୍ପେସ୍ ଫାଇବର
ଭୁବନେଶ୍ୱର: ଦେଶର ଦୂରଦୂରାନ୍ତ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବା ଲାଗି ରିଲାଏନ୍ସ ଜିଓ ପକ୍ଷରୁ ଜିଓ ସ୍ପେସ୍ ଫାଇବର ନାମକ ଏକ ନୂତନ ପ୍ରଯୁକ୍ତି ଉପସ୍ଥାପନ କରାଯାଇଛି । ଜିଓ ସ୍ପେସ୍ ଫାଇବର ହେଉଛି ଉପଗ୍ରହ (ସାଟେଲାଇଟ୍‌) ଭିତ୍ତିକ ଗିଗା ଫାଇବର ପ୍ରଯୁକ୍ତି ଯାହା ଫାଇବର କେବୁଲ ଓ ବ୍ରଡବ୍ୟାଣ୍ଡ୍ ସଂଯୋଗ ପହଞ୍ଚାଇବା କଷ୍ଟକର ଥିବା ଅଞ୍ଚଳଗୁଡ଼ିକରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବ । ଏହି ସେବା ସାରା ଦେଶରେ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ଜିଓ ଏହି ପ୍ରଯୁକ୍ତିକୁ ପ୍ରଦର୍ଶିତ କରିଛି ।
ଭାରତର ଚାରିଟି ସବୁଠୁ ଦୁର୍ଗମ ଅଂଚଳକୁ ଜିଓ ସ୍ପେସ୍ ଫାଇବର ଯୋଡ଼ିପାରିଛି । ସେଥି ମଧ୍ୟରେ ରହିଛି ଓଡ଼ିଶାର ନବରଙ୍ଗପୁର, ଗୁଜରାଟର ଗୀର୍ ଜାତୀୟ ଉଦ୍ୟାନ, ଛତିଶଗଡ଼ର ର୍କୋବା, ଓ ଆମାସର ଓଏନ୍‌ଜିସି-ଜୋରହାଟ ।
ଜିଓ ଫାଇବର ଓ ଜିଓ ଏୟାରଫାଇବର ପରେ ରିଲାଏନ୍ସ ଜିଓର କନେକ୍ଟିଭିଟି ପୋର୍ଟଫୋଲିଓରେ ଏହା ତୃତୀୟ ବଡ଼ ପ୍ରଯୁକ୍ତି । ଜିଓ ସ୍ପେସ୍ ଫାଇବର ଜରିଆରେ ଦୂରଦୂରାନ୍ତ ଅଞ୍ଚଳରେ ବ୍ରଡବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବା ଲାଗି ଏସ୍‌ଇଏସ୍ କଂପାନିର ଉପଗ୍ରହକୁ ବ୍ୟବହାର କରାଯିବ । ଜିଓ ସ୍ପେସ୍ ଫାଇବର ଜରିଆରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବିଶ୍ୱସନୀୟ ମଲ୍‌ଟି-ଗିଗାବିଟ୍ ସଂଯୋଗ ମିଳିବ । ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଉପଗ୍ରହ ଆଧାରିତ ସଂଯୋଗ ପହଂଚାଇବା ଲାଗି ଜିଓ ସ୍ପେସ୍ ଫାଇବର୍ ଅଭିନବ ଓ ଉନ୍ନତ ଏନ୍‌ଜିଏସ୍‌ଓ ପ୍ରଯୁକ୍ତି ବ୍ୟବହାର କରିବ ।
Shri Akash Ambani, Chairman, Reliance Jio Infocomm Ltd, showcasing Jio’s indigenous technology & products and introducing JioSpaceFiber to the Hon. PM Shri Narendra Modi at the Jio pavilion at #IMC2023. #JioAtIMC #PMAtIMC2023 #JioSpaceFiber #Satellite #Jio #India #Technology pic.twitter.com/XYYBBRm4Ar
— Reliance Jio (@reliancejio) October 27, 2023
ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ “ଭାରତର ଲକ୍ଷ ଲକ୍ଷ ଘର ଓ ବ୍ୟବସାୟକୁ ଜିଓ ପ୍ରଥମ ଥର ବ୍ରଡ୍‌ବ୍ୟାଣ୍ଡ୍‌ର ଅନୁଭବ ପ୍ରଦାନ କରିଛି । ଜିଓ ସ୍ପେସ୍ ଫାଇବର ଜରିଆରେ ଆମେ ବର୍ତମାନ ସୁଦ୍ଧା ଅପହଞ୍ଚ ଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଇଣ୍ଟରନେଟ୍ ସହ ଯୋଡ଼ିବୁ । ଅନଲାଇନ୍ ସରକାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ମନୋରଞ୍ଜନ ସେବା ସହ ସମସ୍ତଙ୍କୁ ସବୁ ସ୍ଥାନରେ ଜିଓ ସ୍ପେସ୍ ଫାଇବର ଯୋଡ଼ିପାରିବ ।’’
ଏସ୍‌ଇଏସ୍‌ର ମୁଖ୍ୟ ରଣନୀତି ଅଧିକାରୀ ଜନ୍‌-ପଲ୍ ହେମିଙ୍ଗୱେ କହିଛନ୍ତି ଯେ, “ଜିଓ ସହିତ ମିଶି ଏକ ଅଦ୍ୱିତୀୟ ସମାଧାନ ସହିତ ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମର୍ଥନ ପ୍ରଦାନ କରି ବେଶ ଆନନ୍ଦିତ ଅନୁଭବ କରୁଛୁ । ଏହାର ଉଦ୍ଦେଶ୍ୟ ହେଉଛି ଭାରତର ଯେକୌଣସି ସ୍ଥାନରେ ପ୍ରତି ସେକେଣ୍ଡରେ ବହୁ ଗିଗାବିଟ୍ ସ୍ପିଡ୍‌ର ଇଣ୍ଟରନେଟ୍ ପ୍ରଦାନ କରିବା ।’’
ଟେଲିକମ ଜଗତର ବିଶେଷଜ୍ଞମାନଙ୍କ ମତରେ ଜିଓ ସ୍ପେସ୍ ଫାଇବର ପାଖରେ ଗ୍ରାମୀଣ ଭାରତର ଚିତ୍ର ବଦଳାଇ ଦେବାର ଶକ୍ତି ସାମର୍ଥ୍ୟ ରହିଛି । ସୁଲଭ, ବିଶ୍ୱସନୀୟ ଓ ହାଇ ସ୍ପିଡ୍ ଇଂଟରନେଟ୍ ସହ ଯୋଡ଼ିହେବା ଦ୍ୱାରା ଦୂରଦୂରାନ୍ତ ଅଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ଧରଣର ପରିବର୍ତନ ଆସିବା ଆଶା କରାଯାଉଛି । ଦୂରଦୂରାନ୍ତ ସ୍ଥାନର ସରକାରୀ ସ୍କୁଲଗୁଡ଼ିକ ଉପଗ୍ରହ ସଂଯୋଗ ଜରିଆରେ ସାରା ଦୁନିଆ ସହ ଯୋଡ଼ିହୋଇପାରିବେ । ଶିକ୍ଷାର ମାନରେ ମହତ୍ୱପୂର୍ଣ୍ଣ ସୁଧାର ହେବ ଏବଂ ଏହା ସହିତ ଶିକ୍ଷାରେ ଥିବା ବୈଷମ୍ୟ ହ୍ରାସ ପାଇବ । ଏହି ଅଞ୍ଚଳଗୁଡ଼ିକରେ ପ୍ରାଥମିକ ସ୍ୱାସ୍ଥ୍ୟର ତଦାରଖ, ଟିକାକରଣ, ପୋଷଣ ଓ ଗୋଷ୍ଠୀ କଲ୍ୟାଣ ତଥ୍ୟ ବାସ୍ତବ ସମୟରେ ଉପଲବ୍ଧ ହେବ ଯାହା ଫଳରେ ସ୍ଥାନୀୟ ସରକାର ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇପାରିବେ ।
ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ଏଆଇ ପହଞ୍ଚାଇବାକୁ ଜିଓ ପ୍ରତିବଦ୍ଧ: ମୁକେଶ ଅମ୍ବାନି
ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅବସରରେ ସେ ଏନେଇ ମହତ୍ୱକାଂକ୍ଷୀ ଯୋଜନା ଘୋଷଣା କରିବା ସହ କହିଛନ୍ତି ଯେ ଜିଓର ଅଭିବୃଦ୍ଧି ପାଇଁ ଏଆଇ ହେଉଛି ସବୁଠୁ ଆକର୍ଷଣୀୟ ଦିଗନ୍ତ ।
ଦୀର୍ଘସ୍ଥାୟୀ ଅଭ୍ୟାସ ଓ ସବୁଜ ଭବିଷ୍ୟତକୁ ଗ୍ରହଣ କରି ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ-ପ୍ରସ୍ତୁତ କମ୍ପ୍ୟୁଟର ଦକ୍ଷତା ସୃଷ୍ଟି କରିବା ପାଇଁ ଜିଓର ପ୍ରତିବଦ୍ଧତା ବିଷୟରେ ମୁକେଶ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବିଶ୍ୱସ୍ତରରେ ଏଆଇ ବିପ୍ଳବ ଦୁନିଆକୁ ଏକ ନୂଆ ଆକାର ପ୍ରଦାନ କରୁଛି ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ର ପ୍ରୟୋଗ ଶିଳ୍ପ, ଅର୍ଥନୀତି, ଦୈନନ୍ଦୀନ ଜୀବନରେ ଖୁବ୍‌ଶୀଘ୍ର ବିପ୍ଳବ ଆଣି ତାହାର ସଂଜ୍ଞା ବଦଳାଇଦେବ । ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ପାଇଁ ଭାରତକୁ ନିଶ୍ଚିତ ରୂପେ ଏଆଇର ନବସୃଜନ, ଅଭିବୃଦ୍ଧି ଓ ଜାତୀୟ ସମୃଦ୍ଧିକୁ ବ୍ୟବହାର କରିବାକୁ ପଡ଼ିବ ।
ମୁକେଶ ଅମ୍ବାନି କହିଛନ୍ତି ଯେ ସାତ ବର୍ଷ ପୂର୍ବେ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବାକୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଓ ଆମେ ତାହା ପ୍ରଦାନ କରିଛୁ । ଆଜି ଜିଓ ଏଆଇକୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଉଛି । ଆମେ ତାହା ପ୍ରଦାନ କରିବୁ ବୋଲି ସେ କହିଛନ୍ତି ।
ବିଶ୍ୱସ୍ତରରେ ଏଆଇକୁ ନେଇ ଚାଲିଥିବା ନବସୃଜନ, ବିଶେଷ କରି ଜେନେରେଟିଭ୍ ଏଆଇ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ପ୍ରତିଭାବାନ କର୍ମଚାରୀ ଓ ଦକ୍ଷତାରେ ଉନ୍ନତି ଆଣୁଛି । ଆଗାମୀ ଦିନରେ ସବୁ କ୍ଷେତ୍ର ପାଇଁ ଭାରତ ସ୍ୱତନ୍ତ୍ର ଏଆଇ ମଡେଲ୍ ଓ ଏଆଇଭିତିକ ସମାଧାନ ବିକାଶ କରିବା ଉଦ୍ୟମରେ ଜିଓ ପ୍ଲାଟଫର୍ମସ୍ ଆଗରେ ରହିବାକୁ ଚାହୁଛି, ଯାହା ଫଳରେ ଏଆଇର ଲାଭକୁ ଭାରତୀୟ ନାଗରିକ, ବ୍ୟବସାୟ ଓ ସରକାରଙ୍କ ନିକଟରେ ପହଞ୍ଚାଇ ହେବ । ଭାରତରେ ପାଖରେ ସେହି ବ୍ୟାପକତା, ଡାଟା ଓ ପ୍ରତିଭା ରହିଛନ୍ତି ବୋଲି ମୁକେଶ କହିଛନ୍ତି ।
ଏଆଇର ବ୍ୟାପକ କମ୍ପ୍ୟୁଟିଂ ଚାହିଦାର ପରିଚାଳନା କରିବା ଲାଗି ଭାରତ ପାଇଁ ଡିଜିଟାଲ୍ ଭିତିଭୂମି ଆବଶ୍ୟକ । ଏହି କ୍ଷେତ୍ର ସମ୍ପ୍ରସାରିତ ହେଲେ ଆମେ ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ ପ୍ରସ୍ତୁତ କମ୍ପ୍ୟୁଟିଂ ଦକ୍ଷତା ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ । ଆଗାମୀ ୫ ବର୍ଷରେ ଆମେ ଆମର ଅଧିକାଂଶ ଶକ୍ତିକୁ ଯୋଗଯୋଗ, ଡିଜିଟାଲ୍ ସେବା ଓ ଶକ୍ତିରେ ବ୍ୟବହାର କରିବାକୁ ଯୋଜନା ରଖିଛୁ ଯାହା ପରିବେଶ ମିତବ୍ୟୟୀ ହେବା ସହ ସୁଲଭ ମଧ୍ୟ ରହିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି ।
ଲଞ୍ଚ୍ ହେଲା ରିଲାଏନ୍ସ ଜିଓର ଶସ୍ତା ୪ଜି ଫୋନ୍ ‘ଜିଓ ଭାରତ ଭି-୨’, ମୂଲ୍ୟ ମାତ୍ର ୯୯୯ ଟଙ୍କା
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଶସ୍ତା ୪ଜି ଫୋନ୍ ‘ଜିଓ ଭାରତ ଭି୨’ ଉନ୍ମୋଚିତ ହୋଇଛି । ଏହି ମୋବାଇଲର ମୂଲ୍ୟ ମାତ୍ର ୯୯୯ ଟଙ୍କା ରହିଛି । ଭାରତରେ ଥିବା ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି, ଯେଉଁମାନେ ଏବେ ଅନ୍ୟ କଂପାନିର ୨ଜି ନେଟ୍‌ୱର୍କରେ ଅଛନ୍ତି ଏବଂ ଇଂଟରନେଟ ବ୍ୟବହାରରୁ ବଂଚିତ ଅଛନ୍ତି । ରିଲାଏନ୍ସ ଜିଓ କେବଳ ୪ଜି ଓ ୫ଜି ନେଟ୍ୱର୍କରେ ସେବା ପ୍ରଦାନ କରୁଛି । ଜିଓ ଭାରତ ଭି୨ ଫୋନ୍ ଜରିଆରେ ୧୦ କୋଟିରୁ ଅଧିକ ୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରିଲାଏନ୍ସ ଜିଓ ଲକ୍ଷ୍ୟ ରଖିଛି ।
କମ୍ପାନୀ ଦାବି କରିଛି ଯେ ଜିଓ ଭାରତ ଭି-୨ ଦମରେ କମ୍ପାନୀ ୧୦ କୋଟିରୁ ଅଧିକ ଗ୍ରାହକଙ୍କୁ ଯୋଡ଼ିବ । ୯୯୯ ଟଙ୍କାର ଏହି ଫୋନର ମାସିକ ପ୍ଲାନ ମଧ୍ୟ ସବୁଠୁ ଶସ୍ତା ରହିଛି । ଗ୍ରାହକଙ୍କୁ ୨୮ ଦିନର ଭାଲିଡିଟି ପ୍ଲାନ ପାଇଁ କେବଳ ୧୨୩ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ଏହି ପ୍ଲାନରେ ଗ୍ରାହକଙ୍କୁ ମୋଟ୍ ୧୪ ଜିବି ଡାଟା ଏବଂ ଅନଲିମିଟେଡ ଭଏସ୍ କଲ୍ ସୁବିଧା ମିଳିବ । ଏହାର ବାର୍ଷିକ ପ୍ଲାନର ମୂଲ୍ୟ ୧୨୩୪ ଟଙ୍କା ରହିଛି । କମ୍ପାନୀର କହିବା ଅନୁଯାୟୀ, ୨୫ କୋଟି ୨ଜି ଗ୍ରାହଙ୍କୁ ୪ଜିକୁ ଆଣିବା ପାଇଁ ଜିଓ ଭାରତ ପ୍ଲାଟଫର୍ମ ମଧ୍ୟ ଲଞ୍ଚ୍ କରାଯାଇଛି ।
ଏହି ପ୍ଲାଟଫର୍ମର ବ୍ୟବହାର ଅନ୍ୟ କମ୍ପାନୀଗୁଡିକ ମଧ୍ୟ ୪ଜି ଫୋନ୍ ବନାଇବା ପାଇଁ କରିପାରିବେ । କାର୍ବନ ଏହାର ଉପଯୋଗ କରିବା ମଧ୍ୟ ଆରମ୍ଭ କରିଦେଇଛି । ବିଶେଷଜ୍ଞ ଆଶା ପୋଷଣ କରିଛନ୍ତି ଯେ ୨ଜି ଫିଚର ଫୋନର ସ୍ଥାନ ଖୁବଶୀଘ୍ର ୪ଜି ଭାରତ ସିରିଜର ମୋବାଇଲ ନେଇନେବ । ଉଲ୍ଲେଖଯୋଗ୍ୟ କମ୍ପାନୀ ୨୦୧୮ରେ ମଧ୍ୟ ଜିଓଫୋନ ବଜାରକୁ ଆଣିଥିଲା, ଯାହାକୁ ୧୩କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି । କମ୍ପାନୀର କହିବା ଅନୁଯାୟୀ, ଜିଓ ଭାରତ ଭି-୨ ୪ଜି ମୋବାଇଲ ଭାରତରେ ହିଁ ନିର୍ମିତ ହୋଇଛି । ଏହାର ଓଜନ ମାତ୍ର ୭୧ ଗ୍ରାମ ଅଛି ।
ଏଥିରେ ଏଚଡି ଭଏସ୍ କଲିଂ, ଏଫଏମ ରେଡିଓ, ୧୨୮ ଜିବିର ଏସଡି ମେମୋରି କାର୍ଡ ସପୋର୍ଟ ଭଳି ଫିଚର ଉପଲବ୍ଧ । ମୋବାଇଲରେ ୪.୫ ସେଣ୍ଟିମିଟରର ଟିଏଫଟି ସ୍କ୍ରିନ୍, ୦.୩ ମେଗାପିକ୍ସେଲର କ୍ୟାମେରା, ୧୦୦୦ଏମଏଚର ବ୍ୟାଟେରୀ, ୩.୫ ଏମଏମର ହେଡଫୋନ ଜ୍ୟାକ୍, ପାୱାରଫୁଲ୍ ଲାଉଡସ୍ପିକର ଏବଂ ଟର୍ଚ ଉପଲବ୍ଧ ରହିଛି । ଜିଓ ଭାରତ ଭି-୨ ମୋବାଇଲ ଗ୍ରାହଙ୍କୁ ଜିଓସିନେମାର ସବସ୍କ୍ରିପ୍ସନ ସହ ଜିଓ ସାଭନର ୮ କୋଟି ଗୀତର ଆକ୍ସେସ ମଧ୍ୟ ମିଳିବ । ଗ୍ରାହକ ଜିଓ-ପେ ଜରିଆରେ ୟୁପିଆଇରେ ଲେଣଦେଣ ମଧ୍ୟ କରିପାରିବେ । କମ୍ପାନୀ କହିଛି ଯେ ଜିଓ ଭାରତ ଭି-୨ ୨୨ଟି ଭାରତୀୟ ଭାଷାରେ କାମ କରିପାରିବ ।
ରିଲାଏନ୍ସ ଜିଓର ୨୦୨୨-୨୩ ବାର୍ଷିକ ନେଟ ଲାଭ ୨୩% ବୃଦ୍ଧି
ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଆଜି ଘୋଷଣା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ସହିତ ୧୮୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ ଲାଭ ୧୪୮୧୭ କୋଟି ଟଙ୍କା ରହିଥିଲା । କମ୍ପାନୀର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇ ୯୦୭୮୬ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି, ଯାହା ପୂର୍ବ ବର୍ଷ ୭୬୯୭୭ କୋଟି ଟଙ୍କା ରହିଥିଲା ।
ସେହିଭଳି ଜାନୁଆରୀ ରୁ ମାର୍ଚ୍ଚ ୨୦୨୩ ଚତୁର୍ଥ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୧୭୩ କୋଟି ଟଙ୍କା ରହିଥିବା ଘୋଷଣା କରାଯାଇଛି, ଯାହା ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି । ଚତୁର୍ଥ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୩୩୯୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ସମାନ ତ୍ରୟମାସରେ ୨୦୯୦୧ ଟଙ୍କା ରହିଥିଲା।
ସାରା ଓଡ଼ିଶାର ୧୭ଟି ସହରରେ ପହଞ୍ଚିଲା ଜିଓର ଟ୍ରୁ-୫ଜି ସେବା
ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି । ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି । ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା ।
ଜାତୀୟ ସ୍ତରରେ ୧୦ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ମଧ୍ୟରେ ଓଡ଼ିଶାର ୪ଟି ସହର ରହିଛି । ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଯୁଗାନ୍ତକାରୀ ଟ୍ରୁ ୫ଜି ସେବା ପ୍ରଦାନ କରି ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ କାର୍ଯ୍ୟ କରୁଛି । ଆଜିଠାରୁ ଏହି ସହରଗୁଡ଼ିକର ଜନତା ଓ ବ୍ୟବସାୟ ପାଇଁ ହାଇ ସ୍ପିଡ୍‌, ଲୋ-ଲାଟେନ୍‌ସି, ଷ୍ଟାଣ୍ଡ୍‌-ଏଲୋନ୍ ଟ୍ରୁ-୫ଜି ସେବାର ଉନ୍ନତ ପ୍ରଯୁକ୍ତି ଉପଲବ୍ଧ ହୋଇଛି ଯାହା ଏହି ଅଂଚଳର ପର୍ଯ୍ୟଟନ, ମାନୁଫାକ୍‌ଚରିଂ, ଏସ୍‌ଏମ୍‌ଇ, ଇ-ଗଭର୍ଣ୍ଣାସ୍‌, ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ ଓ ଆଇଟି ଭଳି କ୍ଷେତ୍ରରେ ନୂଆ ଅଭିବୃଦ୍ଧିର ସୁଯୋଗକୁ ଉନ୍ମୁକ୍ତ କରିଛି।
ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଏହି ସହରଗୁଡ଼ିକରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରିଥିବାରୁ ଆମେ ଗର୍ବିତ । ଏହି ସହରଗୁଡ଼ିକର ନିୟୁତାଧିକ ଜିଓ ବ୍ୟବହାରକାରୀମାନଙ୍କ ଲାଗି ଏହା ଆମର କୃତଜ୍ଞତା ସଦୃଶ ଯେଉଁଠାରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ସେମାନେ ଉପଭୋଗ କରିବେ । ପ୍ରତି ଭାରତୀୟଙ୍କୁ ଟ୍ରୁ-୫ଜି ସେବା ପ୍ରଦାନ କରିବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଏହି ପ୍ରଯୁକ୍ତିର ରୂପାନ୍ତରିତ ଶକ୍ତି ଓ ଉଲ୍ଲେଖନୀୟ ଲାଭକୁ ଦେଶର ପ୍ରତିଟି ନାଗରିକ ଅନୁଭବ କରିପାରିବେ ।
୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତିଟି ସହରରେ ଜିଓ ଟ୍ରୁ-୫ଜି ସେବା ପହଂଚିବ । ଭାରତକୁ ଏକ ଡିଜିଟାଲ୍ ସମାଜରେ ରୂପାନ୍ତରିତ କରିବା ଲାଗି ଜିଓର ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ହେଉଛି ସ୍ୱୀକୃତି । ଏହି ଅଂଚଳଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ସହଯୋଗ ପ୍ରଦାନ କରିଥିବାରୁ ଆମେ ଉକ୍ତ ରାଜ୍ୟଗୁଡ଼ିକର ସରକାର ଓ ପ୍ରଶାସନ ନିକଟରେ କୃତଜ୍ଞ ହୋଇରହିବୁ ।’’
ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଲାଭ ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:
୧. ୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା ।
୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ।
୩. କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହା ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।
ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୧୫ଠାରୁ ଏହି ୩୪ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।
ରିଲାଏନ୍ସ ଜିଓର ଦ୍ୱିତୀୟ ତ୍ରୈମାସିକ ନେଟ୍ ଲାଭ ୨୮ ପ୍ରତିଶତ ବୃଦ୍ଧି ପାଇ ୪,୫୧୮ କୋଟି ଟଙ୍କା
ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍ ଲାଭ କରିଛି । ବାର୍ଷିକ ଭିତିରେ କଂପାନିର ନେଟ୍ ଲାଭ ୨୮% ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ନେଟ୍ ଲାଭ ୩୫୨୮ କୋଟି ଟଙ୍କା ଥିଲା ।
ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ କଂପାନିର ପରିଚାଳନାଗତ ରାଜସ୍ୱ ୨୦.୨ ପ୍ରତିଶତ ବୃଦ୍ଧି ୨୨,୫୨୧ କୋଟି ଟଙ୍କା ହୋଇଛି । ବର୍ଷକ ପୂର୍ବରୁ ଏହି ସମୟରେ ପରିଚାଳନାଗତ ରାଜସ୍ୱ ପରିମାଣ ୧୮,୭୩୫ କୋଟି ଟଙ୍କା ଥିଲା ।
ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ଗତବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୨.୭ ପ୍ରତିଶତ ବୃଦ୍ଧି ପାଇ ୨୮.୨ ବିଲିଅନ ଜିବିରେ ପହଂଚିଛି । ସେହିଭଳି, ଗ୍ରାହକ ପିଛା ମାସିକ ରାଜସ୍ୱ ୧୭୭.୨ ଟଙ୍କାକୁ ବୃଦ୍ଧି ପାଇଛି । ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକରେ ଜିଓର ଗ୍ରାହକ ସଂଖ୍ୟା ୪୨.୭୬ କୋଟି ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଦେଶରେ ବଡ଼ ଧରଣର ୫ଜି ମୂତୟନ ଜାରି ରଖିଛି ଯାହା ଭାରତରେ ହାଇ ସ୍ପିଡ୍ ଇଟଂରନେଟ୍‌ର ଏକ ନୂଆ ଯୁଗ ଆରମ୍ଭ କରିବ । ଚଳିତ ମାସରେ ଜିଓ ପକ୍ଷରୁ ଦେଶର ଚାରିଟି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଅକ୍ଟୋବର ୪ ତାରିଖରେ କିଛି ନିର୍ଦିଷ୍ଟ ଗ୍ରାହକଙ୍କୁ ନେଇ ୫ଜି ସେବାର ବିଟା ପରୀକ୍ଷଣ ଆରମ୍ଭ କରାଯାଇଛି ।
ଜିଓ ପକ୍ଷରୁ ବଡ଼ ଘୋଷଣା: ଦୀପାବଳିରୁ ଆରମ୍ଭ ହେବ ୫ଜି ସେବା
ନୂଆଦିଲ୍ଲୀ:  ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୫ ତମ ବାର୍ଷିକ ସାଧାରଣ ସଭା (AGM 2022) ଅନୁଷ୍ଠିତ ହୋଇଥିଲା। ଆଜି  ରିଲାଏନ୍ସ ଚଳିତ ବର୍ଷ  ଦୀପାବଳିରୁ ୫ଜି ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। ପ୍ରାରମ୍ଭିକ ପର୍ଯ୍ଯାୟକେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ୫ଜି ସେବା ଆରମ୍ଭ ହେବ। ଆସନ୍ତା ୧୮ ମାସ ଅର୍ଥାତ୍ ଡିସେମ୍ବର ୨୦୨୩ ସୁଦ୍ଧା ଦେଶର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ୫ଜି ସୁବିଧା ଆରମ୍ଭ ହେବ ବୋଲି ରିଲାଏନ୍ସ  ପକ୍ଷରୁ କୁହାଯାଇଛି। ଦେଶରେ ୫ଜି ପାଇଁ ଭିତ୍ତିଭୂମି ସ୍ଥାପନ ପାଇଁ ଆମେରିକୀୟ କମ୍ପାନୀ କ୍ୱାଲକମର ସହାୟତା ରିଲାଏନ୍ସ ଜିଓ ଦ୍ୱାରା ନିଆଯିବ। କମ୍ପାନୀ ଏଥିପାଇଁ ଏକ ଚୁକ୍ତିନାମା ମଧ୍ୟ କରିଛି।
ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ, ଜିଓ ୫ଜି  ବିଶ୍ୱର ସର୍ବବୃହତ ତଥା ଉନ୍ନତ ୫ଜି ନେଟୱାର୍କ ହେବ। ବିଶେଷ କଥା ହେଉଛି  ଜିଓ-୫ଜି ଏକମାତ୍ର କମ୍ପାନୀ ହେବ ଯାହାକି କୌଣସି ପ୍ରକାରେ ୪ଜି ନେଟୱାର୍କ ଉପରେ ନିର୍ଭରଶୀଳ ହେବ ନାହିଁ । ଦେଶରେ ୫ଜି ନେଟୱାର୍କର ପ୍ରସାର ପାଇଁ କମ୍ପାନୀ ୨ ଲକ୍ଷ କୋଟି ଟଙ୍କା ବିନିଯୋଗ  କରିବ ବୋଲି ଘୋଷଣା କରିଛି।
ଭାରତରେ ରିଲାଏନ୍ସ ଜିଓ ଦ୍ୱାରା ଦିୱାଲୀରେ ୫ଜି ସେବା ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଦେଶରେ ୫ଜି ଲଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ମେଟ୍ରୋ ସହରରେ ଆରମ୍ଭ ହେବ | ଏଥିରେ ଦିଲ୍ଲୀ, ମୁମ୍ବାଇ, କଲକାତା ଏବଂ ଚେନ୍ନାଇ ଅନ୍ତର୍ଭୁକ୍ତ। ଏଠାରେ ୫ଜି ସେବା ଚଳିତ ବର୍ଷ ଦିୱାଲୀରେ ଆରମ୍ଭ ହେବ। ଏହା ପରେ, ଡିସେମ୍ବର୨୦୨୩ ସୁଦ୍ଧା ନେଟୱାର୍କ ଦେଶର ଅନ୍ୟ ଦେଶକୁ ବିସ୍ତାର ହେବ। ଅର୍ଥ ଯଦି ଆପଣ ଦିଲ୍ଲୀ, ମୁମ୍ବାଇ, କଲକାତା ଏବଂ ଚେନ୍ନାଇରେ ରୁହନ୍ତି ନାହିଁ ତେବେ ଏହି ସୁବିଧା ପାଇବା ପାଇଁ ଆପଣଙ୍କୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ ।
Jio 5G  ବିଶେଷତ୍ବ  କ’ଣ ?
ରିଲାଏନ୍ସ ଜିଓ  ଷ୍ଟାଣ୍ଡ ଏଲୋନ୍ ୫ଜି ଘୋଷଣା କରିଛି । ଏହାର ଅର୍ଥ ଜିଓ ଦ୍ୱାରା ୫ଜି ନେଟୱାର୍କ ପାଇଁ ୪ଜି ନେଟୱର୍କ ବ୍ୟବହାର ହେବ ନାହିଁ । ଦେଶରେ ୫ଜି ନେଟୱାର୍କ ପୃଥକ ଭାବରେ ସ୍ଥାପନ କରାଯିବ। ଏହା ବ୍ୟତୀତ ଏହାର ପ୍ରସାରଣ ସ୍ପେକ୍ଟ୍ରମ ମଧ୍ୟ ବହୁତ ଦ୍ରୁତ ହେବ।
ଜିଓ  ୫ଜିର ସ୍ପିଡଡ
କମ୍ପାନୀ ପକ୍ଷରୁ ଏହା ମଧ୍ଯ କୁହାଯାଇଛି ଯେ, ୫ଜି ର ଗତି ୧ ଜିବିପିଏସ୍ ହେବ। ଏହାର ଅର୍ଥ ହେଉଛି, ଆଖି ପିଛୁଳାକେ ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟରରେ ବଡ଼ ଫାଇଲ ଚଳଚ୍ଚିତ୍ର, ଭିଡିଓ କିମ୍ବା ଡକ୍ୟୁମେଣ୍ଟ୍ ଡାଉନଲୋଡ୍ କରିବାକୁ ସମର୍ଥ ହେବେ । ୫ଜି ର ଗତି ୪ଜି ଠାରୁ ୧୦୦ ଗୁଣ ଅଧିକ ହେବ।
ତୁମର ପୁରୁଣା ମୋବାଇଲରେ ୫ଜି ଚଳାଇବାକୁ ସମର୍ଥ ହେବ କି?
ନା, ୫ଜି ନେଟୱାର୍କ ଆପଣଙ୍କ ୪ଜି ମୋବାଇଲରେ କାମ କରିବ ନାହିଁ ।  ଏଥିପାଇଁ ୫ଜି ଫୋନ୍ ରହିବା ଆବଶ୍ୟକ ।
୫ଜି କେତେ ପରିବର୍ତ୍ତନ ଆଣିବ?
୫ଜିର ଆଗମନ ସହିତ ଦେଶ ଏବଂ ବିଶ୍ବରେ ଏକ ବଡ ପରିବର୍ତ୍ତନ ଆସିବ। ଶିକ୍ଷା, ମେଡିକାଲ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନର ପ୍ରତ୍ୟେକ କ୍ଷେତ୍ରରେ ଏହାର ଲାଭ ମିଳିବ। ଆପଣ ଉଚ୍ଚ ଗୁଣବତ୍ତା, ଅଲ୍ଟ୍ରା ହାଇ ରିଜୋଲ୍ୟୁସନ୍ ୪କେ ଭିଡିଓ କଲ୍ ଉପରେ କଥାବାର୍ତ୍ତା କରିବାକୁ ସମର୍ଥ ହେବେ।
ଯେଉଁଠାରେ ଡାକ୍ତରଙ୍କ ଅଭାବ ରହିଛି, ସେହି ଗ୍ରାମଗୁଡିକରେ ଟେଲି ମେଡିସିନ୍ ସୁବିଧା ବୃଦ୍ଧି ପାଇବ। ପ୍ରତ୍ୟେକ ବର୍ଗର କର୍ମଚାରୀମାନେ ଘରୁ କାମରେ ସୁବିଧା ପାଇବେ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ସାହାଯ୍ୟରେ, ସ୍ୱୟଂଚାଳିତ ଉପାୟରେ ଅନେକ କାର୍ଯ୍ୟ କରିବା ସମ୍ଭବ ହେବ। ଆଗାମୀ ସମୟରେ ମଧ୍ୟ ଗାଡି ବିନା ଡ୍ରାଇଭର ଚଲାଇପାରିବ।  ଟ୍ରାଫିକ୍ ସଙ୍କେତଗୁଡ଼ିକର ନିୟନ୍ତ୍ରଣ ମଧ୍ୟ ସ୍ୱୟଂଚାଳିତ ହୋଇଯିବ ।
ଶେଷ ହେଲା ୫ଜି ନିଲାମ: ଅକ୍ଟୋବର ସୁଦ୍ଧା ୫ଜି ସେବା, ରିଲାଏନ୍ସ ଜିଓ ଶ୍ରେଷ୍ଠ ନିଲାମଧାରୀ
ନୂଆଦିଲ୍ଲୀ:  ଅକ୍ଟୋବର ସୁଦ୍ଧା ଭାରତରେ ୫ଜି ସେବା ଆରମ୍ଭ ହେବା ନେଇ ଆଶା କରାଯାଉଛି। ପ୍ରଥମ ୫ଜି ସ୍ପେକ୍ଟ୍ରମ୍ ନିଲାମ ସୋମବାର ଶେଷ ହୋଇଛି। ଏହି ଏୟାରୱେଭ ନିଲାମରୁ କେନ୍ଦ୍ର ସରକାର ୧,୫୦,୧୭୩ କୋଟି ଟଙ୍କା ରୋଜଗାର କରିଛନ୍ତି। ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଶୀର୍ଷ ବିଡର ରହିଥିଲା। ଜିଓ ୮୮,୦୭୮ କୋଟି ଟଙ୍କାରେ ୨୪,୭୪୦ ମେଗାହର୍ଜ୍ଜର ସ୍ପେକ୍ଟ୍ରମ ହାସଲ କରିଛି | ଜିଓ ବ୍ୟତୀତ ଅନ୍ୟ ତିନୋଟି କମ୍ପାନୀ ସ୍ପେକ୍ଟ୍ରମ୍ ପାଇଁ ମଧ୍ୟ ବିଡ୍ କରିଥିଲେ।
ସୁନୀଲ ମିତ୍ତଲଙ୍କ ଭାରତୀ ଏୟାରଟେଲ ୪୩,୦୮୪ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବ୍ୟାଣ୍ଡରେ ୧୯୮୬୭ ମେଗାହର୍ଜ୍ଜର୍ ସ୍ପେକ୍ଟ୍ରମ କିଣି ଦ୍ୱିତୀୟ ସ୍ଥାନରେ ରହିଛି। ଆଦାନୀ ଗ୍ରୁପ୍ର ଆଦାନୀ ଡାଟା ନେଟୱାର୍କ ୨୧୨ କୋଟି ଟଙ୍କାରେ ୨୬ ଗିଗାହର୍ଜ୍ଜ ବ୍ୟାଣ୍ଡରେ ୪୦୦ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ହାସଲ କରିଛି। ଭୋଡାଫୋନ୍ ଆଇଡିଆ ୧୮,୭୮୪ କୋଟି ଟଙ୍କାରେ ୨,୬୬୮ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ହାସଲ କରିଛି। ୧.୫୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜସ୍ବ ସହ ସରକାର ଚଳିତଥର ୨୦୧୫ରେ ସ୍ଥିର ହୋଇଥିବା ସ୍ପେକ୍ଟ୍ରମ ନିଲାମ ଆୟର ପୂର୍ବ ରେକର୍ଡ ଅତିକ୍ରମ କରିଯାଇଛନ୍ତି।
