Registration - The Sakala

ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା: ପବିତ୍ର ଗୁମ୍ଫା ଅଭିମୁଖେ ବାହାରିଲେ ପ୍ରଥମ ବ୍ୟାଚ୍ ଯାତ୍ରୀ
ନୂଆଦିଲ୍ଲୀ: ଶୁକ୍ରବାର ଦିନ ଶ୍ରୀ ଅମରନାଥ ଯାତ୍ରା ୨୦୨୬ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ପ୍ରଥମ ବ୍ୟାଚର ତୀର୍ଥଯାତ୍ରୀମାନେ ପବିତ୍ର ଗୁମ୍ଫା ଦର୍ଶନ ପାଇଁ ଏକକାଳୀନ ବାଲଟାଲ୍ ଏବଂ ନୁନୱାନ୍ ବେସ୍ କ୍ୟାମ୍ପରୁ ଯାତ୍ରା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ, ତତ୍କାଳ କିମ୍ବା ଅନସ୍ପଟ୍ ପଞ୍ଜିକରଣ ଆଶାରେ ଥିବା ଶ୍ରଦ୍ଧାଳୁଙ୍କୁ ପଞ୍ଜିକରଣ ବିନା ଜମ୍ମୁ-କାଶ୍ମୀର ନଆସିବାକୁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି।

ଗାନ୍ଦେରବାଲ୍ ଜିଲ୍ଲାର ବାଲଟାଲ୍-ଡୋମେଲ୍ ବେସ୍ କ୍ୟାମ୍ପରୁ ଡେପୁଟି କମିଶନର ଜତିନ୍ କିଶୋର ପ୍ରଥମ ବ୍ୟାଚକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ତାଙ୍କ ସହ ଡିଆଇଜି ମକସୁଦ୍-ଉଲ୍-ଜମାନ୍, ଏସଏସପି ସୁଧାଂଶୁ ଧାମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିପରି ନୁନୱାନ୍ ବେସ୍ କ୍ୟାମ୍ପରୁ ମଧ୍ୟ ବରିଷ୍ଠ ଅଧିକାରୀମାନେ ଯାତ୍ରୀମାନଙ୍କୁ ବିଦାୟ ଦେଇଥିଲେ। ପ୍ରାୟ ୩,୮୮୦ ମିଟର ଉଚ୍ଚରେ ଥିବା ଏହି ପବିତ୍ର ଗୁମ୍ଫାକୁ ଯିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ପାଇଁ ସୁରକ୍ଷା ବଳ, ମେଡିକାଲ ଟିମ୍ ଏବଂ RFID ବୈଧିକରଣ ସହିତ ବ୍ୟାପକ ଲଜିଷ୍ଟିକ୍ ବ୍ୟବସ୍ଥା କରାଯାଇଛି।

ଶ୍ରୀ ଅମରନାଥ ସାଇନ୍ ବୋର୍ଡ (SASB) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିଦିନ ଯାତ୍ରୀଙ୍କ ସଂଖ୍ୟା ଉପରେ କଟକଣା ଲଗାଯାଇଛି। ଅଧିକାଂଶ ଯାତ୍ରୀ ଆଗୁଆ ପଞ୍ଜିକରଣ କରିସାରିଥିବାରୁ ତତ୍କାଳ ପଞ୍ଜିକରଣ ସୁବିଧା ଅତ୍ୟନ୍ତ ସୀମିତ ରହିଛି।

ବିନା ପଞ୍ଜିକରଣରେ ହଜାର ହଜାର ଯାତ୍ରୀଙ୍କୁ ତତ୍କାଳ ସୁବିଧା ଯୋଗାଇଦେବା ସମ୍ଭବ ନୁହେଁ। ତେଣୁ, ଆଗୁଆ ପଞ୍ଜିକରଣ ନକରି ଜମ୍ମୁ-କାଶ୍ମୀର ନଆସିବାକୁ ବୋର୍ଡ ଅନୁରୋଧ କରିଛି। ପଞ୍ଜିକୃତ ଯାତ୍ରୀମାନେ କେବଳ ନିଜର ନିର୍ଦ୍ଧାରିତ ତାରିଖରେ ହିଁ ଯାତ୍ରା କରିପାରିବେ। ଧାର୍ଯ୍ୟ ତାରିଖ ପୂର୍ବରୁ ଆସିଥିବା ଏବଂ ପଞ୍ଜିକରଣ କରିନଥିବା ବ୍ୟକ୍ତିଙ୍କୁ ନିଜ ପାଳି ପାଇଁ ଅପେକ୍ଷା କରିବାକୁ ପଡ଼ିବ। ସମସ୍ତ ଯାତ୍ରୀଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରାଯାଇଛି।