jio phone - The Sakala

ମହାମାରୀ ସମୟରେ ଜିଓଫୋନ୍ ବ୍ୟବହାରକାରୀଙ୍କୁ ବିନା ମୂଲ୍ୟରେ ମିଳିବ ୩୦୦ ମିନିଟ୍‌ର ଆଉଟ୍‌ଗୋଇଙ୍ଗ୍ ଭଏସ୍ କଲ୍
ଭୁବନେଶ୍ୱର: ପ୍ରତିଟି ଭାରତୀୟଙ୍କୁ ଡିଜିଟାଲ୍ ଜୀବନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜିଓଫୋନ୍ ଆରମ୍ଭ କରାଯାଇଥିଲା । ସଂପ୍ରତି କୋଭିଡ୍ ମହାମାରୀର ଏହି ଅନିଶ୍ଚିତତାର ସମୟରେ ଜିଓରେ ଆମେ ନିଶ୍ଚିତ କରିବାକୁ ଚାହୁଛୁ ଯେ ଯୋଗାଯୋଗରେ ରହିପାରିବା ସୁବିଧା ସୁଲଭ ଭାବରେ ସମସ୍ତ ଗ୍ରାହକମାନଙ୍କ ପାଖରେ, ବିଶେଷ କରି ଆମ ସମାଜର ସ୍ୱଳ୍ପ-ସ୍ୱଚ୍ଛଳ ବର୍ଗଙ୍କ ପାଖରେ ପହଂଚିବ ।

ଏହାକୁ ନିଶ୍ଚିତ କରିବା ଲାଗି ମହାମାରୀ ଅବଧିରେ ଜିଓ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇଛି । ପ୍ରଥମ ପଦକ୍ଷେପଟି ହେଉଛି ଜିଓ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହ ମିଶି ମହାମାରୀର ସମ୍ପୂର୍ଣ୍ଣ ଅବଧିରେ ପ୍ରତି ମାସ ବିନା ମୂଲ୍ୟରେ ୩୦୦ ମିନିଟ୍‌ର ଆଉଟ୍‌ଗୋଇଙ୍ଗ୍ କଲ୍ (ଦିନକୁ ୧୦ ମିନିଟ୍‌) ସେହି ସବୁ ଜିଓଫୋନ୍ ଗ୍ରାହକମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଏହି ମହାମାରୀ ସମୟରେ ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି ।

ଏଥି ସହ ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସୁଲଭତାରେ ଆହୁରି ଉନ୍ନତି ଆଣିବା ଲାଗି ଜିଓଫୋନ୍ ବ୍ୟବହାରକାରୀମାନେ ରିଚାର୍ଜ କରୁଥିବା ପ୍ରତିଟି ଜିଓଫୋନ୍ ପ୍ଲାନ୍ ସହିତ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ସମାନ ମୂଲ୍ୟର ଅତିରିକ୍ତ ରିଚାର୍ଜ ପ୍ଲାନ୍ ପାଇପାରିବେ । ଉଦାହରଣ ସ୍ୱରୂପ, ଜଣେ ଜିଓଫୋନ୍ ଗ୍ରାହକ ୭୫ ଟଙ୍କାର ରିଚାର୍ଜ କଲେ ସେ ଅତିରିକ୍ତ ୭୫ ଟଙ୍କାର ପ୍ଲାନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇବେ । ତେବେ ୧୫ ମେ’ ୨୦୨୧ରୁ ଆରମ୍ଭ ହେଉଥିବା ଏହି ସୁବିଧା ଜିଓଫୋନ୍‌ର ବାର୍ଷିକ ପ୍ଲାନ୍ କିମ୍ବା ଜିଓଫୋନ୍ ସହିତ ଆସୁଥିବା ବଣ୍ଡଲ୍‌ଡ୍ ପ୍ଲାନ୍ ପାଇଁ ଲାଗୁ ହେବ ନାହିଁ ।

ଏହି ଆହ୍ୱାନପୂର୍ଣ୍ଣ ସମୟରେ ପ୍ରତିଟି ଭାରତୀୟଙ୍କ ସହ ଠିଆ ହୋଇ ରହିବାକୁ ରିଲାଏନ୍ସ ପ୍ରତିବଦ୍ଧ ଏବଂ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା କଠିନ ପରିସ୍ଥିତିରୁ ଆଗକୁ ବଢିବା ଲାଗି ଆମ ଦେଶର ନାଗରିକମାନଙ୍କୁ ସକ୍ଷମ କରିବା ଲାଗି ଏହା ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିବ ।