Ratha Jatara - The Sakala

ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ : ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ବର : ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଆସନ୍ତା ଜୁଲାଇ ୧ ତାରିଖରେ ହେବାକୁ ଥିବା ରଥଯାତ୍ରାର ପ୍ରସ୍ତୁତି ନେଇ ଆଜି ରଥଯାତ୍ରା ତୃତୀୟ ସମନ୍ୱୟ କମିଟି ବୈଠକ ପୁରୀ ଟାଉନ୍ ହଲରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭିଡିଓ କନ୍ଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ, ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ। ତେଣୁ ସବୁପ୍ରକାର ଆଗୁଆ ବନ୍ଦୋବସ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଛନ୍ତି ।

କୋଭିଡ ସମୟରେ ରଥଯାତ୍ରା ପରିଚଳନାରେ ସେବାୟତ ବନ୍ଧୁମାନେ ଯେପରି ସହଯୋଗ କରିଥିଲେ, ନିଜେ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ, ସେଥିପାଇଁ ସେ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ବୈଠକରେ ଆଇନ ମନ୍ତ୍ରୀ  ଜଗନ୍ନାଥ ସାରକା ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସଂପର୍କରେ ସୂଚନା ଦେଇଥିଲେ। ଉନ୍ନୟନ କମିଶନର  ପି.କେ. ଜେନା ରଥାଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ  ସୁନିଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଏବଂ କେନ୍ଦ୍ରାଞ୍ଚଳ ଆର.ଡି.ସି ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପୁରୀ ସାଂସଦ ଓ ବିଧାୟକ ପ୍ରମୁଖଙ୍କ ସହିତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ପୁରୀ ଜିଲ୍ଲାପାଳ, ସେବାୟତ ଓ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ।

କୋଭିଡ କଟକଣା: ବନ୍ଦ ହେଲା ୩ଶହ ବର୍ଷର ପୁରୁଣା ରଥଯାତ୍ରା, ବିଧି ରକ୍ଷା ପାଇଁ ଶାଳଗ୍ରାମ ଗଲେ ମାଉସୀମା ମନ୍ଦିର
ଭଦ୍ରକ: କୋଭିଡ କଟକଣା ଯୋଗୁଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବନ୍ଦ ହୋଇଯାଇଛି ଚଳିତ ବର୍ଷ ରଥଯାତ୍ରା।ମୂଖ୍ୟତଃ ଚାନ୍ଦବାଲି ଓ ଏହାର ଆଖପା ରେ ଥିବା ବହୁ ପୁରୁଣା ମନ୍ଦିର ଓ ମଠରେ ନା ତିଆରି ହୋଇଛି ରଥ ନା ଅଛନ୍ତି କେହି ଭକ୍ତ। ଚାନ୍ଦବାଲିର ବାଲିଗାଁ ନରସିଂହପୁର ଜଗନ୍ନାଥ ମନ୍ଦିର, ବଡ଼ଓସ୍ତିଆ ଗୋପାଳଜୀଉ ମଠ, ବଡ଼ବଜ଼ାର ଜଗନ୍ନାଥ ମନ୍ଦିର, ପାଞ୍ଚପଡା ଜଗନ୍ନାଥ ମନ୍ଦିର, ଉଗ୍ରତରା ନଣ୍ଡା ବାବା ଆଶ୍ରମ ଜଗନ୍ନାଥ ମନ୍ଦିର ସମେତ ଅନେକ ମଠ ମନ୍ଦିରର ବଡ଼ଦାଣ୍ଡ ଭକ୍ତ ଶୂନ୍ୟ ପାଲଟିଛି।

ସବୁଠାରୁ ପୁରୁଣା ଠାକୁର ବୋଲି ଅନୁମାନ କରାଯାଉଥିବା ବଡ଼ଓସ୍ତିଆ ପଞ୍ଚାୟତ ପଣସପଡ଼ା ଗ୍ରାମର ପ୍ରଭୁ ଜଗନ୍ନାଥଙ୍କ ରଥ ପ୍ରାୟ ତିନି ଶହ ବର୍ଷ ପରେ ବନ୍ଦ ରହିଛି। ଦୁଇ ବର୍ଷ ଧରି ରଥ ଉପରକୁ ଉଠି ନାହାନ୍ତି ତିନି ଠାକୁର। କେବଳ ବିଧି ରକ୍ଷା ପାଇଁ ରଥଯାତ୍ରା ଦିନ କୋଭିଡ ନିୟମ ପାଳନ କରି ଶାଳଗ୍ରାମ ଓ ହେରା ପଞ୍ଚମୀରେ ମା ଲକ୍ଷ୍ମୀ ମାଉସୀମା ମନ୍ଦିର ଯାଉଛନ୍ତି।

ତିନି ଶହ ବର୍ଷ ମଧ୍ୟରେ ରଥଯାତ୍ରା ସମୟରେ ଅନେକ ପ୍ରାକୃତିକ ଦୁର୍ବିପାକ ଆସିଥିଲେ ମଧ୍ୟ କେବେ ରଥଯାତ୍ରା ବନ୍ଦ ହୋଇନାହିଁ। ଏକଦା ଓଡ଼ିଶାକୁ ଆସିଥିବା ଭୟଙ୍କର ବନ୍ୟାରେ ଗାଁଗଣ୍ଡା ଓ ରାସ୍ତା ଘାଟ ଜଳମଗ୍ନ ହୋଇଯାଇଥିଲା ହେଲେ ବନ୍ଦ ହୋଇନଥିଲା ଏହି ସର୍ବପୁରାତନ ଠାକୁରଙ୍କ ଗୁଣ୍ଡିଚା ଯାତ୍ରା। ତିନି ଠାକୁରଙ୍କୁ ତିନୋଟି ଅଲଗା ଅଲଗା ଡଙ୍ଗାରେ ବସାଇ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ। ହେଲେ ମହାମାରୀ କରୋନା ଯୋଗୁଁ ଦିଅଁ ରଥରେ ମଧ୍ୟ ବସି ପାରୁ ନାହାଁନ୍ତି ବୋଲି ସୁଦୂର ଲଣ୍ଡନରୁ ପ୍ରତି ବର୍ଷ ପରି ଏବର୍ଷ ଆସିଥିବା ମନ୍ଦିର ପରିଚାଳନା ପରିବାରର ସଦସ୍ୟ ଦେବବ୍ରତ ସାହୁ ଦୁଃଖର ସହ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ମାଉସୀ ମା ମନ୍ଦିର ନିକଟରେ ସାତ ଦିନ ଧରି ଯଜ୍ଞ, ମେଳା ଓ ଯାତ୍ରା ସହିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମ ମଧ୍ୟ ୨ ବର୍ଷ ଧରି ବନ୍ଦ ରହିଛି।

ବଡଦାଣ୍ଡରେ ଗଡିଲା ରଥ
ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥ ଟଣା । ବଡଦାଣ୍ଡରେ ପ୍ରଥମେ ଗଡ଼ିଛି ବଡଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥାରୁଢ଼ ବଳଭଦ୍ରଙ୍କୁ ନେଇ ଘର୍ଘର ନାଦରେ ଗଡୁଛି ରଥ । ଆଗେଆଗେ ତାଳଧ୍ବଜ ରଥକୁ ଟାଣି ନେଉଛନ୍ତି ସେବାୟତ । ତାଙ୍କ ପଛକୁ ଆସୁଛନ୍ତି ଦର୍ପଦଳନ ରଥରେ ମାଆ ସୁଭଦ୍ରା । ସବା ଶେଷରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଷୋଘ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡୁଛି । ଘଣ୍ଟ, ଘଣ୍ଟା, କାହାଳୀରେ କମ୍ପୁଛି ବଡଦାଣ୍ଡ ।

ଶ୍ରୀ ବଳଦେବଜୀଉ ପରିସରରେ ଲାଗୁ ହେଲା ୧୪୪ ଧାରା
କେନ୍ଦ୍ରାପଡା: ପବିତ୍ର ଗୁଣ୍ଡିଚା ଯାତ୍ରାକୁ ଲକ୍ଷ କରାଯାଇ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଶ୍ରୀ ବଳଦେବଜିଉ ମନ୍ଦିର ଚାରିପାଖରରେ ୧୪୪ ଧାରା ଲାଗୁ ନେଇ ସୂଚନା ଦେଇଛି। ବଳଦେବଜିଉ ମନ୍ଦିରଠାରୁ ମାଉସୀମା ମନ୍ଦିର ପର୍ଯ୍ଯନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଆଜି ରାତି ୯ଟାରୁ କାଲି ରାତି ୧୧ଟା ପର୍ୟ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ଏହାଛଡା ରଥଯାତ୍ରା ପାଇଁ କେବଳ ମନ୍ଦିର ଭିତରେ ନୀତିକାନ୍ତି ହେବ ବୋଲି ଜିଲ୍ଲାପାଳ ଅମ୍ରିତି ଋତୁରାଜ ସୂଚନା ଦେଇଛନ୍ତି।

ମନ୍ଦିରକୁ ଲାଗି ୫୦୦ ମିଟର‌୍‌ ଭିତରେ କୌଣସି ସମାବେଶ କିମ୍ବା ଭକ୍ତ ଏକାଠି ହେଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ ଜାରି କରିଥିବା ନିର୍ଦେଶନାମାରେ କୁହାଯାଇଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବଳଦେବଜିଉଙ୍କ ରଥଯାତ୍ରା ବନ୍ଦ ରହିଛି। କରୋନା ସ˚କ୍ରମଣକୁ ଦୃଷ୍ଟିରେ ରଖି ସରକାର ଏ କଥା ଘୋଷଣା କରିବା ସହିତ ମନ୍ଦିର ବେଢ଼ା ଭିତରେ ହିଁ ରଥଯାତ୍ରା ନୀତିକାନ୍ତି ସଂପନ୍ନ କରିବାକୁ ନିର୍ଦେଶ ଦେଇଛନ୍ତି। ତଦନୁଯାୟୀ, ସୀମିତ ସେବାୟତଙ୍କ ଜରିଆରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ଶେଷ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।

