School Education - The Sakala

ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ତ୍ରୁଟି ପ୍ରତିବାଦରେ ନବରଙ୍ଗପୁରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ
ନବରଙ୍ଗପୁର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରତିବାଦରେ ଆଜି  ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଯାନବାହାନ ଚଳାଚଳ ଏବଂ ବ୍ୟବସାୟିକ ଗତିବିଧି ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ  କଂଗ୍ରେସ କର୍ମୀମାନେ ମାଝିଗୁଡ଼ା ଏବଂ ଚାଉଁରିଆଗୁଡ଼ା ଛକରେ ରାସ୍ତା ଅବରୋଧ କରିଛନ୍ତି । ପାଠ୍ୟପୁସ୍ତକରେ ହୋଇଥିବା ବିଭ୍ରାଟ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ। ତେବେ ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ବିଦ୍ୟୁତ ବିଭାଗ ଗାଡ଼ିଗୁଡ଼ିକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି ।

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି ଲିପିକା ମାଝି ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଅବହେଳା ଯୋଗୁଁ ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି। ସେ କହିଛନ୍ତି ଯେ ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଛନ୍ତି। ଲୋକେ ଉନ୍ନତ ଶିକ୍ଷାର ଆଶା ରଖିଥିବା ବେଳେ ବହିରେ ତ୍ରୁଟି ସମସ୍ତଙ୍କୁ ନିରାଶ କରିଛି, ତେଣୁ ଦଳ ତାଙ୍କର ଇସ୍ତଫା ଦାବି କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁସ୍ତକରେ ଥିବା କିଛି ବିଷୟବସ୍ତୁ ଶିକ୍ଷାଗତ ମାନଦଣ୍ଡ ପୂରଣ କରୁନାହିଁ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏହି ପ୍ରତିବାଦ କରାଯାଇଥିବା କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି।