Ganapati Bhatt - The Sakala

ସରିଲା ଦେବସ୍ନାନ ନୀତି; ଦୁର୍ଲଭ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: ସ୍ନାନ ମଣ୍ଡପରେ ଶେଷ ହୋଇଛି ମହାପ୍ରଭୁଙ୍କ ଦେବସ୍ନାନ ନୀତି । ଦୁର୍ଲଭ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ଗରା ସୁବାଶିଷ ଜଳରେ ସ୍ନାନ କରି ଗଜାନନ ବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ନୀତି ସମାପନ ପରେ ବିଭିନ୍ନ ଅଳଙ୍କାର ପରିଧାନ କରିଛନ୍ତି ଶ୍ରୀଜିଉ । ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ସୁଦର୍ଶନ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାବହୁ ଶ୍ରୀଜଗନ୍ନାଥ ।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ସକାଳୁ ସକାଳୁ ଧାଡି ପହଣ୍ଡି କରି ସ୍ନାନବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ହୋଇଥିଲା ମଙ୍ଗଳ ଆଳତୀ । ପରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ନୀତି । ଏହି ଦିବ୍ୟ ମୂହୁର୍ତ୍ତକୁ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଭକ୍ତ । ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି ।

ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ନାନବେଦୀରେ ପହଞ୍ଚିଥିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହିତ ଛେରାପହଁରା ନୀତି ସମ୍ପାପନ କରିଥିଲେ । ଛେରାପହଁରା ନୀତି ସମ୍ପନ୍ନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର 'ଗଜାନନ ବେଶ' ଆରମ୍ଭ ହୋଇଥିଲା । ଗଜାନନ ବେଶରେ ସଜ୍ଜେଇ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।