ସେତେବେଳେ ସରକାର ୪ଜି ସ୍ପେକ୍ଟ୍ରମ୍ ବିକ୍ରିରୁ ୧.୦୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଥିଲେ। ଏଥର ନିଲାମରେ ୪.୩ ଲକ୍ଷ କୋଟି ଟଙ୍କାର ମୋଟ ୭୨ ଗିଗାହର୍ଜ୍ଜ ସ୍ପେକ୍ଟ୍ରମ ରଖାଯାଇଛି। ଏହାର ବୈଧତା ୨୦ ବର୍ଷ ହେବ। ୟୁପି-ଇଷ୍ଟ ସର୍କଲରେ ୧୮୦୦ ମେଗାହର୍ଜ୍ଜ ସ୍ପେକ୍ଟ୍ରମ ପାଇଁ ଏକ ଲମ୍ବା ବିଡିଂ ଲାଗିଥିଲା। ଏହି ସ୍ପେକ୍ଟ୍ରମର ୟୁନିଟ୍ ମୂଲ୍ୟ ୧୬୦.୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ଏହାର ମୂଳ ମୂଲ୍ୟ ମେଗାହର୍ଜ୍ଜ ପ୍ରତି ୯୧ କୋଟି ଟଙ୍କା ତୁଳନାରେ ପ୍ରାୟ ୭୬.୫% ଅଧିକ। ଏହି ସର୍କଲରେ ୧୦୦ ନିୟୁତ ମୋବାଇଲ୍ ଗ୍ରାହକ ରହିଛନ୍ତି। ଏଠାରେ ଏୟାରୱେଭ୍ ସମ୍ବନ୍ଧରେ ଜିଓ ଏବଂ ଏୟାରଟେଲ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ସୋମବାର ୫ଜି ସ୍ପେକ୍ଟ୍ରମ ପାଇଁ ୩୮ ତମ ରାଉଣ୍ଡ ବିଡିଂ ଅନୁଷ୍ଠିତ ହୋଇଥିଲା।
୬୦୦ ମେଗାହର୍ଜ୍ଜ,୭୦୦ ମେଗାହର୍ଜ୍ଜ,୮୦୦, ମେଗାହର୍ଜ୍। ୯୦୦ ମେଗାହର୍ଜ୍ଜ, ୧୮୦୦ ମେଗାହର୍ଜ୍ଜ, ୨୧୦୦ ମେଗାହର୍ଜ୍ଜ,୨୩୦୦ ମେଗାହର୍ଜ୍ଜ, ୨୫୦୦ ମେଗାହର୍ଜ୍ଜ, ମଧ୍ୟମ (୩୩୦୦) ଏବଂ ଉଚ୍ଚ ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ୨୬ ଗିଗା ହର୍ଜ୍ଜର ରେଡିଓ ତରଙ୍ଗ ପାଇଁ ଏହି ନିଲାମ କରାଯାଇଥିଲା। ଏହି ବ୍ୟାଣ୍ଡଗୁଡ଼ିକ ଅପରେଟରମାନଙ୍କୁ ସେମାନଙ୍କର ନେଟୱର୍କ କଭରେଜକୁ ମଜବୁତ କରିବାରେ ସାହାଯ୍ୟ କରିବ। ୧୦ଟି ବ୍ୟାଣ୍ଡ ମଧ୍ୟରୁ ୬୦୦ ମେଗାହର୍ଜ୍ଜ,୭୦୦ ମେଗାହର୍ଜ୍ଜ,୩.୩ ମେଗାହର୍ଜ୍ଜ ଏବଂ ୨୬ ବ୍ୟାଣ୍ଡ କେବେ ବି ଆବଣ୍ଟନ କରାଯାଇନାହିଁ।
ଆଜି ନିଲାମ ଶେଷ ହେବା ପରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସ୍ପେକ୍ଟ୍ରମ୍ ଆବଣ୍ଟନ ଅଗଷ୍ଟ ୧୦ ସୁଦ୍ଧା କରାଯିବ ଏବଂ ଅକ୍ଟୋବର ସୁଦ୍ଧା ୫ଜି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବୈଷ୍ଣବ କହିଛନ୍ତି ଯେ ସ୍ପେକ୍ଟ୍ରମର ଉତ୍ତମ ଉପଲବ୍ଧତା ଦେଶରେ ଟେଲିକମ୍ ସେବାରେ ଉନ୍ନତି ଆଣିବ।
ଏୟାରୱେଭ ହେଉଛି ବୈଦ୍ୟୁତିକ ଚୁମ୍ବକୀୟ ସ୍ପେକ୍ଟ୍ରମ୍ ମଧ୍ୟରେ ରେଡିଓ ଫ୍ରିକ୍ୱେନ୍ସି ଯାହା ଟେଲି ଯୋଗାଯୋଗ ସମେତ ଅନେକ ସେବା ପାଇଁ ବେତାର ଭାବରେ ସୂଚନା ବହନ କରିପାରିବ। ସରକାର ଏହି ଏୟାରୱେଭ୍ ପରିଚାଳନା ଏବଂ ଆବଣ୍ଟନ କରିଥାନ୍ତି। ସ୍ପେକ୍ଟ୍ରମ୍ କୁ ନିମ୍ନ ଫ୍ରିକ୍ୱେନ୍ସିରୁ ଉଚ୍ଚ ଫ୍ରିକ୍ୱେନ୍ସି ପର୍ଯ୍ୟନ୍ତ ବ୍ୟାଣ୍ଡରେ ବିଭକ୍ତ କରାଯାଇପାରେ। ଉଚ୍ଚ-ଫ୍ରିକ୍ୱେନ୍ସି ତରଙ୍ଗ ଅଧିକ ତଥ୍ୟ ବହନ କରେ ଏବଂ ନିମ୍ନ-ଫ୍ରିକ୍ୱେନ୍ସି ତରଙ୍ଗ ଅପେକ୍ଷା ତୀବ୍ର, କିନ୍ତୁ ସେଗୁଡିକ ସହଜରେ ଅବରୋଧ କିମ୍ବା ବାଧାପ୍ରାପ୍ତ ହୋଇପାରେ।
ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ଼ର ଚତୁର୍ଥ ତ୍ରୟମାସ ଲାଭ ୨୪% ବୃଦ୍ଧି
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ଼ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି। ଜାନୁୟାରୀରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ରହିଥିବା ଏହି ତ୍ରୟମାସରେ କମ୍ପାନୀର ଟିକସ ପରବର୍ତ୍ତୀ ଏକକ ଲାଭରେ ୨୪ ପ୍ରତିଶତ ବୃଦ୍ଧି ସହିତ ୪୧୭୩ କୋଟି ଟଙ୍କା ହୋଇଥିବା ପ୍ରକାଶ କରାଯାଇଛି । ପୂର୍ବ ବର୍ଷର ସମାନ ସମୟରେ ରିଲାଏନ୍ସ ଜିଓର ଟିକସ ପରବର୍ତ୍ତୀ ଲାଭ ୩୩୬୦ କୋଟି ଟଙ୍କା ରହିଥିଲା ।
ପୂର୍ବବର୍ଷ ସମାନ ତ୍ରୟମାସ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ କମ୍ପାନୀର ଏକକ ରାଜସ୍ୱ ୨୦ ପ୍ରତିଶତ ବୃଦ୍ଧି ସହିତ ୨୦୯୦୧ କୋଟି ଟଙ୍କା ହୋଇଥିବା ଜଣାପଡିଛି ।
ସେହିଭଳି ମାର୍ଚ୍ଚ ୩୧, ୨୦୨୨ ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନୀର ଟିକସ ପରବର୍ତ୍ତୀ ମୋଟ ଲାଭ ୨୩ ପ୍ରତିଶତ ବୃଦ୍ଧି ସହିତ ୧୪୮୧୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୨୦୧୫ କୋଟି ଟଙ୍କା ରହିଥିଲା ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ପରିଚାଳନାଗତ ବାର୍ଷିକ ରାଜସ୍ବ ୧୦.୩ ପ୍ରତିଶତ ବୃଦ୍ଧି ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ୭୬୯୭୭ କୋଟି ଟଙ୍କାରେ ପହଁଚିଥିବା କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ଆର୍ଥିକ ଫଳାଫଳରେ ସୂଚନା ଦିଆଯାଇଛି ।
ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଲଞ୍ଚ କରିଛି ନୂଆ ପ୍ରିପେଡ୍ ପ୍ୟାକ୍ । କିଛି ଦିନ ପୂର୍ବେ ସମସ୍ତ ପ୍ରିପେଡ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲା ରିଲିଆନ୍ସ ଜିଓ ଆଜି ସବୁଠୁ ଶସ୍ତା ପ୍ଲାନ ଆରମ୍ଭ କରିଛି । ଜିଓର ଏହି ନୂଆ ଶସ୍ତା ପ୍ଲାନର ଦାମ ମାତ୍ର ୧ ଟଙ୍କା। ଆଉ ଏଥିରେ ଗ୍ରାହକଙ୍କୁ ମିଳିବ ୩୦ ଦିନର ଭ୍ୟାଲିଡିଟି। ଏହା ବ୍ୟତୀତ ଏହି ପ୍ଲାନରେ ରହିଛି ଆହୁରି କିଛି ସୁବିଧା, ଯାହା ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଉପାଦେୟ ହେବ ବୋଲି କୁହାଯାଉଛି ।
ଏହି ୧ ଟଙ୍କିଆ ଜିଓ ପ୍ଳାନ୍ ୧୦୦ ଏମବି ଡାଟା ସହ ଆସୁଛି । ଏହି ପ୍ଲାନର ବୈଧତା ୩୦ ଦିନ । ଏହାକୁ ୧୦ ଥର ରିଚାର୍ଜ କଲେ ଆପଣଙ୍କୁ ପାଖାପାଖି ୧ ଜିବି ଡାଟା ମିଳିଯିବ । ଏହାର ଅର୍ଥ ଆପଣ କେବଳ ୧୦ ଟଙ୍କାରେ ୩୦ ଦିନ ପାଇଁ ୧ଜିବି ଡାଟା ପାଇପାରିବେ । ଏହା କମ୍ପାନୀର ୧୫ ଟଙ୍କିଆ ୧ଜିବି ୪ଜି ଡାଟା ଭାଉଚରରୁ ଉପଲବ୍ଧ କରାଯାଇପାରିବ । ଜିଓର ପ୍ଲାନ ଦର ବୃଦ୍ଧି ପରେ ଜିଓ ୧୫ ଟଙ୍କାରେ ୧ ଜିବି ଡାଟା ଦେଉଛି । ୧୦୦ ଏମବି ଡାଟା ଶେଷ ହେବା ପରେ ଏହାର ସ୍ପିଡ କମିଯାଇ ୬୪ କେବି ବିପିଏସ ହୋଇଯିବ । ଜିଓର ଟଙ୍କିକିଆ ପ୍ରିପେଡ ପ୍ଲାନ ଏବେ ଦେଶରେ ସବୁଠୁ ଶସ୍ତା ପ୍ରିପେଡ ପ୍ଲାନ୍ । ଏହା ସ୍ୱଳ୍ପ ରୋଜଗାରକ୍ଷମ ଗ୍ରାହକଙ୍କୁ ସୁହାଇବା ଭଳି ପ୍ଲାନ୍ । ୧୦୦ ଏମବି ଡାଟାର ଏହି ପ୍ଲାନ୍ ଗ୍ରାହକଙ୍କୁ ୩୦ ଦିନ ପାଇଁ ଉପଲବ୍ଧ କରାଯାଉଛି।
ଅନ୍ୟପଟେ ଏହି ପ୍ଲାନ ‌ସେମାନଙ୍କ ପାଇଁ ଲାଭପ୍ରଦ ହେବ ଯେଉଁମାନେ କେବଳ ସିମକୁ ସକ୍ରିୟ ରଖିବାକୁ ଚାହାଁନ୍ତି। ଏହି ପ୍ଲାନ‌ରେ କୌଣସି କଲିଂ ଏବଂ ଏସଏମଏସର ସୁବିଧା ନାହିଁ । ୧ଟଙ୍କାର ଏହି ପ୍ଲାନ ୩୦ଦିନର ବୈଧତା ସହିତ ଆସୁଛି। ଏଥିରେ କେବଳ ୧୦୦ଏମବି ଡାଟା ରହିଛି । ଡାଟା ସରିବା ପରେ ଇଣ୍ଟରନେଟ୍ ସ୍ପିଡ୍ ୬୦କେବିପିଏସକୁ ଖସିଯିବ ।
ରିଲାଏନ୍ସ ରିଟେଲ୍ ସୃଷ୍ଟି କରିବ ୧୦ ଲକ୍ଷ ନିଯୁକ୍ତି ସୁଯୋଗ- ମୁକେଶ ଅମ୍ବାନି
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ ଏବଂ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି । ଏଥିସହିତ ଏହା ଆହୁରି ଅନେକଙ୍କ ପାଇଁ ଜୀବିକା ସୃଷ୍ଟି କରିବ । ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ କମ୍ପାନୀ ହୋଇ ରହିବ ଏବଂ ଏହା ଦୁନିଆର ଶ୍ରେଷ୍ଠ ୧୦ ରିଟେଲର୍‌ଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି ଗୁରୁବାର ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକ ଅବସରରେ ଅମ୍ବାନି କହିଛନ୍ତି ।
୨୦୨୦-୨୧ରେ ମହାମାରୀ ପରିସ୍ଥିତିରେ ମଧ୍ୟ ରିଲାଏନ୍ସ ରିଟେଲ୍ ୬୫,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରିଥିବା ବେଳେ ବର୍ତମାନ କମ୍ପାନୀରେ ୨ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ରହିଛନ୍ତି, ଯାହା କମ୍ପାନୀକୁ ଦେଶର ଅନ୍ୟତମ ବୃହତ୍ ନିଯୁକ୍ତି ପ୍ରଦାନକାରୀ ଭାବେ ସ୍ଥାନିତ କରିଛି ।
ଆସନ୍ତା ତିନି ବର୍ଷରେ କମ୍ପାନୀ ଏହାର ଇ-କମର୍ସ ସଂସ୍ଥା ଜିଓମାର୍ଟରେ ଏକ କୋଟିରୁ ଅଧିକ ମର୍ଚାଂଟ୍ ବା ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ିବ । ଗତ ଏକ ବର୍ଷ ମଧ୍ୟରେ ଜିଓମାର୍ଟ ୧୫୦ଟି ସହରର ୩ ଲକ୍ଷରୁ ଅଧିକ ବିକ୍ରେତା ବା କ୍ଷୁଦ୍ର ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ି ସେମାନଙ୍କୁ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିଛି ଏବଂ ଏହି ପ୍ରକ୍ରିୟାକୁ ଅନ୍ୟ ସହରଗୁଡିକୁ ସଂପ୍ରସାରଣ କରିବା ଯୋଜନାରେ ଆଗକୁ ବଢୁଛି ।
ରିଲାଏନ୍ସ ରିଟେଲ୍ ଏହାର ଷ୍ଟୋର୍ ଏବଂ ତତ୍‌ସଲଗ୍ନ ଡେଲିଭରି ହବ୍ ସଂଖ୍ୟା ମଧ୍ୟ ଚଳିତ ବର୍ଷ ବହୁ ଗୁଣା ବଢ଼ାଇବ । ରିଲାଏନ୍ସ ରିଟେଲ୍ ଦ୍ରୁତ ଅଭିବୃଦ୍ଧି ପଥରେ ଥିବାରୁ ଆସନ୍ତା ୩ ରୁ ୫ ବର୍ଷ ଭିତରେ ଏହା ତିନି ଗୁଣା ବୃଦ୍ଧି ପାଇବ ବୋଲି ମୋର ବିଶ୍ୱାସ ରହିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି । ଗ୍ରୋସରି, ଇଲେକ୍ଟ୍ରୋନିକ୍ସ ଓ ପୋଷାକ ବ୍ୟବସାୟ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ ଅଗ୍ରଣୀ ଥିବା ସେ କହିଛନ୍ତି । ଗବେଷଣା, ଡିଜାଇନ୍ ଓ ଉତ୍ପାଦ ବିକାଶରେ କଂପାନି ନିବେଶ ଜାରି ରଖିବ ଓ ଏହାର ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଯୋଗାଣ ଶୃଙ୍ଖଳ ଭିତିଭୂମିରେ ଉନ୍ନତି ଆଣି ଦକ୍ଷତା ବଢ଼ାଇବ । ଏକ ସ୍ୱୟଂକ୍ରିୟ, ମଡ୍ୟୁଲାର ଓ ଭରସାଯୋଗ୍ୟ ଏବଂ ବ୍ୟାପକ କରିହେଉଥିବା ଗୋଦାମ ଓ ଲଜିଷ୍ଟିକ୍ ବା ପରିବହନ ବ୍ୟବସ୍ଥା ଆମକୁ ଦେଶର କୋଣ ଅନୁକୋଣରେ କମ୍ ସମୟ ଭିତରେ ଉତ୍ପାଦ ପହଂଚାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି ।
ଜିଓମାର୍ଟରେ ପ୍ରୟ ୮୦ ଭାଗ ଉପଭୋକ୍ତା ବାରମ୍ବାର ଅର୍ଡର କରୁଥିବା ଦେଖଯାଇଛି ଯାହା ଏହା ପ୍ରତି ଗ୍ରହକମାନଙ୍କର ରହିଥିବା ବିଶ୍ୱାସକୁ ପରିଦର୍ଶିତ କରୁଛି ବୋଲି ସେ କହିଛନ୍ତି । ଜିଓମାର୍ଟ ଗୋଟିଏ ଦିନରେ ସର୍ବାଧିକ ୬.୫ ଲକ୍ଷ ଅର୍ଡର ପୂରଣ କରିଛି । ବ୍ୟବସାୟ ସହଯୋଗୀମାନେ ସେମାନଙ୍କ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିପାରିବା ପାଇଁ ପାଇଁ ଜିଓମାର୍ଟର ପ୍ରତିଶ୍ରୁତି ବେଶ୍ ସରଳ ‘ଗ୍ରାହକ ଆପଣଙ୍କର, ସହାୟତା ଆମର’ ବୋଲି ଏହି ଅବସରରେ ସେ କହିଛନ୍ତି ।
ମହାମାରୀ ପ୍ରଭାବିତ ବର୍ଷ ୨୦୨୦-୨୧ରେ ବିବିଧ ଆହ୍ୱନମୂଳକ ପରିସ୍ଥିତି ସତ୍ତ୍ୱେ ରିଲାଏନ୍ସ ରିଟେଲ୍ ୧୫୦୦ ନୂଆ ଷ୍ଟୋର୍ ଖୋଲିବା ସହ କଂପାନିର ମୋଟ ଷ୍ଟୋର ସଂଖ୍ୟା ୧୨,୭୧୧ରେ ପହଂଚିଛି । ପ୍ରାୟ ପ୍ରତି ୮ ଜଣରେ ଜଣେ ଭାରତୀୟ ରିଲାଏନ୍ସ ରିଟେଲ୍‌ରୁ କ୍ରୟ କରୁଥିବା ଦେଖାଯାଇଛି । ମହାମାରୀ ସମୟରେ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ସମ୍ମୁଖ ଭାଗରେ ରହି କାର୍ୟ୍ୟ କରିଥିବା ଗ୍ରୋସରୀ ବ୍ୟବସାୟରେ ପ୍ରତିଦିନ ପ୍ରାୟ ୩୦ ଲକ୍ଷ ୟୁନିଟ୍ ବିକ୍ରି ହେଉଥିବା ବେଳେ ରିଲାଏନ୍ସ ରିଟେଲ୍ ଦିନକୁ ପାଂଚ ଲକ୍ଷ ୟୁନିଟ୍ ଭାବରେ ସାରା ବର୍ଷରେ ୧୮ କୋଟି ୟୁନିଟ୍ ପୋଷାକ ବିକ୍ରି କରୁଥିବା ଶ୍ରୀ ଅମ୍ବାନି ସୂଚନା ଦେଇଛନ୍ତି । ଏହି ପରିମାଣର ପୋଷାକ ବ୍ରିଟେନ୍‌, ଜର୍ମାନି ଓ ସ୍ପେନ୍‌ର ଜନସଂଖ୍ୟାର ପୋଷାକ ଆବଶ୍ୟକତାକୁ ଏକକାଳୀନ ପୂରଣ କରିବାକୁ ସକ୍ଷମ ।
ଫେସନ ପୋର୍ଟାଲ୍ ଆଜିଓରେ ୨୦୦୦ ଲେବେଲ୍ ଓ ବ୍ରାଣ୍ଡ୍ ରହିଛି ଏବଂ ଏହା ଗ୍ରାହକମାନଙ୍କୁ ପସନ୍ଦ କରିବା ପାଇଁ ୫ ଲକ୍ଷରୁ ଅଧିକ ବିକଳ୍ପ ପ୍ରଦାନ କରୁଛି । ଆଜିଓ ସଂପ୍ରତି ରିଲାଏନ୍ସର ପୋଷାକ ବ୍ୟବସାୟକୁ ୨୫% ଅବଦାନ ପ୍ରଦାନ କରୁଛି । ଗତବର୍ଷ ଆମେ ୪.୫ କୋଟି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଛି । ଅର୍ଥାତ ଦିନକୁ ୧,୨୦,୦୦୦ ୟୁନିଟ୍ ବିକ୍ରି ହୋଇଛି ବୋଲି ମୁକେଶ ଅମ୍ବାନି କହିଛନ୍ତି ।
ରିଲାଏନ୍ସ ରିଟେଲ୍ ନିକଟରେ ନେଟ୍‌ମେଡସ୍‌, ଅର୍ବାନ୍ ଲାଡର୍ ଓ ଜିଭାମେକୁ ଅଧିଗ୍ରହଣ କରିଥିବା ବେଳେ ସେବା ପ୍ରଦାନକୁ ନୂଆ ଶିଖରରେ ପହଂଚାଇବା, ଓମନିଚ୍ୟାନେଲ୍ ଦକ୍ଷତା ବଢ଼ାଇବା ଓ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ପାଇଁ କଂପାନି ଏହିଭଳି ଅଧିଗ୍ରହଣ ଜାରି ରଖିବ ବୋଲି ସେ କହିଛନ୍ତି ।