Desperate Lover - The Sakala

ହତାଶ ପ୍ରେମିକ ମନରେ ପ୍ରତିଶୋଧର ନିଆଁ
ଭୁବନେଶ୍ବର : ଯୁବ ପିଢିଙ୍କ ମଧ୍ୟରେ ବଦଳୁଛି ପ୍ରେମର ପରିଭାଷା। ପ୍ରେମିକା ଉପରେ ସେମାନେ ନିଜର ହକ୍ ଜାହିର କରୁଛନ୍ତି । ପ୍ରେମିକା ଯଦି ନିଜର ନୁହେଁ ତେବେ ସେ ଆଉ କାହାର ହେବାକୁ ଦେବେ ନାହିଁ ମାନସିକତାରେ ରକ୍ତମୁଖା ହେଉଛନ୍ତି। ମାନସିକ ଭାରସାମ୍ୟ ହରାଇ ପ୍ରେମିକାକୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ରାଜଧାନୀର ଭିମଟାଙ୍ଗୀ ରିଙ୍କି ହତ୍ୟା ଘଟଣା ହେଉ ଅବା ବଲାଙ୍ଗୀର ବନ୍ଧୁକଧାରୀ ଯୁବକଙ୍କ ଆତଙ୍କରାଜ ଘଟଣା | ପ୍ରେମରେ ହତାଶା ସବୁଠି ପ୍ରତିଫଳିତ ହୋଇଛି।

ବନ୍ଧୁକ ଧରି ପ୍ରେମିକାଙ୍କ ଘରେ ପଶିଲେ

ଗତ ଜୁନ୍‌ ୧୫ ତାରିଖ ସକାଳ ୯ଟା ସମୟରେ ଏକତରଫା ପ୍ରେମକୁ ନେଇ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ମଦନମୋହନ ହୋତାଙ୍କ ଘର ଭିତରକୁ ଜଣେ ଯୁବକ ଧସେଇ ପଶିଥିଲେ । ଦୀର୍ଘ ୫ ଘଣ୍ଟା ସେ ପରିବାର ଲୋକଙ୍କୁ ଗୋଟିଏ ଘରେ ବନ୍ଧକ ରଖୁଥିଲେ । ଶେଷରେ ଖବର ପାଇ ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ଯୁବକ ଜଣଙ୍କ ୫ ଘଣ୍ଟା ପାଇଁ ପୁଲିସକୁ ନାକେଦମ କରିଥିଲା। ଶେଷରେ ପୁଲିସ ବୁଝାସୁଝା କରି ପରିବାରର ସମସ୍ତ ସଦସ୍ୟଙ୍କୁ ଉଦ୍ଧାର କରିବା ସହ କୌଶଳକ୍ରମେ ବିକ୍ରମକୁ କାବୁ କରିଥିଲେ । ପରେ ଜଣାପଡ଼ିଥିଲା ମଦନ ମୋହନଙ୍କ ଭାଣିଜୀଙ୍କୁ ଅଭିଯୁକ୍ତ ବିକ୍ରମ ପଣ୍ଡା ୨ବର୍ଷ ହେବ ଭଲ ପାଉଥିଲେ। କିନ୍ତୁ ଝିଅ ପରିବାର ଲୋକେ ତାଙ୍କୁ ଚାକିରିଆ ଦେଖ୍ ଅନ୍ୟ ଏକ ସ୍ଥାନରେ ବିବାହ କରାଇ ଦେବା ପାଇଁ ଠିକ୍ କରିଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ ଘଟାଇଥିଲା।

ପ୍ରେମ ପାଇଁ ନସିଂହୋମ୍‌ରେ ହଙ୍ଗାମା

ଗତ ମାସ ୨୨ତାରିଖରେ ମଞ୍ଚେଶ୍ବର ଥାନା ପଳାଶୁଣିର ଏକ ନସିଂହୋମ୍‌ରେ ଭିତରେ ପଶି ଜଣେ ବ୍ୟକ୍ତି ପ୍ରେମ ପାଇଁ ହଙ୍ଗାମା କରିଥିଲେ। ଏପରିକି ତଥାକଥ୍ତ ପ୍ରେମିକାଙ୍କୁ ମାଡ଼ ମାରିଥିଲେ।ଶେଷରେ ପ୍ରେମିକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ମାନସ କୁମାର ସାହୁ(୩୬)କୁ ଗିରଫ କରିଥିଲା। ମାନସଙ୍କର ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ସାଇ ସଞ୍ଜିବନି ନାମକ ଏକ ହସ୍ପିଟାଲ ଥିଲା। ଉକ୍ତ ହସ୍ପିଟାଲରେ ପୁରୀର ଜଣେ ଯୁବତୀ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟ ଯୁବତୀଙ୍କୁ ସହ ମାନସର । ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛି ଦିନ ପରେ – କୌଣସି କାରଣକୁ ନେଇ ମାନସଙ୍କ କ୍ଲିନିକ ବନ୍ଦ ହୋଇଯାଇଥିଲା। ଏହାପରେ ଯୁବତୀ ଜଣକ ପଳାଶୁଣି ସ୍ଥିତ ଏକ କ୍ଲିନିକରେ କାମ କରୁଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ମାନସ କ ନସିଂହୋମକୁ ଆସି ତାଙ୍କୁ ମାଡ ମାରିଥିଲେ।

ଯାଜପୁରରୁ ପ୍ରେମ, ରାଜଧାନୀରେ ଶେଷ

ଯାଜପୁରରୁ ଆରମ୍ଭ ହୋଇଥିଲା ପ୍ରେମ, ଶେଷରେ ରାଜଧାନୀର ଭିମଟାଙ୍ଗିର ଭଡା ଘରେ ହତ୍ୟାରେ ଶେଷ ହୋଇଥିଲା। ଯାଜପୁର ଜିଲ୍ଲା ବନ୍ଧଡିହ ଗ୍ରାମର ରିଙ୍କିକୁ ୧୨ବର୍ଷ ହେବ ଯାଜପୁର ବଡ ମଙ୍ଗଳପୁରୀର ଜଗନ୍ନାଥ ପ୍ରଧାନ ଭଲ ପାଉଥିଲେ | କିନ୍ତୁ ରିଙ୍କି ୨୦୧୪ରେ ଅନ୍ୟତ୍ର ବିବାହ କରିବା ପରେ ପ୍ରେମରେ ପଡ଼ିଥିଲା ବ୍ରେକ୍ | ସ୍ବାମୀ ନଥିବା ସମୟରେ ଘର ଭିତରେ ପଶି ପ୍ରେମିକାର ତଣ୍ଟି କାଟି ଅତି ଜଘନ୍ୟ ଭାବେ ହତ୍ୟା କରିଥିଲା ପ୍ରେମିକ ଜଗନ୍ନାଥ। ଏ ସମ୍ପର୍କରେ ମନସ୍ତତ୍ତ୍ବବିତ୍ ପ୍ରେଫେସର ଜୟଶ୍ରୀ ମିଶ୍ର, ବର୍ତ୍ତମାନ ସମୟରେ ଯୁବପିଢିମାନେ ମାନସିକ ବିକାରଗ୍ରସ୍ତ ଅଛନ୍ତି । ପୂର୍ବ ସଂପର୍କକୁ କେହି ଉଜ୍ଜୀବିତ କରିବାକୁ ଚେଷ୍ଟା କରି ହତ୍ୟା ପରି ଘଟଣା ଘଟାଉଛନ୍ତି। ଏଥିରେ ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି।