Earth - The Sakala
ବିଶ୍ବରେ ପ୍ରଥମ: ମହାକାଶ ବୁଲି ଫେରିଲେ ୬ ମହିଳା, ୧୧ ମିନିଟରେ ୨୦୦ କିମି ଯାତ୍ରା
ଟେକ୍ସାସ: ବିଶ୍ବରେ ପ୍ରଥମ ଥର ପାଇଁ ଏକାସଙ୍ଗେ ୬ ମହିଳା ମହାକାଶ ବୁଲି ଫେରିଛନ୍ତି। ଆମେରିକା ଶିଳ୍ପପତି ଜେଫ ବେଜୋସଙ୍କ କମ୍ପାନୀ ‘ବ୍ଲୁ ଅରିଜିନ’ର ରକେଟରେ ଏମାନେ ସୋମବାର ସନ୍ଧ୍ୟା ୭ଟାରେ ଟେକ୍ସାସର ଭେନ ହର୍ଣ୍ଣ ଲଞ୍ଚପ୍ୟାଡରୁ ଉଡ଼ାଣ ଆରମ୍ଭ କରିଥିଲେ। ପ୍ରାୟ ୨୦୦ କିମି ଯାତ୍ରା କରି ୧୧ ମିନିଟ ପରେ ପୃଥିବୀ ପୃଷ୍ଠରେ ଏହି ଯାନ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ଅବତରଣ କରିବା ପରେ ସମସ୍ତ ଯାତ୍ରୀ ଖୁସିରେ ନାଚି ଉଠିଥିଲେ। ଏହି ଯାତ୍ରା ପାଇଁ ଯାତ୍ରୀଙ୍କୁ ୧.୧୫ କୋଟି ଟଙ୍କା ଭଡ଼ା ଦେଇଛନ୍ତି। ୧୯୬୩ ମସିହା ପରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ମହିଳା ଦଳ ମହାକାଶକୁ ଯାତ୍ରା କରିଛନ୍ତି। ସେ ସମୟରେ ରୁଷ୍‌ ଇଞ୍ଜିନିୟର ଭେଲେଣ୍ଟିନା ତେରେଶକୋଭା ଏକାକୀ ମହାକାଶକୁ ଯାଇଥିଲେ। ଆଜି ମହାକାଶରୁ ଯାଇଥିବା ଯାତ୍ରୀଙ୍କ ମଧ୍ୟରେ ଗାୟିକା କେଟି ପେରି, ଆମେରିକା ବ୍ୟବସାୟୀ ଜେଫ୍‌ ବେଜୋସଙ୍କ ବାନ୍ଧବୀ ଲରେନ ସାଞ୍ଚେଜ, ଟିଭି ଉପସ୍ଥାପକ ଗେଲ କିଙ୍ଗ, ମାନବାଧିକାର କର୍ମୀ ଅମାଣ୍ଡା ଗୁୟେନ, ଚଳଚ୍ଚିତ୍ର ନିର୍ମାତା କେରିୟନ ଫ୍ଲିନ ଏବଂ ନାସାର ପୂର୍ବତନ ରକେଟ ବିଜ୍ଞାନୀ ଆଇସା ବୋୱେ ସାମିଲ ଅଛନ୍ତି। ଏହି ଅଭିଯାନ ବ୍ଲୁ ଅରିଜିନରେ ‘ନ୍ୟୁ ସେପର୍ଡ’ କାର୍ଯ୍ୟକ୍ରମର ଅଂଶବିଶେଷ। ଏହାର ନାମ ଏନଏସ୍‌-୩୧ ରଖାଯାଇଛି। ଏହା କମ୍ପାନୀର ୧୧ତମ ଅଭିଯାନ ହୋଇଛି। ଏହାକୁ ଐତିହାସିକ ଅଭିଯାନ କୁହାଯାଇଛି। ଏହା ମହିଳାଙ୍କ ଯୋଗଦାନ ଏବଂ ସଫଳତାକୁ ଦର୍ଶାଉଛି। ମହିଳା ଯାତ୍ରୀମାନେ ଶବ୍ଦଠାରୁ ତିନି ଗୁଣ ବେଗରେ ମହାକାଶକୁ ଯାଇଥିଲେ। ପୃଥିବୀଠାରୁ ୬୨ କିମି ଉପରେ ଭାସିବା ପରେ ଫେରି ଆସିଥିଲେ। ପାରାଚୁଟ ମାଧ୍ୟମରେ ସୁରକ୍ଷିତ ଭାବେ ଅବତରଣ କରି ଇତିହାସ ସୃଷ୍ଟି କରିଥିଲେ।
ନୂଆଦିଲ୍ଲୀ: ପୃଥିବୀ ଆଡକୁ ବଡ଼ ବିପଦ ମାଡ଼ି ଆସୁଛି। ଫୁଟବଲ୍‌ ପଡ଼ିଆ ଆକାରର ଏକ ଗ୍ରହାଣୁ କ୍ଷୀପ୍ର ଗତିରେ ଛୁଟି ଆସୁଛି। ଏହାର ନାମ ‘୨୦୨୪ ୱାଇଆର-୪’ ରହିଛି। ଏହା ୨୦୩୨ରେ ଡିସେମ୍ବର ୨୨ରେ ପୃଥିବୀ ସହ ଧକ୍କା ହୋଇପାରେ ବୋଲି କୁହାଯାଉଛି। ମାତ୍ର ପୃଥିବୀ ଉପରେ ଏହାର ପ୍ରଭାବକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଦାବି କରୁଛନ୍ତି। ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼ିବ ନାହିଁ ବୋଲି କିଛି ବୈଜ୍ଞାନିକ କହୁଥିବାବେଳେ ଆଉ କିଛି ଆଂଶିକ ପ୍ରଭାବ ପଡ଼ିବ ବୋଲି କହିଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସା ପକ୍ଷରୁ ଏହି ଗ୍ରହାଣୁର ଭିଡିଓ ଜାରି କରାଯାଇଛି। ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ଏହି ଗ୍ରହାଣୁ ଯୋଗୁଁ ପୃଥିବୀ ଉପରେ କୌଣସି ପ୍ରଭାବ ପଡ଼ି ନ ପାରେ। ଏହା ଧକ୍କା ହେବାର ସମ୍ଭାବନା ୧.୮ ପ୍ରତିଶତରୁ ୨.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଆକାର ପାଖାପାଖି ୩୦୦ ଫୁଟ (୯୦ ମିଟର) ହୋଇପାରେ । ଫୁଟବଲ ପଡ଼ିଆ ଆକାରର ଏହି ଗ୍ରହାଣୁ ସମଗ୍ର ସହରକୁ ଧ୍ବଂସ କରିପାରେ।
ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ଅନୁଯାୟୀ ୨୦୩୨ ଡିସେମ୍ବର ୨୨ରେ ଏହି ଗ୍ରହାଣୁ ପୃଥିବୀର ଅତି ନିକଟତର ହେବ। ଏହା ପୃଥିବୀ ଦେଇ ସୁରକ୍ଷିତ ଭାବେ ଅତିକ୍ରମ କରିବାର ୯୯ ପ୍ରତିଶତ ସମ୍ଭାବନା ରହିଛି । ଟୋରିନୋ ଇମ୍ପାକ୍ଟ ହାଜର୍ଡ ସ୍କେଲରେ ଏହାର ରେଟିଂ ୩ ରହିଛି। ଏହି ସ୍କେଲ୍ ୦ରୁ ୧୦ ପର୍ଯ୍ୟନ୍ତ ରହିଲେ କୌଣସି ବିପଦ ନ ଥାଏ।
ସୂଚନାଯୋଗ୍ୟ ଯେ, ୧୯୦୮ ମସିହାରେ ସାଇବେରିଆର ତୁଙ୍ଗୁସ୍କା ଜଙ୍ଗଲରେ ଏକ ବଡ଼ ଗ୍ରହାଣୁ ବିସ୍ଫୋରଣ ହୋଇଥିଲା। ଏଥିରେ ୮୩୦ ବର୍ଗ ମାଇଲ (୨୧୫୦ ବର୍ଗ କିମି) ଅଞ୍ଚଳ ଧ୍ବଂସ ହୋଇ ଯାଇଥିଲା।
ମାଡ଼ି ଆସୁଛି ‘ପ୍ରଳୟ ଦେବତା’, ଧ୍ୱଂସ ପାଇଯିବ ପୃଥିବୀ !
ନୂଆଦିଲ୍ଲୀ: ମହାକାଶରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ କ୍ଷୁଦ୍ର ଗ୍ରହ ‘ଏପୋଫିସ୍‌’। ମିଶରୀୟ ଭାଷାରେ ଯାହାର ଅର୍ଥ ହେଉଛି ‘ଅରାଜକତା’ ବା ‘ପ୍ରଳୟ’ର ଦେବତା। ଏହି କ୍ଷୁଦ୍ର ଗ୍ରହଟି ଆସନ୍ତା ୨୦୨୯ଏପ୍ରିଲ ୧୩ ତାରିଖରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହାକୁ ନେଇ ସାରା ବିଶ୍ୱରେ ମହାକାଶବିତ୍‌ମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଯେଉଁ ଦିଗରେ ଏହି ଛୋଟ ଗ୍ରହଟି ଗତି କରୁଛି, ତାହା ପୃଥିବୀ ସହ ଧକ୍କା ଲାଗିବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଛୋଟ ଗ୍ରହଟିର ବ୍ୟାସ ୩୪୦ ମିଟରରୁ ୪୫୦ ମିଟର ବୋଲି କୁହାଯାଉଛି। ବୈଜ୍ଞାନିକଙ୍କ ଆକଳନ ଅନୁସାରେ ୧୪୦ ବ୍ୟାସ ବା ତଦୁର୍ଦ୍ଧ୍ବ କୌଣସି ଗ୍ରହପିଣ୍ଡ, କ୍ଷୁଦ୍ର ଗ୍ରହ ବା ଧୂମକେତୁ ପୃଥିବୀର ନିକଟ ଦେଇ ଅତିକ୍ରମ କଲେ ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ତେଣୁ ଏପୋଫିସର ବ୍ୟାସ ଓ ଗତିକୁ ନେଇ ମହାକାଶ ବିଜ୍ଞାନୀମାନେ ଚିନ୍ତିତ ହୋଇଛନ୍ତି।
ଇସ୍ରୋ ମୁଖ୍ୟ ଏସ୍‌.ସୋମନାଥ ଏହ କ୍ଷୁଦ୍ର ଗ୍ରହକୁ ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହି କ୍ଷୁଦ୍ର ଗ୍ରହଟି ୨୦୨୯ ଏପ୍ରିଲ ୧୩ ତାରିଖରେ ପୃଥିବୀ ସହ ଧକ୍କା ଖାଇବାର ସମ୍ଭାବନା ରହିଛି। ଯଦି ଏହି ଗ୍ରହଟି ପୃଥିବୀ ସହ ଧକ୍କା ଲାଗେ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଏବଂ ସମ୍ପୂର୍ଣ୍ଣ ମାନବ ଜଗତ ଧ୍ୱଂସ ହୋଇଯାଇପାରେ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ନେତ୍ର’ (ନେଟୱାର୍କ ଫର ସ୍ପେସ୍‌ ଅବଜେକ୍ଟ ଟ୍ରାକିଂ ଏଣ୍ଡ ଆନାଲିସିସ୍‌) ଏପୋଫିସ ଉପରେ ତୀକ୍ଷ୍ମ ନଜର ରଖିଛି। ଏ ସମ୍ପର୍କରେ ଇସ୍ରୋ ବିଶ୍ୱର ସବୁ ମହାକାଶ ଅନୁସନ୍ଧାନ ସଂସ୍ଥା ସହ ସମ୍ପର୍କରେ ରହିଛି। ଏହି କ୍ଷୁଦ୍ର ଗ୍ରହର ଆକାର ଭାରତର ସବୁଠାରୁ ବଡ଼ ବିମାନବାହୀ ଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଓ ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ ଅହମ୍ମଦାବାଦସିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମର ଆକାରଠାରୁ ବଡ଼ ବୋଲି କୁହାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏପୋଫିସକୁ ପ୍ରଥମେ ୨୦୦୪ରେ ଠାବ କରାଯାଇଥିଲା।
ସ୍ପଷ୍ଟ କଲେ ବୈଜ୍ଞାନିକ, ବିପରୀତ ଦିଗରେ ବୁଲୁଛି ପୃଥିବୀର କେନ୍ଦ୍ର
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବିପଦ ମଧ୍ୟରେ ପୃଥିବୀ ପ୍ରତି ଆଉ ଏକ ସଙ୍କଟ ସୃଷ୍ଟି ହୋଇଛି। ପୃଥିବୀର ଆଭ୍ୟନ୍ତରୀଣ କୋର (କେନ୍ଦ୍ର) ଆକସ୍ମିକ ଭାବେ ମନ୍ଥର ହୋଇଯାଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ସ୍ବାଧୀନ ଭାବେ ଘୂରି ବୁଲୁଥିବା ଏହି କଠିନ ବଲ୍‌ ଆକୃତିର କୋର୍‌ ଏବେ ବିପରୀତ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ଦିନର ଅବଧି ହ୍ରାସ ପାଇପାରେ। ୧୯୩୬ରେ ଡେନ୍‌ମାର୍କ ଭୂକମ୍ପବିଜ୍ଞାନୀ ଇଙ୍ଗେ ଲେହମାନଙ୍କ ସନ୍ଧାନ ପରଠାରୁ ଆଭ୍ୟନ୍ତରୀଣ କୋର୍‌ ଗବେଷକଙ୍କୁ ଆକର୍ଷିତ କରିଆସୁଛି। ଏହାର ଘୂର୍ଣ୍ଣନ ଗତି ଏବଂ ଦିଗ ଚର୍ଚ୍ଚାକୁ ଖୋରାକ ଯୋଗାଉଛି। ତେବେ ନିକଟରେ ମିଳିଥିବା ପ୍ରମାଣ ଅନୁଯାୟୀ ଗତ କିଛି ବର୍ଷ ହେଲା କୋର୍‌ର ଘୂର୍ଣ୍ଣନରେ ବହୁତ ପରିବର୍ତ୍ତନ ହୋଇଛି। କିନ୍ତୁ ବୈଜ୍ଞାନିକମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ‘ନେଚର’ ପତ୍ରିକାରେ ଗତ ୧୨ ତାରିଖରେ ପ୍ରକାଶିତ ଅଧ୍ୟୟନରେ କେବଳ କୋର ମନ୍ଥର ହୋଇଥିବା କୁହାଯାଇଛି। ଏଥିରେ ୨୦୨୩ରେ ପ୍ରକାଶିତ ଅଧ୍ୟୟନକୁ ସମର୍ଥନ ଦିଆଯାଇଛି। କୋର୍‌ର ମନ୍ଥର ଗତି ପୁରୁଣା ଧାରାର ଅଂଶବିଶେଷ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ ପୃଥିବୀ ମୁଖ୍ୟତଃ ତିନୋଟି ସ୍ତରରେ ବିଭକ୍ତ। ସବୁଠାରୁ ଉପରେ ଥିବା ସ୍ତରକୁ କ୍ରଷ୍ଟ କୁହାଯାଏ। ଏହା ଉପରେ ମନୁଷ୍ୟ ବସବାସ କରୁଛି। ଏହାର ତଳେ ମେଣ୍ଟାଲ ଏବଂ ସବୁଠାରୁ ତଳେ ଥିବା ସ୍ତରକୁ କୋର (କେନ୍ଦ୍ର) କୁହାଯାଏ। ଏହା ମଧ୍ୟ ଦୁଇ ଭାଗରେ ଆଭ୍ୟନ୍ତରୀଣ ଏବଂ ବାହ୍ୟରେ ବିଭକ୍ତ। ପୃଥିବୀର ଆଭ୍ୟନ୍ତରୀଣ କୋର୍‌ ବାହ୍ୟ ଅପେକ୍ଷା ସ୍ବତନ୍ତ୍ର ଭାବେ ଘୂରି ଥାଏ। ଏହା ଠିକ୍‌ ଏକ ବଡ଼ ନଟୁ ଭିତରେ ଆଉ ଏକ ନଟୁ ବୁଲୁଥିବା ଭଳି। ଏପରି କାହିଁକି ହେଉଛି ତାହା ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ପୃଥିବୀ ପୃଷ୍ଠରୁ ୫, ୧୮୦ କିମି ଗଭୀରରେ ଥିବା କୋର ସୌରପୃଷ୍ଠ ଭଳି ଉତ୍ତପ୍ତ। ଏହର ତାପମାତ୍ରା ପ୍ରାୟ ୫,୪୦୦ ଡିଗ୍ରୀ ସେଲ୍‌ସିୟସ ହେବ। ଏହା ଲୁହା ଏବଂ ନିକେଲକୁ ନେଇ ଗଠିତ। ଗବେଷକଙ୍କ ଅନୁଯାୟୀ କୋର୍‌ ଧିରେ ଧିରେ ଘୂରିଲେ ମେଣ୍ଟାଲର ଗତି ବୃଦ୍ଧି ପାଇଥାଏ। ଏହି ପରିବର୍ତ୍ତନ ଲାଗି ପୃଥିବୀ ଜୋରରେ ଘୂରି ଥାଏ ଏବଂ ଦିନର ଅବଧି ହ୍ରାସ ପାଇଥାଏ।
ଆଜି ବି ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ; ପୃଥିବୀର ଖୁବ୍‌‌ ନିକଟରେ ଦୃଶ୍ୟମାନ ହେବେ ଶୁକ୍ର ଏବଂ ବୃହସ୍ପତି ଗ୍ରହ
ଭୁବନେଶ୍ୱର: ଆଜି ମଧ୍ୟ ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ମାର୍ଚ୍ଚ ୨ ତାରିଖ ସନ୍ଧ୍ୟାରେ ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ପୃଥିବୀର ଖୁବ୍‌‌ ନିକଟରେ ଦୃଶ୍ୟମାନ ହେବେ। ମାର୍ଚ୍ଚ ୧ ତାରିଖ ସନ୍ଧ୍ୟାରେ ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ଖୁବ୍‌‌ ନିକଟରେ ଦେଖାଯାଇଥିବା ବେଳେ ଫେବୃଆରି ମାସ ଶେଷ ସପ୍ତାହରେ ମଧ୍ୟ ପ୍ରାୟ ଏକ ଘଣ୍ଟା ଧରି ଉକ୍ତ ଗ୍ରହଦ୍ୱୟ ପଶ୍ଚିମ ଆକାଶରେ ଖାଲି ଆଖିରେ ଦୃଶ୍ୟମାନ ହୋଇଥିଲେ। ଏ ନେଇ ସୂଚନା ଦେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ବୁଧବାର ଶୁକ୍ର ଗ୍ରହର ଅଳ୍ପ ଉପରେ ବୃହସ୍ପତି ଗ୍ରହ ଦୃଶ୍ୟମାନ ହୋଇଥିଲା। ଉଭୟ ଗ୍ରହଙ୍କ ଭିତରେ କୌଣିକ ଦୂରତା ପ୍ରାୟ ୦.୮ ଡିଗ୍ରୀ ରହିଥିବା ବେଳେ ଆସନ୍ତା କାଲି ସେମାନଙ୍କ ଭିତରେ କୌଣିକ ଦୂରତା ପ୍ରାୟ ୦.୭ ଡିଗ୍ରୀ ରହିବ। ହେଲେ ଶୁକ୍ର ଗ୍ରହର ଅଳ୍ପ ତଳେ ବୃହସ୍ପତି ଗ୍ରହ ଦେଖାଯିବ। ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ଯାଏ ଏହି ମହାଜାଗତିକ ଦୃଶ୍ୟ ଦୃଶ୍ୟମାନ ହେବ। ପଠାଣି ସାମନ୍ତ ପ୍ଲାନେଟରିୟମ୍‌‌ ପକ୍ଷରୁ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
୫୯ ବର୍ଷ ପରେ ପୃଥିବୀର ନିକଟବର୍ତ୍ତୀ ହେଲା ସୌର ଜଗତର ସର୍ବବୃହତ ଗ୍ରହ ବୃହସ୍ପତି
ନ୍ୟୂୟର୍କ: ପ୍ରାୟ ଛଅ ଦଶନ୍ଧି ପରେ ସୌର ଜଗତର ସର୍ବବୃହତ ଗ୍ରହ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଛି। ଏହାପୂର୍ବରୁ ୧୯୬୩ ମସିହାରେ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଥିଲା। ସେହି ସମୟରେ ବୃହସ୍ପତି ପୃଥିବୀଠାରୁ ଆନୁମାନିକ ୩୬ କୋଟି ୭୦ ଲକ୍ଷ କୋଷ ଦୂରରେ ଦୃଶ୍ୟମାନ ହୋଇଥିଲା । ସାଧାରଣତଃ ବୃହସ୍ପତି ପୃଥିବୀ ଠାରୁ ୬୦ କୋଟି କୋଷ ଦୂରରେ ରହୁଥିବା ବେଳେ ପ୍ରାୟ ୩୬ କୋଟି ୭୦ ଲକ୍ଷ କୋଷ ଦୂର ପାଖକୁ ଚାଲିଆସିଥିଲା । ତେବେ ସୋମବାର ଏହି ଗ୍ରହ ପୃଥିବୀ ଠାରୁ ପ୍ରାୟ ୬୦୦ ନିୟୁତ କିମି ଦୂରରେ ରହି ପୃଥିବୀ ନିକଟବର୍ତ୍ତୀ ହୋଇଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥାନ ନାସା ପକ୍ଷରୁ କୁହାଯାଇଛି। ସୋମବାର ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ଯିବା ପରେ ବୃହସ୍ପତି ଏହି ଦିଗରୁ ଦେଖାଯାଇଛି ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି। ଦୁଇ ଗ୍ରହର କକ୍ଷପଥ ସମାନ ନଥିବାରୁ ଏଭଳି ନିକଟତର ହୋଇଥିବା କହିଛି ନାସା ।
ଦୀର୍ଘ ୭୦ବର୍ଷ ପରେ ପୃଥିବୀର ନିକଟତର ହେବ ବୃହସ୍ପତି
ନୂଆଦିଲ୍ଲୀ : ଗତ ଦୁଇବର୍ଷ ତଳେ ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଏବଂ ଶନି ଗ୍ରହ ପୃଥିବୀର ସରଳରେଖାରେ ରହି ଏକ ବିରଳ ମହାଜାଗତିକ ଦୃଶ୍ୟ ସୃଷ୍ଟି କରିଥିଲେ। ଏହାର ଠିକ୍‍ ଦୁଇ ବର୍ଷ ପରେ ପୁଣି ଥରେ ବୃହସ୍ପତି ଗ୍ରହ ପୃଥିବୀର ନିକଟତର ହେବାକୁ ଯାଉଛି। ଗତ ପ୍ରାୟ ୭୦ବର୍ଷ ମଧ୍ୟରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ ବୋଲି ଜଣାପଡ଼ିଛି। ଆସନ୍ତା ସେପ୍ଟେମ୍ୱର ୨୬ତାରିଖ ରାତିରେ ବୃହସ୍ପତି ଗ୍ରହ ଆକାଶରେ ଦୃଶ୍ୟମାନ ହେବ। ପୃଥିବୀର ସମାନ୍ତରାଳ ସରଳରେଖାରେ ଏହା ସେତେବେଳେ ଦେଖାଯିବ ଯେତେବେଳେ କୌଣସି ଏକ ଗ୍ରହ ପୂର୍ବରେ ଦୃଶ୍ୟମାନ ହେବ କାରଣ ସୂର୍ଯ୍ୟ ପଶ୍ଚିମରେ ଅସ୍ତ ହେଉଥିବା ବେଳେ ଉକ୍ତ ଗ୍ରହ ଆମ ପୃଥିବୀର ବିପରୀତ ପାର୍ଶ୍ବରେ ହିଁ ସେହି ସମୟରେ ଦୃଶ୍ୟମାନେ ହେବ।
ସୂର୍ଯ୍ୟ ଚାରିପାଖରେ ଥିବା ଦୁଇଟି ଗ୍ରହର କକ୍ଷପଥରେ ପାର୍ଥକ୍ୟ ହେତୁ ଏଭଳି ମହାଜାଗତିକ ସଂଯୋଗ ସୃଷ୍ଟି ହୋଇଥାଏ। ଉଭୟ ବୃହସ୍ପତି ଏବଂ ପୃଥିବୀ ସୂର୍ଯ୍ୟ ଚାରିପଟେ ପୂର୍ଣ୍ଣ ବୃତ୍ତାକାର କକ୍ଷ ପଥରେ ଘୂରି ବୁଲନ୍ତି ନାହିଁ। ଏହାର ଅର୍ଥ ହେଉଛି ଗ୍ରହମାନେ ବର୍ଷସାରା ବିଭିନ୍ନ ଦୂରତାରେ ପରସ୍ପରକୁ ଅତିକ୍ରମ କରିଥାନ୍ତି। ଆସନ୍ତା ୨୬ ତାରିଖ ସୋମବାର ବୃହସ୍ପତି ପୃଥିବୀଠାରୁ ୫୮ ନିୟୁତ କିଲୋମିଟର ଦୂରରେ ରହିବ। ଏହା ଆମଠାରୁ ୯୬ ନିୟୁତ କିଲୋମିଟର ଦୂରରେ ଦୃଶ୍ୟମାନ ହେବ ବୋଲି ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମନୁଷ୍ୟ ସମାଜ ପାଇଁ ନୂଆ ବିପଦ: ୪୦ ଲକ୍ଷ ବର୍ଷର ରେକର୍ଡ ଭାଙ୍ଗିଲା ପୃଥିବୀରେ ଅଙ୍ଗାରକାମ୍ଳ ସ୍ତର
ୱାଶିଂଟନ: ମନୁଷ୍ୟ ସମାଜ ପାଇଁ ନୂଆ ବିପଦ ସୃଷ୍ଟି ହୋଇଛି। ବେଳ ଥାଇଁ ନ ଚେତିଲେ ଭୟଙ୍କର ସଙ୍କଟ ସୃଷ୍ଟିହେବାର ସମ୍ଭାବନା ରହିଛି। ପୃଥିବୀରେ ଅଙ୍ଗାରକାମ୍ଳ ସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହା ମେ’ ମାସରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ଏହା ୪୦ ଲକ୍ଷ ବର୍ଷର ରେକର୍ଡକୁ ଭାଙ୍ଗିଦେଇଛି। ଅଙ୍ଗାରକ ସ୍ତର ଦ୍ରୁତ ବୃଦ୍ଧି ପାଇ ଚାଲିଛି। ଏହା ଶିଳ୍ପ ବିପ୍ଲବ ପୂର୍ବସ୍ତରଠାରୁ ୫୦ ପ୍ରତିଶତ ଅଧିକ ରହିଛି। ନ୍ୟାସନାଲ ଓସନିକ ଆଣ୍ଡ ଅଟମୋସଫେରିକ ଆଡମିନିଷ୍ଟ୍ରେସନ (ଏନଓଏଏ) ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।
ବୈଜ୍ଞାନିକମାନେ ଶୁକ୍ରବାର ଘୋଷଣା କରିଥିଲେ ଯେ ହୱାଇର ମୌନା ଲୋଆ ଆଗ୍ନେୟଗିରି ଉପରେ ଏନଓଏଏର ପାଣିପାଗ ଷ୍ଟେସନ ତଥ୍ୟ ସଂଗ୍ରହ କରିଥିଲା। ଏଠାରେ ମେ’ ମାସରେ ଅଙ୍ଗାରକାମ୍ଳ ସ୍ତର ମିଲିୟନ ପିଛା ୪୨୧ ପାର୍ଟ୍ସରେ ପହଞ୍ଚି ଯାଇଥିଲା। ଏହା ମନୁଷ୍ୟ ଇତିହାସରେ ସର୍ବାଧିକ। ଅଧିକାରୀଙ୍କ ଅନୁଯାୟୀ ୪୦ ଲକ୍ଷ ବର୍ଷ ତୁଳନାରେ ବର୍ତ୍ତମାନ ପରିବେଶରେ ସର୍ବାଧିକ ଅଙ୍ଗାରକାମ୍ଳ ରହିଛି। ସାରା ବିଶ୍ବରେ ବିଦ୍ୟୁତ କେନ୍ଦ୍ର, ଅଟୋମୋବାଇଲ ଏବଂ ଅନ୍ୟ ଉତ୍ସରୁ ଅଧିକ ମାତ୍ରାରେ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛଡାଯାଉଛି। ୨୦୨୧ରେ କାର୍ବନ ନିର୍ଗମନ ୩୬.୩ ବିଲିୟନ ଟନ୍‌ ଥିଲା। ଏହା ମାନବ ଇତିହାସରେ ସବୁଠାରୁ ଅଧିକ। ଏନଓଏଏର ପ୍ରଶାସକ ରିକ ସ୍ପିନରାଡ କହିଛନ୍ତି ଯେ ମନୁଷ୍ୟ ଅର୍ଥବ୍ୟବସ୍ଥା ଯୋଗୁଁ ଜଳବାୟୁକୁ ବଦଳାଇବାରେ ଲାଗିଛି। କିନ୍ତୁ ଏହାକୁ ପରିବେଶ ଅନୁକୂଳ ରଖିବାର ଆବଶ୍ୟକତା ରହିଛି। ପରିବେଶ ଚେତାବନୀ ଦେଇଚାଲିଛି। ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।
ପୃଥିବୀର କକ୍ଷପଥ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏକ ବିଶାଳ ଗ୍ରହାଣୁ
ନ୍ୟୁୟର୍କ: ପୃଥିବୀର କକ୍ଷପଥ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏକ ବଡ ଗ୍ରହାଣୁ ଯାହାର ଆକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ତିନି ଗୁଣ ବଡ଼ ହେବ ବୋଲି ସୂଚନା ମିଳିଛି । ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ଏହି ଗ୍ରହାଣୁ ଉପରେ ନଜର ରଖିଛି । ବୈଜ୍ଞାନିକମାନେ ଏହି ଗ୍ରହାଣୁକୁ ‘୨୦୨୧ ଏନ୍ଓ୍ବାଇ’ ଭାବରେ ନାମିତ କରିଛନ୍ତି । ନାସା ବୈଜ୍ଞାନିକଙ୍କ ଅନୁଯାୟୀ, ‘୨୦୨୧ ଏନ୍ଓ୍ବାଇ’ ପୃଥିବୀ ନିକଟରେ ଯାଉଥିବା ୧୭ ଟି ନିକଟସ୍ଥ ବସ୍ତୁ ମଧ୍ୟରୁ ଗୋଟିଏ । ଏହା ଘଣ୍ଟା ପ୍ରତି ୩୩୬୫୯ କିଲୋମିଟର ବେଗରେ ପୃଥିବୀ ଆଡକୁ ଗତି କରୁଛି ।
ସେପ୍ଟେମ୍ବର ୨୨ରେ ‘୨୦୨୧ ଏନ୍ଓ୍ବାଇ’ ଗ୍ରହାଣୁ ପୃଥିବୀର କକ୍ଷପଥରେ ପ୍ରବେଶ କରିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ନାସା ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଗ୍ରହାଣୁର ବ୍ୟାସ ୧୩୦-୩୦୦ ମିଟର ହୋଇଥିବାବେଳେ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ମାତ୍ର ୯୩ ମିଟର ଉଚ୍ଚ ଅଟେ। ନାସା ଆଶା କରୁଛି ଯେ ପୃଥିବୀଠାରୁ ୧୪,୯୭,୪୭୩ କିଲୋମିଟର ଦୂରରୁ ଏହି ଗ୍ରହାଣୁ ଗତି କରିବ। ତେଣୁ ପୃଥିବୀ ପ୍ରତି ବିପଦ ନାହିଁ । ଏହାଛଡ଼ା ନାସା କହିଛି ଯେ ଏପରି ୨୨ଟି ଗ୍ରହାଣୁ ଅଛି ଯାହା ପୃଥିବୀ ସହିତ ଧକ୍କା ହୋଇପାରେ। ବର୍ତ୍ତମାନ ନାସା ୨ ହଜାରରୁ ଅଧିକ ଗ୍ରହାଣୁକୁ ଟ୍ରାକ୍ କରୁଛି।
ଦୁନିଆର ଏପରି ଏକ ବୃକ୍ଷ ଯାହାକୁ ଛୁଇଁଲେ ଆପଣ ଭୋଗିବେ ଭୟଙ୍କର ପରିଣାମ
ସାଧାରଣତଃ ବୃକ୍ଷ ପରିବେଶକୁ ସବୁଜ ରଖିବା ସହିତ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଲକୁ ସନ୍ତୁଳନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରକୃତି ପ୍ରଦତ୍ତ ଅନେକ ବୃକ୍ଷ ଆମକୁ ଫଳ, ଫୁଲ ଓ ଖାଦ୍ୟ ଆଦି ଯୋଗାଇଥାନ୍ତି, କିନ୍ତୁ କିଛି ବୃକ୍ଷ ଆମର କ୍ଷତି ମଧ୍ୟ ଘଟାଇଥାନ୍ତି। ତେବେ ଆପଣ ଜାଣିଛନ୍ତି କି, ଏପରି ଏକ ବୃକ୍ଷ ଅଛି ଯାହା ସାପ ବିଷଠାରୁ ମଧ୍ୟ ଅଧିକ ବିଷାକ୍ତ। ଯାହାର ସ୍ପର୍ଶ ମନୁଷ୍ୟକୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ। ‘ହୋଗ୍‌ୱିଡ୍‌’ ନାମକ ଏହି ଗଛ ବହୁତ ବଡ଼ ନ ହୋଇଥିଲେ ମଧ୍ୟ, ଏହାର ବିଷାକ୍ତ ଗୁଣ ନାଗ ସାପଠାରୁ ମଧ୍ୟ ଭୟଙ୍କର। ଏହି ବିଷାକ୍ତ ବୃକ୍ଷ ‘ଘାତକ ବୃକ୍ଷ’ ଭାବେ ଜଣାଶୁଣା, ଏହାର ବୈଜ୍ଞାନିକ ନାମ ‘ହେରକିଲମ ମେଣ୍ଟାଗୋଜିଏନମ୍‌’ ଅଟେ। ନ୍ୟୁୟର୍କ, ପେନ୍‌ସିଲ୍‌ଭାନିଆ, ଓହିୟୋ, ମେରିଲ୍ୟାଣ୍ଡ, ୱାଶିଂଟନ୍ ଏବଂ ହାମ୍ପସାୟର୍‌ରେ ଏହି ବୃକ୍ଷଗୁଡ଼ିକୁ ଦେଖିବାକୁ ମିଳେ। କୁହାଯାଏ କି, ଏହାକୁ ଛୁଇଁବାର ୪୮ ଘଣ୍ଟା ମଧ୍ୟରେ ଏହାର ବିଷ ଶରୀରରେ ସଂଚରି ଯାଏ , ତୁରନ୍ତ ଚିକିତ୍ସା ନ କଲେ ମୃତ୍ୟୁ ସୁନିଶ୍ଚିତ। ତେବେ ଚିକିତ୍ସା କଲେ ମଧ୍ୟ ସମ୍ପୂର୍ଣ୍ଣ ଠିକ୍‌ ହେବାକୁ ଅନେକ ବର୍ଷ ଲାଗିଯାଏ। ବାସ୍ତବରେ, ଏହି ବିଷବୃକ୍ଷ ଭିତରେ ସେସାଇଜିଙ୍ଗ ଫୁରାନୋକୌମାରିଂସ ନାମକ ଏକ ରାସାୟନିକ ପଦାର୍ଥ ମିଳିଥାଏ। ଏହି ରାସାୟନିକ ପଦାର୍ଥ ସାପ ବିଷ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଏ। ଯଦି ଆପଣ ଏହି ଉଦ୍ଭିଦକୁ ସ୍ପର୍ଶ କରନ୍ତି, ତେବେ କିଛି ଘଣ୍ଟା ମଧ୍ୟରେ ସ୍ପର୍ଶ ହୋଇଥିବା ସ୍ଥାନଟିରେ ଅସହ୍ୟ ଜଳାପୋଡ଼ା ହୋଇଥାଏ। ଏହି ସମୟରେ ସେହି ସ୍ଥାନରେ ସୂର୍ଯ୍ୟକିରଣ ବାଜିଲେ ଯନ୍ତ୍ରଣା ଆହୁରି ବଢିଥାଏ।