cabinet - The Sakala

ଆଜି ରାଜ୍ୟ ମନ୍ତ୍ରୀପରିଷଦ ଓ କ୍ୟାବିନେଟ ବୈଠକ...
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବାକୁ ଯାଉଛି ଗୁରୁତ୍ତ୍ୱପୂର୍ଣ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ବୈଠକ।  ଆଜି ପୂର୍ବାହ୍ନରେ ବୈଠକ ଅନୁଷ୍ଠିତ ହେବ। ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ରହିବେ ଉପସ୍ଥିତ। ୯ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମ୍, ପାନୀୟ ଜଳ ଆଦି ପ୍ରସ୍ତାବ ଆସିପାରେ। ତା' ସହ କିଛି ନୂଆ ଯୋଜନା ପାଇଁ ରାଜ୍ୟ କ୍ୟାବିନେଟ ନେଇପାରେ ନିଷ୍ପତ୍ତି । ମନ୍ତ୍ରୀ ପରିଷଦ ବୈଠକରେ ଶୀତକାଳୀନ ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି.

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ, ୭ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର...
ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଲୋକସେବା ଭବନରେ ଅପରାହ୍ନ ୫ଟା ସମୟରେ ହେବାକୁ ଥିବା ଏହି ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଆଇନ, ପୂର୍ତ୍ତ, ଜଳ ସମ୍ପଦ, ଗୃହ, ସ୍କୁଲ ଓ ଗଣଶିକ୍ଷା ବିଭାଗର କେତେକ ପ୍ରସ୍ତାବ ଉପରେ ମୋହର ବାଜିପାରେ।

ଦେଶରେ ହେବ ଜାତିଭିତ୍ତିକ ଜନଗଣନା
ନୂଆଦିଲ୍ଲୀ: ଏଥରକ କେନ୍ଦ୍ର ସରକାର କରିବେ ଜାତିଭିତ୍ତିକ ଜନଗଣନା। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଜନଗଣନାରେ ଜାତି ଆଧାରରେ ଜନଗଣନା କରାଯିବ। ଜାତିଭିତ୍ତିକ ଜନଗଣନା ପାଇଁ ପୂର୍ବରୁ ବିଜେଡି ସମେତ ଅନ୍ୟ ରାଜନୈତିକ ଦଳ ଦାବି କରି ଆସୁଥିଲେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଜାତିଭିତ୍ତିକ ଜନଗଣନା ପାଇଁ ବିଜେଡି ପକ୍ଷରୁ ଦାବି ହୋଇ ଆସୁଥିଲା। ଗତ ବିଧାନସଭା ଅଧିବେଶନରେ ୪ ଦିନ ଧରି ଏ ସମ୍ପର୍କରେ ଆଲୋଚନା ଦାବି କରିଥିଲା ବିଜେଡି। ବିଧାନସଭା ପରିକ୍ରମା କରିବା ସହ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲା ବିଜେଡି। ଜାତିଭିତ୍ତିକ ଜନଗଣନା ହେଲେ ପ୍ରକୃତରେ କିଏ ପଛୁଆ ବର୍ଗ ଓ କିଏ ଆର୍ଥିକ ଅନଗ୍ରସର ଅଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ।

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଲାଗିପାରେ ମୋହର
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଅପରାହ୍ନ ୫ଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ୪ଟି ପ୍ରସ୍ତାବରେ ମୋହର ବାଜିପାରେ । ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କିତ ସଂଶୋଧନ ପ୍ରସ୍ତାବ ସହ ଆଇନ ବିଭାଗର ଦୁଇଟି ପ୍ରସ୍ତାବ କ୍ୟାବିନେଟରେ ଆସିପାରେ।

୧୮ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଗୃହକୁ ଅବଗତ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ
ଭୁବନେଶ୍ୱର: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଚାଲୁଥିବାରୁ ବୈଠକର ନିଷ୍ପତ୍ତି ସମ୍ପର୍କରେ ସରକାରଙ୍କ ପକ୍ଷରୁ ଗତକାଲି କୌଣସି ସୂଚନା ପ୍ରଦାନ କରାଯାଇ ନଥିଲା। ଗତକାଲିର ବୈଠକରେ ୧୮ଟି  ପ୍ରସ୍ତାବ ଉପରେ ମୋହର ବାଜିଥିଲା। ବିଧାନସଭା ଅଧିବେଶନ ଜାରି ରହିଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଗୃହକୁ ଅବଗତ କରାଇଛନ୍ତି । ବିଶେଷ ଭାବରେ ରାଜସ୍ୱ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦ ଦିଆଯାଇଛି।

୧-  ପ୍ରଚଳିତ ଓଡ଼ିଶା ସମବାୟ ସେବା ( ନିଯୁକ୍ତି ଓ ସେବା ସର୍ତ୍ତାବଳୀ ) ନିୟମ ୧୯୭୪ ଅନୁଯାୟୀ ସ୍ତର ୧୨ରେ କୌଣସି ପଦବୀ ନ ଥିବାରୁ ଏକ ନୂତନ ପଦ ଯଥା ବରିଷ୍ଠ  ସହକାରୀ ସମବାୟ ନିବନ୍ଧକ ପଦ ସୃଷ୍ଟି କରାଯିବା ସହିତ ଓଡ଼ିଶା ସମବାୟ ସେବା ( ନିଯୁକ୍ତି ଓ ସେବା ସର୍ତ୍ତାବଳୀ ) ନୟମ ୧୯୭୪ର ସଂଶୋଧନ ପୂର୍ବକ ସଂଶୋଧିତ ଓଡ଼ିଶା ସମବାୟ ସେବା ( ନିଯୁକ୍ତି ଓ ସେବା ସର୍ତ୍ତାବଳୀ ), ୨୦୨୩କୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି।

୨- ସାଧାରଣ ଭବିଷ୍ୟନିଧି ପାଣ୍ଠି ( ଓଡ଼ିଶା) ନିୟମାବଳୀ , ୧୯୩୮ ର ନିୟମରେ ଥିବା ବିଧି ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇ ଜମାରାଶି ବେତନର ଛଅ ପ୍ରତିଶତରୁ କମ ଏବଂ ପ୍ରାପ୍ୟ ପୂର୍ଣ୍ଣ ବେତନ ଠାର ଅଧିକ ହୋଇପାରିବ ନାହିଁ ବୋଲି ନିର୍ଦ୍ଧାରିତ ହେବା ସହିତ କମ ଏବଂ ପ୍ରାପ୍ୟ ପୂର୍ଣ୍ଣ ବେତନଠାରୁ ଅଧିକ ହୋଇପାରିବ ନାହିଁ  ବୋଲି ନିର୍ଦ୍ଧାରିତ ହେବା ସହିତ ସାଧାରଣ ଭବିଷ୍ୟନିଧି ପାଣ୍ଠି ( ଓଡ଼ିଶା) ନିୟମାବଳୀ, ୧୯୩୮ର ସମ୍ପୃକ୍ତ ବିଧି ବ୍ୟବସ୍ଥାରେ ଆବଶ୍ୟକୀୟ ସଂଯୋଜନ ଦ୍ବାରା ଏକ ଆର୍ଥିକ ବର୍ଷର ଜମାରାଶି  ( ବକେୟା ଦେୟ ସହ ) ନିର୍ଦ୍ଧାରିତ ସୀମା ଅର୍ଥାତ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ଆଗତ କରାଯାଇଥିବା ସଂଶୋଧନ ରାଜ୍ୟ କ୍ଯାବିନେଟରେ ଅନୁମୋଦନ  ଲାଭ କରିଛି।

୩-  କାର୍ଯ୍ଯ କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ନୀତି ଓ ଯୋଜନାଗୁଡିକର ବାସ୍ତବ କାର୍ଯ୍ଯକାରିତା ଓ ତତ ସଂକ୍ରାନ୍ତୀୟ ତଦାରଖ ପାଇଁ ଉପଯୁକ୍ତ ଅଧିକାରୀ ନିୟୋଜିତ କରାଯିବର ଲକ୍ଷ୍ୟରେ ସ୍ବଳ୍ପ ସଞ୍ଚୟ କ୍ୟାଡରର ସୀମିତି ପୁନର୍ଗଠନ କରାଯାଇଇଛି। ଏହି କ୍ୟାଡର ପୁନର୍ଗଠନ ପ୍ରକ୍ରିୟା ସମ୍ପାଦନେ କ୍ଯାଡରରେ ଥିବା ମୋଟ ମଞ୍ଜୁରୀ ପ୍ରାପ୍ତ ପଦବୀ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଗତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି।

୪- ୧୩,୪୨୮ ସୁଲଭ ମୂଲ୍ୟ ଦୋକାନ ମାନଙ୍କର ଲାଇସେନ୍ସର ସମୟ ସୀମା ୩୧.୦୩.୨୦୨୩ ତାରିଖ ସମାପ୍ତ ହେଉଅଛି। ନିୟମାନୁଯାୟୀ ଯୋଗ୍ୟ ଡିଲର ମାନଙ୍କର ଲାଇସେନ୍ସ ଗୁଡିକର ପୁନଃ ଏକ ବର୍ଷ ଅର୍ଥାତ ୧.୦୪.୨୦୨୩ ତାରିଖରୁ ୩୧. ୦୩.୨୦୨୪ ତାରିଖ ପର୍ଯ୍ଯନ୍ତ ନବୀକରଣ କରାଯିବ ପ୍ରସ୍ତାବକୁ ରଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି।

୫- ଶ୍ରୀ ଶ୍ୟାମଭକ୍ତ ମିଶ୍ର, ପରିଚାଳକ ନିର୍ଦ୍ଦେଶକ, ବୟନିକା ଏବଂ ନିର୍ଦ୍ଦେଶକ, ହସ୍ତଶିଳ୍ପ ( ଅତିରିକ୍ତ ଦାୟିତ୍ବ)ଙ୍କୁ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ପଦବୀରେ ଦିଆଯାଇଥିବା ନିଯୁକ୍ତିକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି।

୬- ଓଡ଼ିଶା  ମୁଖ୍ୟ  ବିଭାଗୀୟ ଦପ୍ତର  ( ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ଯକାଳ କନିଷ୍ଠ ସହାୟକ, ସହକାରୀ ଉପବିଭାଗ ଅଧିକାରୀ ଏବଂ ଉପବିଭାଗଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ ) ନିୟମାବଳୀ, ୨୦୧୯ରେ ପ୍ରସ୍ତାବ ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

୭- ଚୁକ୍ତିଭିତିକ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଆଧିନରେ ସୃଷ୍ଟି ହୋଇଥିବା ପ୍ରମୁଖ ଶାସନ ସଚିବ ପାହ୍ୟାରେ ଅନୁମୋଦିତ ପଦବୀର ଅବଧି ଉକ୍ତ ପଦବୀରେ ନିଯୁକ୍ତ ଅଧିକାରୀଙ୍କ ୬୦ ବର୍ଷ ବୟସରେ ପଦାର୍ପଣ କରିବା କିମ୍ବା ସେ ଉକ୍ତ ପଦବୀ ତ୍ୟାଗ କରିବା କିମ୍ବା ତାଙ୍କର ନିୟୋଜନ ବାତିଲ ହେବା ମଧ୍ଯରୁ ଯେଉଟି ସର୍ବପ୍ରଥମ ସେ ପର୍ଯ୍ଯସ୍ତ ସୀମିତ ରହିବ।

୮- ପୂର୍ବରୁ ପ୍ରଣୟନ କରାଯାଇଥିବା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ ୧୯୯୨ ପରିବର୍ତ୍ତେ ଏକ ନୂତନ ନିୟମ ପ୍ରଣୟନ ପାଇଁ ଆଗତ କରାଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

୯- ସରକାର ବାସଗୃହ ପ୍ରକଳ୍ପ ପାଇଁ ଲିଜ ସୂତ୍ରରେ ଆବଣ୍ଟିତ ଜମି ଏବଂ ପିପିପି ମୋଡରେ ବିକଶିତ ପ୍ରକଳ୍ପଗୁଡିକ ପାଇଁ ରାଜ୍ୟ ହାଉସିଂ ବୋର୍ଡ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ସପକ୍ଷରେ ଲିଜି ଦିଆଯାଇଥିବା ଜମିର ରୂପାନ୍ତରଣ ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ବାରା ଗ୍ରହଣ କରାଯାଇଥିବା ନୀତିଗୁଡିକୁ ଗ୍ରହଣ କରି ଫ୍ରି ହୋଲ୍ଡ ସ୍ଥିତିକୁ ରୂପାନ୍ତର କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

