divine Bath - The Sakala

ଆରମ୍ଭ ହେଲା ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାବାହୁ
ପୁରୀ: ଆରମ୍ଭ ହେଲା ଚତୁର୍ଦ୍ଧାମୂର୍ତ୍ରୀଙ୍କ ଦିବ୍ୟ ସ୍ନାନ ନୀତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ । ଏହି ଦିବ୍ୟ ଲୀଳାକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଧାଳୁଙ୍କ ସମାଗମ ହୋଇଛି । ଭକ୍ତଙ୍କ ହରିବୋଲ, ହୁଳହୁଳିରେ କମ୍ପୁଛି ବଡଦାଣ୍ଡ । ଭାବର ଠାକୁର ଆଜି ନିଜ ଭକ୍ତଙ୍କ ପାଇଁ ରତ୍ନସିଂହାସନ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି । ଏହି ଦିବ୍ୟ ମହାସ୍ନାନ ପରେ ମହାପ୍ରଭୁ ଧାରଣ କରିବେ ଗଜବେଶ, ଯାହାର ଦର୍ଶନ ପାଇଁ ଭକ୍ତଙ୍କ ଅପେକ୍ଷା ଆହୁରି ବଢ଼ିଯାଇଛି । ସ୍ନାନପୂର୍ଣ୍ଣିମା କେବଳ ଏକ ଉତ୍ସବ ନୁହେଁ, ଏହା ଭକ୍ତ ଓ ଭଗବାନଙ୍କ ଅନନ୍ତ ପ୍ରେମ, ଆସ୍ଥା ଓ ଆତ୍ମିକ ସମ୍ପର୍କର ଏକ ମହାମିଳନ । ଏଠାରେ ଭକ୍ତି ଅଛି, ଭାବନା ଅଛି, ଆଉ ଅଛି କାଳିଆ ସାଆନ୍ତଙ୍କ ଅସୀମ କରୁଣାର ସ୍ପର୍ଶ ।

ଦେବସ୍ନାନ ପରେ ଆରମ୍ଭ ହେବ ପନ୍ଦର ଦିନିଆ ଅଣସର ନୀତି । ଏହି ଅବଧିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅଣସର ସମାପ୍ତି ପରେ ‘ନବଯୌବନ ଦର୍ଶନ’ରେ ଭକ୍ତମାନେ ପୁଣିଥରେ ଶ୍ରୀଜିଉଙ୍କ ଦିବ୍ୟ ରୂପ ଦର୍ଶନ କରିବାର ସୁଯୋଗ ପାଇବେ । ଏହା ପରେ ଆରମ୍ଭ ହେବ ବିଶ୍ୱବିଖ୍ୟାତ ଶ୍ରୀଗୁଣ୍ଡିଚା ରଥଯାତ୍ରା ।