university - The Sakala
ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି, ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲା ଯୁବ ଓ ଛାତ୍ର ବିଜେଡି
ଭୁବନେଶ୍ବର: ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି । କାମଚଳା କୁଳପତିରେ ଚାଲିଛି ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ । ପ୍ରସଙ୍ଗକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଛି ଯୁବ ଓ ଛାତ୍ର ବିଜେଡି । ଫେବୃଆରୀ ଶେଷ ସୁଦ୍ଧା ଦାବି ପୂରଣ କରିବାକୁ ଦାବି ରଖାଯାଇଛି । ସଂଖ୍ୟା ଅନୁପାତରେ ବିଶ୍ବବିଦ୍ୟାଳୟରେ ବହୁତ କମ୍ ଅଧ୍ୟାପକ ଓ ପ୍ରାଧ୍ୟାପକ ଅଛନ୍ତି । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ଆସିବା ପରେ ତାହାର ତୃଟିପୂର୍ଣ୍ଣ ଦିଗ ଯୋଗୁ ଏବେ ଉଚ୍ଚଶିକ୍ଷା ବ୍ୟବସ୍ଥା ବିପଦଗାମୀ ହେଉଥିବା ବିଜେଡି ଅଭିଯୋଗ କରିଛି । ୧୧୯୪ ଆସିଟାଣ୍ଟ ପ୍ରଫେସର ବଦଳରେ ୪୮୮, ୫୯୩ ଆସୋସିଏଟ ପ୍ରଫେସର ବଦଳରେ ୧୩୫, ୨୯୯ ପ୍ରଫେସର ବଦଳରେ ୩୮ ଓ ୩୦୮୨ ନନ ଟିଚିଂ ଷ୍ଟାଫ ବଦଳରେ ୭୮୨ ଜଣ କାର୍ଯ୍ୟରତ ଅଛନ୍ତି । ୧୩ଟି ବିଶ୍ବବିଦ୍ୟାଳୟରେ କୁଳପତି ହିଁ ନାହାନ୍ତି । କାମଚଳା କୁଳପତିରେ ଚାଲିଛି ଉତ୍କଳ, ରେଭେନସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଗଙ୍ଗାଧର ମେହେର, ଫକିର ମୋହନ, ଖଲ୍ଲିକୋଟ ଭଳି ରାଜ୍ୟର ୧୪ଟି ବିଶ୍ବବିଦ୍ୟାଳୟ ।
୧୯୮୯ ରେ ବିଶ୍ଵବିଦ୍ୟାଳୟ ଆଇନ ଆସିଥିଲା । ଏହାର ୩୦ ବର୍ଷ ପରେ ଅସଂଗତି ଦେଖା ଯିବାରୁ ବିଜେଡି ସରକାର ୨୦୨୦ରେ ଏହାକୁ ସଂଶୋଧନ କରିଥିଲା । ୨୦୨୪ରେ ବିଜେପି ସରକାର ଆସିବା ପରେ 2020ର ସଂଶୋଧନକୁ ପୁଣି ଥରେ ସଂଶୋଧନ କରାଗଲା । ରାତି ସାରା ବିଧାନସଭାରେ ବିଜେଡି ଏହାର ତୃଟିପୂର୍ଣ୍ଣ ଦିଗକୁ ନେଇ ଯୁକ୍ତି ରଖିଥିଲା । ସଂଖ୍ୟା ଦୃଷ୍ଟିରୁ ସରକାର ଏହାକୁ ପାସ କଲେ ସିନା 2025 ରେ ପୁଣି ନିଜ ସଂଶୋଧନକୁ ସଂଶୋଧନ କଲେ । ଆଗକୁ ଯିବା ବଦଳରେ ବିଜେପି ପଛକୁ ଯିବା ସରକାର ପାଲଟିଥିବା ନେଇ ବିଜେଡି ଅଭିଯୋଗ କରିଛି । ସର୍ବୋଚ୍ଚ ଅଦାଲତରେ ମାମଲା ବିଚରାଧୀନ ଥିବାବେଳେ ବିଲ କେମିତି ଆସିଲା ? କୁଳପତି ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାରେ ରହିବା କଥା । ଯାହାଙ୍କୁ ବାଛିବେ କୁଳାଧିପତି ଦାୟିତ୍ବରେ ଥିବା ରାଜ୍ୟପାଳ । ହେଲେ ବିଜେପି ଏହାକୁ ସିଣ୍ଡିକେଟ ବ୍ୟବସ୍ଥାରେ କରି ନିଜ ଦଳୀୟ ଆଦର୍ଶରେ କାମ କରୁଥିବା ବିଜେଡି ଅଭିଯୋଗ କରିଛି । ପ୍ରକ୍ରିୟାକୁ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସ ବିରୋଧ କରିଥିବାରୁ ପୁଣି ଥରେ ସଂଶୋଧନ କରାଯାଇଥିବା ବିଜେଡି ଦାବି କରିଛି ।