୧୦- ଆଇଓସିଏଲ ଓଡିଶାର ପାରାଦୀପ ଠାରେ ୫୮, ୦୪୨ କୋଟି ଟଙ୍କା ବିନିଯୋଗ ଦ୍ବାରା ଏକ ଡୁଆଲ ଫିଡ କ୍ରାକର ( DFC )  ପ୍ରତିଷ୍ଠା ପ୍ରସ୍ତାବ ସହିତ ଏହି ପ୍ରକଳ୍ପ ପାଇଁ ପ୍ରୋତ୍ସାହନ ରାଶିର ସ୍ବତନ୍ତ୍ର ପ୍ଯାକେଜକୁ ମଧ୍ୟ ରାଜ୍ୟ କ୍ୟାବିନେଟ  ଅନୁମୋଦନ କରିଛନ୍ତି।

୧୧- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ଓଡ଼ିଶା ପଞ୍ଚାୟତି ରାଜ ସେବା ବର୍ଗରେ ପୁନର୍ବିନ୍ୟାସ ତଥା ପରିପୁଷ୍ଟ କରିବାର ଆବଶ୍ୟକତାକୁ ଅନୁଭୋବ କରି ସରକାର ୩୧୪ ଟି ୨ୟ ଶ୍ରେଣୀର ପଦବୀକୁ ଉଚ୍ଛେଦ କରି ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀରୁ ଯୁଗ୍ମ ନିର୍ଦ୍ଦେଶକ ପଦବୀ ପର୍ଯ୍ୟନ୍ତ ୧୦୩ଟି  ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

୧୨-ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ( ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ ) ନିୟମାବଳୀ ୨୦୨୧ ୨ (H) ଅନୁଯାୟୀ ପ୍ରଦାନ କରାଯାଉଥିବା ଭିନ୍ନକ୍ଷମ ପ୍ରମାଣପତ୍ରର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ବାରା କାର୍ଯ୍ଯକାରୀ କରାଯାଇଥିବା ଭିନ୍ନ୭ମ ବ୍ୟକ୍ତଙ୍କ ଅଧିକାରର ଅଧିନିୟମ ୨୦୧୬ର ବ୍ୟବସ୍ଥା ମୁତାବକ ସଂଶୋଧନ କରାଯିବ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

୧୩- ଓଡ଼ିଶା ପଞ୍ଚାୟତରାଜ୍ ଯାନ୍ତ୍ରିକସେବା ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ । ପଞ୍ଚାୟତରଜା କ୍ୟାଡରର ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରେଡକୁ ପଦନ୍ମୋତି ମିଳିବ । ଆହୁରି ସମବାୟ ସେବାରେ କାର୍ଯ୍ୟରତ ଅଧିକାରୀମାନଙ୍କ ସେବା ସର୍ତ୍ତାବଳୀକୁ ସଂଗଠିତ ଓ ପଦନ୍ମୋତିକୁ ତ୍ବରାନ୍ବିତ  କରିବା ପାଇଁ ସମବାୟ ସେବା ନିୟମରେ ସଂଶୋଧିତ କରାଯିବ ।

୧୪- ନୟାଗଡ଼ର ‘ବଳାଙ୍ଗୀ ବନ୍ଧ ପାର୍କ ଓ ପଷ୍କରଣୀ ‘ ନିର୍ମାଣ ନିମନ୍ତେ ନୟାଗଡ଼ର ଶ୍ରମତୀ ସୁଜତା ମହାପାତ୍ରଙ୍କ ବେସରକାରୀ ଜମିକୁ ସରକାରୀ ଖାତା ଭୁକ୍ତ କରାଯାଇ ସମପରିମାଣର ସରକାରୀ ଜମିଙ୍କୁ ତାଙ୍କ ସପକ୍ଷରେ ବଦଳରେ ନିବନ୍ଧକରଣ ନିମନ୍ତେ ସରକାରୀ ଷ୍ଟାମ୍ପ ଦେୟ ଓ ପଞ୍ଜିକରଣ ଫି ଛାଡ କରିବାକୁ ରାଜ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

୧୫-ସେହିଭଳି ଓଡ଼ିଶା ସରକାରଙ୍କ ବନ୍ଦୋବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଠିକା କର୍ମଚାରୀଙ୍କୁ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ  ବା ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ।

୧୬-  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଅଳାଡୋଭା ମୌଜାରେ ରାଇରଙ୍ଗପୁର ଗୋଶାଳା କମିଟିର ଦଖଲରେ ଥିବା ଏ. ୫.୦୦ ଡି ସରକାରୀ ଜମିକୁ ସମ୍ପାଦକ, ରାଇରଙ୍ଗପୁର ଗୋଶାଳା କମିଟି ସପକ୍ଷରେ ବିନା ପ୍ରିମିୟମ ଓ ବିନା ଆନୁସଂଗିକ ଦେୟରେ ଲିଜ ପ୍ରଦାନ କରାଯିବ।

