DNA profiling - The Sakala

DNA ରିପୋର୍ଟ ଖୋଲିଲା ହତ୍ୟା ରହସ୍ୟ, ଦୀର୍ଘ ଅଢେଇ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ, ୩ ଗିରଫ
ମୟୁରଭଞ୍ଜ: DNA ରିପୋର୍ଟ ଖୋଲିଲା ହତ୍ୟା ରହସ୍ୟ । ଦୀର୍ଘ ଅଢେଇ ବର୍ଷ ଧରି ପୋଲିସ ଏବଂ ତଦନ୍ତକାରୀ ସଂସ୍ଥା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଏକ ହତ୍ୟା ମାମଲାର ସଫଳତାର ସହ ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ। ଡିଏନ୍ଏ (DNA) ପ୍ରୋଫାଇଲିଂ ଭଳି ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ମାଧ୍ୟମରେ ଅଜଣା ମୃତଦେହର ପରିଚୟ ମିଳିବା ପରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହେବା ସହ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୦୨୩ ମସିହାରେ ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଦୀର୍ଘ ଦିନ ଧରି ପାଣିରେ ରହିବା କାରଣରୁ ମୃତଦେହଟିକୁ ଚିହ୍ନିବା ଅସମ୍ଭବ ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଗ୍ରହଣ କରିଥିଲା ଏବଂ ନିଖୋଜ ଥିବା ସମ୍ଭାବ୍ୟ ବ୍ୟକ୍ତିମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲା। ଏଥିରୁ ଦୁଇ ଜଣଙ୍କୁ ସନ୍ଦେହ କରି ପୋଲିସ ସେମାନଙ୍କ ପରିବାରର ରକ୍ତ ନମୁନା ସଂଗ୍ରହ କରିଥିଲା। ଗତ ୨୯ ଜୁନ୍ ୨୦୨୬ ତାରିଖରେ ଡିଏନ୍ଏ ରିପୋର୍ଟ ଆସିବା ପରେ ମୃତକ ଜଣକ ଉଦଳା ଥାନା ଅନ୍ତର୍ଗତ ସୁଖୁଆ ସାହି ଗ୍ରାମର ଜୁବୁରାଜ ସିଂହ ବୋଲି ସ୍ପଷ୍ଟ ହୋଇଥିଲା। ତାଙ୍କ ପୁଅ ବିଶ୍ୱନାଥ ସିଂହଙ୍କ ଡିଏନ୍ଏ ସହିତ ମୃତକଙ୍କ ଡିଏନ୍ଏ ସମ୍ପୂର୍ଣ୍ଣ ମେଳ ଖାଇଥିଲା।

ପରିଚୟ ମିଳିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା ଏବଂ ହତ୍ୟାକାଣ୍ଡର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା। ତଦନ୍ତରୁ ଜଣାପଡିଥିଲା ଯେ ବାନାସାହି (ଡୁଗୁଧା) ର ଗ୍ରାମବାସୀମାନେ ଗୁଣିଗାରେଡ଼ି କାର୍ଯ୍ୟ ପାଇଁ ଜୁବୁରାଜ ସିଂହଙ୍କୁ ଡାକିଥିଲେ। ସେଠାରେ ସେ ଏକ ଭୋଜିରେ ଯୋଗ ଦେଇଥିଲେ ମଧ୍ୟ ଆଉ ଘରକୁ ଫେରିନଥିଲେ। ମୁଖ୍ୟ ଅଭିଯୁକ୍ତ ସାଙ୍ଗାଉରମୋହନ ସିଂହ ଓରଫ ବିଦା ସିଂହ ସନ୍ଦେହ କରୁଥିଲେ ଯେ ଜୁବୁରାଜ ସିଂହଙ୍କ ଗୁଣିଗାରେଡ଼ି ଯୋଗୁଁ ତାଙ୍କ ଶିଶୁର ମୃତ୍ୟୁ ଘଟିଥିଲା। ଏହି ପ୍ରତିଶୋଧ ପରାୟଣ ମନୋଭାବ ରଖି ସାଙ୍ଗାଉରମୋହନ, ତାଙ୍କ ଭାଇ ନରହରି ସିଂହ ଓରଫ ବାପି ସିଂହ ଏବଂ ଜଣେ ନାବାଳକ ମିଶି ଏହି ନିର୍ମମ ହତ୍ୟାକାଣ୍ଡ ଘଟାଇଥିଲେ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି କୂଅରେ ଫିଙ୍ଗି ଦେଇଥିଲେ।

ସମସ୍ତ ପ୍ରମାଣ ଏକାଠି କରିବା ପରେ କ୍ରାଇମବ୍ରାଞ୍ଚ ଗତ ୨ ଜୁଲାଇ ୨୦୨୬ ରେ ଅଭିଯୁକ୍ତ ସାଙ୍ଗାଉରମୋହନ ସିଂହ ଏବଂ ନରହରି ସିଂହଙ୍କୁ ଗିରଫ କରିଛି ଏବଂ ସେହି ଦିନ ହିଁ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଏହା ସହିତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନାବାଳକ ଅଭିଯୁକ୍ତକୁ ୩ ଜୁଲାଇ ତାରିଖରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ଆଗରେ ହାଜର କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।