ଧାର୍ଯ୍ଯ କାର୍ଯ୍ଯସୂଚୀ ମୁତାବକ, ଆସନ୍ତାକାଲି ଭୋର‌୍‌ ୫ରୁ ୬ଟା ମଧ୍ୟରେ ଠାକୁରଙ୍କ ଜୟମଙ୍ଗଳା ଆଳତୀ, ସକାଳ ୭ରୁ ୯ଟା ମଧୢରେ ନୀତିସ୍ନାନ ବଲ୍ଲଭ, ସାଢେ଼ ୯ରୁ ସାଢେ଼ ୧୦ଟା ମଧ୍ଯରେ ଖେଚୁଡ଼ି ଧୂପ, ସାଢେ଼ ୧୧ରୁ ସାଢେ଼ ୧ଟା ମଧ୍ଯରେ ସେନାପିଟା, ଅପରାହ୍ନ ୨ଟାରୁ ୩ଟା ମଧ୍ଯରେ ମଙ୍ଗଳାର୍ପଣ ଓ ଭେଟି କରାଯିବ। ସେହିପରି ସାଢେ଼ ୩ରୁ ସାଢେ଼ ୪ମଧ୍ଯରେ ପ୍ରତୀକାତ୍ମକ ଭାବେ ଜଗମୋହନକୁ ରଥ ରୂପେ ବିବେଚନା କରାଯାଇ ଠାକୁରଙ୍କୁ ପହଣ୍ତି ବିଜେ କରାଯାଇ ଛେରା ପହଁରା ସମେତ ସମସ୍ତ ନୀତିକାନ୍ତି ସେଠାରେ ସଂପନ୍ନ କରାଯିବ। ୧୪ତାରିଖରେ ଆଳାପ ମଣ୍ତପ ବିଜେ, ୨୦ରେ ବାହାଡ଼ା ନୀତି ଏବଂ ୨୨ତାରିଖର ନିଳାଦ୍ରୀ ବିଜେ ନୀତି ସ˚ପନ୍ନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି ରଥଯାତ୍ରା ନୀତିକାନ୍ତି ସ˚ମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ଦିର ପ୍ରଶାସନ କାର୍ଯ୍ଯା ଳୟରେ ସେବାୟତ ମାନଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ଏ ସ˚ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହିତ ମନ୍ଦିରର ବିକାଶ ପାଇଁ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ବିଶେଷ କରି ମନ୍ଦିରର ଝୁଲଣ ଘର, ବିବାହ ମଣ୍ତପ ଏବପୁରୁଣା ଚନ୍ଦନ ପୋଖରୀ ବୁଲି ଦେଖିବା ସହିତ ନିର୍ମାଣଧିନ ହେରିଟେଜ୍‌ କମ୍ପ୍ଲେକ୍ସ  ପୂର୍ଣ୍ଣାଙ୍ଗ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ମନ୍ଦିର ଭିତରେ ଲାଗିଥିବା ସିସି କ୍ୟାମେରା ପାଇଁ ସ୍ବତନ୍ତ୍ର ଇନଭର୍ଟର‌୍‌ ବ୍ୟବସ୍ଥା କରିବାକୁ ଦେବୋତ୍ତର ବିଭାଗକୁ ନିର୍ଦେଶ ଦେଇଛନ୍ତି। ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧୢକ୍ଷ ଉପଜିଲ୍ଲାପାଳ ନିରଞ୍ଜନ  ବେହେରା, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ତା, ଇନସ୍ପେକ୍ଟର‌୍‌ ଜ୍ୟୋତିରଞ୍ଜନ  ସାମନ୍ତରାୟ, ଉପ ନିର୍ବାହୀ ଯନ୍ତ୍ରୀ ବିମଳ ପ୍ରସାଦ ଦାସ, ବଳରାମ ସୁଆର, ଧିରେନ୍‌ ସାହୁ, ର˚ଞ୍ଜନ ପୃଷ୍ଟି, ସୁପରଭାଇଜର‌୍‌ ନୃସି ଚରଣ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହେବେ ୬୫ ପ୍ଲାଟୁନ ଫୋର୍ସ, ୧୨ ଜୋନରେ ବିଭକ୍ତ ହେବ ପୁରୀ ସହର
ଭୁବନେଶ୍ୱର- ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଏଡିଜି ଆର.କେ ଶର୍ମା । ରଥଯାତ୍ରା ପାଇଁ ୬୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ମୋଟ ୧୨ଟି ଜୋନରେ ବିଭକ୍ତ କରାଯିବ । କେବଳ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ୪ଟି ଜୋନ୍ ହେବ । ସହରର ମୁଖ୍ୟ ପ୍ରବେଶ ପଥ ଓ ବଡଦାଣ୍ଡର ଛାତ ଉପରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ସେହିପରି ରଥଯାତ୍ରା ସମୟରେ ୧୦ଜଣ ଅତିରିକ୍ତ ଏସପି, ୩୧ ଜଣ ଡିଏସପି ଓ ସହକାରୀ କମାଣ୍ଡର୍ ମୁତୟନ ହେବେ । ୬୪ ଜଣ ଆଇଆଇସି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାତି ୮ରୁ ୧୩ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ ।

ସୁସ୍ଥ ହେଲେ ମହାପ୍ରଭୁ
ପୁରୀ : ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ଦାରୁବିଗ୍ରହଙ୍କ ନୀତିକାନ୍ତି ଓ ଜୀବନଚର୍ଯ୍ୟା ସାଧାରଣ ମଣିଷଙ୍କ ଭଳି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ପରେ ଠାକୁର ଅସୁସ୍ଥ ହୋଇପଡ଼ି ଅଣସର ଘରେ ରହିଛନ୍ତି। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି। ଇତିମଧ୍ୟରେ ବଡ଼ଓଡ଼ିଆ ମଠରୁ ଆସିଥିବା ଫୁଲୁରୀ ତେଲ, ଶୁଦ୍ଧସୁଆର ଦେଇଥିବା ଓଷୁଅ ଲାଗି ହେବା ପରେ ଶ୍ରୀବିଗ୍ରହ ଚକା ବିଜେ କରିଛନ୍ତି। ଖଳିଲାଗି ଏକାଦଶୀରେ ଦଶମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ପତି ମହାପାତ୍ର ଓ ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଦାରୁବିଗ୍ରହଙ୍କ ସୁସ୍ଥ ଖବର ଜଣାଇଛନ୍ତି। ଏଥିସହିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ପ୍ରସାଦ ପ୍ରଦାନ କରିଛନ୍ତି। ଆଷାଢ଼ କୃଷ୍ଣ ଦ୍ୱାଦଶୀ ତିଥିରେ ଅଣସରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ରାଜପ୍ରସାଦ ବିଜେ ହେବାର ପରମ୍ପରା ରହିଛି।

ମଙ୍ଗଳବାର ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ଦଇତାପତି ଅଣସର ଘର ଖୋଲି ଭିତରକୁ ଯାଇଥିଲେ। ଭଣ୍ଡାର ମେକାପ ପ୍ରଦତ୍ତ ପାଟବସ୍ତ୍ର ପଡ଼ିଥିବା ରୂପାଥାଳି ଅଣସର ଘରକୁ ନେଇ ଠାକୁରଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ, ପାଟଡୋରି ସଜେଇ ରଖିଥିଲେ। ବେହେରଣ ଦ୍ୱାରରେ ଆସ୍ଥାନ ପଢ଼ିଆରୀ ପକାଇଥିବା ପାହାଡ଼ା (କପଡ଼ା) ଉପରେ ଏହି ଥାଳିକୁ ସଜାଇ ରଖିଥିଲେ। ଘଣ୍ଟ, ଛତା, କାହାଳୀ ଆସିବା ପରେ ତଳୁଚ୍ଛ ମହାପାତ୍ର, ପ୍ରଧାନୀ ସେବକ ହାତ ପଇଠ ପକାଇ ଆଗେ ଆଗେ ଚାଲିଥିଲେ। ଥାଳିଗୁଡ଼ିକୁ ବାଡ଼ଗ୍ରାହୀ ଓ ଦଇତାପତିମାନେ ଗଜପତି ମହାରାଜାଙ୍କ ଉଦ୍ଦେଶ୍ୟରେ ଶ୍ରୀନଅରକୁ ନେଇଯାଇଥିଲେ। ରାଜବାଟିରେ ପଡ଼ିଥିବା ଚାରିବାଡ଼ର ପାହାଡା ଉପରେ ଥାଳିମାନ ରଖିଥିଲେ। ରାଜଗୁରୁଙ୍କ ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସିଥିଲେ।

ଏହାପରେ ଥାଳିଗୁଡ଼ିକୁ ସଂସ୍କାର କରି ରାଜଗୁରୁ ଗଜପତି ମହାରାଜାଙ୍କ ମୁଣ୍ଡରେ ଲଗାଇଥିଲେ। ଗଜପତି ମହାରାଜା ଦଇତାପତିମାନଙ୍କୁ ଶାଢି ବନ୍ଧାଇବା ଲାଗି ରାଜଗୁରୁଙ୍କୁ ଆଜ୍ଞା ପ୍ରଦାନ କରିଥିଲେ। ଦଇତାପତିମାନେ ଶାଢ଼ି ବନ୍ଧାଇବା ପରେ ଗଜପତିଙ୍କ ସହ ଠାକୁରଙ୍କ ଅଣସର ଘର ସେବା ବିଷୟରେ ଆଲୋଚନା କରିଥିଲେ। ଏଥିସହ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ମଧ୍ୟ ଦେଇଥିଲେ। ଆଗାମୀ ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେ ବିଷୟରେ ମଧ୍ୟ ଗଜପତି ଦଇତାପତିଙ୍କ ସହ ଆଲୋଚନା କରିଥିଲେ।  ଅନ୍ୟପକ୍ଷରେ ଅଣସର ଘରେ ଏବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସପ୍ତାବରଣ କାର୍ଯ୍ୟ ଚାଲିଛି। ସେଥିମଧ୍ୟରେ ମଙ୍ଗଳବାର ଘଣାକଟା ହୋଇଛି। ବୁଧବାର ଦାରୁବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଘଣାଲାଗି କରାଯିବ। ଘଣା ଲାଗି ସରିବା ପରେ ଜୟ ବିଜୟ ଦ୍ୱାର ଫିଟି ପଟିଦିଅଁଙ୍କ ମଙ୍ଗଳ ଆଳତି ହେବ।