BJP MLA - The Sakala
ସମ୍ବଲପୁର: ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁଣି ଏକ ମାମଲାରେ ଛନ୍ଦି ହୋଇଛନ୍ତି। ଜଣେ ପୋଲିସ ଅଧିକାରୀଙ୍କୁ ଗାଳି ଗୁଲଜ କରିବା ନେଇ ଜୟନାରାୟଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଏହା ସହ ହନୁମାନ ଜୟନ୍ତୀ ପୂର୍ବରୁ ଝଣ୍ଡା ଯାତ୍ରା ସମୟରେ ଖଣ୍ଡା ବୁଲାଇବା ଘଟଣାକୁ ନେଇ ୮ ଜଣକ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଗତକାଲି ଗୋଲବଜାର ଅଞ୍ଚଳରେ ଝଣ୍ଡା ଯାତ୍ରା ବେଳେ ବୁଲାଯାଇଥିଲା ଖଣ୍ଡା ।
ମହଙ୍ଗା ପଡିଲା ବାଚସ୍ପତିଙ୍କୁ ଅସମ୍ମାନ, ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ
ଭୁବନେଶ୍ୱର: ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ । ଦୁଇ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ ବିଜେପିର ଏହି ଦୁଇ ବିଧାୟକ । ଚଳିତ ଅଧିବେଶନ ପାଇଁ ଦୁଇ ବିଧାୟକଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ।
ସୂଚନାଯୋଗ୍ୟ, ବିଧାନସଭାରେ ପ୍ରଥମେ ବିରୋଧୀ ଦଳ ଗୃହରେ ହୋହଲ୍ଲା କରିଥିଲେ । ପଲିଥିନରେ ଡାଲି ଆଣି ଦେଖାଇଥିଲେ । ପରେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ ଉକ୍ତ ଡାଲିକୁ ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ। ଗୃହ ଭିତରେ ଦୁଇ ବିଜେପି ବିଧାୟକଙ୍କ ଏଭଳି ଆଚରଣ ପାଇଁ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ସୂରୁପ ଉଭୟଙ୍କୁ ଚଳିତ ଅଧିବେରେ ସସ୍‌ପେଣ୍ଡ କରାଯାଇଛି । ଚଳିତ ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ସେମାନେ ଯୋଗଦେଇପାରିବେ ନାହିଁ । ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ସହ ଏହି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ଅନ୍ୟ ବିଧାୟକମାନେ ମତବ୍ୟକ୍ତ କରିଛନ୍ତି ।
ବିଧାନସଭା ଗୃହକୁ ସମ୍ମାନ ଦେବା ବଦଳରେ ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ ଦଳ । ଏହା ସହିତ ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି । ବିଧାନସଭା ଚାଲିବା ପାଇଁ ପ୍ରତ୍ୟେକ ଦିନ ଅନେକ ଅର୍ଥରାଶି ଖର୍ଚ୍ଚ ହେଉଛି ହେଲେ ବାରମ୍ବାର ଗୃହକୁ ଅଚଳ କରୁଛନ୍ତି ବିଜେପି ବିଧାୟକମାନେ । ଲୋକଙ୍କର ସମସ୍ୟାକୁ ଉପସ୍ଥାପନ କରିବା ବଦଳରେ ହିଂସାକୁ କାହିଁକି ଆପଣାଉଛନ୍ତି ଏ ପ୍ରଶ୍ନ ସମସ୍ତଙ୍କମନକୁ ଆସୁଛି ।
ବିଡିଓଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲେ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ
ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ତିଳେଇବଣିରେ ବିଡିଓଙ୍କୁ ଆକ୍ରମଣ ଘଟଣାରେ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ ହୋଇଛନ୍ତି। ବିଜେପି ବିଧାୟକଙ୍କ ସହ ତାଙ୍କର ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ଭୁବନେଶ୍ୱରରୁ ଗିରଫ କରିଛି ଦେବଗଡ଼ ପୁଲିସର ସ୍ୱତନ୍ତ୍ର ଟିମ୍ ।
ସୂଚନା ଅନୁଯାଯୀ, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ଼ ଜିଲ୍ଲା ତିଳେଇବଣି ବିଡିଓଙ୍କୁ ଆକ୍ରମଣ କରିଥିଲେ । ବିଡିଓ ଫିଲ୍ଡ ଭିଜିଟ କରିବାକୁ ଯାଇଥିବାବେଳେ ଆକ୍ରମଣ କରିଥିଲେ ବିଧାୟକ। ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ଉପସ୍ଥିତ ଥିଲେ। ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ୧୦ରୁ ଅଧିକ ବିଜେପି କର୍ମୀଙ୍କ ଆକ୍ରମଣରେ ବିଡିଓ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ପ୍ରାଥମିକ ଚିକିତ୍ସା ପରେ ବିଡିଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ପାଇଁ ଜିଲ୍ଲା ଓଏଏସ ସଂଘ ଚେତାବନୀ ଦେଇଥିଲା । ବିଜେପି ବିଧାୟକଙ୍କ ଏଭଳି ଗୁଣ୍ଡାଗିରିକୁ ସବୁଠି ନିନ୍ଦା କରାଯାଇଥିଲା ।
ବିଧାନସଭାରେ ହଟ୍ଟଗୋଳ କରି ୧୨ ବିଜେପି ବିଧାୟକ ବର୍ଷକ ପାଇଁ ହେଲେ ନିଲମ୍ବିତ
ଆଜିଠାରୁ ଆରମ୍ଭ ହୋଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ଗୃହକୁ ଅଚଳ କରିଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତି ଏହି ନିଷ୍ପତି ନେଇ ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି । ନିଲମ୍ବିତ ହୋଇଥିବା ବିଧାୟକମାନେ ପଛୁଆବର୍ଗଙ୍କୁ ଆରକ୍ଷଣ ଦେବା ଦାବିରେ ହଟ୍ଟଗୋଳ କରିଥିଲେ । ଏହି ମାମଲାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଦେବେନ୍ଦ୍ର ଫଡନଭିସ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମିଥ୍ୟା ଅଭିଯୋଗରେ ବିଜେପି ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମହାରାଷ୍ଟ୍ରରେ ଓବିସି ବର୍ଗର ଲୋକଙ୍କୁ ଆରକ୍ଷଣ ଦେବାକୁ ବିଜେପି କିଛିଦିନ ହେବ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲା । ଏହାସହ ଏହି ମାମଲା ବି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ହେଲେ ଏହା ହାଇକୋର୍ଟରେ ବିଚାର ହୋଇ ପାରିବ ବୋଲି କହି ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ ।
ଏହି ଘଟଣା ପରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ସଂପର୍କ ଆହୁରି ଖରାପ ହୋଇପାରେ । କାରଣ ଆଜି ଶିବସେନା ନେତା ସଂଜୟ ରାୱତ କହିଥିଲେ କି ବିଜେପି ଓ ଶିବସେନାର ସଂପର୍କ ଅମୀର ଖାନ ଓ କିରଣ ରାଓଙ୍କ ସଂପର୍କ ଭଳି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିଛିଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜେପି ଓ ଶିବସେନାର ସଂପର୍କ ଉପରେ ପଜିଟିଭ୍ ମନ୍ତବ୍ୟ ଗଣମାଧ୍ୟମରେ ଦେଇଥିଲେ । ହେଲେ ଏବେ ମହାରାଷ୍ଟ୍ର ବିଧାନ ସଭାରେ ଯେଭଳି ଘଟଣା ଦେଖାଦେଲା ଏହାପରେ ବିଜେପି ଓ ଶିବସେନାର ସଂପର୍କ ଖରାପ ହେବା ନେଇ ଆଲୋଚନା ହେଉଛି ।