Northeast India Weather - The Sakala

ଆସାମ ଓ ଅରୁଣାଚଳ ପ୍ରଦେଶରେ ବନ୍ୟା ବିଭୀଷିକା: ୨୨ ହଜାରରୁ ଅଧିକ ପ୍ରଭାବିତ, ଭାଙ୍ଗିଲା ରେଳ ପୋଲ
ଆସାମ ଏବଂ ପଡ଼ୋଶୀ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଏବଂ ପାର୍ବତ୍ୟାଞ୍ଚଳରୁ ଆସୁଥିବା ବନ୍ୟା ଜଳ ଆସାମର ସାଧାରଣ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ କରିଛି। ଉଭୟ ରାଜ୍ୟରେ ପ୍ରାୟ ୨୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ଯୋଗୁଁ ଏକ ରେଳ ପୋଲ ଭୁସୁଡ଼ି ପଡ଼ିବାର ଖବର ସାମ୍ନାକୁ ଆସିଛି।

ପ୍ରଭାବିତ ଜିଲ୍ଲା ଓ କ୍ଷୟକ୍ଷତିର ଚିତ୍ର

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ASDMA) ଅନୁଯାୟୀ, ରାଜ୍ୟର ୬ଟି ଜିଲ୍ଲା ଯଥା- ଧେମାଜି, ନଳବାରୀ, ଡିବ୍ରୁଗଡ଼, ଚିରାଙ୍ଗ, ଲକ୍ଷ୍ମୀପୁର ଏବଂ କୋକରାଝାରରେ ସର୍ବମୋଟ ୨୨,୧୨୪ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିମଧ୍ୟରୁ ଧେମାଜି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ଯେଉଁଠାରେ ପ୍ରାୟ ୧୫,୪୮୩ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ଜଳରେ ୯୬ଟି ଗାଁ ବୁଡ଼ି ରହିଥିବା ବେଳେ ୧,୬୯୦ ହେକ୍ଟର ଚାଷଜମି ନଷ୍ଟ ହୋଇଛି। ଏହାଛଡ଼ା ୪୮,୧୯୯ ଗୃହପାଳିତ ପଶୁ ମଧ୍ୟ ଏହି ବିଭୀଷିକାର ଶିକାର ହୋଇଛନ୍ତି। ଶିବସାଗର ଜିଲ୍ଲାର ନାଙ୍ଗଲାମୁରାଘାଟ ଠାରେ ଦିସାଙ୍ଗ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ରେଳ ପୋଲ ଭୁସୁଡ଼ିବା ଓ ଯାତାୟାତ ବାଧାପ୍ରାପ୍ତ

ଧେମାଜି ଜିଲ୍ଲା ଦେଇ ପ୍ରବାହିତ ସିମେନ ନଦୀ ଉପରେ ଥିବା ଏକ ରେଳ ପୋଲର କିଛି ଅଂଶ ଭୁସୁଡ଼ି ପଡ଼ିଛି। ନର୍ଥ ଇଷ୍ଟ ଫ୍ରଣ୍ଟିଅର ରେଲୱେ (NFR) ର ସୂଚନା ମୁତାବକ, ଧେମାଜି ଅଞ୍ଚଳରେ ୧୧୦ ମିଲିମିଟରରୁ ଅଧିକ ବର୍ଷା ଏବଂ ନଦୀପଠା ଖାଇବା ଫଳରେ ପୋଲଟିର ଗୋଟିଏ ପିଲାର ଦୁର୍ବଳ ହୋଇଯାଇଥିଲା। ୧୯୬୫ ମସିହା ରେ ନିର୍ମିତ ଏହି ପୋଲ କ୍ଷତିଗ୍ରସ୍ତ ହେବା ପରେ ଆର୍ଚିପଥାର ଏବଂ ସିମେନ ଚାପାରି ଷ୍ଟେସନ ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ମୁରକୋଙ୍ଗସେଲେକ୍-ସିଲାପଥର ରୁଟରେ ଯାତାୟାତକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।

ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ଓ ମୃତ୍ୟୁ

ପଡ଼ୋଶୀ ଅରୁଣାଚଳ ପ୍ରଦେଶରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି। ଅଚାନକ ବନ୍ୟା ବା ଫ୍ଲାସ ଫ୍ଲଡ୍ ଏବଂ ଭୂସ୍ଖଳନ ଯୋଗୁଁ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ନଷ୍ଟ ହୋଇଛି ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କେୟୀ ପାନ୍ୟୋର ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩ କୁ ବୃଦ୍ଧି ପାଇଛି। ପ୍ରବଳ ବର୍ଷା କାରଣରୁ ପାର୍ବତ୍ୟାଞ୍ଚଳରୁ ବନ୍ୟା ଜଳ ତଳିଆ ଅଞ୍ଚଳ ଆଡ଼କୁ ମାଡ଼ି ଆସୁଥିବାରୁ ଆସାମର ତଳିଆ ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ପ୍ରଶାସନର ପଦକ୍ଷେପ ଓ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା

ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରକାଶ କରିଛନ୍ତି ଯେ ସରକାର ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ ଥଇଥାନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି ଏବଂ ଫସି ରହିଥିବା ଯାତ୍ରୀମାନଙ୍କ ପାଇଁ ବସ୍ ର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଷ୍ଟେସନରେ ହେଲ୍ପ ଡେସ୍କ ମଧ୍ୟ ଖୋଲାଯାଇଛି।