Legendary Actor - The Sakala

ଭେଟେରାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ
ନୂଆଦିଲ୍ଲୀ: ବଲିଉଡ୍‌ ଜଣେ ଆଇକନିକ୍‌ ତାରକାଙ୍କୁ ହରାଇଛି। ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି। ୮୯ ବର୍ଷ ବୟସରେ ମୁମ୍ବାଇ ଘରେ ଆଖି ବୁଜିଛନ୍ତି ଧର୍ମେନ୍ଦ୍ର। ସେ ୬ ଦଶନ୍ଧିର ଫିଲ୍ମ କ୍ୟାରିଅରରେ ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ କରିଛନ୍ତି।  ବ୍ରିଚ୍‌ କାଣ୍ଡି ହସ୍ପିଟାଲରୁ ଫେରିବା ପରଠାରୁ ଲାଇଫ୍‌ ସପୋର୍ଟରେ ଥିଲେ। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ପ୍ରଚାର ହେଉଥିଲା, କିନ୍ତୁ ବର୍ତ୍ତମାନ ତାଙ୍କର ଦେହାନ୍ତ ନିଶ୍ଚିତ ହୋଇଛି।

୧୯୬୦ରେ ଦିଲ ଭି ତେରା ହମ ଭି ତେରା ଫିଲ୍ମ ମାଧ୍ୟମରେ ଧର୍ମେନ୍ଦ୍ର ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଅନପଢ଼, ବନ୍ଦିନୀ, ଅନୂପମା ଓ ଆୟା ସାୱନ ଝୁମ କେ ମାଧ୍ୟମରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ସେ ରେକର୍ଡ ବ୍ରେକିଂ ଶୋଲେ, ଧରମବୀର, ଚୁପକେ ଚୁପକେ, ମେରା ଗାଁଓ ମେରା ଦେଶ ଓ ଡ୍ରିମ ଗାର୍ଲ ପରି ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟିଥିଲେ।

ତାଙ୍କୁ ଶେଷଥର ପାଇଁ ବାତୋଁ ମେଁ ଏସା ଉଲଝା ଜିୟାରେ ଦେଖିବାକୁ ମିଳିଥିଲା। ଏଥିରେ ଶାହିଦ କପୁର ଓ କୃତି ସାନନ ପ୍ରମୁଖ ଅଭିନୟ କରିଥିଲେ। ନିକଟରେ ତାଙ୍କର ଆଗାମୀ ଫିଲ୍ମ ଏକ୍କିସର ଟ୍ରେଲର ରିଲିଜ ହୋଇଛି। ଏଥିରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଉଛି। ଫିଲ୍ମଟି ଡିସେମ୍ବର ୨୫ରେ ରିଲିଜ ହେବ।

ଅଭିନେତା ଦିଲୀପ କୁମାରଙ୍କ 98 ବର୍ଷ ବୟସରେ ଦେହାନ୍ତ ହୋଇଛି
ମୁମ୍ବାଇ: ବୁଧବାର ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଦିଲୀପ କୁମାର । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଆଜି ସକାଳେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦିଲୀପଙ୍କ ନିଧନରେ ଶୋକରେ ଡୁବି ଯାଇଛି ମାୟାନଗରୀ । ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସକାଳ ୭ଟା ୩୦ ସମୟରେ ଦିଲୀପ କୁମାରଙ୍କ ଦେହାନ୍ତ ହୋଇଛି । ଗତ ମାସକ ମଧ୍ୟରେ ତାଙ୍କୁ ଦୁଇଥର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜୁଲାଇ ୫ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଟ୍ୱିଟରରେ ସୂଚନା ଦିଆଯାଇଥିଲା । ଦିଲୀପଙ୍କ ପତ୍ନୀ ସାୟରା ବାନୋ କହିଥିଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଏହି ସୂଚନାର ଦୁଇଦିନ ପରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଦିଲୀପ କୁମାର । ୧୯୨୨ ଡିସେମ୍ବର ୧୧ରେ ବ୍ରିଟିଶ୍ ଶାସନାଧୀନ ଭାରତର ପେଶାୱରରେ ଜନ୍ମ ଗ୍ରହଣ କରିଥିଲେ ଦିଲୀପ କୁମାର ।

ତାଙ୍କ ପ୍ରକୃତ ନାମ ଥିଲା ମୋହମ୍ମଦ ୟୁସୁଫ୍ ଖାନ । ସେ ନାସିକରେ ପାଠ ପଢ଼ିଥିଲେ । ପିଲାଟି ଦିନରୁ ରାଜ କୁମାରଙ୍କ ସାଙ୍ଗ ହୋଇଥିଲେ । ସେବେଠାରୁ ବଲିଉଡକୁ ଯାତ୍ରା ଆରମ୍ଭ କରିଥିଲେ ଦିଲୀପ । ୨୨ ବର୍ଷ ବୟସରେ ଦିଲୀପଙ୍କୁ ମିଳିଥିଲା ପ୍ରଥମ ଫିଲ୍ମରେ ଅଭିନୟ କରିବାର ସୁଯୋଗ । ୧୯୪୪ରେ ସେ ଫିଲ୍ମ ‘ଜ୍ୱାର ଭାଟା’ରେ କାମ କରିଥିଲେ । ୫ ଦଶନ୍ଧିର ଅଭିନୟ ଜୀବନରେ ଦିଲୀପ ୬୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେଥିମଧ୍ୟରୁ ୧୯୪୯ରେ ଅନ୍ଦାଜ, ୧୯୫୨ରେ ଆନ୍, ୧୯୫୫ରେ ଆଜାଦ, ୧୯୬୦ରେ ମୁଘଲ ଏ ଆଜମ, ୧୯୬୧ରେ ଗଙ୍ଗା ଯମୁନା ଓ ୧୯୬୭ରେ ରାମ ଔର ଶ୍ୟାମରେ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ରହିବ । ୧୯୭୬ରେ ଦିଲୀପ ଅଭିନୟ ଠାରୁ ୫ ବର୍ଷ ଦୂରେଇ ଯାଇଥିଲେ । ଏହାପରେ ୧୯୮୧ରେ ସେ କ୍ରାନ୍ତି ଫିଲ୍ମ ମାଧ୍ୟମରେ ବଲିଉଡକୁ ଫେରିଥିଲେ । ଏହାପରେ ୧୯୮୨ରେ ଶକ୍ତି, ୧୯୮୪ରେ ମଶାଲ, ୧୯୮୬ରେ କରମା, ୧୯୯୧ରେ ସୌଦାଗର ଏବଂ ୧୯୯୮ରେ କିଲା ଥିଲା ଦିଲୀପଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ।