Delhi EV Policy 2026 - The Sakala

ଦିଲ୍ଲୀ କ୍ୟାବିନେଟରେ 'ଇଭି ପଲିସି ୨୦୨୬' ଅନୁମୋଦିତ: ରୋଡ୍ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଫି' ଉପରେ ୧୦୦% ଛାଡ଼
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ ନୂଆ ଇଭି ପଲିସି ୨୦୨୬ କୁ ଅନୁମୋଦନ କରିଛି। ଜାତୀୟ ରାଜଧାନୀରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଦିଲ୍ଲୀ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ଏହି ନୂଆ ନୀତି ଅଧୀନରେ ଲୋକଙ୍କୁ ବିଭିନ୍ନ ପ୍ରକାରର ରିହାତି ଏବଂ ସବସିଡି ପ୍ରଦାନ କରାଯିବ। ନୂତନ ନୀତି ଅନୁଯାୟୀ, ଜାତୀୟ ରାଜଧାନୀରେ ପଞ୍ଜୀକୃତ ହେବାକୁ ଥିବା ୩୦ ଲକ୍ଷ ଟଙ୍କା କିମ୍ବା ତା'ଠାରୁ କମ୍ ଏକ୍ସ-ଶୋରୁମ୍ ମୂଲ୍ୟ ଥିବା ସମସ୍ତ ଇଲେକ୍ଟ୍ରିକ୍ କାର୍ ଉପରେ ରୋଡ୍ ଟ୍ୟାକ୍ସ (Road tax) ଏବଂ ପଞ୍ଜୀକରଣ ଫି' ଉପରେ ଶତପ୍ରତିଶତ ଛାଡ଼ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ନୀତି ୩୧ ମାର୍ଚ୍ଚ ୨୦୩୦ ପର୍ୟ୍ୟନ୍ତ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ଦେଶର ଏକମାତ୍ର ରାଜ୍ୟ ଯାହା ବୈଦ୍ୟୁତିକ ଯାନବାହନ ଉପରେ ସର୍ବାଧିକ ସବସିଡି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଛି। ଇଭି ନୀତିରେ ଦୁଇ ଚକିଆ, ତିନି ଚକିଆ, ଚାରି ଚକିଆ ଏବଂ ଗ୍ରାମୀଣ ସେବାକୁ ପ୍ରଭୃତିକୁ ସାମିଲ କରାଯାଇଛି। ଇଭି ନୀତିରେ ପ୍ରଦୂଷଣ ହ୍ରାସ ଉପରେ ଗୁରୁତ୍ୱାରୋପ କରାଯାଇଛି। ଇଭି ନୀତି ବିଷୟରେ ସୂଚନା ଦେଇ ପରିବହନ କମିସନର ନିହାରିକା ରାୟ କହିଛନ୍ତି ଯେ ୨୦୧୮ ମସିହାରେ ଦିଲ୍ଲୀ ପ୍ରଦୂଷଣ ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ପ୍ରଦୂଷଣର ୩୩% ବାଣିଜ୍ୟିକ ଯାନ ଏବଂ ୬୭% ଦୁଇ ଚକିଆ ଏବଂ ତିନି ଚକିଆ ଯାନ ଯୋଗୁଁ ହେଉଛି।

ଯଦି କୌଣସି ଗାଡ଼ି ମାଲିକ ନିଜର BS-IV କିମ୍ବା ତା'ଠାରୁ ପୁରୁଣା ଚାରିଚକିଆ ଯାନକୁ ସ୍କ୍ରାପ୍ କରି ନୂଆ ଇଲେକ୍ଟ୍ରିକ୍ ଯାନ କିଣନ୍ତି, ତେବେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ୧ ଲକ୍ଷ ଟଙ୍କା ର ସ୍କ୍ରାପିଂ ପ୍ରୋତ୍ସାହନ ରାଶି ମିଳିବ। ଏହା ପରିବେଶ ପ୍ରଦୂଷଣ କମାଇବା ସହ ପୁରୁଣା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବାରେ ସାହାଯ୍ୟ କରିବ।

କେବଳ କାର୍ ନୁହେଁ, ବରଂ ଦିଲ୍ଲୀ ଇଭି ନୀତିର ପ୍ରଥମ ବର୍ଷରେ ସମସ୍ତ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ କ୍ରେତାଙ୍କୁ ୩୦,୦୦୦ ଟଙ୍କା ର ସବସିଡି ପ୍ରଦାନ କରାଯିବ। ସେହିପରି ତିନି ଚକିଆ ଇଲେକ୍ଟ୍ରିକ୍ ଯାନ କ୍ରୟ କଲେ କ୍ରେତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୫୦,୦୦୦ ଟଙ୍କା ର ସବସିଡି ମିଳିବ ବୋଲି ଘୋଷଣା କରାଯାଇଛି।