ଭୁବନେଶ୍ୱର/ସମ୍ବଲପୁର: ସନ୍ଥ କବି ଭୀମ ଭୋଇଙ୍କ ବିଷୟରେ ଗବେଷଣା ହେବ । ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଜି ଓ ପିଜି ପାଠ୍ୟକ୍ରମରେ ଓଡ଼ିଶାର ମହିମା ଧର୍ମ ଓ ସନ୍ଥ କବି ଭୀମ ଭୋଇଙ୍କ ସମ୍ପର୍କରେ ପାଠ ପଢ଼ିବେ। ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ପାଠ୍ୟକ୍ରମରେ ଏହାକୁ ସାମିଲ୍ କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଜିସିକୁ ଶନିବାର ନିର୍ଦେଶ ଦେଇଛନ୍ତି । ମହିମା ଧର୍ମର ବିଶିଷ୍ଟ ପ୍ରଚାରକ ତଥା ଓଡିଆ ଭାଷା ସାହିତ୍ୟ ଓ ଧାର୍ମିକ ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିବା ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ କରିବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)କୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବୋତ୍ତମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ। ଭାରତ ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ। ଉଚ୍ଚତର ଗବେଷଣା କରାଯିବା ସହ ୟୁଜି(ସ୍ନାତକ) ଓ ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମରେ ମଧ୍ୟ ମହିମା ଧର୍ମ ଓ ସନ୍ଥ କବିଙ୍କ ଜୀବନୀକୁ ଅନ୍ତର୍ଭୁକ୍ତ କରାଯିବ। ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଭୀମ ଭୋଇଙ୍କ ନାମରେ ଭୀମ ଭୋଇ ଚେୟାର ମଧ୍ୟ ସ୍ଥାପନ ହେବ।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭୀମ ଭୋଇଙ୍କୁ ସମ୍ମାନ ଦେବା ପାଇଁ ସବୁପ୍ରକାର ଉଦ୍ୟମ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହା ଦ୍ବାରା ରେଢ଼ାଖୋଲ ଏବଂ ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସନ୍ଥ କବିକ ରଚନା ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ଏହି କାଳଜୟୀ ବିଚାର ଜାତିସଂଘର ମୁଖ୍ୟାଳୟରେ ମଧ୍ୟ ଲିପିବଦ୍ଧ ହୋଇ ରହିଛି। ତେବେ ବିଶ୍ବ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ ସନ୍ଥ କବିଙ୍କ ପ୍ରତି ଓଡ଼ିଶାବାସୀଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଆସନ୍ତାକାଲିଠୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ
ଭୁବନେଶ୍ୱର: ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଆସନ୍ତାକାଲିଠୁ ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ୍ ଡିଗ୍ରୀ ଓ ବିଶ୍ବବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ୍‌ କାମ କରାଯାଉଥିଲା । ହେଲେ ଆସନ୍ତାକାଲିଠାରୁ ଏହି ନିୟମରେ ହୋଇଛି ପରିବର୍ତ୍ତନ ।
ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଠାରୁ ସବୁ କର୍ମଚାରୀ କାର୍ୟ୍ୟରେ ଯୋଗଦେବା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣା ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାମ କରିବେ କର୍ମଚାରୀ ।