Waterlogging - The Sakala

ଲଗାଣ ବର୍ଷାରେ ବେହାଲ ରାଜଧାନୀ: ଭୁବନେଶ୍ୱରର ଅନେକ ଅଞ୍ଚଳ ଜଳମଗ୍ନ, ଅସ୍ତବ୍ୟସ୍ତ ଜନଜୀବନ
ଭୁବନେଶ୍ୱର: ବର୍ଷାରେ ବୁଡ଼ିଲା ରାଜଧାନୀ ଭୁବନେଶ୍ୱର । ଗତକାଲି ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅବିଶ୍ରାନ୍ତ ବର୍ଷା କାରଣରୁ ଉଭୟ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ସକାଳ ୫ଟା ସୁଦ୍ଧା କେବଳ ଭୁବନେଶ୍ୱରରେ ୯୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଗତ ୧୨ ଘଣ୍ଟା ମଧ୍ୟରେ ରାଜଧାନୀର ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଜୋମାଟୋ ଏଡବ୍ଲ୍ୟୁଏସ୍ (Zomato AWS) ଷ୍ଟେସନର ତଥ୍ୟ ଅନୁଯାୟୀ, ଆଜି ସକାଳ ୭ଟା ସୁଦ୍ଧା ମଧୁସୂଦନ ନଗରରେ ସର୍ବାଧିକ ୧୦୭.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ନୟାପଲ୍ଲୀରେ ୯୭.୨ ମିଲିମିଟର, ଜଗମୋହନ ନଗରରେ ୯୦.୪ ମିଲିମିଟର, ଲକ୍ଷ୍ମୀସାଗରରେ ୯୦.୦ ମିଲିମିଟର ଏବଂ ସହିଦ ନଗରରେ ୮୩.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅନ୍ୟ ପ୍ରମୁଖ ଅଞ୍ଚଳ ଯଥା ଖଣ୍ଡଗିରିରେ ୭୩.୨ ମିଲିମିଟର, ଖାରବେଳ ନଗରରେ ୫୯.୪ ମିଲିମିଟର, ଚନ୍ଦ୍ରଶେଖରପୁରରେ ୫୦.୨ ମିଲିମିଟର ଏବଂ ପଟିଆରେ ୩୪.୬ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି।

ପ୍ରବଳ ବର୍ଷା କାରଣରୁ ରାଜଧାନୀର ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷ କରି ଶାନ୍ତିପଲ୍ଲୀ ବସ୍ତିରେ ବର୍ଷା ପାଣି ପଶିଯିବାରୁ ପ୍ରାୟ ୨୦ଟି ଘର ଜଳମଗ୍ନ ହୋଇଛି, ଯାହା ଫଳରେ ସ୍ଥାନୀୟ ବାସିନ୍ଦାମାନେ ହନ୍ତସନ୍ତ ହେଉଛନ୍ତି। ରାସ୍ତାଘାଟରେ ପାଣି ଜମି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ସାଧାରଣ ଦୈନନ୍ଦିନ କାର୍ଯ୍ୟକଳାପ ଗମ୍ଭୀର ରୂପେ ପ୍ରଭାବିତ ହୋଇଛି।

ଓଡ଼ିଶାରେ ବନ୍ୟା ଓ ଜଳବନ୍ଦୀ ସ୍ଥିତି: ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ, ୨୪ ଘଣ୍ଟିଆ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷକରି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟା ଏବଂ ଜଳବନ୍ଦୀ ସ୍ଥିତିର ମୁକାବିଲା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜରୁରୀକାଳୀନ ପଦକ୍ଷେପକୁ ଜୋରଦାର କରାଯାଇଛି। ସ୍ଥିତିକୁ ଦେଖି ନଗର ଉନ୍ନୟନ ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସମସ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ହାଇଆଲର୍ଟରେ ରହିବାକୁ ଏବଂ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରିଚାଳନାରେ ନିୟୋଜିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହା ସହ ଏକ ୨୪ ଘଣ୍ଟିଆ ବିଭାଗୀୟ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଆବଶ୍ୟକୀୟ ସ୍ଥାନରେ ତୁରନ୍ତ ପଦକ୍ଷେପ ନିଆଯାଉଛି।

ରାସ୍ତା, ଆବାସିକ କଲୋନୀ ଏବଂ ପ୍ରଭାବିତ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ, ମେସିନେରୀ ଏବଂ ଅତିରିକ୍ତ ପମ୍ପ ସେଟ୍ ନିୟୋଜିତ କରିବାକୁ ସହରାଞ୍ଚଳ ସ୍ଥାନୀୟ ନିକାୟ (ULBs) ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଜଳ ନିଷ୍କାସନକୁ ସ୍ୱାଭାବିକ କରିବା ପାଇଁ ଡ୍ରେନ୍ ଓ କଲଭର୍ଟ ଗୁଡ଼ିକୁ ସଫା କରାଯାଉଛି।

ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଏବଂ ଆଲୋକ ଭଳି ଅତ୍ୟାବଶ୍ୟକ ସେବା ସୁନିଶ୍ଚିତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ବନ୍ୟା ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ବୋଲି ଡ. ମହାପାତ୍ର ସୂଚନା ଦେଇଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି।

ସମ୍ବଲପୁରରେ ପ୍ରବଳ ବର୍ଷା: ଖୋଲା ନାଳରେ ଭାସିଗଲେ ଦୁଇ ଯୁବକ, ଜଣେ ଉଦ୍ଧାର ଏବଂ ଅନ୍ୟ ଜଣେ ନିଖୋଜ
ସମ୍ବଲପୁର: ଲଗାଣ ବର୍ଷା ଯୋଗୁଁ ସମ୍ବଲପୁରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସମୟରେ ଏକ ଅଘଟଣ ସାମ୍ନାକୁ ଆସିଛି, ଯେଉଁଥିରେ ସିଟି ରେଳ ଷ୍ଟେସନ ପଛପଟେ ଥିବା ଏକ ନାଳରେ ହଠାତ୍ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଯୁବକ ଭାସି ଯାଇଛନ୍ତି। ସୂଚନା ଅନୁଯାୟୀ, ଦୁଇ ଯୁବକ ନାଳ ନିକଟରେ ଥିବା ବେଳେ ପ୍ରବଳ ସ୍ରୋତରେ ଫସି ଯାଇଥିଲେ। ସ୍ଥାନୀୟ ବାସିନ୍ଦା ଓ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଜଣେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। କିନ୍ତୁ ଲଗାଣ ବର୍ଷା ଓ ନାଳରେ ପାଣିର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ବର୍ତ୍ତମାନର ଲଘୁଚାପ ପ୍ରଭାବରେ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି, ଯାହା ଫଳରେ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ପରାମର୍ଶ ଜାରି କରାଯାଇଛି। ଲୋକଙ୍କୁ ଜଳବନ୍ଦୀ ଅଞ୍ଚଳ ଏବଂ ଉଛୁଳୁଥିବା ନାଳଠାରୁ ଦୂରରେ ରହିବାକୁ ନିବେଦନ କରାଯାଇଛି।