Industrial Project in Odisha - The Sakala

ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟିହେବ ୩୪୦୦୦ରୁ ଉର୍ଦ୍ଧ୍ବ କର୍ମନିଯୁକ୍ତି
ପାରାଦୀପ: ଓଡ଼ିଶାରେ ଶିଳ୍ପାୟନର ନୂଆ ଅଧ୍ଯାୟ। ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ ପ୍ଲାଣ୍ଟରେ ୬୫ ହଜାର କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ଆଗାମୀ ଦିନରେ ୩୦ ହଜାର ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିିିଳିବ । ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସହିତ ୫୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ନିଜସ୍ବ ଜେଟିର ଭୂମିପୂଜନ ଓ ଭିତ୍ତିପ୍ରସ୍ତରର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ରିନ୍ଯୁ ଇ-ଫୁଏଲ ଗ୍ରୀନ ଆମୋନିଆ ପ୍ଲାଣ୍ଟ ପାଇଁ ୨୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଛି । ଏହା ୪ହଜାର ରୋଜଗାର ସୃଷ୍ଟି କରିିବ । ଏହାସହ ଆଉ ଏକ କମ୍ପାନୀ ସିଲକ୍ସ ଇଣ୍ଡିିଆ ଅତ୍ୟାଧିୁନିକ ରାସାୟନିକ କାରଖାନା ପାଇଁ ୫୦୦ କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ୮୧୦ ଜଣଙ୍କୁ କର୍ମନିଯୁକ୍ତି ମିିଳିବ । ଶିଳ୍ପାୟନ ଦ୍ୱାରା ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇଦେବାକୁ ଲକ୍ଷ୍ୟ ରଖି ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଉଥିବା କହିଛନ୍ତି ରାଜ୍ୟ ସରକାର ।

ଆଜିର ଏହି ସବୁ ପ୍ରକଳ୍ପ ଲାଗି ମୁଖ୍ଯମନ୍ତ୍ରୀ କମ୍ପାନୀଗୁଡିକୁ ଧନ୍ଯବାଦ ଜଣାଇଛନ୍ତି । ନିରନ୍ତର ସହାୟତା ଓ ସହଯୋଗ ଲାଗି ଜେଏସଡବ୍ଲ୍ୟୁ ଅଧ୍ଯକ୍ଷ ସଜ୍ଜନ ଜିନ୍ଦଲଙ୍କୁ ସ୍ବତନ୍ତ୍ର ଧନ୍ଯବାଦ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ଜଣେ ଭଲ ସହଯୋଗୀ ଭାବେ ଜେଏସଡବ୍ଲ୍ୟୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ଯକୁ ଦେଶରେ ଏକ ଇଣ୍ଡଷ୍ଟ୍ରିଆଲ ପାୱାରହାଉସ ଭାବେ ପରିଚିତି କରାଇପାରିଛି।

ବିକାଶ ଆଜି ଓଡ଼ିଶାର ପରିଚୟ ହୋଇଛି । ଶିଳ୍ପ ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ଯ, ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । 5T ଉପକ୍ରମରେ ଓଡ଼ିଶାର ବିକାଶଧାରା ଆହୁରି ଉଜ୍ଜ୍ବଳ ହେଉଛି । ସାଧାରଣ ଲୋକ, ଚାଷୀ, ମାଆ, ଯୁବକମାନେ ବିକାଶର ଅଂଶ ପାଲଟିଛନ୍ତି । ସହଯୋଗ ପାଇଁ ଜଗତସିଂହପୁରକୁ ଧନ୍ଯବାଦ ଜଣାଇବା ସହ ଏହି ସବୁ ପ୍ରକଳ୍ପ ଦ୍ବାରା ଏଠିକାର ସବୁ ପରିବାର ଉପକୃତ ହେବେ ବୋଲି ମୁଖ୍ଯମନ୍ତ୍ରୀ ଆଶା କରିଛନ୍ତି।