୧୭- ଓଡ଼ିଶା  ଭୂ- ସଂସ୍କାର ଆଇନ, ୧୯୬୦ ( ଓଡ଼ିଶା ଆଇନ ୧୯୬୦, ଧାରା ୧୬ )ର  ଧାରା ୯୩ (ଗ) ଅନୁଯାୟୀ ଓଡ଼ିଶା ସରକା ଟାଉନ ପ୍ଲାନିଂ ସ୍କିମଗୁଡିକ ନିମନ୍ତେ ଏହା ଅଧିନରେ ଆସୁଥିବା ଅଞ୍ଚଳରେ ବିଶେଷତଃ  ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ଚାଷ ଜମିକୁ ଅଣ ଚାଷ ଜମିକୁ ଅଣଚାଷ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନର ବିଭାଗର ପ୍ରସ୍ତାବକ୍ରମେ କିସମ ପରିବର୍ତ୍ତନ ଦେୟ ମୁକ୍ତ କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

୧୮-ଓଡ଼ିଶାରେ ଜନଜାତି ସମ୍ପ୍ରଦାୟର ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବାକୁ ସରକାର ’ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ‘ କାର୍ଯ୍ୟକ୍ରମ ଆରମ୍ଭ କରିବେ  । ଏହି ଯୋଜନାରେ ପର୍ଯ୍ୟାୟ କ୍ରମେ ସାଢେ ୧୪ ଲକ୍ଷ ଜନଜାତି ପରିବାରକୁ ଚାଷ ଏବଂ ଏ ସମ୍ପର୍କିତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।  ଆସନ୍ତା ଆର୍ଥିକ ବର୍ଷରୁ ୨୦୨୫-୨୬ ମଧ୍ୟରେ  ୫୦୦ କୋଟି ବିନିଯୋଗ କରିବେ ସରକାର  ।  ଜନଜାତି ହିତାଧିକାରୀଙ୍କ ଆୟ ବଢାଇବାକୁ ଉନ୍ନତମାନର ମଞ୍ଜି, ସାର ଓ ଜଳସେଚନ ସୁବିଧା ସୃଷ୍ଟି କରାଯିବ । ଏ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।

ଶେଷ ହେଲା ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୫ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର : ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୧୫ ପ୍ରସ୍ତାବ ଉପରେ ବାଜିଛି ମୋହର। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

ରାଜ୍ୟରେ ବିତ୍ତୀୟ ଅବସ୍ଥା ବେଶ୍‌‌ ଉତ୍ତମ ସ୍ଥିତିରେ ଥିବାବେଳେ ଆର୍ଥିକ ପରିଚାଳନା ଶୃଙ୍ଖଳିତ ରହିଛି। ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହଠାରୁ ଆରମ୍ଭ କରି ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହ ପରିମାଣ ବୃୃଦ୍ଧି ପାଇଛି। ସେହିପରି ରାଜ୍ୟ ସରକାର ବର୍ତ୍ତମାନ ଭିତ୍ତିଭୂମି ବିକାଶ ଏବଂ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ଏହା ଚଳିତ ବର୍ଷ ବଜେଟ ବ୍ୟୟବରାଦରେ ଏହା ଅଧିକ ମାତ୍ରାରେ ପ୍ରତିଫଳିତ ହେବ। ଆଜି ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟିର ଚିଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଚଳିତ ମାସ ୨୪ ତରିଖରେ ଉପସ୍ଥାପିତ ହେବ। ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ପାଇଁ ଚଳିତ ବଜେଟରେ ସରକାର କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। ଏଥିପାଇଁ ବଜେଟରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ବୃଦ୍ଧି କରାଯିବ।

ସେହିପରି ରାଜ୍ୟ ସରକାର ନିଜ ଫ୍ଲାଗ୍‌‌ସିପ୍‌‌ ଯୋଜନା ଯଥା ବିଏସ୍‌‌କେୱାଇ, କାଳିଆ ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରିବାର ସମ୍ଭାବନା ରହିଛି। ବିଗତ କିଛି ବର୍ଷ ଧରି ରାଜ୍ୟ ସରକାର ନିଜ ବଜେଟର ଆକାର ପ୍ରାୟ ୧୦ରୁ ୧୫ ପ୍ରତିଶତ ଯାଏଁ ବୃଦ୍ଧି କରି ଆସୁଛନ୍ତି। ତେଣୁ ଉପରୋକ୍ତ ସମସ୍ତ ବିଷୟକୁ ବିଚାରକୁ ନେଲେ ରାଜ୍ୟ ବଜେଟର ଆକାରକୁ ବୃଦ୍ଧି କରିବେ।

ଅନ୍ୟପକ୍ଷରେ ରାଜ୍ୟର ବିତ୍ତୀୟ ପରିଚାଳନା ବେଶ୍‌‌ ଶୃଙ୍ଖଳିତ ଥିବା ବେଳେ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଛି। ଗତ ଜାନୁଆରୀ ସୁଦ୍ଧା ରାଜ୍ୟରେ ନିଜସ୍ୱ ଟିକରୁ ରାଜସ୍ୱ ସଂଗ୍ରହ ଗତ ବର୍ଷ ଜାନୁଆରୀ ତୁଳନାରେ ୧୩.୫୦ ପ୍ରତିଶତ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ନିଜସ୍ୱ ଟିକସରୁ ମିଳୁଥିବା ରାଜସ୍ୱ ମଧ୍ୟରୁ ବାଣିଜ୍ୟିକ ଟିକସ ଆଦାୟ ପରିମାଣ ପ୍ରାୟ ୧୫.୦୨ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଅବକାରୀ ରାଜସ୍ୱ ଆଦାୟ ମଧ୍ୟ ଚଳିତ ଆର୍ଥିକ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୨୧.୧୮ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ମୋଟ ନିଜସ୍ୱ ଟିକସ ଏବଂ ଅଣଟିକସ ରାଜସ୍ୱ ବାବଦରେ ଚଳିତ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୭୧୩୧୫.୭୩ କୋଟି ଟଙ୍କା ଆଦାୟ ହୋଇଛି, ଯାହା ପୂର୍ବବର୍ଷର ଜାନୁଆରୀ ମାସ ତୁଳନାରେ ଅଧିକ। ଓଡ଼ିଶା ବର୍ତ୍ତମାନ ରାଜସ୍ୱ ବଳକା ରାଜ୍ୟ ହୋଇଥିବା ବେଳେ ଋଣ କ୍ଷେତ୍ରରେ ମଧ୍ୟ ବେଶ୍‌‌ ପୋଷଣୀାୟ ସ୍ଥିତିରେ ରହିଛି। ଏସବୁ ମାନଦଣ୍ଡକୁ ବିଚାରକୁ ନେଲେ ନିଜର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ହାତ ଖୋଲିଦେଇ ପାରନ୍ତି।

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ
ଭୁବନେଶ୍ବର: ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଏହାଦ୍ୱାରା ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ଦରମା ପାଇବେ।

ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ ଶିକ୍ଷକ ଏହି  ନୂତନ ଦରମା ପାଇବେ। ଏଡେଡ୍ ବେସରକାରୀ କଲେଜ ଶିକ୍ଷକମାନେ ମଧ୍ୟ ପାଇବେ ନୂତନ ଦରମାରେ ଅନ୍ତର୍ଭୁକ୍ତ ହେବେ । ଏହି ନୂତନ ବର୍ଦ୍ଧିତ ଦରମା  ୧.୧. ୨୦୨୨ଠାରୁ ଲାଗୁ ହେବ । ଏହାଦ୍ୱାରା ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬, ୬୬୪ କଲେଜ ଅଧ୍ୟାପକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡ଼ିବ ।

କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ: ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ହେଉଛନ୍ତି ବିଦା
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ । ଏହା ପୂର୍ବରୁ ଦିଲ୍ଲୀରେ ରାଜନୀତିକ ହଲଚଲ୍ ଜାରି ରହିଛି । ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ବିଦାୟ ନେଉଛନ୍ତି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ରମେଶ ପୋଖରିୟାଲ ଖରାପ ସ୍ୱାସ୍ଥ୍ୟ କାରଣରୁ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗରୁ ସାଂସଦ ଥିବା ଦେବୋଶ୍ରୀ ଚୌଧୁରୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ସେହିପରି, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା ସୂଚନା । ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା ମିଳିଛି । MSME ଓ ପଶୁ ସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ ।