Excessive sweating - The Sakala

ଅଧିକ ଝାଳ ବାହାରୁଥିଲେ
ବର୍ଷା ହେଉ କି ଖରା, ଶାରୀରିକ ପରିଶ୍ରମ ଦ୍ବାରା ଆମ ଶରୀରରୁ ଅଧିକ ମାତ୍ରାରେ ଝାଳ ନିର୍ଗତ ହୋଇଥାଏ। ସାଧାରଣତଃ ଜୁଲାଇ ଓ ଅଗଷ୍ଟ ମାସରେ ଗୁଳୁଗୁଳି ହୋଇ ଅଧ଄କ ଝାଳ ବାହାରିଥାଏ।  ଅଧିକ ସମୟ ଧରି ଝାଳ ବୋହିବା ଦ୍ବାରା ଶରୀର ଅଠାଳିଆ ଲାଗିଥାଏ।  ହେଲେ ଏମିତି ଅନେକ  ଲୋକ ଅଛନ୍ତି ଯେଉଁମାନଙ୍କ ଶରୀରରୁ ଆବଶ୍ୟକତା ଠାରୁ ଅଧିକ ମାତ୍ରାର ଝାଳ ବାହାରି ଶରୀରରୁ  ଦୁର୍ଗନ୍ଧ ବାହାରିଥାଏ। ଏହାକୁ ନେଇ ଚିନ୍ତା ବଢିଯାଏ। ଏହି ସମସ୍ୟାକୁ ନେଇ  ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ କିଛି ସହଜ ଉପାୟରେ ଏହି ସମସ୍ୟାର ସମାଧାନ ବାଟ ରହିଛି।

ଅଧିକ ଝାଳ ବୋହିବା ଯୋଗୁଁ ଆମ ଶରୀରରେ  ଦୁର୍ଗନ୍ଧ ହେବା, ଚର୍ମ କଳା ଦିଶିବା, ତ୍ବଚାରେ ବ୍ଲାକ୍‌ହେଡ୍‌ସ ପରି ଆଦି ନାନା ସମସ୍ୟା ଉପୁଜିଥାଏ। ଏଥÒରୁ ନିସ୍ତାର ପାଇବା ପାଇଁ  ତେଲ ମସଲାଯୁକ୍ତ ଖାଦ୍ୟକୁ ବାଦ୍‌ଦେବା ଦରକାର। ଅଧିକ ଝାଳ ବୋହିବା ଯୋଗୁଁ ଡିହାଇଡ୍ରେସନ୍‌ ସମସ୍ୟା ଦେଖାଯାଇଥାଏ।  ଶରୀରକୁ ସୁସ୍ଥ ରଖ଄ବା ପାଇଁ ପଇଡ଼ ପାଣି, ଦହି, ଆମ୍ବପଣା, ଜୁସ୍‌, ଆଖୁରସ, ଜଲଜୀରା ଆଦି ପର୍ଯ୍ୟାପ୍ତ ମାତ୍ରାରେ ସେବନ କରନ୍ତୁ।

ଯେତେସମ୍ଭବ ମୃଦୁପାନୀୟ ଠାରୁ ଦୂରେଇ ରୁହନ୍ତୁ। ଏହାକୁ ପିଇବା ଦ୍ବାରା କିଛି କ୍ଷଣ ଲାଗି ଆମେ ଗରମରୁ ରକ୍ଷା ପାଇଥାନ୍ତି। ହେଲେ ଏଥ଄ଯୋଗୁଁ ଶରୀରରୁ ଅଧିକ ଝାଳ ବୋହିଥାଏ।

ଝାଳ କମ୍‌ କରିବାର ସବୁଠୁ ସହଜ ଉପାୟ ହେଉଛି ଦିନରେ ଦୁଇଥର ସ୍ନାନ କରନ୍ତୁ। ଏପରି କରିବା ଯୋଗୁଁ  ଶରୀରରୁ କମ୍‌ ଝାଳ ନିର୍ଗତ ହେବା ସହ ଫ୍ରେସ୍‌ ଲାଗିଥାଏ। ଯଦି ଚାହିଁବେ କିଛି ସମୟ ଅନ୍ତରାଳରେ ତ୍ବଚାକୁ ଥଣ୍ଡାପାଣିରେ ଧୋଇପାରିବେ। ବାରମ୍ବାର ତ୍ବଚାରେ  ସାବୁନ୍‌ କିମ୍ବା ଫେସ୍‌ୱାସ୍‌ ବ୍ୟବହାର କରନ୍ତୁ ନାହିଁ।

ଅଧିକ ମାତ୍ରାରେ ଦୁଗ୍ଧଜାତୀୟ ଖାଦ୍ୟ ସେବନ କରନ୍ତୁ ନାହିଁ।  ଏହି ଖାଦ୍ୟ ବଦଳରେ ବାଦାମ କ୍ଷୀର ଏବଂ ସୋୟା କ୍ଷୀର ମଧ୍ୟ ପିଇପାରିବେ।

ଚେହେରାରୁ ଝାଳ ଏବଂ ଅଠାଳିଆପଣ ଦୂର କରିବା ପାଇଁ ଥଣ୍ଡାଜନିତ ଫେସ୍‌ପ୍ୟାକ୍‌ ବ୍ୟବହାର କରିବା ଉଚିତ୍‌। ଏହାଦ୍ବାରା ଝାଳ ନିୟନ୍ତ୍ରଣ ରୁହେ। ମୁଲତାନୀ ମାଟି, ଚନ୍ଦନ ପାଉଡର ଏବଂ ଗୋଲାପ ଜଳକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଚେହେରାରେ ଲଗାଇବା ଦ୍ବାରା ତ୍ବଚାକୁ ଆରାମ ମିଳିଥାଏ। ସେହିପରି   ତେଲିଆ  ତ୍ବଚାକୁ ନେଇ ଚିନ୍ତା କରୁଥିବା ବ୍ୟକ୍ତି ଘି-କୁଆଁରୀ ରସ ବ୍ୟବହାର କରିପାରିବେ। ଏହାଦ୍ବାରା ଝାଳ ଆଉ ବାହାରି ନ ଥାଏ।