Flag Bearers in Tokyo Olympics - The Sakala

ଟୋକିଓ ଅଲିମ୍ପିକ୍ସ: ଉଦଘାଟନୀ ସମାରୋହରେ ତ୍ରିରଙ୍ଗା ପତାକା ଧରିବେ ମ୍ୟାରୀ କମ୍ ଓ ମନପ୍ରୀତ ସିଂ
ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ଛଅ ଥର ବିଶ୍ୱ ଚାମ୍ପିଅନ୍ ବକ୍ସର ଏମସି ମ୍ୟାରୀ କମ୍ ଏବଂ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଭାରତର ଧ୍ୱଜାବାହକ ହେବେ । ସୋମବାର ଅଲିମ୍ପିକ୍ ଆସୋସିଏସନ୍ (IOA) ଏହି ସୂଚନା ଦେଇଛି | ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ୨୩ ଜୁଲାଇରେ ଅନୁଷ୍ଠିତ ହେବ । ସେହିପରି କ୍ରୀଡ଼ାର ଉଦଯାପନୀ ସମାରୋହରେ ରେସଲର୍ ବଜରଙ୍ଗ ପୁନିଆ ଭାରତୀୟ ଧ୍ୱଜା ନିଜ ହାତରେ ଧରିବେ।

ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାରତରେ ଦୁଇ ଜଣ ପତାକା ଧ୍ୱଜାବାହକ (ଜଣେ ପୁରୁଷ ଏବଂ ଜଣେ ମହିଳା) ରହିବେ। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ‘ଲିଙ୍ଗଗତ ସମାନତା’ କୁ ସୁନିଶ୍ଚିତ କରିବାକୁ IOA ମୁଖ୍ୟ ନରିନ୍ଦର ବାତ୍ରା ଏହି ସୂଚନା ଦେଇଛନ୍ତି। ରିଓ ଅଲିମ୍ପିକ୍ ଗେମ୍ସର ଉଦଘାଟନୀ ସମାରୋହରେ ଦେଶର ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଭାରତର ଧ୍ୱଜାବାହକ ଥିଲେ। କୋଭିଡ -19 ମହାମାରୀ ଯୋଗୁଁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିବା ଟୋକିଓ ଅଲିମ୍ପିକ୍ସରେ ୧୦୦ ରୁ ଅଧିକ ଭାରତୀୟ ଖେଳାଳି ଅଂଶଗ୍ରହଣ କରିବେ ।

ଟୋକିଓ ଅଲିମ୍ପିକର ଆୟୋଜନ ଗତ ବର୍ଷ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ମହାମାରୀ କରୋନା ସଂକ୍ରମଣ ଯୋଗୁ ଏହା ସମ୍ଭବ ହୋଇପାରିନଥିଲା ଏବଂ ଏହା ପରେ ଆଇଓସି ଏହି କ୍ରୀଡ଼ା ମହାକୁମ୍ଭକୁ ବର୍ଷକ ପାଇଁ ସ୍ଥଗିତ କରିଦେଇଥିଲା। ଏବେ ଏହି କ୍ରୀଡ଼ା ଆସନ୍ତା ଜୁଲାଇ ୨୩ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତରୁ ମୋଟ ୨୦୧ ଜଣ ସଦସ୍ୟ ଟୋକିଓ ଯାତ୍ରା କରିବେ। ସେଥିମଧ୍ୟରୁ ୧୨୬ ଜଣ ଆଥଲେଟ୍ ଓ ୭୫ ଆଥଲେଟ୍ ଅଲିମ୍ପିକରେ ଭାରତର ପ୍ରତିନିଧିତ୍ୱ କରିବେ।