Puri Jagannath - The Sakala

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆସିଲା ନିମନ୍ତ୍ରଣ ପତ୍ର
ପୁରୀ: ଅଯୋଧ୍ୟାରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆସିଲା ନିମନ୍ତ୍ରଣ ପତ୍ର। ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପୁରୀ ଜଗନ୍ନାଥ ଧାମକୁ ଆସିଲା ନିମନ୍ତ୍ରଣ । ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛି ଅଯୋଧ୍ୟା ଅଭ୍ୟର୍ଥନା କମିଟି ଓ ବିଶ୍ବ ହିନ୍ଦୁ ପରିଷଦ । ଆଜି ମହାପ୍ରଭୁଙ୍କ ନିମନ୍ତ୍ରଣ ନିମନ୍ତେ ଗୁଆ, ଅରୁଆ ଚାଉଳ, ଶ୍ରୀଫଳ, ପାନ, ଗାମୁଛା ଓ ନିମନ୍ତ୍ରଣ ପତ୍ର ନେଇ କମିଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଆଜି ସେନାପଟା ଲାଗି: ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ରହିବ ଜଗା ଦର୍ଶନ
ପୁରୀ: ମଙ୍ଗଳବାର ସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁବିଗ୍ରହ। ସେଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଦଇତାପତିମାନେ ପ୍ରବେଶ କରିଥିବାବେଳେ ସୋମବାର ଚାରମାଳ ବନ୍ଧା ଏବଂ ସେନାପଟା ଲାଗି ହେବ। ଏହି ନୀତି ପାଇଁ ସୋମବାର ପ୍ରାତଃରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ଦର୍ଶନ ବନ୍ଦ ରହିବ। ସେନାପଟା ଲାଗି ପରେ ପୁନଶ୍ଚ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୀ ଆସୁଛନ୍ତି ରାଷ୍ଟ୍ରପତି: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଏଡିଜି
ପୁରୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଜଭବନରେ ରାତ୍ରିଯାପନ ପରେ ୨୦ ତାରିଖରେ ଗୌଡ଼ୀୟ ମିଶନ ପ୍ରତିଷ୍ଠାତା ଶ୍ରମୀଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଶରଧାବାଲିରେ ଅନୁଷ୍ଠିତ ହେବାକୁ ଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ ।

ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ପୁରୀ ଗସ୍ତକୁ ନେଇ ଏଡିଜି ରାକେଶ କୁମାର ଶର୍ମା ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏସ୍ପି ଡ. କନୱର ବିଶାଲ ସିଂଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ଓ ଶରଧାବାଲିଠାରେ ହେବାକୁ ଥିବା ସାଧୁ ସମ୍ମିଳନୀ ସ୍ଥଳ ବୁଲି ଦେଖିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବଳ ନିୟୋଜିତ କରାଯିବାକୁ ଥିବାବେଳେ ଯେପରି କୌଣସି ସମସ୍ୟା ନ ହୁଏ ତାହା ଉପରେ ବିଶେଷ ଅନୁଧ୍ୟାନ କରିଛନ୍ତି । ଏଡିଜି ପ୍ରଥମେ ରାଷ୍ଟ୍ରପତି ଯିବାକୁ ଥିବା ଗୌଡ଼ୀୟ ମଠକୁ ଯାଇଥିଲେ । ସେଠାରେ ମଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଶରଧାବାଲିରେ ହେବାକୁ ଥିବା ସାଧୁସନ୍ଥ ସମ୍ମିଳନୀ ସ୍ଥଳ ବୁଲିଥିଲେ ।

ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା; ବିନା ଟିକା ସାର୍ଟିଫିକେଟରେ କରିହେବ ମହାପ୍ରଭୁଙ୍କ ଦର୍ଶନ
ପୁରୀ: ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା । ଆସନ୍ତା ଫେବୃଆରୀ ୨୧ରୁ ଶ୍ରଦ୍ଧାଳୁଙ୍କ ପାଇଁ କୋହଳ ହେବ ଜଗା ଦର୍ଶନ। ଏଣିକି ଦର୍ଶନ ପାଇଁ ଆବଶ୍ୟକ ପଡିବନି ଟିକା ପ୍ରମାଣପତ୍ର । ମାତ୍ର ମାସ୍କ ପିନ୍ଧି ଭିତରକୁ ପ୍ରବେଶ ବାଧ୍ୟତାମୂଳକ । ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୀଷନ କୁମାର ଏହି ସୂଚନା ଦେଇଛନ୍ତି ।ଦୀର୍ଘ ଦୁଇ ବର୍ଷ ପରେ ସ୍ବାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ। ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ସେନେଇ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ପୂର୍ଣ୍ଣାହୂତିରେ ଯୋଗଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆସନ୍ତା ୨୨ ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ଯର ଭୂମିପୂଜନ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଯଜ୍ଞ ଆୟୋଜିତ ହେବ । ଏଥିରେ ପୁରୀ ଗଜପତି ମହାରାଜା କର୍ତ୍ତା ଭାବେ ଦାୟିତ୍ବ ତୁଲାଇବେ । ୨୪ ତାରିଖ ଦିନ ଯଜ୍ଞରେ ପୂଣ୍ଣାହୁତି ହେବ ।

ଏହି କାର୍ଯ୍ଯକ୍ରମକୁ ଭବ୍ୟ କରିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ୨୨ରେ ଭୂମି ପୂଜନ କାର୍ଯ୍ଯକ୍ରମ ରହିଥିବାବେଳେ ୨୪ରେ ରହିଛି ପୂର୍ଣ୍ଣାହୂତି ରହିଛି । ଅନ୍ୟପଟେ ପୁର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ଯକ୍ରମ ମଧ୍ୟ ରହିଛି ।

ପୁରୀବାସୀଙ୍କ ପାଇଁ ଖୁସି ଖବର: ନଭେମ୍ବର ୧ରୁ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ପୁରୀବାସୀ
ପୁରୀ: କାର୍ତ୍ତିକରେ ଶ୍ରୀକ୍ଷେତ୍ରବାସୀଙ୍କ ଲାଗି ସହଜ ହେଲା ଜଗା ଦର୍ଶନ । ଏଣିକି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ ପୁରୀବାସୀ । ଏ ନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧ ତାରିଖ ଠାରୁ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ । ଏଥିପାଇଁ ପରିଚୟ ପତ୍ର ଓ ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି ।

ଆଜି ବସିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଏସପି, ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । କୋଭିଡ୍ କଟକଣା ମାନି ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ପୂର୍ବଭଳି ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ପୁରୀବାସୀ ସ୍ୱାଗତ କରିଛନ୍ତି ।

ଆଜିଠୁ ତିନିଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ
ପୁରୀ: ଆଜିଠୁ ତିନିଦିନ ଯାଏଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ମନ୍ଦିର ପ୍ରଶାସନ ଘୋଷଣା କରିଛି । ସୋମବାରଠୁ ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିର ଖୋଲିବାକୁ ଥିବା ବେଳେ, ନୂଆ କଟକଣା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ଗଣେଶ ପୂଜା, ଦୁଇଦିନିଆ ସପ୍ତାହାନ୍ତ ଦର୍ଶନ ବନ୍ଦ ପରିପ୍ରେକ୍ଷୀରେ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ତେଣୁ ଲଗାତର ୩ଦିନ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ପରେ ସୋମବାରଠୁ ମନ୍ଦିର ଖୋଲିବା ପରେ ନୂଆ ଏସ୍ଓପି ଅନୁଯାୟୀ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ନୂଆ ଏସଓପିରେ କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରବିବାର ଦିନ ମନ୍ଦିରକୁ ବନ୍ଦ ରଖିବା ସହ ମନ୍ଦିରର ବାହାର ଓ ଭିତର ପାର୍ଶ୍ୱକୁ ସାନିଟାଇଜ କରିବ ଶ୍ରୀମନ୍ଦିର ପ୍ରଶାସନ । ଏହି ନୂଆ ଏସଓପି ଅନୁଯାୟୀ ଶନିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅର୍ଥାତ୍ ସପ୍ତାହର ୬ ଦିନ ମନ୍ଦିର ଖୋଲାରହିବ । ସକାଳ ୬ଟାରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅନୁମତି ମିଳିଛି । ସେପଟେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କଟକଣା ହଟାଇ ଦିଆଯାଇଥିବାରୁ ସୋମବାରଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ସପରିବାର ମହାପ୍ରସାଦ ସେବନ କରିପାରିବେ ।

ଶ୍ରୀମନ୍ଦିରକୁ ୨ କୁଇଣ୍ଟାଲ ଚନ୍ଦନ କାଠ ଦେଲେ ଭକ୍ତ
ପୁରୀ: ମହାପ୍ରଭୁଙ୍କ ସେବା ଭାଗ୍ୟରେ ଥିଲେ ମିଳେ। କିନ୍ତୁ ଏହି ସୁଯୋଗ ସମସ୍ତଙ୍କୁ ମିଳି ନ ଥାଏ। ହେଲେ ଏମିତି କିଛି ଭକ୍ତ ଅଛନ୍ତି ଯେଉଁମାନେ ବିଶ୍ୱନିୟନ୍ତାଙ୍କ ପାଇଁ ଯଦି ସାମାନ୍ୟତମ ସହଯୋଗ ପ୍ରଦାନ କରନ୍ତି ସେଥିରେ ସେ କୃତାର୍ଥ ହୋଇଥାନ୍ତି। ଏଭଳି ମାନସିକତା ଯୋଗୁ ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ ସୁନା, ରୁପା, ଟଙ୍କା ଇତ୍ୟାଦି ଦାନ ଆକାରରେ ଆସିଥାଏ। ମହାପ୍ରଭୁଙ୍କ ପ୍ରତି ଏମିତି ଗଭୀର ଭକ୍ତି ଓ ବିଶ୍ୱାସ ରଖିଥିବା ଜଣେ ଭକ୍ତ ଗୁରୁବାର ଶ୍ରୀମନ୍ଦିରକୁ ପ୍ରାୟ ୨ କୁଇଣ୍ଟାଲ ଚନ୍ଦନ କାଠ ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ଆର୍ତ୍ତତ୍ରାଣ ରଥ ନିଜ ଘର ବାଡ଼ିରେ ଥିବା ପୁରୁଣା ଚନ୍ଦନ ଗଛ କାଟି ଏହାର କାଠ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦେଇଛନ୍ତି।

ଆର୍ତ୍ତତ୍ରାଣ ଏଥିପାଇଁ ପ୍ରାୟ ୨ ବର୍ଷ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ଥିଲେ। ଅନୁମତି ମିଳିବା ପରେ ସ୍ଥାନୀୟ ବନ ବିଭାଗ ସହାୟତାରେ ଜଙ୍ଗଲ ନିୟମ ଅନୁଯାୟୀ ଏହି ଗଛ କଟାଯାଇଥିଲା। ଏହାକୁ ସାଇଜ କରାଯାଇ ଗାଡ଼ି ଯୋଗେ ଗୁରୁବାର ଅପରାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଶ୍ରୀମନ୍ଦିର ରାଜସ୍ୱ ଉପପ୍ରଶାସକ ସୁବ୍ରତ କୁମାର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଏହି କାଠ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଏହା ମହାପ୍ରଭୁଙ୍କ ଦୈନନ୍ଦିନ ସେବାପୂଜାରେ ଲାଗିବ। ଏଥିରେ ଉକ୍ତ ଗଛର ଗଣ୍ଡି ଅଂଶର ୧୭ ଖଣ୍ଡ, ଶାଖା ୨୨, ମୂଳ ୯ ଖଣ୍ଡ ଏବଂ କାଟିବା ବେଳେ ବାହାରିଥିବା ୩ କିଗ୍ରା ଛେଲି ରହିଛି। ଆର୍ତ୍ତାତ୍ରାଣଙ୍କ ପୁଅ ସକଳେଶ୍ୱର ରଥ, ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଥାଉ କି, ରଥ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚନ୍ଦନ ଚାରା ବଣ୍ଟନ କରିଛନ୍ତି।

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ତିନି ରଥ
ପୁରୀ: ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖକୁ ୩ ରଥକୁ ଟଣାଯାଇଛି।  ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି। । କୋଭିଡ୍ କଟକଣା ମଧ୍ୟରେ ସେବାୟତମାନେ ରଥ ଟାଣିିଥିଲେ।

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ରଥ ଖଳାକୁ ବିଜେ ହୋଇଛି। ତିନି ବାଡ଼ରେ ପୂଜାପଣ୍ଡା ସେବକ ମାନେ ଏହି ଆଜ୍ଞା ମାଳ ବିଜେ କରାଇଛନ୍ତି। ଆଜ୍ଞାମାଳ ବିଜେ ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି।

ରଥଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି । ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ଜଣ ଅତିରିକ୍ତ ଏସପି, ୨୧ଜଣ ଡିଏସପି, ୬୪ ଜଣ ଇନସପେକ୍ଟର, ୨୨୨ ଏଏସ୍ଆଇ ଏବଂ ଏସ୍ଆଇଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ୟ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ।

ପୁରୀର କୋଭିଡ଼ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍
ପୁରୀ: ପୁରୀ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ଟିମ। ବୁଧବାର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

(ସିଡ଼ିଏମଓ) ଡା. ସୁଜାତା ମିଶ୍ରଙ୍କ ସହ ଜିଲ୍ଲାର କୋଭିଡ ପରିଚାଳନା ନେଇ ବିଚାର ବିମର୍ଶ କରିଥିବା ବେଳେ ଟିମ କଣ୍ଟ୍ରୋଲ ରୁମ ଓ କୋଭିଡ ମେଡିକାଲ ପରିଦର୍ଶନ କରିଛନ୍ତି। ବିଶେଷତଃ କୋଭିଡ ସଂକ୍ରମଣ ଚି଼ହ୍ନଟ ଓ ଏହାର ହ୍ରାସ ଦିଗରେ କି ପଦକ୍ଷେପ ନିଆଯାଇଛି ସେସବୁ ସଂକ୍ରାନ୍ତରେ ବିସ୍ତୃତ ସମୀକ୍ଷା କରିଛନ୍ତି ଟିମ। କୋଭିଡ ଟେଷ୍ଟିଙ୍ଗ, ଟିକାକରଣ, ଚିକିତ୍ସା ସେବା ଆଦି କାର୍ଯ୍ୟକଳାପକୁ ଦେଖି ବୁଝିଥିବା ବେଳେ ସମ୍ପୂର୍ଣ ତଥ୍ୟ ସଂଗ୍ରହ କରିଛନ୍ତି। ମୋଟାମୋଟି ଜିଲ୍ଲାରେ କୋଭିଡ ପରିଚାଳନା ସନ୍ତୋଷଜନକ ରହିଥିବା ଟିମ ପକ୍ଷରୁ ମତ ରଖାଯାଇଥିବା ବେଳେ ସବିଶେଷ ରିପୋର୍ଟ ସେମାନେ କେନ୍ଦ୍ର ସରକାରଙ୍କୁ ପ୍ରଦାନ ବୋଲି ଜଣାପଡିଛି। କୋଭିଡ୍ ପରିଚାଳନା ସହ ଟିକାକରଣର ଅଗ୍ରଗତି ନେଇ ସିଡିଏମଓଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏଥସହ କଣ୍ଟାକ୍ଟ ଟ୍ରେସିଂ, ଟ୍ରିଟମେଣ୍ଟ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ସହରର ବିଭିନ୍ନ କୋଭିଡ୍ ହସପିଟାଲ ଏବଂ ଗ୍ରାମାଞ୍ଚଳରେ ହୋଇଥିବା କୋଭିଡ୍ କେୟାର ସେଣ୍ଟର ସମ୍ପର୍କରେ ପଚାରି ବୁଝିଛନ୍ତି।

ଦଶମୂଳ ଔଷଧ ଲାଗି ପରେ ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ
ଅନବସରର ଆଜି ଦ୍ୱାଦଶୀ ତିଥି । ଅଣସର ଉପଚାର ପରେ ଏବେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ଅଣସର ଦ୍ୱାଦଶୀ ତିଥିରେ ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି । ବିଧି ମୁତାବକ ଆଜି ପୁରୀରେ ଏହି ସନ୍ଦେଶକୁ ଦଇତାପତି ରାଜନଅରକୁ ଦେଇଛନ୍ତି । ମହାପ୍ରଭୁ ସୁସ୍ଥ ହେବା ପରେ ରଥଯାତ୍ରାରେ ଯିବାର ପରମ୍ପରା ରହିଛି । ସେପଟେ ପୁରୀ ବଡ଼ଦାଣ୍ଡରେ ଦଣ୍ଡାୟମାନ ସମ୍ପୂର୍ଣ୍ଣପ୍ରାୟ ତିନିରଥ । ଉତ୍କଳୀୟ ପରମ୍ପରା, କଳା ଓ ଭାସ୍କର୍ଯ୍ୟର ନମୁନା ବହନ କରୁଥିବା ତିନି ରଥ ବେଶ୍‌ ଆକର୍ଷଣୀୟ । ତିନି ରଥରେ ପାର୍ଶ୍ୱ ଦେବଦେବୀ ଓ କଳସ ଖଞ୍ଜା ସରିଛି । ନିର୍ମାଣ ଚାଲିଛି ବେଦି ଓ ସିଂହାସନ । ୧୨ ତାରିଖରେ ରଥରେ ଚଢ଼ି ପତିତ ଉଦ୍ଧାର ପାଇଁ ଘୋଷଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି ।

ଅନ୍ୟପଟେ ପୁରୀ ଛଡ଼ା ଆଉ କେଉଁଠି ରଥଯାତ୍ରା ହୋଇପାରିବନି । ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣାଙ୍କ ଖଣ୍ଡପୀଠ ଏହି ସୁପ୍ରିମ ରାୟ ଶୁଣାଇଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟଲି ସହ ଅନ୍ୟସ୍ଥାନରେ ରଥଯାତ୍ରା ହେବାପାଇଁ ଏକାଧିକ ଆବେଦନ ହୋଇଥିଲା । ଯାହାକୁ ଖାରଜ କରିଦେଇଛନ୍ତି ଖଣ୍ଡପୀଠ ।

ଏ ନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନ ବିଚାରପତି । କହିଛନ୍ତି, ଏପରି ନିଷ୍ପତ୍ତିରେ ଖଣ୍ଡପୀଠ ଖୁସି ନୁହେଁ । କିନ୍ତୁ କୋଭିଡ ସମୟରେ ଖଣ୍ଡପୀଠ ଏପରି ରାୟ ଶୁଣାଇବାକୁ ନାଚାର । ଆସନ୍ତାବର୍ଷ ପ୍ରଭୁ ସବୁଠି ରଥଯାତ୍ରା ଆୟୋଜନ ନେଇ ଅନୁମତି ଦେବେ ବୋଲି ଖଣ୍ଡପୀଠ ଆଶା କରିଛନ୍ତି । ପୂର୍ବରୁ ଏ ନେଇ ହାଇକୋର୍ଟ ମଧ୍ୟ ସବୁ ଆବେଦନ ଖାରଜ କରି କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । କୋଭିଡ ସ୍ଥିତିକୁ ନଜରରେ ରଖି ଆସିଛି ଏହି ରାୟ ।