Puri Ratha Yatra - The Sakala
ପୁରୀ: ଆଉମାତ୍ର ୩ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିର ଛାଡି ନବଦିନାତ୍ମକ ଯାତ୍ରା କରିବେ ଦାରୁବିଗ୍ରହ। ଏଥିପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଚିତ୍ରକାରମାନଙ୍କୁ ରଙ୍ଗ ଦେବା ପାଇଁ ହସ୍ତାନ୍ତର କରିଛନ୍ତି। ଚିତ୍ରକାରମାନେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭାଗୁଡ଼ିକରେ ଧଳା ପ୍ରାଇମର ବୋଳା ଶେଷ କରିଛନ୍ତି। ପ୍ରାଇମର ଶୁଖିଲା ପରେ ରଙ୍ଗ ଚିତ୍ର ଆଙ୍କିବେ। ତାଳଧ୍ୱଜ ରଥ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ ଚିତ୍ର ସହ ପ୍ରଭା ମଝି ଭାଗରେ ପଦ୍ମ କଢି, ଦୁଇ ପାର୍ଶ୍ୱରେ ଶିବ ଏବଂ ନାରଦଙ୍କ ଚିତ୍ର ଅଙ୍କନ କରାଯିବ। ଦର୍ପଦଳନ ରଥ ପ୍ରଭାରେ ପଦ୍ମ କଢି ସହ ପ୍ରଭା ଦୁଇପଟେ ଗଙ୍ଗା, ଯମୁନାଙ୍କ ଚିତ୍ର ଏବଂ ନନ୍ଦିଘୋଷ ରଥ ପ୍ରଭାରେ ପଦ୍ମ କଢି ସହ ଦୁଇ ପାର୍ଶ୍ୱରେ ଇନ୍ଦ୍ର ଏବଂ ବ୍ରହ୍ମାଙ୍କ ଚିତ୍ର ଅଙ୍କନ ହେବ। ଏତଦ୍‌ବ୍ୟତୀତ ଚିତ୍ରକାର ସେବକମାନେ ତିନି ରଥର ସିଂହାସନ ବେଦୀ ତିନି ପାର୍ଶ୍ୱରେ ଗାଈ ପଲ୍ଲ ଚିତ୍ର ଅଙ୍କନ ଶେଷ କରିଛନ୍ତି। ନନ୍ଦିଘୋଷ ରଥର ଚକ, ଦଣ୍ଡା, ଗୁଜ, ବାହ୍ୟ ଅଂଶଗୁଡ଼ିକରେ ଆବଶ୍ୟକୀୟ ରଙ୍ଗ ଶେଷ କରି ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଶେଷ ସ୍ପର୍ଶ ଦେଉଛନ୍ତି। ଏଥିସହ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦରଜୀ ସେବକମାନେ ତିନି ରଥର ୧୨ଟି ଚନ୍ଦ୍ରଶାଳୀ , ୧୨ଟି ଅଁଳାଶ୍ରୀ, କନା କାର୍ଯ୍ୟ ଶେଷ ହେବାସହ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଚକା ଅପସରା କାର୍ଯ୍ୟ ଶେଷ କରିଛନ୍ତି। ଏବେ କନକ ମୁଣ୍ଡି ପାଇଁ ଚାନ୍ଦୁଆ ସହ ଉଡା ଚାନ୍ଦୁଆ ଏବଂ ସାରଥି ପୋଷାକ ଆରମ୍ଭ କରିଛନ୍ତି। ଦୋଳବେଦୀ ପରିସର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ତିନିରଥର ୪ଟି ଲେଖାଏଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ କରୁଛନ୍ତି।
ସମ୍ପନ୍ନ ହେଲା ଚକ-ଅଖ ଡେରା ନୀତି
ପୁରୀ: ସୋମବାର ଥିଲା ଶ୍ରୀକ୍ଷେତ୍ର ଭଉଁରୀ। ପରମ୍ପରା ଅନୁଯାୟୀ ଏହି ପବତ୍ର ତିଥିରେ ରଥଖଳାରେ ତିନୋଟି ଅଖ ସହ ଛଅଟି ଚକ ସଂଯୋଗ ପୂର୍ବକ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପ୍ରଥମେ ୩ଟି ଅଖ ଏବଂ ୬ଟି ଚକର ଅଖ ବିନ୍ଧରେ ତେଲ ଦିଆଯାଇଥିଲା। ସିଂହଦ୍ୱାର ସମ୍ମୁଖ କୂଅରୁ ପାଣି ଅଣାଯାଇ ଡେରା ପାଇଁ ରହିଥିବା ଚକ ଏବଂ ଅଖକୁ ସ୍ନାନ କରାଯାଇଥିଲା। ୬ଟି ଚକ ପନ୍ଦାରୀରେ କମାର ସେବକମାନେ ନଡ଼ିଆ ଭାଙ୍ଗି ଯୋକିଆ କଣ୍ଟା ବାଡେଇଥିଲେ। ସେପଟେ ଶ୍ରୀମନ୍ଦିରରେ ପୂର୍ବାହ୍ନ ୧୧ଟା ୧୦ରେ ସକାଳ ଧୂପ ଶେଷ ହୋଇଥିଲା। ଏହାପରେ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ଛତି, ତରାଶ, କାହାଳୀ ସହ ପଟୁଆରରେ ରତ୍ନସିଂହାସନରୁ ଶ୍ରୀବିଗ୍ରହମାନଙ୍କ ୩ଟି ଆଜ୍ଞାମାଳ ନେଇ ରଥଖଳା ଅଭିମୁଖେ ବାହାରିଥିଲେ। ବଡ଼ଠାକୁରଙ୍କ ବାଡରୁ ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା ସାମନ୍ତ, ଦେବୀ ସୁଭଦ୍ରାଙ୍କ ବାଡରୁ ଗୋପବନ୍ଧୁ ପୂଜାପଣ୍ଡା ସାମନ୍ତ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରୁ ବିଶ୍ୱନାଥ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ଆସିଥିଲେ।
ପ୍ରଥମେ ଶ୍ରୀନଅରକୁ ଯାଇ ନିର୍ଦ୍ଦେଶ ପାଇବା ପରେ ରଥଖଳାରେ ପହଞ୍ଚିଥିଲେ। ଏହାପରେ ଭୋଇ ସେବକମାନେ ପ୍ରଥମେ ତାଳଧ୍ୱଜ ରଥର ଚକ ସହିତ ଅଖ ସଂଯୋଗ କରି ଡେରିଥିଲେ। ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ଚକ ଡେରା ସମ୍ପନ୍ନ ହୋଇଥିଲା। ରଥ ନିର୍ମାଣକାରୀ ସେବକଙ୍କ ଜୟ ଜଗନ୍ନାଥ, ହରିବୋଲ ଧ୍ୱନିରେ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଚକ ଡେରା କାର୍ଯ୍ୟ ସମ୍ପନ୍ନ ହେବା ପରେ ତିନିଜଣ ପୂଜାପଣ୍ଡା ସାମନ୍ତ ଡେରା ଯାଇଥିବା ଚକରେ ଆଜ୍ଞାମାଳ ପ୍ରଦାନ କରିଥିଲେ। ପ୍ରଥମେ ତାଳଧ୍ୱଜ ରଥରେ ଆଜ୍ଞାମାଳ ଦିଆଯାଇଥିଲା। ଏହାପରେ ନନ୍ଦିଘୋଷ ରଥ ଏବଂ ଶେଷରେ ଦର୍ପଦଳନ ରଥର ଡେରାଯାଇଥିବା ଚକରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଆଜ୍ଞାମାଳ ପ୍ରଦାନ ପରେ ତିନିରଥର ମୁଖ୍ୟ ମହାରଣାମାନେ ମହାପ୍ରଭୁଙ୍କୁ ପ୍ରଣାମ କରି ଚକରେ ଲାଗି ହୋଇଥିବା ଆଜ୍ଞାମାଳକୁ କାଢି ରଥଖଳା ସମ୍ମୁଖରେ ଥିବା ମା’ ଚର୍ଚ୍ଚିକାଙ୍କ ପୀଠକୁ ନେଇଥିଲେ। ତିନୋଟି ଯାକ ଆଜ୍ଞାମାଳ ମା’ ଚର୍ଚ୍ଚିକାଙ୍କୁ ଲାଗି କରାଯାଇଥିଲା। ଏହାପରେ ମହାରଣାମାନେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଫେରିଥିଲେ।
ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଲଞ୍ଚ ହେବ ସ୍ୱତନ୍ତ୍ର ଆପ୍: ପୁରୀ ଜିଲ୍ଲାପାଳ
ପୁରୀ: ଆଗାମୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ସୂଚନା ପାଇବା ନେଇ ସ୍ୱତନ୍ତ୍ର ଆପ ଲଞ୍ଚ କରାଯିବ। ଆଜି ପୁରୀ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏ ନେଇ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ୍ ଚୁଡାନ୍ତ କରିବାକୁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ସୁରକ୍ଷା ଓ ଆଇନଶୃଙ୍ଖଳା ନେଇ ଆଜିର ଏହି ପ୍ରସ୍ତୁତି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ସେହିପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପର୍ଯ୍ୟପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ଷ୍ଟାଣ୍ଟ ପୋଷ୍ଟ ପ୍ରସ୍ତୁତ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ବିଭାଗ ଏବଂ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ, ବଡ଼ଦାଣ୍ଡ ସମେତ ଏହାକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ଆବଶ୍ୟକୀୟ ମରାମତି, ଡ୍ରେନ୍ ସଫେଇ ନେଇ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଦର୍ଶନ ଓ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଉପରେ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଥିବା ଏସପି କହିଛନ୍ତି। ଚଳିତ ବର୍ଷ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର AI କ୍ୟାମେରା ବ୍ୟବହାର କରାଯିବ ବୋଲି‌ ଏସପି ସୂଚନା ଦେଇଛନ୍ତି।‌ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି ବୈଠକରେ ଏସପି ବିନୀତ ଅଗ୍ରୱାଲ ଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଓ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଜି ଶ୍ରୀଜିଉଙ୍କ ସୁନାବେଶ: ମହଣମହଣ ସୁନା‌ରେ ଝଲସିବେ ମହାବାହୁ
ପୁରୀ: ବୁଧବାର ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ରଥାରୂଢ଼ ଦାରୁବିଗ୍ରହ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ଅପୂର୍ବ ବେଶ ଲାଗି ଏଥର ଶ୍ରୀମନ୍ଦିର ପରିସର ଅସ୍ଥାୟୀ ବାହାର ଭଣ୍ଡାର (ଚାଙ୍ଗଡ଼ା ଘର)ରୁ ବାହାରିବ ମହଣମହଣ ସୁନା ଓ ରୁପା ଅଳଙ୍କାର। ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ। ବୁଧବାର ପୂର୍ବାହ୍ନରେ ଅସ୍ଥାୟୀ ବାହାର ରତ୍ନଭଣ୍ଡାର (ଚାଙ୍ଗଡା ଘର) ଖୋଲାଯିବ।
ସେଥିରୁ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର କରାଯିବ। ଭଣ୍ଡାରମେକାପ ଓ ବଣିଆଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକ ସଫା ହେବ। ରଥ ଉପରେ ମହାପ୍ରଭୁଙ୍କ ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି ବଢ଼଼ିବା ପରେ ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହେବ। ନିର୍ଘଣ୍ଟ ସମୟ ପୂର୍ବରୁ ଅର୍ଥାତ୍‌‌ ସଅଳ ନୀତିକାନ୍ତି କରାଯିବା ଲାଗି ପୂର୍ବରୁ ଦଇତାପତିଙ୍କ ସହ ପ୍ରଶାସନର ଆଲୋଚନା ବେଳେ ନିଷ୍ପତ୍ତି ନିଆଯାଇଛି। ସେହିପରି ସୁନାବେଶ ସମୟରେ ରଥାରୂଢ଼ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ଫଳରେ ଶ୍ରଦ୍ଧାଳୁମାନେ ଭଲ ଭାବେ ଦର୍ଶନ କରିପାରିବେ। ସେହିପରି ରଥ ଉପରକୁ ଅଣସେବାୟତ ଚଢ଼ିବେ ନାହିଁ। ସେହିପରି କୌଣସି ସେବାୟତ ମୋବାଇଲ ଫୋନ ନେଇପାରିବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ଯଦି କେହି ଏହାକୁ ନ ମାନନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ପ୍ରଥମ ସମନ୍ୱୟ କମିଟି ବୈଠକ
ପୁରୀ: ଆଜି ଅନୁଷ୍ଠିତ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆଯୁକ୍ତଙ୍କ ଅଧ୍ଯକ୍ଷତାରେ ପୁରୀ ଟାଉନ ହଲ ଠାରେ ବସିବ ବୈଠକ । ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି, ରଥ ନିର୍ମାଣ, ରଥକାଠ ଯୋଗାଣ ସହ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ, ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବ।
ବୈଠକରେ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଓ ସେବାୟତ ଯୋଗଦେବେ । ତେବେ ସମନ୍ୱୟ କମିଟି ବୈଠକ ପୂର୍ବରୁ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇଥର ବୈଠକ ହୋଇସାରିଛି ।
ଆଜି ଦାରୁଦିଅଁଙ୍କ ରତ୍ନବେଦୀ ବିଜେ, ଅପରାହ୍ଣ ୪ଟାରୁ ପହଣ୍ଡି ଆରମ୍ଭ
ପୁରୀ: ପବିତ୍ର ବାହୁଡା ଦଶମୀରେ ଜନ୍ମବେଦୀରୁ ବାହୁଡି ଆସିଛନ୍ତି ଦାରୁବ୍ରହ୍ମ। ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ। ରଥାରୁଢ ଠାକୁର ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ସେମାନଙ୍କୁ କୃତ୍ତାର୍ଥ କରିଛନ୍ତି। ଶୁକ୍ରବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ଶନିବାର ନୀଳାଦ୍ରବିଜେ। ଏହି ପବିତ୍ର ତିଥିରେ ରତ୍ନବେଦୀକୁ ବିଜେ କରିବେ ଦାରୁଦିଅଁ। ଏହାସହିତ ଶେଷ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ଆଉ ରବିବାରଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା। ପୁଣି ଶ୍ରୀମନ୍ଦିରରେ ଲାଗିବ ଗହଳି ଚହଳି। ନୀଳାଦ୍ରିବିଜେ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି ପ୍ରଶାସନ। ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜର ପ୍ରସ୍ତୁତି ସାରିଛନ୍ତି। ଏହି ମହାନ ପର୍ବର ଅନ୍ତିମ ଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ଅପେକ୍ଷାରତ। ନୀଳାଦ୍ରିବିଜେ ନୀତି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରଥ ଉପରେ ଠାକୁରଙ୍କ ନୀତିକୁ ତ୍ୱରାନ୍‌‌ୱିତ କରି ଅପରାହ୍ନ ୪ଟା ସୁଦ୍ଧା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ।
ନୀଳାଦ୍ରିବିଜେ ନୀତି ନିର୍ଘଣ୍ଟ
ତିନିରଥରେ ମଙ୍ଗଳ ଆଳତି ପ୍ରାତଃ ୪ଟା, ମଇଲମ-ତଡପଲାଗି ୪ଟା ୩୦, ଅବକାଶ ଭୋର ୫ଟା, ବେଶ ଶେଷ ୫ଟା ୩୦, ଗୋପାଳବଲ୍ଲଭ ସକାଳ ୬ଟା ୩୦, ସକାଳ ଧୂପ ୭ଟାରୁ ୮ଟା, ମଇଲମ ୮ଟା ୩୦, ମହାସ୍ନାନ ଓ ସର୍ବାଙ୍ଗ ୯ଟା ୩୦, ବେଶଶେଷ ପୂର୍ବାହ୍ନ ୧୦ଟା, ମଧ୍ୟାହ୍ନ ଧୂପ ସାଢେ ୧୦ରୁ ସାଢେ ୧୧, ମଇଲମ ଓ ବେଶ ୧୧ଟା ୪୫ରୁ ମଧ୍ୟାହ୍ନ ୧୨ଟା, ସନ୍ଧ୍ୟା ଆଳତି ୧୨ଟା ୧୫, ସନ୍ଧ୍ୟାଧୂପ ସାଢେ ୧୨ରୁ ସାଢେ ୧ଟା, ଚାରବନ୍ଧା ସାଢେ ୧ଟାରୁ ସାଢେ ୩ଟା, ସିଂହାସନ ମାଜଣା ୩ଟା ୩୦, ପୁଷ୍ପାଞ୍ଜଳି ୩ଟା ୫୦, ପହଣ୍ଡି ଆରମ୍ଭ ୪ଟା, ପହଣ୍ଡି ଶେଷ ରାତି ୧୦ଟା, ରୁନ୍ଧା ଶେଷ ସାଢେ ୧୨ଟା, ଦଇତାପତି ସର୍ବାଙ୍ଗ ୧ଟା, ଶ୍ରୀମୁଖ ଖଣ୍ଡୁଆ ୧ଟା ୧୦, ଚାରମାଳ ଫିଟା ୧ଟା ୧୫ରୁ ୨ଟା ୧୫, ସୁଦର୍ଶନ ସିଂହାସନକୁ ବିଜେ ୨ଟା ୩୦, ଶ୍ରୀମୁଖ ଖଣ୍ଡୁଆ ମଇଲମ ୨ଟା ୩୦, ଚକା ପୋଛା ୨ଟା ୪୫, ସିଂହାସନ ଧୁଆ ୩ଟା, ମାଧବ, ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ବିଜେ ୩ଟା ୧୦, ମହାସ୍ନାନ ଶେଷ ୩ଟା ୩୦, ରୋଷ ହୋମ ୩ଟା ୩୫, ମଇଲମ ୩ଟା ୩୫, ଚନ୍ଦନଲାଗି ୩ଟା ୪୫, ସୂର୍ଯ୍ୟପୂଜା ଭୋର ୪ଟା, ଦ୍ୱାରପାଳ ପୂଜା ୪ଟା ୧୫, ବଡସିଂହାର ବେଶ ୪ଟା ୧୫, ବଡସିଂହାର ଭୋଗ ୪ଟା ୪୫ ଓ ରାତ୍ର ପହୁଡ ଭୋର ୫ଟାରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି।
ଶରଧାବାଲି ଅଭିମୁଖେ ଗଡ଼ିଲା କଳିଆର ନନ୍ଦିଘୋଷ ରଥ, ଘଣ୍ଟାଘଣ୍ଟ ଧ୍ୱନିରେ ଗଗନପବନ ପ୍ରକମ୍ପିତ
ପୁରୀ : ଶେଷ ହୋଇଛି ଭକ୍ତର ପ୍ରତୀକ୍ଷା। ବଡ ଦାଣ୍ଡରେ ଦର୍ଶନ ଦେଉଛି କଳାଠାକୁର। ବଡଦାଣ୍ଡରେ ଗଡିଛି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଯିବା ପରେ ମହାବାହୁଙ୍କ ରଥ ଟଣା କାର୍ୟ୍ୟ ଆରମ୍ଭ ହୋଇଯାଇଛି। ବିଶ୍ବ ନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଟାଣି ନେଉଛନ୍ତି। ଘଣ୍ଟାଘଣ୍ଟ,ହରିବୋଲ ଓ ହୁଳହୁଳି ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଉଛି ।
ଜଗାର ରଥକୁ ଟାଣି ନେଉଛନ୍ତି ଲକ୍ଷଲକ୍ଷ ଭକ୍ତ । ଆଗରେ ବଡ ଭାଇ ଭଳଭଦ୍ର ପରେ ଭଉଣୀ ସୁଭଦ୍ରା ବାହାରିବା ପରେ ଏବେ ପଛରେ ମାଡିଚାଲିଛି ମହାପ୍ରଭୁ ଜଗନ୍ନାଙ୍କ ନନ୍ଦିଘୋଷ ରଥ । ବିଭିନ୍ନ ନୀତିକାନ୍ତି ପରେ ନିର୍ଦ୍ଧାରିତ ସମୟ ଅନୁସାରେ ନନ୍ଦିଘୋଷ ରଥ ମାଉସୀ ମା’ ଅଭିମୁଖେ ଗଡିଛି । ଡାହୁକ ରଥ ଉପରେ ଛିଡା ହୋଇ ଳମ୍ବା ବେତ ଧରି ଭକ୍ତ ମାନଙ୍କୁ ରଥ ଟାଣିବାକୁ ଉତ୍ସାହିତ କରୁଛନ୍ତି ।
ପ୍ରଶାସନ ପକ୍ଷରୁ ରଥଟଣା କାମ ୪ଟାରୁ ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍‌ଣ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଥିଲା। ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିଲା। ଏହାପରେ ୩ଟା ୫୫ ମିନିଟରେ ଦର୍ପଦଳନକୁ ଟାଣାଯାଉଛି। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଅପରାହ୍‌ଣ ୪ଟା ୫୦ରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଶରଧାବାଲି ଅଭିମୁଖେ ଟାଣି ନେଇଛନ୍ତି।  ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ଗଡ଼ିଚାଲିଛି ତିନି ରଥ । ଉତ୍ସାହର ରଥ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ମାଉସୀ ମାଆ ଘର ଅଭିମୁଖେ ରଥରେ ବସି ଯାତ୍ରା ଆରମ୍ଭ କରିଛନ୍ତି ଶ୍ରୀଜିଉ।
ବଡ଼ଦାଣ୍ଡରରେ ଲକ୍ଷଲକ୍ଷ ଲୋକ ତିନିଠାକୁରଙ୍କ ଟିକିଏ ଝଲକ ପାଇ ତୃପ୍ତ ଅନୁଭବ କରିଛନ୍ତି । ବର୍ଷକ ପରେ ପ୍ରଭୁ ନିଜେ ଭକ୍ତଙ୍କୁ ଦେଖାଦେବାକୁ ଲୋକଙ୍କ ଗହଣକୁ ଆସିଛନ୍ତି । ରତ୍ନବେଦୀ ଛାଡ଼ି ମାଉସୀ ମା ଅଭିମୁଖେ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂରତୀ । ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଭକ୍ତମାନେ ଶ୍ରଦ୍ଧାର ସହିତ ତାଳଧ୍ବଜକୁ ଶରଧାବାଲି ଅଭିମୁଖେ ଟାଣି ନେଉଛନ୍ତି।  ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଥିବା ବେଳେ ପୁରୀରେ ଆଜି ୩୪ ଡିଗ୍ରୀ ତାପମାତ୍ରା ରହିଛି। ହେଲେ ଏହାକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଛନ୍ତି। ଭଗବାନଙ୍କ ପାଖରେ ଭକ୍ତି ଥିବାରୁ ଭକ୍ତମାନଙ୍କୁ ଖରାର ‌ପ୍ରକୋପ ପ୍ରଭାବିତ କରିପାରି ନାହିଁ।
ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ।  କୋଳାହଳରେ ଫାଟି ପଡୁଛି ବଡ଼ଦାଣ୍ଡ। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ । ଏହାରି ମଧ୍ୟରେ ଆରମ୍ଭ ହୋଇଛି ପହଣ୍ଡି ବିଜେ। ଧାଡ଼ି ପହଣ୍ଡିରେ ଦେବଦଳନ ରଥକୁ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ପରେ ବଡଭାଇ ବଳଭଦ୍ରକଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି। ଏହାପରେ ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହେବ। ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହେବ।
ସମସ୍ତଙ୍କର ଅପେକ୍ଷା କେତେବେଳେ ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ସେହି ଦିବ୍ୟ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ଭକ୍ତଜନ। ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହେବ ବ୍ରହ୍ମମୟ। ସଭିଏଁ ହେବେ ଏକାକାର। ଆଜି ସକାଳ ସାଢେ ୯ଟାରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୪ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି।
ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଛି। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହୋଇଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ କରାଯାଇ ଅପରାହ୍ନ ୧ଟାରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ହେବେ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ୪ଟା ସୁଦ୍ଧା ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ସିସିଟିଭି କ୍ୟାମେରା ସହରକୁ ଜଗିଛି। ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ ପ୍ରବଳ ଖରା ସତ୍ତ୍ବେ ରଥଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ବେଶ୍‌‌ ଭିଡ଼ ହୋଇଛି।
ରଥଯାତ୍ରାବେଳେ ପୁରୀରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ
ପୁରୀ: ଶ୍ରୀଜିଉଙ୍କ ରଥଯାତ୍ରା ବେଳେ ଶ୍ରୀକ୍ଷେତ୍ର ପୁରୀରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ରହିବେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ । ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ । ଆସନ୍ତା ୨୦ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ପୋଲିସ ଏଡିଜି ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଜନଗହଳି ନିୟନ୍ତ୍ରଣ ସହ ଟ୍ରାଫିକ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । କେବଳ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏଥିସହ ପୁରୀ ସହର, ଶ୍ରୀମନ୍ଦିର ଭିତର, ବାହାର ଓ ଏହାର ଚତୁଃପାର୍ଶ୍ଵ ସହ ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା, ପୋଲିସ କଣ୍ଟ୍ରୋଲ ରୁମ୍ ସହ ଅନ୍ୟାନ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ଏଡିଜି । ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଆଡିସନାଲ୍ ସିପି ଉମାଶଙ୍କର ଦାସ, ଡିଆଇଜି ଅଖିଳେଶ୍ବର ସିଂଙ୍କ ସହ ଜଗତସିଂହପୁର ଓ ପୁରୀ ଏସପି ଉପସ୍ଥିତ ଥିଲେ ।
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାମ ଅନୁକୂଳ
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଅନୁକୂଳ ହୋଇଛି ରଥକାମ । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖ ରଥଖଳାକୁ ଆଜ୍ଞାମାଳ ବିଜେ କରିଛନ୍ତି। ୩ଜଣ ପୂଜାପଣ୍ଡା ଆଜ୍ଞାମାଳ ଧରି ରଥଖଳାରେ ପହଞ୍ଚିଛନ୍ତି । ଏହାପରେ ୩ ଖଣ୍ଡ ଧଉରା କାଠରେ ରଥ ନିର୍ମାଣର ଅନୁକୂଳ କରାଯିବ । ବୈଶାଖ ମାସ ତୃତୀୟା ସତ୍ୟ ଯୁଗର ଉତ୍ପତି ଦିବସ ହୋଇଥିବା ବେଳେ ରାଜଗୁରୁ ଓ ସ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ରଥକାମ ଅନୁକୂଳ କରାଯାଉଛି । ଏହି ଅବସରରେ ତିନି ରଥର ମୁଖ୍ୟ ମହାରଣା, ଭୋଇ ସର୍ଦାରଙ୍କ ସମେତ, ମୁଖ୍ୟ କମାର, କରତୀ ଓ ରୂପକାର ସେବାୟତମାନଙ୍କୁ ରାଜଗୁରୁ ଶାଢ଼ୀ ବାନ୍ଧିବା ପରେ ଆରମ୍ଭ ହେବ ରଥକାମ ।
ସେହିପରି ପ୍ରଚଣ୍ଡ ରୌଦ୍ରତାପରୁ ଆଶ୍ବସ୍ତି ପାଇଁ ନୌବିହାର କରିବେ ମହାପ୍ରଭୁ । ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୁଦେବୀ, ଶ୍ରୀଦେବୀ, ପଞ୍ଚୁ ପାଣ୍ଡଵ ଓ ରାମ କୃଷ୍ଣ ନରେନ୍ଦ୍ର ପୁଷ୍କରିଣୀରେ କରିବେ ନୌକା ବିହାର । ଏଥିପାଇଁ ନରେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚିତ୍ରକର ସେବାୟତମାନେ ରଙ୍ଗ କରିବା ସହ ମହାରଣା ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ହୋଇ ରହିଛନ୍ତି ନନ୍ଦା ଓ ଭଦ୍ରା ।
ପୁରୀ ରଥଯାତ୍ରା ଶ୍ରେଷ୍ଠ ପାର୍ବଣ ସ୍ଥଳ, କୋଣାର୍କକୁ ମିଳିଲା ଶ୍ରେଷ୍ଠ ଆଇକନିକ୍‌ ସ୍ଥଳ ପୁରସ୍କାର
ରାଜନଗର: ନୂଆଦିଲ୍ଲୀଠାରେ ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ଟି ବର୍ଗରେ ସମ୍ମାନିତ ହୋଇଛି। ଶ୍ରେଷ୍ଠ ପାର୍ବଣ ସ୍ଥଳ ଭାବେ ପୁରୀ ରଥଯାତ୍ରା, ଶ୍ରେଷ୍ଠ ଆଇକନିକ ସ୍ଥଳ ଭାବେ କୋଣାର୍କ ଏବଂ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଭିତରକନିକାକୁ ପୁରସ୍କାର ମିଳିଛି। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଜାତୀୟ ସ୍ତରରେ ଚୟନ ହେବା ପରେ ବିଭିନ୍ନ ମହଲରେ ଖୁସିର ଲହରି ଖେଳିଯାଇଛି।
ପ୍ରକୃତିର ବିସ୍ମୟ ଭିତରକନିକା। ୬୭୨ବର୍ଗ କିମି ବ୍ୟାପ୍ତ ଭିତରକନିକା ଅଭୟାର୍ୟଣ ଓ ୧୪୫ ବର୍ଗ କିମି ବିଶିଷ୍ଟ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରକୃତିପ୍ରେମୀ, ପରିବେଶବିତ୍‌‌, ଜୀବ ବିଜ୍ଞାନୀ, ପକ୍ଷୀ ବିଷାରଦଙ୍କୁ ଆକୃଷ୍ଟ କରିଆସିଛି। ଜୈବ ବିବିଧତା ପାଇଁ ଭିତରକନିକାକୁ ଆନ୍ତର୍ଜାତିକ ରାମସାର ସାଇଟର ମାନ୍ୟତା ମିଳିଛି। ଭାରତରେ ଥିବା ପ୍ରାକୃତିକ ପରିବେଶ ସ୍ଥଳ ମଧ୍ୟରେ ଭିତରକନିକା ଜାତୀୟ ସ୍ତରରେ ଶ୍ରେଷ୍ଠ ଭାବେ ବିବେଚିତ ହୋଇଛି। ବଙ୍ଗୋପସାଗର ତଟବତ୍ତୀ ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ତ୍ରିକୋଣ ଭୂମିରେ ପ୍ରକୃତିର ଗନ୍ତାଘର ବିଶ୍ୱପ୍ରସିଦ୍ଧ ଭିତରକନିକାର ଜୈବ ବିବିଧତା ଏବଂ ଭାରତର ଦ୍ୱିତୀୟ ବୃହତ୍ତମ ଲୁଣା ଜଙ୍ଗଲ ସାଙ୍ଗକୁ ଏହାର ପ୍ରାକୃତିକ ବିଭବ ସବୁବେଳେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଆସିଛି। ଏହାସହିତ ଭିତରକନିକାରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଭାବେ ବସବାସ କରୁଥିବା ବଉଳା କୁମ୍ଭୀର, ବିଶେଷକରି ଏଥିରେ ବସବାସ କରୁଥିବା ଶଙ୍ଖୁଆ ଧଳା କୁମ୍ଭୀର ପର୍ଯ୍ୟଟକ ଓ ଗବେଷକଙ୍କୁ ଆନମନା କରେ। ଏହାସହ ଗହୀରମଥାର ଅଲିଭ ରିଡଲେ କଇଁଛଙ୍କ ଲୀଳାଖେଳା ଓ ସମୂହ ଅଣ୍ଡାଦାନ ପକ୍ରିୟା ସମଗ୍ର ବିଶ୍ୱରେ ବିରଳ।
ରଥଉପରୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ
ପୁରୀ: ତିନି ରଥରେ ବସି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ମାଉସୀ ମା ଘରେ ପୋଡ଼ ପିଠା ଖାଇ ଫେରିବା ପରେ ଆଜି ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ବଡ଼ଦାଣ୍ଡରେ ତିନି ରଥିରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେଉଛନ୍ତି ।ଭଗବାନଙ୍କର ଏହି ଦିବ୍ୟ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତମାନେ ଆଜି ସଅଳ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ରତ୍ନଭଣ୍ଡାରରୁ ସେବାୟତମାନେ ମହାପ୍ରଭୁଙ୍କର ସୁନା ଅଳଙ୍କାରଗୁଡ଼ିକ ରଥ ଉପରକୁ ନେଇଯାଇଛନ୍ତି। ଏବେ ରଥ ଉପରେ ମହାପ୍ରଙ୍କୁ ବେଶ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଶ୍ରୀଜିଉମାନେ ପ୍ରାୟତ ସୁନା ଅଳଙ୍କାରେ ସୁସଜ୍ଜିତ ହୋଇସାରିଲେଣି।   ସିଂହଦ୍ବାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ରାତି ୧୧ଟା ଯାଏଁ ରହିବ। ଏହା ପରେ ବେଶ ଓଳାଗି ହେବ।
ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।ରଥ ଉପରେ ସୁନାବେଶ ବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହୋଇଥାଏ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୁଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି । ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି ।ଭକ୍ତମାନଙ୍କୁ ସୁବିଧାରେ ସୁନାବେଶ ଦର୍ଶନ କରାଇବା ପାଇଁ ୩ ରଥର ୧୪ ନାହାକାରେ ଲୁହା ବ୍ୟାରିକେଡ ଲଗାଯାଇଛି। ସୁନାବେଶ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଏହି ବ୍ୟବସ୍ଥା କରାଯାଇଛି।
ଅନ୍ୟପଟରେ ମହାପ୍ରଭୁଙ୍କର ମନଲୋଭା ସୁନାବେଶ ‌ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଲକ୍ଷାଧିକ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡ ଲୋକାରଣ୍ୟ ସୃଷ୍ଟି ହୋଇଛି। ସୁନାବେଶ ଦର୍ଶନ ପାଇଁ ଭକ୍ତମାନେ ଯେପରିକି ଆଦୌ ଅସୁବିଧାର ସାମ୍ନା ନ କରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।
ସୂଚନାଯୋଗ୍ୟ, ଶ୍ରୀଜିଉମାନଙ୍କର ବର୍ଷକୁ ୬ ଥର ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ। ଏଥିରୁ ଗୋଟିଏ ରଥ ଉପରେ ଥରେ ସୁନାବେଶ ହେବାର ପଂରାପରା ରହିଛି। ଏହା ବାହୁଡ଼ା ଯାତ୍ରାର ପରଦିନ ଅର୍ଥାତ ଆଶାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ଶ୍ରୀଜିଉମାନଙ୍କୁ ରଥ ଉପରେ ସୁନା ବେଶ କରାଯାଇଥାଏ। ଏତଦ୍‌ ବ୍ୟତୀତ ଶ୍ରୀଜିଉମାନଙ୍କୁ ମନ୍ଦିର ଭିତରେ ୫ ଥର ସୁନାବେଶ କରାଯାଇଥାଏ। ଦଶହରା, କୁମାରପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କୁ ସୁନାବେଶ କରାଯାଏ।