Pahandi - The Sakala

ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା
ପୁରୀ: ଆଜି ବାହୁଡ଼ିବେ ଦାରୁବ୍ରହ୍ମ । ସରଧାବାଲିରେ ଅପେକ୍ଷାରେ ତିନିରଥ । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂରତି। ଏଥିପାଇଁ ଶ୍ରୀକ୍ଷେତ୍ରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରଥାରୂଢ଼ ହୋଇ ଚତୁଦ୍ଧାମୂର୍ତ୍ତିଙ୍କ ସହ ଶ୍ରୀମଦନମୋହନ ଓ ରାମକୃଷ୍ଣ ବାହୁଡ଼ିବେ। ଏହି ଦୁର୍ଲଭ ଦେବ ଦର୍ଶନରେ ଭକ୍ତଙ୍କୁ ଅଶ୍ଵମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ଅନ୍ତିମ କ୍ଷଣରେ ବୈକୁଣ୍ଠରେ ବାସ ମିଳେ।

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଘଣ୍ଟ ଅନୁଯାୟୀ, ଦିବା ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ଏହା ପରେ ଗଜପତି ମହାରାଜାଙ୍କ ଦ୍ୱାରା ଅପରାହ୍ଣ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ କରାଯିବ। ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଆଜି ଭୋର ୪ଟାରେ ମଙ୍ଗଳ ଆଳତି ସହ ମହାପ୍ରଭୁଙ୍କର ଦିନର ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହା ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ଏବଂ ଦ୍ୱାରପାଳ ପୂଜା ଅନୁଷ୍ଠିତ ହୋଇଛି। ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ଦୈତାପତି ସେବାୟତମାନେ ସେନାପଟା ଲାଗି ନୀତି କରିଛନ୍ତି। ଦିନ ୧୧ଟା ୪୫ରେ ମଙ୍ଗଳାର୍ପଣ ପରେ ଆରମ୍ଭ ହେବ ପହଣ୍ଡି। ଜଗମୋହନ ନିକଟରେ ରାଘବ ଦାସ ମଠ ପକ୍ଷରୁ ପ୍ରଦାନ କରାଯାଇଥିବା ପାରମ୍ପରିକ ଟାହିଆ ଠାକୁରମାନଙ୍କୁ ଲାଗି କରାଯିବ।

ରତ୍ନବେଦୀକୁ ଫେରିବା ସମୟରେ ମହାପ୍ରଭୁ ମାଉସୀ ମା' ମନ୍ଦିର ନିକଟରେ ଅଟକିବେ ଏବଂ ସେଠାରେ ପାରମ୍ପରିକ ପୋଡ଼ପିଠା ଭୋଗ ଲାଗି ହେବ। ବାହୁଡ଼ା ଯାତ୍ରାର ଏହା ଏକ ପ୍ରମୁଖ ଆକର୍ଷଣ ଅଟେ। ତାଳଧ୍ୱଜ ଓ ଦର୍ପଦଳନ ରଥ ସିଧାସଳଖ ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଯିବାବେଳେ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନହର ନିକଟରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ପାଇଁ ଅଟକିବ।

ହିନ୍ଦୁ ପରମ୍ପରା ଅନୁଯାୟୀ, ବାହୁଡ଼ା ଯାତ୍ରା ଦର୍ଶନ କଲେ ଅଶ୍ୱମେଧ ଯଜ୍ଞର ଫଳ ମିଳିବା ସହ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ସେବା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ୧୦୮ ଗରା ପବିତ୍ର ଜଳରେ ସ୍ନାନ କରି ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ଗରା ସୁବାଶିଷ ଜଳରେ ସ୍ନାନ କରି ଗଜାନନ ବେଶରେ ଦେବେ ଦର୍ଶନ ଦେବେ ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି । ଅଗଣିତ ଭକ୍ତଙ୍କୁ ମହାପ୍ରଭୁ ଦିବ୍ୟ ସ୍ନାନ ଲୀଳା ଏବଂ ଗଜାନନ ବେଶରେ ଦର୍ଶନ ଦେବେ। ଏହି ପବିତ୍ର ଉତ୍ସବରେ ସାମିଲ ହେବା ପାଇଁ ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିର ପ୍ରାରମ୍ଭିକ ପର୍ବ।

ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଅନୁଷ୍ଠିତ ହେଉଥିବା ଏହି ସ୍ନାନ ପୂର୍ଣ୍ଣିମା ଦିନ ସକାଳେ ଶ୍ରୀଜୀଉମାନଙ୍କର ପାରମ୍ପରିକ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ଗର୍ଭଗୃହରୁ ପ୍ରଭୁ ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥ ପାରମ୍ପରିକ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। 'ଜୟ ଜଗନ୍ନାଥ' ଧ୍ୱନି, ବେଦ ମନ୍ତ୍ର, ଶଙ୍ଖ ନାଦ ଓ ପାରମ୍ପରିକ ବାଦ୍ୟରେ ସମଗ୍ର ଶ୍ରୀମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା। ସକାଳ ପ୍ରାୟ ୭:୫୧ ସୁଦ୍ଧା ଶ୍ରୀଜୀଉମାନେ ସ୍ନାନ ମଣ୍ଡପରେ ବିରାଜମାନ କରିଥିଲେ।

ସ୍ନାନ ଯାତ୍ରାର ମୁଖ୍ୟ ହେଉଛି ଶ୍ରୀଜୀଉମାନଙ୍କର ପବିତ୍ର ମହାସ୍ନାନ। ଶ୍ରୀମନ୍ଦିରର ସୁନାକୁଅରୁ ସଂଗୃହୀତ ୧୦୮ ଗରା ପବିତ୍ର ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯିବାର ପରମ୍ପରା ରହିଛି। ଏହି ପବିତ୍ର ଜଳରେ ଚନ୍ଦନ, ଔଷଧୀୟ ବୃକ୍ଷ, ସୁଗନ୍ଧିତ ପୁଷ୍ପ ଓ ଅନ୍ୟାନ୍ୟ ଦ୍ରବ୍ୟ ମିଶ୍ରଣ କରାଯାଇଥାଏ, ଯାହା ଶୁଦ୍ଧିକରଣ ଏବଂ ଆରୋଗ୍ୟର ପ୍ରତୀକ ଅଟେ। ସ୍ନାନ ପରେ ସେବାୟତମାନେ ପିଷ୍ଟକ ଆଳତି ସମ୍ପନ୍ନ କରିଥାନ୍ତି।

ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ନୀତି ସମ୍ପନ୍ନ ହେବା ପରେ ଦୁର୍ଲଭ ଗଜାନନ ବେଶ ଅନୁଷ୍ଠିତ ହେବ। ମହାବାହୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ଅତି ଚିତ୍ତାକର୍ଷକ ହାତୀ ବେଶ ବା ଗଜାନନ ବେଶରେ ସଜ୍ଜିତ କରାଯାଏ। ଏହି ଦୁର୍ଲଭ ରୂପରେ ଭଗବାନ ଗଣେଶଙ୍କ ଭଳି ଦର୍ଶନ ଦେଇଥାନ୍ତି ମହାପ୍ରଭୁ, ଯାହା ଜ୍ଞାନ, ସୁରକ୍ଷା ଏବଂ ବିଘ୍ନ ବିନାଶର ପ୍ରତୀକ ଅଟେ। ପ୍ରତିବର୍ଷ ଏହି ପବିତ୍ର ବେଶ ଦର୍ଶନ ପାଇଁ ଭକ୍ତମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି।

ରଥଯାତ୍ରା ପୂର୍ବରୁ ସ୍ନାନ ପୂର୍ଣ୍ଣିମାର ଆଧ୍ୟାତ୍ମିକ ଗୁରୁତ୍ୱ ବେଶ୍ ଅଧିକ। ମନ୍ଦିରର ପରମ୍ପରା ଅନୁଯାୟୀ, ଅତ୍ୟଧିକ ସ୍ନାନ କାରଣରୁ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଥାନ୍ତି। ତେଣୁ ସେମାନଙ୍କୁ ଅଣସର ଘରକୁ ନିଆଯାଏ, ଯେଉଁଠାରେ ସେମାନେ ପ୍ରାୟ ୧୫ ଦିନ ଧରି ବିଶ୍ରାମ ନେବା ସହ ଗୁପ୍ତ ସେବା ଗ୍ରହଣ କରନ୍ତି। ଏହି ସମୟରେ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହେ। ରଥଯାତ୍ରାର ଠିକ୍ ଗୋଟିଏ ଦିନ ପୂର୍ବରୁ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ ଅବସରରେ ମହାପ୍ରଭୁ ପୁଣିଥରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।