ଏଚ୍‌ଏଲ୍‌ସିଏ ବୈଠକରେ ୯ଟି ବଡ଼ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ରାଜ୍ୟରେ ହେବ ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ
ଭୁବନେଶ୍ବର: ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ୍‌ଖୁଣ୍ଟ ପ୍ରତିଷ୍ଠା କରିଛି। ରାଜ୍ୟକୁ ଛୁଟିବାରେ ଲାଗିଛି ନିବେଶର ସୁଅ। ୯ଟି ବୃହତ୍‌ ଶିଳ୍ପ ପ୍ରକଳ୍ପରୁ ରାଜ୍ୟକୁ ଆସିଛି ୧, ୦୧,୮୦୪.୪୩ କୋଟି ଟଙ୍କାର ପୁଞ୍ଜିନିବେଶ। ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୮,୬୫୮ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସୋମବାର ଅନୁଷ୍ଠିତ ୩୨ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଏହି ସବୁ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏହି ୯ ବୃହତ୍‌ ଶିଳ୍ପ ପ୍ରକଳ୍ପ ମଧ୍ୟରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ର ଇସ୍ପାତ କାରଖାନାର ସମ୍ପ୍ରସାରଣ କ୍ଷେତ୍ରରେ ୭୫,୦୦୦ କୋଟି ଟଙ୍କା ଏବଂ ଭଦ୍ରକ ବୟନ ପାର୍କରେ ଆଇଓସିଏଲ୍‌ ଦ୍ବାରା ୪୩୭୭ କୋଟି ଟଙ୍କାର ପୁଞ୍ଜିନିବେଶ ଅନ୍ତର୍ଭୁକ୍ତ। ଏଠାରେ ସୂଚନାଯୋଗ୍ୟ ଯେ, ନିକଟରେ ବ୍ୟାଙ୍କ ସମର୍ଥିତ ନିବେଶ କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶର ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶାକୁ ତୃତୀୟ ରାଙ୍କ ପ୍ରଦାନ କରିଥିଲା। ଏହି କ୍ଷେତ୍ରରେ ଓଡ଼ିଶା ମହାରାଷ୍ଟ୍ର ଏବଂ ତାମିଲନାଡୁ ଭଳି ଦେଶର ଆଗ ଧାଡିର ଶିଳ୍ପ ରାଜ୍ୟକୁ ପଛରେ ପକାଇଦେଇଛି। ସଦ୍ୟ ୧ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ଆଗମନ ରାଜ୍ୟର ଶିଳ୍ପ ଭିତ୍ତିଭୂମିକୁ ଆହୁରି ସଶକ୍ତ କରିବ।

ଏଚ୍‌ଏଲ୍‌ସିଏ ବୈଠକରେ ଇସ୍ପାତ କ୍ଷେତ୍ରରେ ସର୍ବାଧିକ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ରସାୟନ, ବୟନ, ସବୁଜ ଶକ୍ତି, ସବୁଜ ହାଇଡ୍ରୋଜେନ୍‌ ଏବଂ ଗ୍ରୀନ୍‌ ଆମୋନିଆ, ତୈଳ ଏବଂ ଗ୍ୟାସ୍ ଓ ସିମେଣ୍ଟ କ୍ଷେତ୍ରର ଗୋଟିଏ ଲେଖାଁଏ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌ର ଜଗତ୍‌ସିଂହପୁରଠାରେ ସମନ୍ବିତ ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୧୨ ଏମ୍‌ଟିପିଏରୁ ୨୪ ଏମ୍‌ଟିପିଏକୁ ବୃଦ୍ଧି ଯୋଜନା ରହିଛି। ଏ କ୍ଷେତ୍ରରେ କମ୍ପାନୀ ୭୫,୦୦୦ କୋଟି ଟଙ୍କା ନିବେଶ କରିବ। ଏଥିରେ ଦୁଇ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ଖୋର୍ଦ୍ଧା ହଳଦିଆପଡାଠାରେ ସବୁଜ ଶକ୍ତି ଏବଂ ଇଏସ୍‌ଡିଏମ୍‌ କ୍ଷେତ୍ରରେ ଅଭାଡା ଇଲେକ୍‌ଟ୍ରୋ ପ୍ରାଇଭେଟ୍‌ ଲିମଟେଡ୍‌ ଦ୍ବାରା ଇଙ୍ଗଟ୍‌.ୱାଫର୍ସ,ସୋଲାର ସେଲ୍‌ ଏବଂ ମଡ୍ୟୁଲ୍‌ ଉତ୍ପାଦନ ପାଇଁ ୧୧,୩୦୦ କୋଟି ଟଙ୍କାର ନିବେଶ କରାଯିବ। ଏହି ୟୁନିଟ୍‌ରେ ୪୦୦୦ ଲୋକ ନିୟୋଜିତ ହେବେ। ସେହିପରି ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ପକ୍ଷରୁ ଭଦ୍ରକ ଭଣ୍ଡାରୀପୋଖରୀସ୍ଥିତ ବୟନ ପାର୍କଠାରେ ୪୩୭୭.୪୬ କୋଟି ଟଙ୍କା ବ୍ୟୟରେ ପଲିଷ୍ଟର ପୋଷାକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ। ଏହି କାରଖାନାରେ ୪୩୦୦ ଲୋକଙ୍କୁ ନିଯୁକ୍ତି ଦିଆଯିବ।

ଅପରପକ୍ଷେ ଇସ୍ପାତ କ୍ଷେତ୍ରରେ ଅନ୍ୟତମ ବୃହତ୍‌ ନିବେଶ ଜିନ୍ଦଲ ଫେରୋସ୍‌ ଲିମିଟେଡ୍‌ରୁ ଆସିଛି। କମ୍ପାନୀ ଯାଜପୁର କଳିଙ୍ଗନଗରଠାରେ ୨.୩୫ ଏମ୍‌ଟିପିଲର କାର୍ବନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ। କମ୍ପାନୀ ଏହି ପ୍ରକଳ୍ପରେ ୩୪୪୯କୋଟି ଟଙ୍କା ନିବେଶ ଯୋଜନା ରଖିଛି। ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ୧୩୯୬ ଲୋକଙ୍କୁ ନିଯୁକ୍ତି ମିଳିବ। ଏହାବାଦ୍‌ ଏଲ୍‌ଆଣ୍ଡ୍‌ଟି ଏନର୍ଜୀ ଗ୍ରୀନ୍‌ ଟେକ୍‌ ଲିମିଟେଡ୍‌ ଜଗତ୍‌ସିଂହପୁରସ୍ଥିତ ପାରାଦ୍ବୀପଠାରେ ୧୦୩୦ କୋଟି ଟଙ୍କା ନିେବଶରେ ବାର୍ଷିକ ୩୨୦,୦୦୦ ଏମ୍‌ଟିର ଏକ ଗ୍ରୀନ୍‌ ଆମୋନିଆ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୧୩୧୦ ଜଣଙ୍କୁ ନିଯୁକ୍ତି ମିଳିବ। ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି ଲିମିଟେଡ୍‌ ପକ୍ଷରୁ ଗଞ୍ଜାମ ଗୋପାଳପୁରଠାରେ ୪୦ ଲକ୍ଷ ଏମ୍‌ଟି କ୍ଷମତାବିଶିଷ୍ଟ ଏକ ଏଳ୍‌ଏନ୍‌ଜି ଟର୍ମିନାଲ ସ୍ଥାପନ କରାଯିବ। ୬୬୦ ଜଣଙ୍କୁ ନିଯୁକ୍ତି ଦେବାକୁ ଥିବା ଏହି ପ୍ରକଳ୍ପରେ କମ୍ପାନୀ ୨୩୦୬ କୋଟି ଟଙ୍କାର ନିବେଶ ଯୋଜନା କରିଛି। ସେହିପରି ତୋଷାଳି ସିମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ କୋରାପୁଟ ଅମ୍ପାଭାଲ୍ଲି ପ୍ଲାଣ୍ଟରେ କ୍ଲିଙ୍କର ଏବଂ ସିମେଣ୍ଟ ଗ୍ରାଇଣ୍ଡିଂ କ୍ଷମତା ବୃଦ୍ଧି କରିବାକୁ ଯୋଜନା ରଖିଛି। କମ୍ପାନୀ ଏହି ଦୁଇ ପ୍ରକଳ୍ପରେ ମୋଟ ୧୩୮୩.୭୨ କୋଟି ଟଙ୍କା ନିବେଶ କରିବ। ଏଥିରେ ୫୪୯ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି।

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୫ଟି ବଡ଼ ଶିଳ୍ପ, ବିନିଯୋଗ ହେବ ୧ ଲକ୍ଷ ୪୬ ହଜାର କୋଟି ଟଙ୍କାର ପୁଞ୍ଜି
ଭୁବନେଶ୍ୱର: ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଲେ ରାଜ୍ୟସରକାର । ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୫ଟି ବଡ଼ ଶିଳ୍ପ । ଏଥିପାଇଁ ରାଜ୍ୟରେ ୧ ଲକ୍ଷ ୪୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ଯେଉଁଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୨୬ ହଜାର ୯୫୯ ଜଣ ନିଯୁକ୍ତି ପାଇବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ।

ଭୂଷଣ ପାଓ୍ବାର ଓ ଷ୍ଟିଲ ପ୍ଲାଣ୍ଟ ଲିମିଟେଡ୍‌ ଇସ୍ପାତ ଉତ୍ପାଦନକୁ ୫ ଏମ୍‌ଟିପିଏରୁ ୧୫ ଏମ୍‌ଟିପିଏ ସଂପ୍ରାସାରଣ କରିବ । ସେହିପରି ଯାଜପୁର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ ଲିମିଟେଡ୍‌ ଇସ୍ପାଦ ଉତ୍ପାଦନ ୮ ଏମ୍‌ଟିପିଏ, ହଟ୍‌ ରୋଲ୍‌ଡ କଏଲ୍‌ ୭ ଏମ୍‌ଟିପିଏ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌, ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟ୍‌ ଲିମିଟେଡ୍‌ ସଂପ୍ରସାରଣ ପାଇଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଗତ ଆର୍ଥିକ ବର୍ଷରେ କରୋନା ଜାରି ଥିବାବେଳେ ରାଜ୍ୟ ସରକାରଙ୍କ ଉତ୍ତମ ମାନର ଇଜ୍‌ ଅଫ୍‌ ଡୁଇଙ୍ଗ ଯୋଗୁ ୨ଲକ୍ଷ ୯୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିଥିଲା । ଚଳିତ ବର୍ଷ ବି କରୋନା ମହାମାରୀ ଜାରି ଥିବା ସତ୍ତ୍ବେ ବଡ଼ ବଡ଼ କମ୍ପାନୀମାନେ ରାଜ୍ୟ ସରକାରଙ୍କ ଶିଳ୍ପନୀତି ପ୍ରତି ପୁଣି ଆସ୍ଥା ପ୍ରକଟ କରିଛନ୍ତି ।